ଲେଖା: ବିକାଶ ବେହେରା
~ ଋଷିପଡା ~
ରହସ୍ୟାବୃତହୋଇ ରହିଛି ଋଷିଧର ପାହାଡ଼ ପ୍ରାଚୀନ ଗୁମ୍ଫାର ଷୋଳ ଗମ୍ଭୀରା ! ନିର୍ଜନ ରାତିରେ ଶୁଭେ ଶବ୍ଦ ! ଭୀମକୁଣ୍ଡରେ କେବେ ସୁଖେନି ଜଳ ଅବହେଳିତ ପ୍ରାଚୀନଗୁମ୍ଫା !
କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ପ୍ରାଚୀନ ସିଂହଗଡ଼ ବା ଋଷିପଡା ଗଡ଼ରେ ରହସ୍ୟାବୃତ ଭାବେ ରହିଛି ଷୋଳ ଗମ୍ଭୀରା ପ୍ରାଚୀନ ଐତିହାସିକ ଗୁମ୍ପା ଏବଂ ଗୋପୀନାଥ ମଠ ମନ୍ଦିର !
ସୂଚନାରୁ ପ୍ରକାଶ ଯେ 1292ରୁ 1333 ମସିହା ମଧ୍ୟରେ ଋଷିପଡା ଏକ ସିଂହଗଡ଼ ଭାବେ ପରିଚିତ ଥିଲା। 1473 ମସିହାରେ ବର୍ଗୀ ଡ଼ାହଳସେନ ସିଂହଗଡ଼ ଶାସକ କାମକେଶରୀ ସବଂଶେ ନିପାତ କରିଥିଲେ।
ସିଂହଗଡ଼ ପରେ ଋଷିପଡା ହୋଇଛି। ଏହି ଋଷିପଡା ଗ୍ରାମ ନିକଟରେ ରହିଛି ପ୍ରାଚୀନ ଐତିହାସିକ କୀର୍ତ୍ତରାଜି ଋଷିଧର ପାହାଡ଼ ଓ ଗୁମ୍ଫା କିମ୍ବଦନ୍ତୀରୁ ଜଣାପଡ଼େ ପ୍ରାଚୀନ କାଳରେ ଏଠାରେ ବହୁ ମୁନିଋଷି ରହୁଥିଲେ ସେଥିପାଇଁ ଏହାର ନାମ ଋଷିପଡା ପାହାଡ଼ ଗୁମ୍ପା ହୋଇଥିବା ବେଳେ ଗ୍ରାମର ନାମ ଋଷିପଡା ହୋଇଛି।
ସେହିପରି ରାଜୁଡ଼ା ଶାସନ ସମୟରେ ଶତ୍ରୁପକ୍ଷର ଗତିବିଧି ଜାଣିବା ପାଇଁ ଏହି ପାହାଡ଼ ଉପରେ ସୈନ୍ୟ ମାନେ ପ୍ରହରା ଦେଉଥିଲେ। ଏହି ପାହାଡ ଉପରେ ପ୍ରାୟ 70 ରୁ 100 ଫୁଟ ଉଚ୍ଚର ବିଶାଳ ପଥର ଆକାଶକୁ ଅନାଇଁ ରହିଥିବା ବେଳେ ଏହା ମଧ୍ୟରେ ରହିଛି ଏକ ପ୍ରାଚୀନ ଗୁମ୍ପା ଯାହାକି ଆଜି ମଧ୍ୟ ରହସ୍ୟାବୃତ ଭାବେ ରହିଛି।
ଏହା ମଧ୍ୟରେ 16ଟି ଗୁମ୍ପା ରହିଥିବାରୁ ଏହାକୁ ଷୋଳ ଗମ୍ଭୀରା ବୋଲି କୁହାଯାଏ। ଚାରୋଟି ଗୁମ୍ଫା ପର୍ଯ୍ୟନ୍ତ କିଛି ଲୋକ ଯାଇଥିବା ବେଳେ ଆଉ ତା ଆଗକୁ ଆଜି ପର୍ଯ୍ୟନ୍ତ କେହି ଯାଇ ପାରି ନାହାନ୍ତି। ଭିତରେ କଣ ଅଛି ଆଜି ବି ତାହା ରହସ୍ୟାବୃତ ହୋଇ ରହିଛି ବିଭିନ୍ନ ସରୀସୃପଙ୍କ ଆଡ୍ଡାସ୍ଥଳୀ ହୋଇ ରହିଛି ଏହି ସ୍ଥାନଟି। ଏବେବି ଲୋକ କୁହନ୍ତି ନିର୍ଜନ ରାତିରେ ଖୋଳ, ତାଳ, ଝାଞ୍ଜର ଶବ୍ଦ ଶୁଣାଯାଏ।
ଆଗରୁ ଏଠାରେ ବହୁ ମୁନିଋଷି ରହୁଥିବା ପାହାଡ଼ ଉପରେ ମଧ୍ୟ ଗୋପୀନାଥ ମଠ ରହିଛି। ଯାହାକି ଆଜି ଜରାଜୀର୍ଣ୍ଣ ହୋଇ ବିଲୁପ୍ତ ଅବସ୍ଥାରେ ରହିଛି। ପାହାଡ଼ ଉପରେ ମନ୍ଦିର, କୂଅ, ବଗିଚା ସହିତ ମଠ ରହିଥିଲା ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ଏହି ମଠମନ୍ଦିରଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ଯାହା ଫଳରେ କିଛି ବର୍ଷ ହେବ ପାହାଡ଼ ତଳେ ନୂତନ ମନ୍ଦିରରେ ଗୋପୀନାଥ ଜିୟୁ ରହୁଥିବା ବେଳେ ସେ ମନ୍ଦିର ମଧ୍ୟ ଭାଙ୍ଗି ଛାତରୁ ପାଣି ଗଳୁଛି।
ଏକ ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ପାଣ୍ଡଵ ମାନଙ୍କ ଅଜ୍ଞାତବାସ ସମୟରେ ଏହି ବାଟ ଦେଇ ଯାଉଥିବା ସମୟରେ ଭୀମ ଏଠାରେ ପାଣି ପିଇ ଶୋଷ ମେଣ୍ଟାଇଥିଲେ। ପାହାଡ଼ ଉପରେ ଥିବା ବିରାଟ ପଥର ଉପରେ ଭୀମ ଆଣ୍ଠୁମାଡ଼ି ଥିବାରୁ ପଥର ଦବି ଯାଇଥିଲା ଯାହା ଫଳରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା ଯାହାକି ଭୀମକୁଣ୍ଡ ନାମରେ ପରିଚିତ ହୋଇଛି। ପାହାଡ଼ ଉପରେ ବିରାଟ ପଥରରେ ରହିଛି ଏହି କୁଣ୍ଡ ଯେଉଁଥିରେ କି କେତେ ପାଣି ଅଛି ଆଜି ପର୍ଯ୍ୟନ୍ତ କେହି କଳନା କରି ନାହାଁନ୍ତି। ମାତ୍ର ଖରା ବର୍ଷା ଶୀତ ବର୍ଷର ସବୁଦିନ ଏଠାରେ ପାଣି ସେମିତି ରହିଥାଏ ଯାହା କେବିବି ସୁଖେନି ସବୁଥାଇ ମଧ୍ୟ ଆଜିବି ଏହି ଐତିହାସିକ ସ୍ଥାନଟି ଚିର ଅବହେଳିତ ଅବସ୍ଥାରେ ରହିଛି। ପର୍ଯ୍ୟଟନ ସ୍ଥଳୀ ତ ଦୂରର କଥା ଆଜି ପର୍ଯ୍ୟନ୍ତ ଏହି ସ୍ଥାନକୁ ଯିବାପାଇଁ ପାହାଚ ଟିଏ ନାହିଁ। ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ କିଛି ପାହାଚ ନିର୍ମାଣ ହୋଇଛି। କିନ୍ତୁ ଆଉ କୌଣସି କାର୍ଯ୍ୟ ହୋଇ ନାହିଁ।
ଚିର ଅବହେଳିତ ହୋଇ ରହିଛି ଏହି ପୀଠ ସେହିପରି ଜବରଦଖଲ ରେ ରହିଛି ଅନେକ ଅଞ୍ଚଳ ଲୋକମାନେ ଏହି ପାହାଡର କିଛି ଅଞ୍ଚଳ କୁ ଜବରଦଖଲ କରିଥିବା ଅଭିଯୋଗ ହୋଇଛି।
ଅନ୍ୟ ପକ୍ଷରେ ପତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏହି ଗୁମ୍ଫାରେ କଣ ରହିଛି ଏହାର ଅନୁସନ୍ଧାନ କରାଗଲେ ବହୁ ଲୁକ୍କାୟିତ ତଥ୍ୟ ପଦାକୁ ଆସିପାରନ୍ତା। ସେହିପରି ଏହି ପାହାଡ଼କୁ ଲାଗିରହିଛି ଅଞ୍ଚଳର ପ୍ରତ୍ୟକ୍ଷ ଦେବୀ ଭାବେ ପରିଚିତ ଭାବେ ପରିଚିତ ବଗଳାମୁଖୀ ମନ୍ଦିର ସେହି ମନ୍ଦିରଟି ମଧ୍ୟ ଚିର ଅବହେଳିତ ଅବସ୍ଥାରେ ରହିଛି।
କଟକରୁ ଆଠଗଡ଼ ଦେଇ ଋଷିପଡା ଛକ ହରିପୁର ଦେଇ ଗଲେ ଏହି ସ୍ଥାନଟି ପଡ଼ିବ କଟକରୁ ଏହି ସ୍ଥାନର ଦୂରତା 110 କିଲୋମିଟର ଦୂର ହୋଇଥିବା ବେଳେ ଅନୁଗୁଳରୁ 70 ଢେଙ୍କାନାଳରୁ 65 ନୟାଗଡ଼ରୁ 50 କିଲୋମିଟର ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

4 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago