ଆମ ଖାଦ୍ୟ

ଆମ ଓଡ଼ିଆ ମିଠା ମଗଜିଲଡୁ

ଲେଖା: ଦେଵ ତ୍ରିପାଠୀ
ଖାଦ୍ୟ ! ପୁନଶ୍ଚ ଭିନ୍ନ ଓ ସ୍ବାଦିଷ୍ଟ ! କାହାର ବା ଲୋଭ ନ ହେବ ! ଯେଉଁଠି ଖାଦ୍ୟ ସ୍ବାଦିଷ୍ଟ, ସେଇଠି ତୃପ୍ତି ଓ ଆନନ୍ଦ । ସେ ବର୍ଷାଦିନିଆ ଉଷୁମ ମୁଢ଼ି ହେଉ କି ଜେଜେ ମା’ର ବେସରଦିଆ ଆମ୍ବୁଲପକା ଚୁନାମାଛ, ତା’ର ଯେଉଁ ବାସ୍ନା ଆଉ ସୁଆଦ . .  ମନପ୍ରାଣ ମହକାଇ ଦିଏ !
ସହଜେ ତ ଆମେ ଓଡିଆଏ ଖାଦ୍ୟପ୍ରିୟ – ଆମ ବଡ଼ଠାକୁରଙ୍କ ପରି ! ଆମେ ସବୁବେଳେ ଖୋଜୁ ନୂଆ ସୁଆଦ, ନୂଆ ଖାଦ୍ୟ । ସେ କେନ୍ଦ୍ରାପଡ଼ା ରସାବଳି ହେଉ କି କଳାହାଣ୍ଡିର କଳାକନ୍ଦ, ଢେଙ୍କାନାଳ ବରା ହେଉ କି ଭଦ୍ରକର ପାଳୁଅଲଡୁ, ନୟାଗଡ଼ ଛେନାପୋଡ଼ କି କଟକର ଦହିବରା, ପଶ୍ଚିମଓଡ଼ିଶାର କରଡ଼ି ହେଉ କି ବ୍ରହ୍ମପୁରର ଦୋସାସମ୍ବର, ବାରିପଦା ମୁଢ଼ିମାଂସ କି ପୁରୀର ରାବିଡି – ନିଆରା ସୁଆଦ । ଆମେ ଯୁଆଡେ ଯାଉ ସେ ଫଳ ଖାଉ ।
ଢେଙ୍କାନାଳ କହିଲେ ଆମେ ପ୍ରାୟତଃ ଢେଙ୍କାନାଳ ବରା କଥା ହିଁ ଭାବିଥାଉ, ମାତ୍ର ଢେଙ୍କାନାଳବାସୀ ଯେ ଆମ ପାଇଁ ସମର୍ପିଛନ୍ତି ଏକ ଅତି ସୁଆଦିଆ ସୁନ୍ଦରିଆ ମିଠା – ମଗଜି ଲଡୁ । ଏ ମିଠା ଅନ୍ୟାନ୍ୟ ମିଠାପରି ଅତ୍ୟନ୍ତ ଲୋକପ୍ରିୟ ନ ହେଲେ ମଧ୍ୟ ଓଡ଼ିଆ ମିଠା ଜଗତରେ ସୃଷ୍ଟି କରିପାରିଛି ଏକ ସ୍ବତନ୍ତ୍ର ସ୍ଥାନ । ଢେଙ୍କାନାଳରୁ ବାହାରି ପାବନକ୍ଷେତ୍ର କପିଳାସ ପାର ହେବା ପରେ ଆସେ ଗଁଦିଆ ଗାଁ । କିଛି ବାଟ ଆଗକୁ  ଯାଇ ମନ୍ଦରା ଗାଁ ଟପିଗଲେ ଆମେ ପାଉ ନିଳକଣ୍ଠପୁର ଗ୍ରାମରେ ଶହୀଦ ବାଜିରାଉତଙ୍କ ଜାଜ୍ଜ୍ୱଲ୍ୟମାନ ସ୍ମୃତିପୀଠ । ଏହି ଗଁଦିଆର ବଜାରରେ ଆମେ ପାଇପାରିବା ନଡିଆକୋରା ପରି ଦେଖାଯାଉଥିବା ଧଳା ଧଳା ଲଡୁ – ଆମ ଓଡ଼ିଆ ମିଠା ମଗଜିଲଡୁ ।
