All Rights ReservedView Non-AMP Version
  • Homepage
  • ଓଡ଼ିଶାର ବରପୁତ୍ର
  • ମହାମନିଷୀଗଣ
ମହାମନିଷୀଗଣ

କୁନ୍ତଳା କୁମାରୀ ସାବତ

 

ଲେଖା: ଦେଵ ତ୍ରିପାଠୀ
~ ଉତ୍କଳଭାରତୀ ଭାରତ କବିନେତ୍ରୀ ଡାକ୍ତର କୁନ୍ତଳା କୁମାରୀ ସାବତ ~
କ୍ଷୁଦ୍ର ମୁହିଁ ଦୀନ ମୁହିଁ ରେଣୁକଣା ଜଗତେ
ଚାହିଁଲେ ବିଶାଳ ବିଶ୍ବ ଆସୁଛି କି ପରତେ,
କ୍ଷୁଦ୍ର ହେଲେ ସୁଦ୍ଧା ମୁହିଁ,
ଅକାରଣେ ଜନ୍ମିନାହିଁ,
ଅନନ୍ତ ବିନାଶମୋର ଲେଖା ନାହିଁ କପାଳେ
ଏକ ରାତି ପାଇଁ ଫୁଟି ଝଡିଯିବି ସକାଳେ।
***   ***   ***
“ତୋ’ ପରି କ୍ଷୁଦ୍ର ମୁହିଁ ‘ତୋ’ ପରି କ୍ଷଣିକ,
ହସେ, ରସେ, ବାସେ ମାତ୍ର ଫୁଟିଅଛି ଘଡ଼ିକ”।
‘ଶେଫାଳି ପ୍ରତି’ କବିତାରେ ଶେଫାଳି ଫୁଲ ଉଦ୍ଦେଶ୍ୟରେ ରଚିତ କବିତାଟି ଯେପରି କବୀ ନିଜ ଉପଲକ୍ଷରେ ରଚିଥିଲେ I ସେ ଥିଲେ ଉତ୍କଳଭାରତୀ ଭାରତ କବିନେତ୍ରୀ ଡାଃ କୁନ୍ତଳା କୁମାରୀ ସାବତ ।ଏଇ କବିତାଟି ବୋଧହୁଏ ଉତ୍କଳ ଭାରତୀଙ୍କର ଶ୍ରେଷ୍ଠ କବିତା। ଏତେ କୋମଳ କମନୀୟ ଭାଷା ମଧ୍ୟରେ ଦର୍ଶନର ଅପୂର୍ବ ସମାବେଶ, ଯାହା ଅତୁଳନୀୟ, ଅନୁଭବ ସାପେକ୍ଷ। ତାଙ୍କର ଯେ ମୃତ୍ୟୁ ନାହିଁ।
“ଶେଷ ଗତି ନୁହେଁ ମୋର ମୃତ୍ୟୁ କେଉଁ କାଳରେ,
ମରିବାକୁ ଫୁଟିନାହିଁ ଭବ ତରୁ ଡାଳରେ।”ମାତ୍ର ୩୭ଟି ବର୍ଷ, ଆମ ପରି ମଣିଷମାନଙ୍କ ପାଇଁ ଜୀବନକୁ ଚିହ୍ନିବା, କିଛି କରିବା ପାଇଁ ଅକୁଳାଣ ହୋଇପାରେ, ମାତ୍ର ତାଙ୍କ ପାଇଁ ପର୍ଯ୍ୟାପ୍ତ ସିଦ୍ଧ ହୋଇଛି। ଇତିହାସ ତା’ର ସାକ୍ଷୀ। ସେଇ ୩୭ ବର୍ଷର ଜୀବନ ଭିତରେ ସେ ହୋଇପାରିଥିଲେ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖିକା, କବୀ, ଔପନାସିକା, ସମ୍ପାଦିକା, ଜାତୀୟ ଆନ୍ଦୋଳନର ପୁରୋଧା ତଥା ସମାଜସେବୀ । ଭ୍ରାନ୍ତି, ନଅତୁଣ୍ଡୀ, କାଳୀବୋହୁ, ରଘୁ ଅରକ୍ଷିତ, ପରଶମଣି, ଚିତ୍ରପଟ ପରି ବହୁ କାଳଜୟୀ ଉପନ୍ୟାସ ତଥା ଅଗଣିତ ଗଳ୍ପ ଓ କବିତା ମାଧ୍ୟମରେ ସାମାଜିକ ଜାଗରଣ ସୃଷ୍ଟି କରିଥିଲେ ସେ I ଓଡ଼ିଆରେ ଲେଖିବା ସହ ସେ ହିନ୍ଦୀ ସାହିତ୍ୟରେ ମଧ୍ୟ ଲେଖାଲେଖି କରୁଥିଲେ । ଜୀବନ, ମହାବୀର ଓ ନାରୀଭାରତୀ ଭଳି ହିନ୍ଦୀ ପତ୍ରିକାମାନଙ୍କର ସେ ଥିଲେ ସମ୍ପାଦିକା ।

ଉତ୍କଳଭାରତୀ କୁନ୍ତଳା କୁମାରୀ ସାବତ ! ସବୁ ଓଡିଆଙ୍କ ପାଇଁ ଏକ ପ୍ରାତଃ ସ୍ମରଣୀୟ ଶ୍ରଦ୍ଧାର ନାମ !

ଓଡ଼ିଆ ଭାଷାର ଉନ୍ନତି କଳ୍ପେ କୁନ୍ତଳା କୁମାରୀ ଦିଲ୍ଲୀରେ ଭାରତୀ ତପୋବନ ସଂଘ ନାମରେ ଏକ ସମିତି ଗଢିଥିଲେ । ୧୯୨୫ ମସିହାରେ ମହିଳା ବନ୍ଧୁ ସମିତି ତାଙ୍କୁ “ଉତ୍କଳଭାରତୀ” ନାମରେ ସମ୍ମାନିତ କରିଥିଲେ । ତାଙ୍କର ଅନେକ ରଚନା ଇଂରାଜୀ ତଥା ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୁବାଦ ହୋଇଥିଲା । “ଭାରତ କବିନେତ୍ରୀ” ଉପାଧିରେ ଭାରତର ହିନ୍ଦୀ ପ୍ରଚାରିଣୀ ସଭା ତାଙ୍କୁ ଭୂଷିତ କରିଥିଲା ।

ପରଦାପ୍ରଥା, ବାଲ୍ୟବିବାହ ଓ ମହିଳା ପ୍ରଭେଦ ବିରୁଦ୍ଧରେ କୁନ୍ତଳା କୁମାରୀ ଲେଖନୀ ଚାଳନା କରୁଥିଲେ, ବିଧବା ବିବାହ ଓ ନାରୀ ସଶକ୍ତିକରଣ ନିମନ୍ତେ ସେ କାମ କରୁଥିଲେ ।

ଜାତୀୟ ସ୍ଵାଧୀନତା ଆନ୍ଦୋଳନରେ କୁନ୍ତଳା କୁମାରୀ ସାବତ ଥିଲେ ଜଣେ ଉଜ୍ଜ୍ଵଳ ତାରକା । ସାମାଜିକ ସଂସ୍କାର ଓ ସାହିତ୍ୟ ପାଇଁ ସେ ଥିଲେ ସମ୍ପୂର୍ଣ୍ଣ ସମର୍ପିତ I ନିଃସ୍ୱାର୍ଥପର ସେବା ପାଇଁ ଲୋକେ ତାଙ୍କୁ କହୁଥିଲେ ଓଡ଼ିଶାର ସରୋଜିନୀ ନାଇଡ଼ୁ I

ପୁରୀ ଜିଲ୍ଲାର ଦାଣ୍ଡମୁକୁନ୍ଦପୁର ବାସିନ୍ଦା ଡାନିଏଲ ଓ ମୋନିକା ସାବତଙ୍କଠାରୁ ବସ୍ତର ଜିଲ୍ଲାର ଜଗଦ୍ଦଲପୁର ଗ୍ରାମରେ ୮ ଫେବୃଆରୀ ୧୯୦୧ ମସିହାରେ ଜନ୍ମଗ୍ରହଣ କରିଥିଲେ ଓଡ଼ିଶାର ବୁଲବୁଲ୍ ବା ନାଇଟ୍ଏଙ୍ଗଲ୍ ଅଫ ଓଡ଼ିଶା ଡାକ୍ତର କୁନ୍ତଳା କୁମାରୀ ସାବତ !

କୁନ୍ତଳା କୁମାରୀଙ୍କ ପାର୍ଥିବ ଶରୀରର ଦୀପଶିଖା ନିର୍ବାପିତ ହୋଇଥିଲା ଅଗଷ୍ଟ ୨୩ ତାରିଖ ୧୯୩୮ ସାଲରେ । ଏକାଧାରରେ କବି, ସଂସ୍କାରକ, ସମାଜସେବୀ, ସ୍ଵାଧୀନତା ସଂଗ୍ରାମର ଅଗ୍ରଣୀ ମହିୟସୀ, ନେତ୍ରୀ, ସଙ୍ଗଠକ, ଉତ୍କଳର ଅନ୍ୟତମ ଦୀପଶିଖାଙ୍କୁ  ଶ୍ରଦ୍ଧାସୁମନ ଅର୍ପଣ କରି କ୍ରାନ୍ତିକାରୀ କବି ପଦ୍ମଶ୍ରୀ ସଚ୍ଚି ରାଉତରାୟ ଲେଖିଯାଇଛନ୍ତି:
“ନୁହେଁ ସେ ତ ଖାଲି ନାରୀ, ଖାଲି ମାତା, ଅବା ଖାଲି କବି,
ଜାତୀୟ ସମରେ ସେ ଯେ ଅଗ୍ରଗାମୀ, ତୋଳିଛି ଭୈରବୀ ।
ଆଗେ ଧରିଛି ସେ ଅସି, ପଛେ ସିନା ଧରିଚି ଲେଖନୀ,
ତେଣୁ ତା’ର ପ୍ରତି ଗାନେ ଥରିଉଠେ ଦେଶର ଧମନୀ ।”
(ସ୍ଫୁଲିଙ୍ଗର କବି ନାହିଁ ଆଜ)

#ପୂଜ୍ୟପୂଜା

Spread the love
admin

Next Bamanda »
Previous « ପଦ୍ମବେଶ ମଣିମା
Leave a Comment
Share
Published by
admin
Tags: ଉତ୍କଳଭାରତୀକୁନ୍ତଳା କୁମାରୀ ସାବତପଦ୍ମଶ୍ରୀ ସଚ୍ଚି ରାଉତରାୟଭାରତ କବିନେତ୍ରୀଶେଫାଳି ପ୍ରତି
6 years ago

    Related Post

  • ହାତଖଣ୍ଡି ଗୌରାଙ୍ଗ ଦାସ
  • ଭକ୍ତକବି ମଧୁସୂଦନ ରାଓ
  • ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

Recent Posts

  • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago
  • ଆମ ଖାଦ୍ୟ

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago
  • ଅନ୍ୟାନ୍ୟ

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago
  • ମହାମନିଷୀଗଣ

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago
  • ମହାମନିଷୀଗଣ

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago
  • ମହାମନିଷୀଗଣ

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago
All Rights ReservedView Non-AMP Version
  • L