ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ

ଗାଈଘିଅ । ଏହାକୁ ସଂସ୍କୃତରେ ଗବ୍ୟଘୃତ କୁହାଯାଉଥିଲା । ପଞ୍ଚଗବ୍ୟର ମିଶ୍ରଣରେ ଔଷଧ ତିଆରି ହେଉଥିଲା । ସେହି ପଞ୍ଚଗବ୍ୟର ନାମ ଦୁଗ୍ଧ(କ୍ଷୀର), ଦଧି(ଦହି), ଘୃତ(ଘିଅ), ଗୋମୁତ୍ର, ଗୋବର ! ଆମିକ୍ଷା ବା ଛେନା ଯେହେତୁ ଏକ ଯୌଗିକ(ଦହିରେ କ୍ଷୀର ମିଶାଇ କରାଯାଏ) ତେଣୁ ଏହାକୁ ପଞ୍ଚଗବ୍ୟର ଅନ୍ତର୍ଭୁକ୍ତ କରାଯାଇନାହିଁ ।

ତେବେ ଏହି ଗବ୍ୟ ଶବ୍ଦର ମୂଳରେ ଅଛି ‛ଗୋ’ ଶବ୍ଦ ଏବଂ ସଂସ୍କୃତ ବ୍ୟାକରଣ ଅନୁଯାୟୀ “ଗୋ+ସମ୍ବନ୍ଧାର୍ଥେ, ଭବାର୍ଥେ, ହିତାର୍ଥେ ଯଃ ତସ୍ୟ ଗବ୍ୟ” ।

ତେବେ ଭାଷାକୋଷରେ ‛ଗବ୍ୟ’ ଶବ୍ଦର ମୂଳରେ ଥିବା ‛ଗୋ’ ଶବ୍ଦର ୩୩ଟି ଅର୍ଥ ଲିପିବଦ୍ଧ ହୋଇଅଛି । ଯଥା: ଧେନୁ, ବୃଷ,ଗାଈଠାରୁ ଉତ୍ପନ୍ନ ଦ୍ରବ୍ୟ, ପଶୁ, ପୃଥିବୀ, ମାତା, ଦିଗ, ଗାୟତ୍ରୀ, ବାକ୍ୟ, ସ୍ଵର୍ଗ, ଚକ୍ଷୁ, ଇନ୍ଦ୍ରିୟ, ଦୃଷ୍ଟି, ବିଦିଗ, କେଶ, କିରଣ, ଜଳ, ବାଣ; ଶର, ସୂର୍ଯ୍ୟ, ନକ୍ଷତ୍ର, ଚନ୍ଦ୍ର, ଯାଗବିଶେଷ, ବଜ୍ର, ହୀରକ, “ଗୁଆ”, ଲୋମ, ବୃଷରାଶି, ଦଶକୋଟି ବା ଏକ ନିୟୁତ ସଂଖ୍ୟା, ନଅ ସଂଖ୍ୟା, ଗାୟକ, ଗୋମେଧ ଯଜ୍ଞ ଓ ଗୃହ ।

‛ଗୋ’ ଶବ୍ଦର ସେହି ୩୩ଟି ଅର୍ଥ ମଧ୍ୟରୁ ଗୋଟିଏ ହେଉଛି ଗୁଆ ! ଏଣୁ, “ଗୁଆ” ଓ “ଗବ୍ୟ” ଶବ୍ଦ ମଧ୍ୟରେ ସାମଜସ୍ୟତା ଥିବାରୁ ତଥା ‛ଗୋ’ ଶବ୍ଦର ଏକ ଅର୍ଥ ଗୁଆ ହୋଇଥିବାରୁ ଓଡ଼ିଆରେ ‘ଗାଈଘିଅ’ ଶବ୍ଦଟିକୁ ‘ଗୁଆଘିଅ’ ଭାବେ କୁହାଯାଏ ! 

Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

5 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago