ଲେଖା: ଶିବାଶିଷ ମହାପାତ୍ର
ଯେଉଁ ଅସ୍ପଷ୍ଟ ରେଖାଚିତ୍ରଟି ସମୟର ଅନୁସରଣରେ କ୍ରମଶଃ ସ୍ପଷ୍ଟ ହୋଇଉଠିଥିଲା ଏବଂ ସମଗ୍ର ଓଡ଼ିଆ ଜାତିର ଆଶା ଆକାଂକ୍ଷା ପୂରଣ କରିବା ପାଇଁ ଉତ୍କଳ ସମ୍ମିଳନୀର ରୂପ ନେଲା ତାହା ୧୯୦୨ ମସିହାରେ ରମ୍ଭା ରାଜବାଟୀରେ ଖଲିକୋଟ ରାଜା ଶ୍ରୀ ହରିହର ମର୍ଦ୍ଦରାଜଙ୍କ ଏକମାତ୍ର ପୁତ୍ର ରାମଚନ୍ଦ୍ରଙ୍କ ଦ୍ବିତୀୟ ବାର୍ଷିକୀ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ସମାବେଶ । ଏହିଠାରୁ ଆରମ୍ଭ ହୋଇଥିଲା ବ୍ରହ୍ମପୁର ଠାରେ ଗଞ୍ଜାମ ସମ୍ମିଳନୀ ପାଇଁ ଆୟୋଜନ ଏବଂ ପରେ ଏହି ସମ୍ମିଳନୀ କାୟା ବିସ୍ତାର କରି ଆତ୍ମପ୍ରକାଶ କରିଥିଲା ଉତ୍କଳ ସମ୍ମିଳନୀ ହିସାବରେ ।
ଖଲିକୋଟ ରାଜା ଶ୍ରୀ ହରିହର ମର୍ଦ୍ଦରାଜଙ୍କ ଦ୍ଵାରା ଆୟୋଜିତ ଏହି ଉତ୍ସବରେ ରାଜା ଓଡ଼ିଶାର କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିଥିଲେ । ସେମାନଙ୍କ ମଧ୍ୟରେ ମଧୁବାବୁ ଏବଂ କବିବର ରାଧାନାଥ ରାୟ (Radhanatha Ray) ମଧ୍ୟ ଥିଲେ । ଏହିଠାରେ କଥା ଉଠିଲା ଗଞ୍ଜାମ ଏବଂ ଜୟପୁର ଓଡିଆଙ୍କ ଦୁଃଖ । ଖଣ୍ଡବିଖଣ୍ଡିତ ଉତ୍କଳ ଜନନୀଙ୍କ କଥା ମଧ୍ୟ ଆଲୋଚିତ ହେଲା । ସମସ୍ତେ ଏକା ସ୍ବରରେ କହିଲେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ । ରମ୍ଭାର ଏ କ୍ଷୁଦ୍ର ସମ୍ମିଳନୀରେ ଉତ୍କଳ ଏକୀକରଣର ବୀଜ ବୁଣା ହେଲା । ଏଇଠୁ ସ୍ଥିର ହେଲା ବ୍ରହ୍ମପୁରଠାରେ ଗଞ୍ଜାମ ସମ୍ମିଳନୀ ହେବ ଏବଂ ଓଡିଶାର ରାଜା ମହାରାଜା ତଥା ବିଶିଷ୍ଟ ବ୍ୟକ୍ତିଙ୍କୁ ଆମନ୍ତ୍ରଣ କରାଯିବ । ଓଡ଼ିଆମାନେ ଯେପରି ପ୍ରତ୍ୟେକ କ୍ଷେତ୍ରରେ ଅବହେଳିତ ନିର୍ଯାତିତ ହେଉଛନ୍ତି ମା’ର ପ୍ରତିକାର ଉପାୟ ଚିନ୍ତା କରାଯିବ ।
“ସର୍ବେଷାଂ ନୋ ଜନନୀ ଭାରତ ଧରଣୀକଳ୍ପଲତେୟଂ,
ଜନନୀବତ୍ସଳତନୟଗଣୈସ୍ତତ୍ ସମ୍ୟକ ଶର୍ମ୍ମ ବିଧେୟଂ ।”
ସେହିଠାରେ ଉପସ୍ଥିତ କବିବର ରାଧାନାଥ ରାୟ ମହୋଦୟଙ୍କ ଏହି ସଂସ୍କୃତ ଦେଶାତ୍ମବୋଧକ ଗୀତ ଶୁଣି ବିଭୋର ହୋଇ ଉଠିଥିଲେ ଉପସ୍ଥିତ ଜନତା । ସତେ ଯେମିତି ଏଇ ଗୋଟିଏ ଗୀତ ଭରିଦେଇଥିଲା ଶତ ସିଂହର ବଳ ସମସ୍ତଙ୍କ ଶରୀରରେ । ଏହା ପରର ଘଟଣା ଇତିହାସ ପାଲଟିଗଲା ।
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago