ଲେଖା: ଶିଶିର ସାହୁ ମନୋଜ

ଆମସ୍ ସଟନ୍ ୧୮୩୧ ମସିହାରେ ପ୍ରଥମେ ଓଡ଼ିଆ ଵ୍ଯାକରଣ ସମ୍ବନ୍ଧୀୟ ପୁସ୍ତକ ‘Introductory Grammar of Oriya Language’ ଲେଖିଥିଲେ !

ଏଥିରେ ସେ ଆମ ଓଡ଼ିଆ ଭାଷା ଏବଂ ବଙ୍ଗାଳି ଭାଷା ମଧ୍ଯରେ ପ୍ରଭେଦ ଦର୍ଶେଇଵାକୁ ଯାଇ କହିଛନ୍ତି: “ବଙ୍ଗାଳୀ ପାଟି ଲଗେଇ ସ୍ତ୍ରୀ ଲୋକଙ୍କ ପରି ଶବ୍ଦ ଉଚ୍ଚାରଣ କଲାଵେଳେ ଓଡ଼ିଆଏ ପ୍ରତି ଶବ୍ଦକୁ ଇଂଲଣ୍ଡର ମଫସଲିଆଙ୍କ ପରି ଚୋବେଇ ଚୋବେଇ କହନ୍ତି ! ଏଥିରେ ଓଡ଼ିଆ ଭାଷାର ଲାଳିତ୍ଯ ବଢ଼େନି ସତ କିନ୍ତୁ ଉଭୟ ମଧ୍ଯରେ ପାର୍ଥକ୍ଯ ଏତେ ବଢ଼ିଯାଏ ଯେ, କୌଣସି ବଙ୍ଗାଳୀ ପକ୍ଷରେ ଓଡ଼ିଆ କହିଵା କଷ୍ଟକର ହୋଇପଡ଼େ !”

ସଟନ୍’ଙ୍କ ମତରେ ଓଡ଼ିଆ ଓ ବଙ୍ଗାଳୀ ଉଚ୍ଚାରଣ ଦୃଷ୍ଟିରୁ ଠିକ୍ ଇଂରେଜ ଓ ଫ୍ରେଞ୍ଚ ପରି ପାର୍ଥକ୍ଯଯୁକ୍ତ ଅଟନ୍ତି !

ଆଜି ଆମେ ଜାଣିଛେ ଯେ କଳିଙ୍ଗ ଲିପି ତଥା ଆମ ଓଡ଼ିଆ ଭାଷା ହେଉଛି ଉତ୍ତର ଓ ପୂର୍ଵଭାରତର ଆଦି ଲିପି ଓ ଶାସ୍ତ୍ରୀୟ ଭାଷା !

ଆମ ଓଡ଼ିଆ ଭାଷାର ଲାଳିତ୍ଯ ଏହାର  ‘ଳ’ ଓ ‘ଣ’ ବହୁଳ ଶବ୍ଦରୁ ସ୍ପଷ୍ଟ ପ୍ରମାଣିତ ହୋଇଥାଏ !

ବାକି ଉତ୍ତରଭାରତୀୟ  ତଥା ପୂର୍ବଭାରତୀୟ ବାଳପଣ ସୁଲଭ ଗୁଣ ପ୍ରଦର୍ଶନପୂର୍ବକ ‘ଳ’ ଓ ‘ଣ’  ର ଉଚ୍ଚାରଣ କରିପାରନ୍ତିନି !

ପୁଣି ପ୍ରାଚୀନ କଳିଙ୍ଗ ଗଞ୍ଜାମର କଥିତ ଓଡ଼ିଆ – ଗଞ୍ଜାମିଆ (ଗଞ୍ଜାମି + ଓଡ଼ିଆ; ଓଡ଼ିଆ ହେତୁ ଆ) ଶୈଳୀରେ ଉଚ୍ଚାରଣ ଆହୁରି ବୀରୋଚିତ ଅଟେ !

ତେବେ ସଟନ୍ ତାଙ୍କ ଵ୍ଯାକରଣ ପୁସ୍ତକରେ ଆମ ଓଡ଼ିଆ ଭାଷା ଵିଷୟରେ ଅନେକ ଭ୍ରାନ୍ତ ଧାରଣାମାନ ଉଲ୍ଲେଖ କରିଅଛନ୍ତି ଯେମିତି କି ଓଡ଼ିଆ ଭାଷାରେ ବନାନ ଅଶୁଦ୍ଧି ବହୁତ ! ଆଜି ଆମେ ଜାଣୁ ଯେ ଆମ ଓଡ଼ିଆ ଭାଷା ହେଉଛି ଭାରତର ସଂସ୍କୃତ ପରେ ସର୍ଵାଧିକ ଶୁଦ୍ଧ ଭାରୋପୀୟ ଶବ୍ଦଯୁକ୍ତ ଭାରତୀୟ ଭାଷା !

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago