ଉପସ୍ଥାପନା: ଦେଵ ତ୍ରିପାଠୀ
ଦିଗନ୍ତ ବିସ୍ତାରି ପାହାଡ଼ର ପହଣ୍ଡି ‘ଦିଗପହଣ୍ଡି’ । ଦିଗ ଓ ପୁଦିଆ ସର୍ଦ୍ଦାରଙ୍କ କିମ୍ବଦନ୍ତୀର ଗାଁ ଦିଗପହଣ୍ଡି । ‘ଗଙ୍ଗବଂଶାନୁଚରିତମ୍’ (୧୭୫୦)ର ‘ଦିକ୍ ପହଣି’, ମାଲବିଙ୍କ (୧୮୮୭) ‘ଦିଗପୁଦି’, ଭୀମସେନ ପାଣିଗ୍ରାହୀଙ୍କ ‘ଖେମୁଣ୍ଡି ଇତିହାସ’ (୧୯୦୯) ଠାରୁ ଦୀନନାଥ ପାଠୀଙ୍କ ‘ଦିଗପହଣ୍ଡିର ଡ୍ରଇଂମାଷ୍ଟ୍ରେ’ (୧୯୯୦) ବିବର୍ତ୍ତିତ ଇତିହାସର ସ୍ବାକ୍ଷର ବହନ କରୁଛି ।
ପ୍ରାଚୀରସମ ଅଭିଭାବକ କେରାଣ୍ଡିମାଳ ପର୍ବତର ଉଦୟଭାନୁ ଚାଙ୍ଗୁଡିଦେଈ ପର୍ବତର ଅସ୍ତଗାମୀ ସୂର୍ଯ୍ୟ ସାଙ୍ଗକୁ ଅନତିଦୂରର ପ୍ରକୃତିଦତ୍ତ ପ୍ରସବିଣୀ ‘ତପ୍ତପାଣି‘ର ବୈଚିତ୍ରମୟ ପରିବେଶ ସମଗ୍ର ଅଞ୍ଚଳକୁ ଏକ ସୁରମ୍ୟ ଶୋଭାକୁଞ୍ଜରେ ଗଢିଛି – ଠିକ୍ ସେ ଅଞ୍ଚଳର ଜନଶ୍ରୁତିରେ ଚଉତା ନାଟକ ‘ସୀତାହରଣ’ର ଅଶୋକବନ ପରି ।
ଖେଦି ରାଜବଂଶର ଚୈତନ୍ୟ ଦେବଙ୍କ (୧୮୦୬-୧୮୨୮) ବଡଖେମୁଣ୍ଡି ରାଜଧାନୀ ବିଜୟନଗରଗଡ ଆଜି ଘୋଡାହାଡ ଜଳଭଣ୍ଡାର ମଧ୍ୟରେ ବିଲୀନ । କାଚକେନ୍ଦୁ ପରି ନିର୍ମଳ ଜଳାଶୟରେ ଏବେ ବି ଜଳାର୍ଣ୍ଣବ ଜଗନ୍ନାଥ ମନ୍ଦିରର ଅମଳାକୀ ଓ ବିମାନ ମନରେ ସୃଷ୍ଟି କରେ ଆଈମା’ କାହାଣୀର ପାତାଳିକ ଚିତ୍ରକଳ୍ପର ଭ୍ରମ । ସାତତାଳ ପଙ୍କର ଯାଦୁଗରୀ ଅସୁରୁଣୀ ବୁଢ଼ୀର ଚୁଲିପୁରା ଜଳନ୍ତା ଗୋଡ଼ରେ ବନ୍ଧାହୋଇଥିବା ଅରୁଆ ଚାଉଳ ଖାଇ ବର୍ତ୍ତିଆସିଥିବା ଗଳ୍ପସାଗରର ମହକ ଏବେ ମଧ୍ୟ ସତେଜ ।
‘ମହୀମଣ୍ଡଳ ଗୀତା‘ର ସନ୍ଥ ଅରକ୍ଷିତ ଦାସ ଓ ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ’ର ବଳଦେବ ରଥଙ୍କ ଜନ୍ମଭୂମି ଦିଗପହଣ୍ଡି । ଖେମୁଣ୍ଡି କାଳୁଆ, ବାଙ୍କେଶ୍ୱରୀ, ଉଜ୍ଜଳେଶ୍ୱର ଓ ନାରାୟଣୀ ଦିଗପହଣ୍ଡିର ଦିଗପାଳ । ସନ୍ନ୍ୟାସୀ ଗୁମ୍ଫା ଓ ହନୁମାନ ଗୁମ୍ଫା ଅଷ୍ଟାଦଶ ଶତାବ୍ଦୀର ବଣଭୋଜି ସ୍ମୃତିପୀଠର ରୋମନ୍ଥନକାରୀ ଉପାଦାନ ।
କାବ୍ୟଭୂମି ଦିଗପହଣ୍ଡିରେ ଜନ୍ମିଛନ୍ତି ଗଦାଧର ବିଦ୍ୟାଭୂଷଣ, ବାଇନାଥ ଦ୍ୟାନବେବର୍ତ୍ତା, କାଶୀନାଥ ରାଜଗୁରୁ, ପରମେଶ୍ବର ସାମନ୍ତରାୟ, ସୋମଜାବି, କବିକୃଷ୍ଣ ଶ୍ରୀଚନ୍ଦନ, ଦାମୋଦର ପଣ୍ଡିତ, ଚକ୍ରବାକ ଚକ୍ରପାଣି ପଟ୍ଟନାୟକ, ଗୁଣ ଦର୍ପଣର ସମ୍ପାଦକ ନୀଳମଣି ବିଦ୍ୟାରତ୍ନ, କବୀ ଅନ୍ନପୂର୍ଣ୍ଣା ପଟ୍ଟନାୟକ, ରକ୍ତାକ୍ତ ମୁକ୍ତି ପାଗଳ ମୁକ୍ତିଯୋଦ୍ଧା ମଧୁସୂଦନ ମହାପାତ୍ର, ଲୌହ କାରିଗର ରଘୁନାଥ ମହାରଣା, ଶିଳ୍ପୀ ପ୍ରହ୍ଲାଦ ମହାପାତ୍ର, ପଟ୍ଟଚିତ୍ରକାର ରାଧାଗୋବିନ୍ଦ ମହାପାତ୍ର, ମଞ୍ଚ ନାଟ୍ୟକାର ଧୋବୀ ପ୍ରଧାନ, ଉଦୟନାଥ ସ୍ବାଇଁ, ଶିକ୍ଷାବିତ ନଟବର ପଟ୍ଟନାୟକ, ଏସିଆଡ ଗେମ୍’ରେ ପ୍ରଶଂସିତ ବାଘନାଟ କଳାକାର ଶ୍ୟାମସୁନ୍ଦର ମହାରଣା, ସଙ୍ଗୀତଜ୍ଞ ପି. ଉପେନ୍ଦ୍ର କୁମାର, ‘ଦିଗପହଣ୍ଡିର ଡ୍ରଇଂ ମାଷ୍ଟ୍ରେ’ ଦୀନନାଥ ପାଠୀ ଏବଂ ଅନେକ । ଏମାନଙ୍କ ମଧ୍ୟରୁ ଅନେକ ଏବେ ଫସିଲ ।
କହିବା ବାହୁଲ୍ୟ, ସ୍ବାଧୀନତାର ପରବର୍ତ୍ତୀ କାଳରେ ନବ୍ୟ ସମାଜପତିମାନଙ୍କ ଷଡ଼ଯନ୍ତ୍ରରେ କବଳିତ ଗ୍ରାମ୍ୟ ସଂସ୍କୃତିର ଉପାଦାନ ଗୁଡ଼ିକ ଦିଗପହଣ୍ଡି ପରି ଅନେକ ଗାଁରୁ ସମୂଳେ ଲୁପ୍ତ । ଯେଉଁ କେତୋଟି ଧକେଇ ହେଉଛନ୍ତି ସେମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ‘ଢୁମ୍ପା‘ ।
ମୂଳ ଲେଖା ଓ ଗବେଷଣା: ଶ୍ରୀଯୁକ୍ତ ସମରେନ୍ଦ୍ର ଦାସ
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago