ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ


कश्यपोत्रिर्भरद्वाजो विश्वामित्रोथ गौतमः।
जमदग्निर्वसिष्ठश्च सप्तैते ऋषयः स्मृताः॥
दहन्तु पापं सर्व गृह्नन्त्वर्ध्यं नमो नमः’॥

ଓଡିଶାର ପର୍ବପର୍ବାଣି ମଧ୍ୟରେ ଋଷି ପଞ୍ଚମୀ ଅନ୍ୟତମ। ଏହା ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥରେ ପାଳନ କରାଯାଏ।


ଋଷି ପଞ୍ଚମୀ ବ୍ରତଟି ବିଶେଷଭାବେ ରଜରହିତ ନାରୀମାନେ ଋଷି ଆଶୀର୍ବାଦରେ  ରଜ ଦୋଷରୁ ମୁକ୍ତି ପାଇ ମୋକ୍ଷଲାଭ ନିମନ୍ତେ ପାଳନ କରନ୍ତି। ମାର୍କଣ୍ଡ ପୁରାଣ ଅନୁସାରେ ନାରୀମାନେ ସଂକ୍ରାନ୍ତି, ଗ୍ରହଣ, ପରାଗ, ଦେବାଳୟ, ରୋଷଘରରେ ଅଜ୍ଞାତ ବେଳେ ବେଳେ ରଜ୍ବଶୀଳା ହୋଇଥାଅନ୍ତି। ଏଥିରେ ନିଜସ୍ଵ ଦୋଷ ନଥିଲେ ବି ମହାପାତକ ଦୋଷ ମଣାଯାଏ। ଯେତେବେଳେ ରଜ ସ୍ଖଳନ ବନ୍ଦ ହୁଏ। ତା ତୃତୀୟ ବର୍ଷ ପରେ ଏହି ବ୍ରତ ପାଳନ ବିଧେୟ।


ଏଥିରେ ସାତଋଷି  କଶ୍ୟପ, ଅତ୍ରି, ଭରଦ୍ୱାଜ, ବିଶ୍ୱାମିତ୍ର, ଗୌତମ, ଯମଦଗ୍ନି ଓ ବଶିଷ୍ଠଙ୍କୁ ପୂଜା କରାଯାଇଥାଏ। ମୂର୍ତ୍ତିକା ଅବା ସୁବର୍ଣ୍ଣ ଆଦି ଧାତୁରେ ସାତ ଋଷିଙ୍କୁ ନିର୍ମାଣ କରି ପକ୍ୱଫଳ ଓ କ୍ଷୀର ଭୋଗ ପରସାଯାଏ। ବ୍ରତ କଥା ଶୁଣି ଫଳଆହାର କରି ଓଡ଼ିଆ ନାରୀ ତିନି ଦିନର ଉପାସ (ବାଲି ତୃତୀୟା, ଗଣେଶ ଚଉଠି, ଋଷି ପଞ୍ଚମୀ) ଭାଙ୍ଗି ଥାଆନ୍ତି।


Rushi Panchami is a festival where odia women worship saptarshi saints (Kashyapa, Atri, Bharadwaja, Biswamitra, Goutama, Jamadagni and Bashistha)

ଏହି ଦିନ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀ ପାଳନ କରନ୍ତି। ସକାଳ ଧୂପ ସରିଲା ପରେ ଶ୍ରୀଦେବୀ ନିଜେ ଏକ ପାଲିଙ୍କିରେ ବସି ମାର୍କଣ୍ଡ ପୋଖରୀକୁ ବିଜେ ହୁଅନ୍ତି। ସେଠି ମା’ଙ୍କ ମାଜଣା ହୁଏ। ତା’ପରେ ବରୁଣ ପୂଜାଦି ପରେ ନିଜେ ଶ୍ରୀଦେବୀଙ୍କ ଦ୍ୱାରା ଏହି ସପ୍ତର୍ଷିଙ୍କୁ ନୈବେଦ୍ୟରେ ପକ୍ୱଫଳ ଦିଆଯାଏ। ମା’ ନିଜେ ବ୍ରତ କଥା ସେଠି ଶୁଣନ୍ତି।

ଚିତ୍ର: ସୁନିତା (ପାରଳାଖେମୁଣ୍ଡି)

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago