ରଚନା: ତରୁଣ ରଥ
       
              ୧
            ***
୨୦ ଅଛି, ୨୧ ଅଛି, ବାଇଶି..
କ’ଣ ଏଇନେ ଆସୁଛ, ଭଲ ଜିନିଷ କ’ଣ ସବୁ ଆଣିଥିବ,
‘ଭାଇ ମୋ ପାଇଁ ଜାଗାଟେ ରଖିଥା’
ଲୁଙ୍ଗିଟା ପାଲଟି ଆସୁଛି’।
ଭାଇ ଆସିଲା ବେଳେ ପାନ ଚାରିଟା ଆଣିବ।
ବରଗଛ ଚାନ୍ଦିନୀରେ ଜମି ଉଠିଛି ତାସ୍ ଖେଳ।
ରଜ ପରା . . .


                  ୨
             *******
କ’ଣ ଏତେ ଡେରି? ମିଠା ଅଣିଛ ନା ନାହିଁ?
‘ହଁ ମ ନୁଆବୋଉ, ନିଅ ତମ ମିଠା।
ପିଠା କରିଛ ଟି’?
ଘରେ ଘରେ ମହ ମହ ପୋଡ଼ ପିଠା, ଗୁଆଘିଅ ଓ ନାନା ତରକାରୀର ବାସ୍ନା। କୋଉଠି ବା ଖାସି ମାଂସ।
ତା’ ସାଙ୍ଗରେ ରଜ ପାନ
ରଜ ପରା . .
                     ୩
                 *****
ହା ଡୁ ଡୁଡୁ ଡୁଡୁ . .
‘ମାଡ଼ି ବସ, ଜମା ଛାଡନି, ଦେଖୁଛ ଟି ଖାସି ବନ୍ଧା ହେଇଛି’, ଖେଳରେ ଜମି ଉଠିଛି ତଳ ପଡିଆ।
ସେକଡେ଼ ନୁଆ ଶାଢ଼ୀ ଆଉ ଅଳତା ଲଗା ପାଦରେ ଗଗନ ଖାଉଛି ବାଉଁଶ ଦୋଳି, ପଟା ଦୋଳି ଆଉ ମନ ଦୋଳି, କେତେ ଗୀତର ପସରା, ‘ରଜ ଦୋଳି କଟ ମଟ . .
ରଜ ପରା . .
                   ୪
              ******
କେମିତି ବୁଝେଇବି ସହରୀ ନାତୁଣୀକୁ ରଜ କ’ଣ ବୋଲି !
କେମିତି ବୁଝେଇବି ରଜସ୍ଵଳା ଧରିତ୍ରୀ ମା’ ପ୍ରତି ସମ୍ବେଦନଶୀଳ ଓଡ଼ିଆ ଜାତିର ସମ୍ମାନର ପର୍ବ ରଜ ପର୍ବ ବୋଲି।
କେମିତି ବୁଝେଇବି ମାଟି ଓ ଆକାଶର ନିବିଡ଼ ପ୍ରେମର ଗଜଲ୍ ଶୁଣାଏ ବର୍ଷା, ଏଇ ରଜରେ।
କେମିତି ବା ବୁଝେଇବି ପୋଡପିଠା-ଚକୁଳିର ବାସ୍ନାରେ ମହକୁ ଥାଏ ପ୍ରତିଟି ଘର ଏଇ ରଜରେ।
କେମିତି କହିବି ପାନ କିଣି ନିଏ ମନ
ଏଇ ରଜରେ,
କେମିତି କହିବି ମନ ଭିଜୁ ଥାଏ ପହିଲି ବର୍ଷାରେ, ଏଇ ରଜରେ।


                   ୫
                *****
ରଜ: ଓଡ଼ିଆ ମାନଙ୍କ ଉଛ୍ୱାସର ପର୍ବ
ରଜ: ମାଟି ଆଉ ମଣିଷଙ୍କ ପର୍ବ
ରଜ: ପାନ ଆଉ ମନର ପର୍ବ
ରଜ: ପିଠା ଆଉ ମିଠାର ପର୍ବ
ରଜ: ପ୍ରେମ ଓ ମିଳନର ପର୍ବ ।
ବନସ୍ତରେ ଗଜ ଡାକୁ କି ନଡାକୁ
ବସୁମତୀ ପୂଜା ପାଇଁ ଆଜି ତତ୍ପର ଓଡ଼ିଆଣୀ
ଆମ୍ବ ତୋଟା ଥାଉ କି ନ ଥାଉ
କୋଉ ଏକ ଏକୁଟିଆ ବରଗଛରେ
ଝୁଲୁଥିବା ଦୋଳିରୁ ଶୁଭି ଯାଉଛି,
‘. . . ବରଷକେ ଥରେ ଆସିଛି ରଜ . . .’ 

Spread the love
admin

View Comments

  • ଅନ୍ତରଙ୍ଗ କଳିଙ୍ଗ କୁ ଆନ୍ତରିକ ଧନ୍ୟବାଦ। ଓଡ଼ିଶାର
    ପରମ୍ପରାକୁ ,ସଂସ୍କୃତିକୁ ବଞ୍ଚେଇ ରଖିବାର ପ୍ରୟାସକୁ ଧନ୍ୟବାଦ।

Share
Published by
admin
Tags: ରଜ

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago