ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ
କିଛି ଲୋକ ସାରଳା ଦାସଙ୍କୁ ଓଡ଼ିଆ ଭାଷାର ଜନକ କହି ବୁଲୁଛନ୍ତି ! ମାତ୍ର ଏହା ଠିକ୍ ନୁହେଁ !
ପ୍ରାକୃତିକ ଭାଷାକୁ ପ୍ରାକୃତ କୁହାଯାଏ ସେଥିପାଇଁ ଜଗନ୍ନାଥ ଦାସ ଆଦି ଅନେକ କବି ଓଡ଼ିଆ ଭାଷାକୁ ପ୍ରାକୃତ ବିବେଚିତ କରିଛନ୍ତି ! କୃତ୍ରିମ ଭାଷାଗୁଡ଼ିକୁ ଜଣେ ବା ହାତଗଣତି କିଛି ଲୋକ ନିର୍ମାଣ କରନ୍ତି କିନ୍ତୁ ଓଡ଼ିଆ ଭଳି ପ୍ରାଚୀନ ପ୍ରାକୃତ ଭାଷାକୁ ଏକ ମାନବ ଜାତି ଅନେକ ପିଢ଼ି ଧରି ଗଢ଼ିଥାଏ !
ଆଜକୁ ପ୍ରାୟ ୩୦୦୦ ବର୍ଷ ପୂର୍ବେ ଭାରତରେ ବିଭିନ୍ନ ପ୍ରାକୃତ ଭାଷା, ବିଭାଷା ଓ ଅପଭ୍ରଂଶର ପ୍ରଚଳନ ଥିଲା ! ସେ ସବୁ କଥିତ ଭାଷାଗୁଡ଼ିକର ମାନକିକରଣରେ ସଂସ୍କୃତର ସୃଷ୍ଟି ଯାହା ଏ ଶବ୍ଦର ନିରୁକ୍ତି ସମ୍+କୃତ =ସଂସ୍କୃତ ମଧ୍ଯରେ କୁହାଯାଇଛି ! ଓଡ଼ିଶାରେ ପୂର୍ବୀ ପ୍ରାକୃତ ଛଡ଼ା ଆଉ ତିନୋଟି ଆର୍ଯ୍ଯ କଥିତ ଭାଷା ଚଳୁଥିଲା,
୧. ଉଡ୍ରୀ ବିଭାଷା (ଯଶପୁର ଠାରୁ କଟକ; ମହାନଦୀ ବ୍ରାହ୍ମଣୀ ନଦୀ ଅବବାହିକା )
୨. କାଳିଙ୍ଗ୍ଯ ଅପଭ୍ରଂଶ (ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶା ତଥା ଦକ୍ଷିଣ ବିଚ୍ଛିନ୍ନାଞ୍ଚଳ)
୩. ଉତ୍କଳୀ ଅପଭ୍ରଂଶ (ଉତ୍ତର ଓଡ଼ିଶା, ଷଡୈକଳା, ସିଂହଭୂମି ଓ ମେଦିନପୁର)
ଓଡ଼ିଶାରେ ପୂର୍ବୀ ପ୍ରାକୃତ ସଂସ୍କୃତ ଆଗରେ ନ ହାରି ନିଜର ରୂପ ବଦଳାଇ ପାଲି ହୋଇଛି ପୁଣି ପଶ୍ଚିମ ଓଡ଼ିଶାରେ ଉଡ୍ରୀମାଗଧୀ ବା ଅର୍ଦ୍ଧମାଗଧୀ ହୋଇ ନିଜକୁ ବଞ୍ଚାଇ ରଖିବାରେ ସଫଳ ହୋଇଛି !
ପରେ ଉଡ୍ରୀ ଭାଷାକୁ ମୂଳ ଆଧାର କରି ଉଡ୍ରମାଗଧୀ ବା ଅର୍ଦ୍ଧମାଗଧୀଠାରୁ ଉତ୍କଳୀ ଅପଭ୍ରଂଶ ଓ ପାଲି ଯାଏଁ ଓ ସାନ୍ତାଳୀ ସଉରା ମୁଣ୍ଡା ଓ କୁଇ ଆଦି ଅନେକ କଳିଙ୍ଗୀ ଭାଷାର ମାନକୀକରଣରେ ସାରଳା ଦାସଙ୍କ ସମୟର ଓଡ଼ିଆ ଭାଷା ବା ଉତ୍କଳ ଭାଷା ବିକାଶ ଲାଭ କରିଛି !
ସାରଳା ଦାସଙ୍କ ଆବିର୍ଭାବ ହୁଏ କାହ୍ନୁପା, ଲୁଈପା ଆଦିଙ୍କ ପରବର୍ତ୍ତୀ ସମୟରେ ଅର୍ଥାତ ଅଷ୍ଟମରୁ ଦଶମ ଶତାବ୍ଦୀ ମଧ୍ଯରେ !
ସାରଳା ଆଦିକବି ହୋଇପାରନ୍ତି, କିନ୍ତୁ ଓଡ଼ିଆ ଭାଷାର ଜନକ ନୁହଁନ୍ତି ! ମନେରଖ ଓଡ଼ିଆ ଭାଷାର ଜନକ କେହି ଜଣେ ହୋଇ ନପାରେ କାରଣ ଏହା ପ୍ରାକୃତ ଭାଷା ଏବଂ ଏହାର ଜନକ ଅନେକ ପିଢ଼ିର କଳିଙ୍ଗୀ ପ୍ରଜା !
~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…
~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…
ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…
~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…
~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…
~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…