ଲେଖା: ଶିବାଶିଷ ମହାପାତ୍ର
ଭାରତରେ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ଜର୍ମାନମାନେ ତିନି ଗୋଟି ସ୍ଥାନକୁ ପ୍ରାଧାନ୍ୟତା ପ୍ରଦାନ କରିଥିଲେ । ସେଗୁଡିକ ଥିଲା ବିହାରର (ବର୍ତ୍ତମାନ ଝାଡ଼ଖଣ୍ଡ) ଚିଡିଆ ମାଇନ୍ସ ଅଞ୍ଚଳ, ଓଡ଼ିଶାର ପାନପୋଷ ଅଞ୍ଚଳ ଏବଂ ମଧ୍ୟପ୍ରଦେଶର (ବର୍ତ୍ତମାନର ଛତିଶଗଡ଼) ଭିଲାଇ ଅଞ୍ଚଳ । ଏ ମଧ୍ୟରୁ ଗୋଟିଏ ସ୍ଥାନ ଚୟନ କରିବା ପାଇଁ ଜଣେ ଜର୍ମାନ ବିଶେଷଜ୍ଞ ଆସିଲେ । ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନେହେରୁ ପ୍ରତିନିଧିଙ୍କ ସାହାଯ୍ୟ ପାଇଁ ବିଜୁ ପଟ୍ଟନାୟକଙ୍କୁ କହିଲେ । ଆଉ ମଧ୍ୟ କହିଲେ ଯଦି ତମେ ଏ ମାନଙ୍କୁ ବୁଝାଇ ପାରିବ ତା ହେଲେ କାରଖାନା ତମର ।
ବିଜୁବାବୁଙ୍କ ସହ ପ୍ରତିନିଧି ଦଳ କଲିକତାରୁ ହେଲିକପ୍ଟର ଯୋଗେ ବାହାରିଗଲେ ବିହାର । ଚିଡିଆ ଖଣି ଅଞ୍ଚଳ ପରିଦର୍ଶନ କରି ପାନପୋଷ ବାହରିଲେ । ପାନପୋଷ ଅଞ୍ଚଳ ଦେଖାଇବା ସହ ଇସ୍ପାତ କାରଖାନାର ବିଶେଷ ଅନୁକୂଳ ଦିଗ ବିଷୟରେ ଚର୍ଚ୍ଚା ହେଲା । ଏହା ପରେ ସେମାନେ ବାହାରି ଗଲେ ମଧ୍ୟପ୍ରଦେଶ ଅଭିମୁଖେ । କିଛି ସମୟ ପରେ ବର୍ଷା ହେବାରୁ ବାଧ୍ୟ ହୋଇ ଅଟକି ଗଲେ ଝାରସୁଗୁଡ଼ା ଠାରେ । କଥାବାର୍ତ୍ତା ଛଳରେ ଏ ଅଞ୍ଚଳର ସାପମାନଙ୍କ ବିଷୟରେ ବିଜୁ ବାବୁ କହୁଥାନ୍ତି । ସେଥି ସହ ସାପୁଆକେଳା, ସାପଙ୍କ ଶ୍ରେଣୀ ତଥା ତାଙ୍କ ବିଷ ବିଷୟରେ ଆଲୋଚନା କଲାବେଳେ ସେଇଠି ଆବିର୍ଭାବ ହୋଇଥିଲା ଏକ ସାପ । ପ୍ରତିନିଧି ଦଳ ସାପକୁ ଦେଖି ଡ଼ରିଯାଇଥିଲେ ‌। ବିଜୁବାବୁ ସାପ ସହ ଖେଳାଖେଳି କରି ବାଡ଼ିରେ ବାହାରେ ଫିଙ୍ଗି ଦେଇଥିଲେ ।
ପାଗ ଠିକ୍ ହେଲା ପରେ ସମସ୍ତେ ବାହାରିଗଲେ ମଧ୍ୟପ୍ରଦେଶ ଅଭିମୁଖେ । କିଛି ସମୟପରେ ଜଣେ ଜର୍ମାନ ପ୍ରତିନିଧି କହିଲେ “Your snakes built the Steel Plant, let’s go back” ତମ ସାପ ଇସ୍ପାତ କାରଖାନା ତିଆରି କଲା, ଚାଲ ଫେରି ଯିବା । ସେଦିନ ସେମାନେ ମଧ୍ୟପ୍ରଦେଶର ଭିଲାଇ ଅଞ୍ଚଳକୁ ନ ଯାଇ ଫେରି ଆସିଥିଲେ ।
ଖାଲି ସାପ ନୁହଁ ବିଜୁବାବୁ ନିଜ କୈାଶଳ ଦ୍ବାରା ଓଡିଶାକୁ ଭେଟି ଦେଇଥିଲେ ସ୍ବାଧୀନ ଭାରତର ପ୍ରଥମ ଇସ୍ପାତ କାରଖାନା ସେଦିନର ପାନପୋଷ ଏବଂ ଏବର ରାଉରକେଲାଠାରେ । ଆଜି ଏହି କାରଖାନା ଓଡ଼ିଶା ପାଇଁ ଆଣି ଦେଇଛି ଗର୍ବ ଗୈାରବ ତଥା ଯୋଗାଇ ପାରିଛି ଲକ୍ଷ ଲକ୍ଷ ଲୋକଙ୍କୁ ରୋଜଗାର
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago