ଲେଖା: ଶିବାଶିଷ ମହାପାତ୍ର
ଯେଉଁ ଅସ୍ପଷ୍ଟ ରେଖାଚିତ୍ରଟି ସମୟର ଅନୁସରଣରେ କ୍ରମଶଃ ସ୍ପଷ୍ଟ ହୋଇଉଠିଥିଲା ଏବଂ ସମଗ୍ର ଓଡ଼ିଆ ଜାତିର ଆଶା ଆକାଂକ୍ଷା ପୂରଣ କରିବା ପାଇଁ ଉତ୍କଳ ସମ୍ମିଳନୀର ରୂପ ନେଲା ତାହା ୧୯୦୨ ମସିହାରେ ରମ୍ଭା ରାଜବାଟୀରେ ଖଲିକୋଟ ରାଜା ଶ୍ରୀ ହରିହର ମର୍ଦ୍ଦରାଜଙ୍କ ଏକମାତ୍ର ପୁତ୍ର ରାମଚନ୍ଦ୍ରଙ୍କ ଦ୍ବିତୀୟ ବାର୍ଷିକୀ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ସମାବେଶ । ଏହିଠାରୁ ଆରମ୍ଭ ହୋଇଥିଲା ବ୍ରହ୍ମପୁର ଠାରେ ଗଞ୍ଜାମ ସମ୍ମିଳନୀ ପାଇଁ ଆୟୋଜନ ଏବଂ ପରେ ଏହି ସମ୍ମିଳନୀ କାୟା ବିସ୍ତାର କରି ଆତ୍ମପ୍ରକାଶ କରିଥିଲା ଉତ୍କଳ ସମ୍ମିଳନୀ ହିସାବରେ ।
ଖଲିକୋଟ ରାଜା ଶ୍ରୀ ହରିହର ମର୍ଦ୍ଦରାଜଙ୍କ ଦ୍ଵାରା ଆୟୋଜିତ ଏହି ଉତ୍ସବରେ ରାଜା ଓଡ଼ିଶାର କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିଥିଲେ । ସେମାନଙ୍କ ମଧ୍ୟରେ ମଧୁବାବୁ ଏବଂ କବିବର ରାଧାନାଥ ରାୟ (Radhanatha Ray) ମଧ୍ୟ ଥିଲେ । ଏହିଠାରେ କଥା ଉଠିଲା ଗଞ୍ଜାମ ଏବଂ ଜୟପୁର ଓଡିଆଙ୍କ ଦୁଃଖ । ଖଣ୍ଡବିଖଣ୍ଡିତ ଉତ୍କଳ ଜନନୀଙ୍କ କଥା ମଧ୍ୟ ଆଲୋଚିତ ହେଲା । ସମସ୍ତେ ଏକା ସ୍ବରରେ କହିଲେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ । ରମ୍ଭାର ଏ କ୍ଷୁଦ୍ର ସମ୍ମିଳନୀରେ ଉତ୍କଳ ଏକୀକରଣର ବୀଜ ବୁଣା ହେଲା । ଏଇଠୁ ସ୍ଥିର ହେଲା ବ୍ରହ୍ମପୁରଠାରେ ଗଞ୍ଜାମ ସମ୍ମିଳନୀ ହେବ ଏବଂ ଓଡିଶାର ରାଜା ମହାରାଜା ତଥା ବିଶିଷ୍ଟ ବ୍ୟକ୍ତିଙ୍କୁ ଆମନ୍ତ୍ରଣ କରାଯିବ । ଓଡ଼ିଆମାନେ ଯେପରି ପ୍ରତ୍ୟେକ କ୍ଷେତ୍ରରେ ଅବହେଳିତ ନିର୍ଯାତିତ ହେଉଛନ୍ତି ମା’ର ପ୍ରତିକାର ଉପାୟ ଚିନ୍ତା କରାଯିବ ।
“ସର୍ବେଷାଂ ନୋ ଜନନୀ ଭାରତ ଧରଣୀକଳ୍ପଲତେୟଂ,
ଜନନୀବତ୍ସଳତନୟଗଣୈସ୍ତତ୍ ସମ୍ୟକ ଶର୍ମ୍ମ ବିଧେୟଂ ।”
ସେହିଠାରେ ଉପସ୍ଥିତ କବିବର ରାଧାନାଥ ରାୟ ମହୋଦୟଙ୍କ ଏହି ସଂସ୍କୃତ ଦେଶାତ୍ମବୋଧକ ଗୀତ ଶୁଣି ବିଭୋର ହୋଇ ଉଠିଥିଲେ ଉପସ୍ଥିତ ଜନତା । ସତେ ଯେମିତି ଏଇ ଗୋଟିଏ ଗୀତ ଭରିଦେଇଥିଲା ଶତ ସିଂହର ବଳ ସମସ୍ତଙ୍କ ଶରୀରରେ । ଏହା ପରର ଘଟଣା ଇତିହାସ ପାଲଟିଗଲା ।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago