ଲେଖା: ଦେଵ ତ୍ରିପାଠୀ

ସବୁଜ ଅରଣ୍ୟାନି ଘେରା ଭିଜାମାଟିର ବାସ୍ନାରେ ବିଭୋର ଶାନ୍ତ ଶୀତଳ ଛାୟାଚ୍ଛନ୍ନ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଆଠମଲ୍ଲିକ ! ଏଠି ନଭଶ୍ଚୁମ୍ଭୀ ବୃକ୍ଷରାଜି, କୁଳୁକୁଳୁ ସୁରରେ ପ୍ରବହମାନ ଝରଣାର ଝଙ୍କାର, ବନ୍ୟପଶୁ, ପକ୍ଷୀର କୂଜନ, ସ୍ନିଗ୍ଧ ପରିବେଶ ଏକଦା ପାଲଟି ଯାଇଥିଲା ସରଳ ନିଷ୍କପଟ ମଣିଷର ଘର ! ଏବେ ମଣିଷର ସର୍ବଗ୍ରାସୀ ଭୋକ ପାଇଁ ସେସବୁ ପ୍ରାଣହୀନ !

ତଥାପି ଢେଙ୍କାନାଳରୁ ଯିବା ରାସ୍ତାରେ ଯାତ୍ରୀଙ୍କୁ ବେଶ୍ ବିମୋହିତ କରି ରଖିପାରେ ଆଠମଲ୍ଲିକର ସେଇ ସବୁଜ ଅରଣ୍ୟାନିର ଶୋଭାଶ୍ରୀ ! ଘାଟିରାସ୍ତା ଅତିକ୍ରମ ବେଳେ ଯାତ୍ରୀର ମନରେ ଥାଏ ଘୋର ସଂଶୟ, ତଳେ ଝରଣା ! ବିସ୍ତୃତ ପର୍ବତରାଶି କିନ୍ତୁ ତୋରଣ ପରି ଅତିଥିମାନଙ୍କୁ ସ୍ବାଗତ ଜଣାଏ ଐତିହାସିକ ଗଡ଼ଜାତ ଆଠମଲ୍ଲିକର ଦ୍ୱାରଦେଶରେ !

ଆଜି କାଳର ଆଘାତରେ ସିନା ଆଠମଲ୍ଲିକର ଆଭା ଅସ୍ତମିତ, କିନ୍ତୁ ବହୁ ଇତିହାସର ସାକ୍ଷୀ ଏ ଗଡ଼ଜାତ ଥିଲା ଦୁର୍ଗମ ଅରଣ୍ୟରେ ଭରା ! ତେଣୁ ରାଜ୍ୟର ସୁବିଧା ପାଇଁ, ସୁରକ୍ଷା ପାଇଁ, କର ଆଦାୟ ପାଇଁ ପ୍ରଜାମନସ୍କ ରାଜାମାନେ ନିଯୁକ୍ତି ଦେଇଥିଲେ ଆଠଜଣ ମଲ୍ଲଙ୍କୁ । ସେଇ ମଲ୍ଲମାନେ ଯେ ପ୍ରତାପୀ କ୍ଷତ୍ରିୟ ମଲ୍ଲିକ ବଂଶୀୟ ହୋଇଥିବାରୁ ଗଡ଼ଜାତର ନାମ ହୋଇଥିଲା ଆଠମଲ୍ଲିକ !

Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago