ଲେଖା: ମିହିର ପଟ୍ଟନାୟକ
ଓଡ଼ିଆ ଘରର ସବୁ ପର୍ବପର୍ବାଣୀ ଜଗନ୍ନାଥଙ୍କ ସହ ଯୋଡି ହୋଇରହିଛି। ଯାହା ଘରେ ଘରେ ପର୍ବ ହୋଇ ପାଳନ ହୁଏ ସେଇଟା ଟିକେ ନିଆରା ଢଙ୍ଗରେ ନୀତି ହୋଇ ମହାପ୍ରଭୁଙ୍କ ପାଖରେ ଲାଗି ହୁଏ। କିନ୍ତୁ ମାଣବସା ଗୋଟିଏ ଏମିତି ପର୍ବ ଯାହା ଶ୍ରୀମନ୍ଦିର ନୀତି ସହ କୌଣସି ସମ୍ପର୍କ ରଖେନାହିଁ। ମାତ୍ର ଜଗନ୍ନାଥଙ୍କୁ ଉପଲକ୍ଷ କରି ପାଳିତ ହେଉଥିବା ଏହି ମହାନ୍ ଓଡ଼ିଆ ପର୍ବଟି ସମାଜକୁ ସର୍ବୋତ୍କୃଷ୍ଟ ଶିକ୍ଷା ଦେଇଛି। ବଳରାମ ଦାସଙ୍କ ଛୋଟିଆ ଚଟି ବହିରେ ଓଡିଆ ଜାତି ସମଗ୍ର ବିଶ୍ୱକୁ ନାରୀ ଅସ୍ମିତା ଓ ସ୍ଵଚ୍ଛତାର ଗୁଣଗାନ କରିଥିବା ବେଳେ ଜାତିବାଦକୁ ମାରିଛି ଶକ୍ତ ଚଟକଣା।
ନାରୀଅସ୍ମିତା: ଜଗନ୍ନାଥ ବଳଭଦ୍ର ୨ ଭାଇ ଘରର ଘରଣୀ ମହାଲକ୍ଷ୍ମୀଙ୍କୁ ପରିତ୍ୟାଗ କରି କିଭଳି ଦଶା ଭୋଗିଛନ୍ତି ତାହା ଏଥିରେ ଚିତ୍ରିତ ହୋଇଛି। ନାରୀର ସମ୍ମାନ ରକ୍ଷା ଏ ସମାଜର ମୂଳ ଉଦ୍ଦେଶ୍ୟ ହେବା ଆବଶ୍ୟକ ଏଣୁ ସର୍ବଦା ନାରୀକୁ ସମ୍ମାନ ଦେବା ଆମର ପରମ କତ୍ତର୍ବ୍ୟ ବୋଲି କହିଛି ଲକ୍ଷ୍ମୀପୂରାଣ। ନଚେତ୍ ଏ କଥାଟି ବି ବାଗେଇ କହିଦେଇଛି, ସାବଧାନ୍ ‘‘ଭଗବାନ୍ ଭୋଗିଛନ୍ତି, ତୁମେ ତ ମଣିଷ’’ ।
ଜାତିପ୍ରଥା: ଶ୍ରୀୟା ଚଣ୍ଡାଳୁଣୀ ଗାଁ ଦାଣ୍ଡ ଓଳାଉଥିଲା ବୋଲି ସେ ଜାତିରେ ନିଚ୍ଚ ହୋଇ ଅସମ୍ମାନ ପାଏ। କିନ୍ତୁ ଇଶ୍ୱରଙ୍କ ପାଖରେ ଜାତୀର କୌଣସି ମାନେ ନାହିଁ। ବୃତ୍ତି ଭିତ୍ତିରେ କେହି ଛୋଟ କି କେହି ବଡ଼ ନୁହଁନ୍ତି। ଇଶ୍ୱରଙ୍କ ଦୃଷ୍ଟିରେ ସମସ୍ତେ ସମାନ। ଏଣୁ ଶ୍ରୀୟା, ଚଣ୍ଡାଳୁଣି ହୋଇ ବି ମା’ ଲକ୍ଷ୍ମୀଙ୍କ କୃପା ପାଇଛି। ଯାହା ସୂଚାଇ ଦେଉଛି ସେତେବେଳେ ଲକ୍ଷ୍ମୀପୁରାଣ ମାଧ୍ୟମରେ କୁତ୍ସିତ ଜାତି ପ୍ରଥାକୁ ବିରୋଧ କରୁଥିଲା ମୋର ପ୍ରିୟ ଉତ୍କଳ।
