ମହାମନିଷୀଗଣ

ଓଡ଼ିଆ କବିତାର ଯାଦୁଗର ଡକ୍ଟର ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ
“ଦେବଶିଶୁ ଚଳେ ନରକର ଅଭିସାରେ
ଭଗବାନ ତୁମେ ନିଦ୍ରିତ କେଉଁଠାରେ?
ନିରଞ୍ଜନ ମୁଁ ଆସିଥିଲି ପରା, ଆନନ୍ଦ ବିତରଣେ,
ବାଣ୍ଟିବି ବୋଲି ଅମୃତ ଏହି ପୃଥିବୀର କଣେ କଣେ ?”
ଡକ୍ଟର ମାୟାଧର ମାନସିଂହ । ଚଳିତ ଶତାବ୍ଦୀର ଓଡ଼ିଆ ସାହିତ୍ୟରେ ଜଣେ ଅନନ୍ୟ ସ୍ରଷ୍ଟା। କାବ୍ୟ, କବିତା, ନାଟକ, ପ୍ରବନ୍ଧ, ସମାଲୋଚନା, ଜୀବନୀ, ପାଠ୍ୟପୁସ୍ତକ ଆଦି ସାହିତ୍ୟର ବିବିଧ ବିଭାଗକୁ ନେଇ ତାଙ୍କର ସୃଷ୍ଟିଜଗତ ଗଠିତ। ଏହି ସୃଷ୍ଟିଜଗତର ପ୍ରତ୍ୟେକ ପୃଷ୍ଠା ମାନସିଂହୀୟ ସ୍ଵାତନ୍ତ୍ର୍ୟରେ ଭାସ୍ଵର। ଗତାନୁଗତିକତା ପ୍ରତି ସେ କେବଳ ନିସ୍ପୃହ ନୁହଁନ୍ତି, ଅନେକାଂଶରେ ତା’ ବିରୋଧରେ ସ୍ବର ଉତ୍ତୋଳନ ବି କରିଛନ୍ତି। ଜୀବନର ପ୍ରତ୍ୟେକ କ୍ଷେତ୍ରରେ ନିଜପାଇଁ ନୂତନ ପଥ ପ୍ରସ୍ତୁତ କରିବା ମାନସିଂହ ବ୍ୟକ୍ତିତ୍ଵର ଏକ ବିଶିଷ୍ଟ ଦିଗ ।
ପ୍ରେମକବିତାର କବି ହିସାବରେ କବି ହିସାବରେ ତାଙ୍କର ଯେତିକି ସ୍ଵୀକୃତି ରହିଛି,ତା ଅପେକ୍ଷା ଅଧିକ କିନ୍ତୁ ରହିଛି ଓଡ଼ିଆ ସାହିତ୍ୟ ପାଠକଙ୍କର ଆବଶ୍ୟକତା। ପ୍ରାଚୀନ ତଥା ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟରେ କୌଣସି କବି ନିଜର ପ୍ରେମ ଜୀବନକୁ ଏତେଟା ମାଦକଭରା ଭାଷା ଓ ଖୋଲା ହୃଦୟ ନେଇ ପ୍ରକାଶ କରିନାହାନ୍ତି। ଫଳରେ ସେ ସମୟର ଦୁର୍ଗମ ଅଞ୍ଚଳ ‘ନନ୍ଦଳା’ର ଅଭାବକ୍ଲିଷ୍ଟ ଯୁବକ ମାୟାଧର ହଠାତ୍ ଓଡ଼ିଶାର କେବଳ ଯେ ଜଣେ ବିଶିଷ୍ଟ କବି ହୋଇଗଲେ ନୁହେଁ, ନୂତନ ପୀଢ଼ି ପାଠକର ହୃଦୟ ସିଂହାସନରେ ଏକେଶ୍ଵର ହୋଇ ବିରାଜିତ ହେଲେ।
ଓଡ଼ିଆ ପାଠକମାନଙ୍କର ଅଜସ୍ର ଶ୍ରଦ୍ଧା ଫଳରେ ମାୟାଧର ମାନସିଂହ କବି ଭାବରେ ପରିଚିତ ଓ ପ୍ରତିଷ୍ଠିତ ହୋଇଛନ୍ତି ସତ୍ୟ; କିନ୍ତୁ ଏକ ନିର୍ଦ୍ଦିଷ୍ଟ ଭାବର କବିତା ଉପରେ ଅତ୍ୟଧିକ ଗୁରୁତ୍ଵ ଆରୋପ କରିବା ଫଳରେ, ତାଙ୍କର ଅନ୍ୟାନ୍ୟ ଭାବଧାରାର କବିତା ଗୁଡ଼ିକ ଅବହେଳାର ଶରବ୍ୟ ହୋଇଛି। ଅତ଼଼ଃ ଏ ଭଳି ଜଣେ ପ୍ରଥିତଯଶା ସାହିତ୍ୟକାରଙ୍କର ସୃଷ୍ଟି ବୈଚିତ୍ର୍ୟ ପାଠକ ଦୃଷ୍ଟିରେ ଧରାପଡିନାହିଁ। ମାନସିଂହଙ୍କ କବିତା ର ମୂଳଭିତ୍ତି ହେଲା ଇହଜଗତ ପ୍ରତି ତାଙ୍କର ଆସକ୍ତି, ମାନବପ୍ରୀତି, ଦେଶପ୍ରୀତି , ରୂପପ୍ରୀତି, ସତ୍ୟ-ଶିବ-ସୁନ୍ଦରର ଆରାଧନା।
ଓଡ଼ିଆ ସାହିତ୍ୟରେ ପ୍ରଥମ ସନେଟ୍ ‘କ୍ରୁଶ’ ଏକଶତ ସନେଟର ସମାହାର, ଯାହା ଆଧିଭୌତିକ ଚେତନାରେ ପ୍ରତିଫଳିତ। ‘ସିନ୍ଧୁ ଓ ବିନ୍ଦୁ’ ଦାର୍ଶନିକ ଚିନ୍ତନର ପରିପ୍ରକାଶ। ତାଙ୍କର ସୃଷ୍ଟିଜଗତ ଭିନ୍ନ ଭିନ୍ନ କଳ୍ପନା, ଭାବନା, ଦହନ, ଭାରତୀୟ ଧର୍ମଦର୍ଶନର ସ୍ଵାକ୍ଷର ବହନକରେ
ଓଡ଼ିଆ ସାହିତ୍ୟର ଚିନ୍ତାନାୟକ, କବିତାର ଯାଦୁଗର, ସମାଲୋଚକ, ପ୍ରାବନ୍ଧିକ, ବିଶିଷ୍ଟ ଶିକ୍ଷାବିତ ମାୟାଧର ମାନସିଂହଙ୍କ ଅସଲ ପରିଚୟ ଏବେ ମଧ୍ୟ ଅନେକ ମାତ୍ରାରେ ଅନୁଦ୍ଘାଟିତ
ଆଜି ଓଡ଼ିଶାର ଏହି ମହାନ୍ ବ୍ୟକ୍ତିତ୍ଵ ତଥା ସାହିତ୍ୟରଥୀଙ୍କୁ ଆମେ ଓଡ଼ିଆ ଭକ୍ତିପୂତ ପ୍ରଣାମ ଜଣାଉଛି ଓ ଆଶା କରୁଛି ମାୟାଧର ମାନସିଂହ ଆଉଥରେ ଧରାବତରଣ କରନ୍ତୁ, ଯାହା ଫଳରେ ଆମର ସାହିତ୍ୟ ହେବ ଆହୁରି ରୁଦ୍ଧିମନ୍ତ, ଆମ ଶୂନ୍ୟତାର ବିଲୋପ ଘଟିବ ।
ସେଇ ଅନନ୍ୟ ସ୍ରଷ୍ଟା ୧୯୦୫ ମସିହା ନଭେମ୍ବର ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୯୭୩ ମସିହା ଅକ୍ଟୋବର ୧୧ ତାରିଖରେ ଇହଲୀଳା ସମ୍ବରଣ କରିଥିଲେ । ସେଇ ମହାନ ସାହିତ୍ୟରଥୀଙ୍କୁ ଅନ୍ତରଙ୍ଗ କଳିଙ୍ଗର ଶତ ଶତ ଦଣ୍ଡବତ ।
Spread the love
admin

View Comments

  • ମାନସିଂହୀୟ ସାହିତ୍ୟ ସ୍ଵତନ୍ତ୍ର । ପ୍ରେମିକ କବି ବୋଲି ସମ୍ବୋଧନ କରି ଆମେ ସମସ୍ତେ ସଂକୁଚିତ କରି ଦେଇଛନ୍ତି ତାଂକୁ । ତାଂକ ସାହିତ୍ୟର ମୂଲ୍ୟାୟନ ହୋଇ ନାହିଁ ଏ ପର୍ଯ୍ୟନ୍ତ , ଏହାହିଁ ସାଧାରଣ ଲୋକଙ୍କ ମନରୁ ଦୂର କରିବା ଉଚିତ ।

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago