ଲେଖା: ଶିବାଶିଷ ମହାପାତ୍ର
ଅମୃତର ସେଇ ବିନ୍ଦୁ ଆଜି ଲୀନ ଅମୃତର ସେଇ ପରମ ସାଗରରେ । ଆଜିବି ଯେତେବେଳେ ସୂର୍ଯ୍ୟ ଉଏଁ ଅବା ସନ୍ଧ୍ୟା ଆସେ ଚଳଚଞ୍ଚଳ ହୁଏ ନଦୀର ଜଳ ଅବା ଯେତେବେଳେ ଶିହରିତ କରେ ପବନର ସ୍ପର୍ଶ ମନେ ପଡ଼ିଯାଏ ତାଙ୍କ ଅମର ପଦାବଳୀ ଆଉ ଏଇ ସବୁ କବିତାର ଆଇନାରେ ପ୍ରତିଫଳିତ ହୁଏ ଗୋଟିଏ ଚେହେରା, ସେହି ଚେହେରା ସ୍ବଭାବକବି ଗଙ୍ଗାଧର ମେହେରଙ୍କର ।
ମଙ୍ଗଳେ ଅଇଲା ଉଷା      ବିକଚ ରାଜୀବ ଦୃଶା
     ଜାନକୀ ଦର୍ଶନ ତୃଷା ହୃଦୟେ ବହି,
କରପଲ୍ଲବେ ନୀହାର        ମୁକ୍ତା ଧରି ଉପହାର
      ସତୀଙ୍କ ବାସ ବାହାର ପ୍ରାଙ୍ଗଣେ ରହି
              କଳକଣ୍ଠ କଣ୍ଠେ କହିଲା
       ଦରଶନ ଦିଅ ସତୀ, ରାତି ପାହିଲା ।
୧୯୨୪ ମସିହା ଏପ୍ରିଲ ମାସ ୪ ତାରିଖ ଚ୍ୟୈତ୍ର ଅମାବାସ୍ୟାର ତିଥି ଥିଲା ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ମହାପ୍ରଣାୟର ଦିନ । ଆଜି ମଧ୍ୟ ଅମର ହୋଇ ରହିଛନ୍ତି କବି ତାଙ୍କର କାଳଜୟୀ କାବ୍ୟକବିତା ଭିତରେ । ବରପାଲିରେ କବିଙ୍କ ଏଇ ପବିତ୍ର ଜନ୍ମଗୃହ ଆଜିବି ମନରେ ଆଣିଦିଏ ତାଙ୍କ ଜୀବନ୍ତ ସ୍ମୃତିର ସିଂହରଣ । ସ୍ବଭାବକବିଙ୍କ ଜନ୍ମପୀଠ ପାଲଟି ଯାଇଛି ଓଡ଼ିଆ ସାହିତ୍ୟ ଜଗତର ଏକ ପବିତ୍ର ତୀର୍ଥକ୍ଷେତ୍ର ।
ହେ ଆଲୋକ ଏବଂ ଅମୃତର କବି ! ତୁମକୁ ଆମ ହୃଦୟରୁ ପ୍ରଣାମ !
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago