ଲେଖା: ଶିଶିର ସାହୁ ମନୋଜ
ଓଡ଼ିଆ ଭାଷାରେ ଗୋଟିଏ ଶବ୍ଦର ଅନେକ ରୂପ ଦେଖାଯାଏ । ଆମ କଳିଙ୍ଗ ଦେଶରେ ଵିଭିନ୍ନ ଅଞ୍ଚଳର ଶବ୍ଦଗୁଡ଼ିକର ମାନକିକରଣରୁ ମାନକ ଓଡ଼ିଆ ଭାଷା ପ୍ରତିଷ୍ଠିତ ହୋଇଅଛି ଏଵଂ ଏହାର ସୁନ୍ଦର ଉଦାହରଣ ହେଉଛି ପ୍ରଶ୍ନଵାଚକ କ’ଣ ଓ ତତ୍ ସମ୍ବନ୍ଧୀୟ ଅଵ୍ୟୟ ସମୂହ ।
ଓଡ଼ିଆ ଭାଷାରେ Whatର ମାନକ ପ୍ରତିଶବ୍ଦ ହେଉଛି କ’ଣ/କଅଣ ଏଵଂ ଏହି କ’ଣ ଶବ୍ଦର ପନ୍ଦରରୁ ଅଧିକ ପ୍ରତିରୂପ ସାରା ଓଡ଼ିଶାରେ ଦୃଶ୍ୟ ହୋଇଥାଏ ।
କ’ଣ ଶବ୍ଦଟି ସଂସ୍କୃତର କିମ୍ ଶବ୍ଦ ସହିତ ସମଦ୍ଧୃତ ତେବେ ଓଡ଼ିଆ ଭାଷାରେ ଏହି କ’ଣ ଶବ୍ଦର ଏତାଦୃଶ ରୂପ ପ୍ରଚଳିତ ଯାହା ଭାରତର ଅନ୍ୟ କୌଣସି ଭାଷାରେ ଦୃଶ୍ୟ ହୋଇନଥାଏ ।
ଗଡ଼ଜାତ ଅଞ୍ଚଳର ବିଭିନ୍ନ କଥିତ ଓଡ଼ିଆ ଭାଷାଗୁଡି଼କରେ କ’ଣ ଶବ୍ଦର କାଣା, କିରା, କାଏଁ, କାଏ, କାଏଁଟା, କଅଁଟା, କାଁ, କାଡା଼, କାରା, କେଏଁଟା ଇତ୍ୟାଦି ଅନେକ ରୂପ ଚଳୁଥିଵା ବେଳେ ଦକ୍ଷିଣ ଓଡ଼ିଶା, ଉପକୂଳ ଓଡ଼ିଶା ତଥା ଉତ୍ତର ଓଡ଼ିଶାରେ କ’ଣ ଶବ୍ଦର କି, କିସ, କିନା, କିୟଣ, କିସ’ତି, କଁ ଓ କିସ୍ (ଦକ୍ଷିଣାଞ୍ଚଳ ଓଡ଼ିଶା) ଇତ୍ୟାଦି ରୂପ ଚଳୁଅଛି।
ସେହିପରି ଓଡ଼ିଆ ସାହିତ୍ୟରେ କିସ୍, କି, କିବା, କଅଣ ଇତ୍ୟାଦି ଶବ୍ଦର what ଅର୍ଥରେ ବହୁଳ ଭାବରେ ବ୍ୟବହାର ହୋଇଅଛି ।
(ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଓ କଥିତ ଓଡ଼ିଆ ଶବ୍ଦକୋଷରୁ ପ୍ରୋକ୍ତ ଶବ୍ଦ ଗୁଡ଼ିକ ସଂଗ୍ରହ କରାଯାଇଛି ମାତ୍ର ଓଡ଼ିଆ ଭାଷାରେ ଏହା ଦୁଇଗୁଣ ପ୍ରତିଶବ୍ଦ ଥାଇପାରେ)
~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…
ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…
~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…
~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…
~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…
~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…