ସ୍ଵଚ୍ଛତା: ଯିଏ ଦାଣ୍ଡ ଓଳାଏ ସିଏ ଅସ୍ଵଚ୍ଛ ହେବ କେମିତି। ବାସ୍ତବରେ ସ୍ଵଚ୍ଛ ଆଉ ସଫାସୁତୁରା ହେବା ତା’ଠାରୁ ଶିଖିବା କଥା। ଶ୍ରୀୟା, ଚଣ୍ଡାଳୁଣି ହେଲେ ବି ବିଭୂ ଆରାଧନାରେ ତା’ର ଥିଲା ପ୍ରବଳ ନିଷ୍ଠା। ଆଉ ଠାକୁରାଣୀଙ୍କୁ ଆବାହନ କରିବ ବୋଲି ଘରଦ୍ୱାର ଲିପାପୋଛା କରିଥିଲା । ସେ କଥା ଆପଣ ଶୁଣିଥିବେ। ଆଉ ତା’ ସ୍ଵଚ୍ଛ ହୃଦୟ ଆଉ ସଫାସୁତୁରା ଘର ଦେଖୀ ମା’ କମଳିନି କିପରି ତା ଘରକୁ ବିଜେ କଲେ ସେ କଥା ବି ଜାଣିଥିବେ। ବୁଝିଲେ ତ, ମନ ଆଉ ପରିବେଶ ସଫା ରଖନ୍ତୁ ଇଶ୍ୱର ଅଲବତ୍ ଆସିବେ।
ଅନ୍ନରେ ସମାନ ଅଧିକାର: ଲକ୍ଷ୍ମୀପୂରାଣ ଶେଷ କାହାଣୀ କହୁଛି ମା’ ଲକ୍ଷ୍ମୀ ଶ୍ରୀମନ୍ଦିରକୁ ଯିବାକୁ ଗୋଟିଏ ସର୍ତ୍ତ ରଖୁଛନ୍ତି ‘‘ମହାପ୍ରସାଦ ସାର୍ବଜନୀନ ହେଉ’’। ବାସ୍ ଏ କଥା ଶୁଣି ମହାପ୍ରଭୁ ବି ରାଜି ହୁଅନ୍ତି। ମହାପ୍ରସାଦରେ ପାତରଅନ୍ତର, ଭେଦଭାବ, ଉଚ୍ଚନିଚ କିଛି ନ ଥାଏ। ଯାହା ଅନ୍ନବ୍ରହ୍ମଙ୍କ ମହନୀୟତାକୁ ପ୍ରତିପାଦନ କରେ। ଚଣ୍ଡାଳ, ବ୍ରାହ୍ମଣ ଏହାକୁ ଏକତ୍ର ବସି ସେବନ କରିପାରିବେ। କହିଲେ ଦେଖି କେଡେ ବଡ଼ କଥାଟିଏ କହିଦେଲା ମୋ ଜାତି। ଅନ୍ନରେ ପୁଣି ଜାତି କ’ଣ ? ଆମେ ସମସ୍ତେ ତ ଚଣ୍ଡାଳ, ଅନ୍ନର ଦାସ। ଆଉ ଆମ ଭିତରେ ପୁଣି ପ୍ରଭେଦ କ’ଣ ?
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago