ଲେଖା: ବନ୍ଧନ ଦଳାଇ

ଯାତ୍ରା-ମହୋତ୍ସବ ଓ ପର୍ବପର୍ବାଣି ଅନୁଷ୍ଠାନ ମଧ୍ୟରେ ଯେ କୌଣସି ଜାତିର ଜାତୀୟଜୀବନ ଚିତ୍ର ପ୍ରତିଫଳିତ ହୁଏ, ଏବଂ ଏହାକୁ ଭିତ୍ତି କରି ଗଢିଉଠେ ପରମ୍ପରା, ଯାହାର ନିର୍ଯ୍ୟାସକୁ ନେଇ ସଂସ୍କୃତିରୂପ ଗ୍ରହଣ କରେ। ସେହି ଦୃଷ୍ଟିରୁ ବିଚାର କଲେ ଭାଦ୍ରବ ମାସରେ ଅନୁଷ୍ଠିତ ହେଉଥିବା ମା’ମଙ୍ଗଳାଙ୍କ ଖୁଦୁରୁକୁଣି ଓଷା। ଏହି ଓଷାର ଅନ୍ତରାଳରେ ଜଡିତ ଅଛି ଧର୍ମବିଶ୍ୱାସ, ଲୋକାଚାର ଓ ପରମ୍ପରା।

ଏହି ଓଷା ପାଳନର ପଶ୍ଚାତରେ ଓଡିଆ ମାନଙ୍କ ଧାର୍ମିକ ଜୀବନ ହିଁ ପ୍ରତିଫଳିତ। ଖୁଦୁରୁକୁଣି ଓଷା ଓଡିଶାର ଗୌରବମୟ ନୌବାଣିଜ୍ୟ ଓ ବୀର ସାଧବର ଅମ୍ଲାନ ମୂକସାକ୍ଷୀ। ନୌବାଣିଜ୍ୟ କ୍ଷେତ୍ରରେ ଉତ୍କଳୀୟମାନେ ଥିଲେ ବେଶ ଗୌରବର ଅଧିକାରୀ। ଓଡ଼ିଶା ବାହାରେ ଏହି ସାଧବ ମାନେ ଜାଭା, ସୁମାତ୍ରା, ବାର୍ଲି, ବୋର୍ଣ୍ଣିଓ ଆଦି ଦ୍ୱୀପରେ ବାଣିଜ୍ୟ କରି ଅତୀତରେ ଓଡିଶାକୁ ସମୃଦ୍ଧିଶାଳୀ କରିଥିଲେ।

ବୋଇତ ସମୁଦ୍ରରେ ଭାସିଯିବା ପୂର୍ବରୁ ସାଧବାଣୀ ଓ କୂଳନାରୀଗଣ ମଙ୍ଗରେ ସ୍ଥାପିତ ହୋଇଥିବା ମଙ୍ଗଳାଙ୍କୁ ପୂଜାର୍ଚନା କରି ସାଧବ ମୁଣ୍ଡରେ ପୂଜା ଦୂବ, ଅରୁଆଚାଉଳ ପକାଇ ମସ୍ତକରେ ମଙ୍ଗଳାଙ୍କ ସିନ୍ଦୂର ଲଗାଇ ମଙ୍ଗଳ ମନାସି ଶୁଭ ଯାତ୍ରା କରୁଥିଲେ।



ବ୍ୟବସାୟରୁ ଫେରିବା ସମୟରେ ବିଦେଶରେ ମିଳୁଥିବା ବହୁ ବିଚିତ୍ର ପଦାର୍ଥ ସଙ୍ଗରେ ଆଣି ସମୁଦ୍ରର ନୀଳଢେଉରେ ସେମାନଙ୍କର ବାଣିଜ୍ୟ ପୋତ ମେଲି ଦେଉଥିଲେ।ଅତୀତର ସେହି ଗୌରବାବହ ଦିନଗୁଡିକ ଆଜି ସମ୍ପୂର୍ଣ ବିଲୁପ୍ତ ତଥାପି ଏହି ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଏବେ ମଧ୍ୟ ଏହି ସାଧବ ଚରିତ ଖୁଦୁରୁକୁଣୀ ଓଷା ପାଳନ ହୋଇ ଆସୁଛି।


ରୌପ୍ୟ ନଗରୀ କଟକ ସହରର ଚାଉଳିଆଗଞ୍ଜ ଅଞ୍ଚଳରେ ଆଜି ମଧ୍ୟ ଉତ୍କଳୀୟ ସାଧବ ଗଣଙ୍କ ସ୍ମୃତିକୁ ଚିର ଅମ୍ଲାନ ରଖିବା ପାଇଁ ବହ୍ୱାଡମ୍ବରରେ ଅନୁଷ୍ଠିତ ହେଉଛି ମା’ମଙ୍ଗଳାଙ୍କ ଖୁଦୁରୁକୁଣୀ ଓଷା।ଭାଦ୍ରବ ଆସିଲେ ଚଳଚଞ୍ଚଳ ହୋଇଉଠେ ଚାଉଳିଆଗଞ୍ଜ ଅଞ୍ଚଳ। ଘରେ ଘରେ ଆନନ୍ଦର ଲହରୀ ଖେଳିଉଠେ। ପ୍ରତି ରବିବାର ନରନାରୀଙ୍କର ଉତ୍ସାହ, ଉଦ୍ଦୀପନା, କୋଳାହଳରେ କମ୍ପିଉଠେ। ହୁଳହୁଳି ନାଦରେ କମ୍ପିଉଠେ କଟକ ନଗରର ଐତିହ୍ୟ ସମ୍ପନ୍ନ ଅଞ୍ଚଳ ଚାଉଳିଆଗଞ୍ଜ।

ମାଟିରେ ନିର୍ମିତ ସୁଉଚ୍ଚ ପ୍ରତିମା କରାଯାଇ ନିଜର ଭକ୍ତି ନୈବେଦ୍ୟ ଅର୍ପଣ କରି ଏଠାରେ ପୂଜାର୍ଚନା କରାଯାଏ। ସମୁଦାୟ ଅଠରଟି ତୋରଣଯୁକ୍ତ ମା’ଙ୍କ ପ୍ରତିମା ଏଠାରେ ସ୍ଥାନ ପାଇଥାଏ, ଯାହା ସମଗ୍ର ଓଡିଶାରେ ବିରଳ। ହର୍ଷୋଲ୍ଲାସରେ ସମସ୍ତେ ମସଗୁଲ୍ ହୋଇଉଠନ୍ତି, ଏବଂ ଯୁବଗୋଷ୍ଠୀଙ୍କ କଥା ତ କହିଲେ ନସରେ !

ବହୁ ଆଡମ୍ବରରେ ମା’ଙ୍କ ଆବାହନ କରି ଏମାନେ ମା’ଙ୍କୁ ମେଲାଣି ମଧ୍ୟ ଅତ୍ୟନ୍ତ ଧୁମଧାମରେ କରିଥାନ୍ତି, ଯାହା କି “ଚାଉଳିଆଗଞ୍ଜ ଭାଲୁକୁଣି ମେଲଣ” ଭାବେ ପ୍ରସିଦ୍ଧ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago