ଉପସ୍ଥାପନା: ଶିଶିର ସାହୁ ମନୋଜ
ଉଡ଼ିଗଲା ଗେଣ୍ଡାଳିଆ ଓଡ଼ିଶାର ପ୍ରସିଦ୍ଧ ଲୋକଗୀତ । ଵିଭିନ୍ନ ଅଞ୍ଚଳରେ ଏହାର ଭିନ୍ନ ଭିନ୍ନ ରୂପ ପ୍ରଚଳିତ ତେବେ ଓଡ଼ିଆ ଗ୍ରାମ୍ୟଗୀତି ପୁସ୍ତକରେ ବଡ଼ମ୍ବା ଅଞ୍ଚଳରେ ପ୍ରଚଳିତ ଏହା ଏହିପରି ରହିଛି ।
~ ଉଡି଼ଗଲା ଗେଣ୍ଡାଳିଆ ~
ଉଡ଼ିଗଲା ଗେଣ୍ଡାଳିଆ ଝାଡି଼ଦେଲା ପକ୍ଷୀ
ରଜାଝିଅ କାନ୍ଦୁଛନ୍ତି ହୋଇ ନିରିମାଖି । ୧ ।
ଉଡି଼ଗଲା ଗେଣ୍ଡାଳିଆ ଝାଡ଼ିଦେଲା ପର
ତୁ ରହିଲୁ ପରଦେଶେ ମୁଁ ରହିଲି ଘର । ୨ ।
ଉଡ଼ି ଗଲା ଗେଣ୍ଡାଳିଆ ବସିଗଲା ଡାଳେ
ଭାଇ ଵିହୁନେ ଭାଉଜ କାନ୍ଦନ୍ତି ଵିକଳେ । ୩ ।
ଉଡ଼ି ଗଲା ଗେଣ୍ଡାଳିଆ ପଡ଼ିଗଲା ଛାଇ
ଭାଇଙ୍କି ରଖିଛି କିଏ ଵିଦେଶେ ଭୁଲେଇ । ୪ ।
ଉଡ଼ି ଗଲା ଗେଣ୍ଡାଳିଆ ମେଲି ଦେଲା ଥଣ୍ଟ
ବୋପାଘର ଭାରେ ଭାଉଜ ବାନ୍ଧିଛନ୍ତି ଆଣ୍ଟ । ୫ ।
ଉଡ଼ି ଗଲା ଗେଣ୍ଡାଳିଆ ଝାଡ଼ିଦେଲା ପକ୍ଷୀ
ନାନୀ ମୋର କାନ୍ଦୁଅଛି ବୁଢ଼ାବର ଦେଖି । ୬ ।
ଉଡ଼ି ଗଲା ଗେଣ୍ଡାଳିଆ ଝାଡ଼ି ଦେଲା ପର
ଭୁଲିଲୁ ତୁ ସତେ ସଖୀ ତୋଳି ନୂଆଘର । ୬ ।
ଉଡ଼ି ଗଲା ଗେଣ୍ଡାଳିଆ ଝାଡି ଦେଇ ପର
ଜେମାଦେଇ କାନ୍ଦୁଛନ୍ତି ଦେଖି ବୁଢ଼ାବର । ୮।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago