All Rights ReservedView Non-AMP Version
  • Homepage
  • ଓଡ଼ିଶାର ବରପୁତ୍ର
  • ମହାମନିଷୀଗଣ
ମହାମନିଷୀଗଣ

କୁନ୍ତଳା କୁମାରୀ ସାବତ

 

ଲେଖା: ଦେଵ ତ୍ରିପାଠୀ
~ ଉତ୍କଳଭାରତୀ ଭାରତ କବିନେତ୍ରୀ ଡାକ୍ତର କୁନ୍ତଳା କୁମାରୀ ସାବତ ~
କ୍ଷୁଦ୍ର ମୁହିଁ ଦୀନ ମୁହିଁ ରେଣୁକଣା ଜଗତେ
ଚାହିଁଲେ ବିଶାଳ ବିଶ୍ବ ଆସୁଛି କି ପରତେ,
କ୍ଷୁଦ୍ର ହେଲେ ସୁଦ୍ଧା ମୁହିଁ,
ଅକାରଣେ ଜନ୍ମିନାହିଁ,
ଅନନ୍ତ ବିନାଶମୋର ଲେଖା ନାହିଁ କପାଳେ
ଏକ ରାତି ପାଇଁ ଫୁଟି ଝଡିଯିବି ସକାଳେ।
***   ***   ***
“ତୋ’ ପରି କ୍ଷୁଦ୍ର ମୁହିଁ ‘ତୋ’ ପରି କ୍ଷଣିକ,
ହସେ, ରସେ, ବାସେ ମାତ୍ର ଫୁଟିଅଛି ଘଡ଼ିକ”।
‘ଶେଫାଳି ପ୍ରତି’ କବିତାରେ ଶେଫାଳି ଫୁଲ ଉଦ୍ଦେଶ୍ୟରେ ରଚିତ କବିତାଟି ଯେପରି କବୀ ନିଜ ଉପଲକ୍ଷରେ ରଚିଥିଲେ I ସେ ଥିଲେ ଉତ୍କଳଭାରତୀ ଭାରତ କବିନେତ୍ରୀ ଡାଃ କୁନ୍ତଳା କୁମାରୀ ସାବତ ।ଏଇ କବିତାଟି ବୋଧହୁଏ ଉତ୍କଳ ଭାରତୀଙ୍କର ଶ୍ରେଷ୍ଠ କବିତା। ଏତେ କୋମଳ କମନୀୟ ଭାଷା ମଧ୍ୟରେ ଦର୍ଶନର ଅପୂର୍ବ ସମାବେଶ, ଯାହା ଅତୁଳନୀୟ, ଅନୁଭବ ସାପେକ୍ଷ। ତାଙ୍କର ଯେ ମୃତ୍ୟୁ ନାହିଁ।
“ଶେଷ ଗତି ନୁହେଁ ମୋର ମୃତ୍ୟୁ କେଉଁ କାଳରେ,
ମରିବାକୁ ଫୁଟିନାହିଁ ଭବ ତରୁ ଡାଳରେ।”ମାତ୍ର ୩୭ଟି ବର୍ଷ, ଆମ ପରି ମଣିଷମାନଙ୍କ ପାଇଁ ଜୀବନକୁ ଚିହ୍ନିବା, କିଛି କରିବା ପାଇଁ ଅକୁଳାଣ ହୋଇପାରେ, ମାତ୍ର ତାଙ୍କ ପାଇଁ ପର୍ଯ୍ୟାପ୍ତ ସିଦ୍ଧ ହୋଇଛି। ଇତିହାସ ତା’ର ସାକ୍ଷୀ। ସେଇ ୩୭ ବର୍ଷର ଜୀବନ ଭିତରେ ସେ ହୋଇପାରିଥିଲେ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖିକା, କବୀ, ଔପନାସିକା, ସମ୍ପାଦିକା, ଜାତୀୟ ଆନ୍ଦୋଳନର ପୁରୋଧା ତଥା ସମାଜସେବୀ । ଭ୍ରାନ୍ତି, ନଅତୁଣ୍ଡୀ, କାଳୀବୋହୁ, ରଘୁ ଅରକ୍ଷିତ, ପରଶମଣି, ଚିତ୍ରପଟ ପରି ବହୁ କାଳଜୟୀ ଉପନ୍ୟାସ ତଥା ଅଗଣିତ ଗଳ୍ପ ଓ କବିତା ମାଧ୍ୟମରେ ସାମାଜିକ ଜାଗରଣ ସୃଷ୍ଟି କରିଥିଲେ ସେ I ଓଡ଼ିଆରେ ଲେଖିବା ସହ ସେ ହିନ୍ଦୀ ସାହିତ୍ୟରେ ମଧ୍ୟ ଲେଖାଲେଖି କରୁଥିଲେ । ଜୀବନ, ମହାବୀର ଓ ନାରୀଭାରତୀ ଭଳି ହିନ୍ଦୀ ପତ୍ରିକାମାନଙ୍କର ସେ ଥିଲେ ସମ୍ପାଦିକା ।

ଉତ୍କଳଭାରତୀ କୁନ୍ତଳା କୁମାରୀ ସାବତ ! ସବୁ ଓଡିଆଙ୍କ ପାଇଁ ଏକ ପ୍ରାତଃ ସ୍ମରଣୀୟ ଶ୍ରଦ୍ଧାର ନାମ !

ଓଡ଼ିଆ ଭାଷାର ଉନ୍ନତି କଳ୍ପେ କୁନ୍ତଳା କୁମାରୀ ଦିଲ୍ଲୀରେ ଭାରତୀ ତପୋବନ ସଂଘ ନାମରେ ଏକ ସମିତି ଗଢିଥିଲେ । ୧୯୨୫ ମସିହାରେ ମହିଳା ବନ୍ଧୁ ସମିତି ତାଙ୍କୁ “ଉତ୍କଳଭାରତୀ” ନାମରେ ସମ୍ମାନିତ କରିଥିଲେ । ତାଙ୍କର ଅନେକ ରଚନା ଇଂରାଜୀ ତଥା ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୁବାଦ ହୋଇଥିଲା । “ଭାରତ କବିନେତ୍ରୀ” ଉପାଧିରେ ଭାରତର ହିନ୍ଦୀ ପ୍ରଚାରିଣୀ ସଭା ତାଙ୍କୁ ଭୂଷିତ କରିଥିଲା ।

ପରଦାପ୍ରଥା, ବାଲ୍ୟବିବାହ ଓ ମହିଳା ପ୍ରଭେଦ ବିରୁଦ୍ଧରେ କୁନ୍ତଳା କୁମାରୀ ଲେଖନୀ ଚାଳନା କରୁଥିଲେ, ବିଧବା ବିବାହ ଓ ନାରୀ ସଶକ୍ତିକରଣ ନିମନ୍ତେ ସେ କାମ କରୁଥିଲେ ।

ଜାତୀୟ ସ୍ଵାଧୀନତା ଆନ୍ଦୋଳନରେ କୁନ୍ତଳା କୁମାରୀ ସାବତ ଥିଲେ ଜଣେ ଉଜ୍ଜ୍ଵଳ ତାରକା । ସାମାଜିକ ସଂସ୍କାର ଓ ସାହିତ୍ୟ ପାଇଁ ସେ ଥିଲେ ସମ୍ପୂର୍ଣ୍ଣ ସମର୍ପିତ I ନିଃସ୍ୱାର୍ଥପର ସେବା ପାଇଁ ଲୋକେ ତାଙ୍କୁ କହୁଥିଲେ ଓଡ଼ିଶାର ସରୋଜିନୀ ନାଇଡ଼ୁ I

ପୁରୀ ଜିଲ୍ଲାର ଦାଣ୍ଡମୁକୁନ୍ଦପୁର ବାସିନ୍ଦା ଡାନିଏଲ ଓ ମୋନିକା ସାବତଙ୍କଠାରୁ ବସ୍ତର ଜିଲ୍ଲାର ଜଗଦ୍ଦଲପୁର ଗ୍ରାମରେ ୮ ଫେବୃଆରୀ ୧୯୦୧ ମସିହାରେ ଜନ୍ମଗ୍ରହଣ କରିଥିଲେ ଓଡ଼ିଶାର ବୁଲବୁଲ୍ ବା ନାଇଟ୍ଏଙ୍ଗଲ୍ ଅଫ ଓଡ଼ିଶା ଡାକ୍ତର କୁନ୍ତଳା କୁମାରୀ ସାବତ !

କୁନ୍ତଳା କୁମାରୀଙ୍କ ପାର୍ଥିବ ଶରୀରର ଦୀପଶିଖା ନିର୍ବାପିତ ହୋଇଥିଲା ଅଗଷ୍ଟ ୨୩ ତାରିଖ ୧୯୩୮ ସାଲରେ । ଏକାଧାରରେ କବି, ସଂସ୍କାରକ, ସମାଜସେବୀ, ସ୍ଵାଧୀନତା ସଂଗ୍ରାମର ଅଗ୍ରଣୀ ମହିୟସୀ, ନେତ୍ରୀ, ସଙ୍ଗଠକ, ଉତ୍କଳର ଅନ୍ୟତମ ଦୀପଶିଖାଙ୍କୁ  ଶ୍ରଦ୍ଧାସୁମନ ଅର୍ପଣ କରି କ୍ରାନ୍ତିକାରୀ କବି ପଦ୍ମଶ୍ରୀ ସଚ୍ଚି ରାଉତରାୟ ଲେଖିଯାଇଛନ୍ତି:
“ନୁହେଁ ସେ ତ ଖାଲି ନାରୀ, ଖାଲି ମାତା, ଅବା ଖାଲି କବି,
ଜାତୀୟ ସମରେ ସେ ଯେ ଅଗ୍ରଗାମୀ, ତୋଳିଛି ଭୈରବୀ ।
ଆଗେ ଧରିଛି ସେ ଅସି, ପଛେ ସିନା ଧରିଚି ଲେଖନୀ,
ତେଣୁ ତା’ର ପ୍ରତି ଗାନେ ଥରିଉଠେ ଦେଶର ଧମନୀ ।”
(ସ୍ଫୁଲିଙ୍ଗର କବି ନାହିଁ ଆଜ)

#ପୂଜ୍ୟପୂଜା

Spread the love
admin

Next Bamanda »
Previous « ପଦ୍ମବେଶ ମଣିମା
Leave a Comment
Share
Published by
admin
Tags: ଉତ୍କଳଭାରତୀକୁନ୍ତଳା କୁମାରୀ ସାବତପଦ୍ମଶ୍ରୀ ସଚ୍ଚି ରାଉତରାୟଭାରତ କବିନେତ୍ରୀଶେଫାଳି ପ୍ରତି
5 years ago

    Related Post

  • ପଣ୍ଡିତ ଗୋଦାବରୀଶ ମିଶ୍ର
  • ଅଖିଳ ମୋହନ ପଟ୍ଟନାୟକ
  • ଶ୍ରୀଧର ସ୍ୱାମୀ

Recent Posts

  • ଇତିହାସ

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago
  • ମହାମନିଷୀଗଣ

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago
  • ମହାମନିଷୀଗଣ

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago
  • ପର୍ଯ୍ୟଟନ କ୍ଷେତ୍ର

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago
  • ଶ୍ରୀଜଗନ୍ନାଥ

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago
  • ଶ୍ରୀଜଗନ୍ନାଥ

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago
All Rights ReservedView Non-AMP Version
  • L