ଗଁଦିଆ ଅଞ୍ଚଳବାସୀ ମୁଖ୍ୟତଃ କୃଷିଜୀବି ଏବଂ ଗୋସମ୍ପଦର ଅଧିକାରୀ । ଉତ୍ପାଦିତ କ୍ଷୀରର ପ୍ରାବଲ୍ୟରୁ ହିଁ ଏହି ଲଡୁ ତିଆରିର ପ୍ରେରଣା ପାଇଥିଲେ ସ୍ବର୍ଗତ ବୁଧିମନ୍ତ ସାହୁ । ବଳିପଡୁଥିବା କ୍ଷୀରରୁ ଛେନା ଛଡାଇ ସେଥିରେ ଲଡୁ ତିଆରି ଆରମ୍ଭ କରିଥିଲେ ସ୍ବର୍ଗତ ସାହୁ, ପ୍ରାୟ ଅଶୀବର୍ଷ ପୂର୍ବରୁ । ଦୂରଦୃଷ୍ଟିସମ୍ପନ୍ନ ବୁଧିମନ୍ତଙ୍କ ମଗଜି ଲଡୁ ଢେଙ୍କାନାଳ ଜିଲ୍ଲାର ସୀମାସରହଦ ଟପି ଆଜି ପରିବ୍ୟାପ୍ତ ଦେଶର କେତେ କେତେ ମହାନଗରୀରେ ।
ନିଆରା ସୁଆଦ ପରି ଏଇ ଲଡୁର ପ୍ରସ୍ତୁତି ମଧ୍ୟ ନିଆରା । ପ୍ରଥମେ କ୍ଷୀର ଛେନା ଛଡାଇ ତାକୁ ଚିପୁଡି ଶୁଖାଇ ଦିଆଯାଏ । ଶୁଖିଲା ଛେନାରେ ଚିନି ମିଶାଇ ସେ ମିଶ୍ରଣକୁ ପିତଳ କଡ଼େଇରେ କାଠ ଚୁଲିରେ ବସାଯାଏ । ଛେନା ଓ ଚିନି ପାଗ ହୋଇ ଅଠାଳିଆ ହୋଇଗଲା ପରେ ଚୁଲିରୁ ଓହ୍ଲାଇ ସେଥିରେ ଗୁଜୁରାତି, ଅଳେଇଚ ମିଶାଇ ଥଣ୍ଡା କରାଯାଏ । ଥଣ୍ଡା ହେଲାପରେ ପୁଣି ମିଶ୍ରଣକୁ ଗୁଣ୍ଡ କରି ତାକୁ ଲଡୁ ଆକାରରେ ବଳାଯାଏ । ଚିନି ଓ ଛେନା ପ୍ରାୟତଃ ୩ : ୫ ଅନୁପାତରେ ମିଶାଯାଇଥାଏ ।
ଆମ ଓଡ଼ିଆ ମିଠା ମଗଜିଲଡୁ ଆଜି ରାଜ୍ୟର ବହୁ ଅଞ୍ଚଳରେ ଓଡ଼ିଆଙ୍କ ପ୍ରିୟଭାଜନ ହୋଇପାରିଛି । ଓଡିଆ ଅଣଓଡ଼ିଆ ସମସ୍ତ ପ୍ରକାରର ମିଠାର କେନ୍ଦ୍ର କୁହାଯାଉଥିବା କଟକରେ ମଧ୍ୟ ଏ ଲଡୁ ପ୍ରସ୍ତୁତ ହେଉଛି । ରାଜ୍ୟର ଭିନ୍ନ ଭିନ୍ନ ଜାଗାରେ ଏହି ଲଡୁ ପ୍ରସ୍ତୁତ ହେଉଥିଲେ ମଧ୍ୟ ସ୍ବାଦ ଓ ରଙ୍ଗ ବାବଦରେ ସେସବୁ ଢ଼େଙ୍କାନାଳର ମଗଜି ଲଡୁଠାରୁ ବାରି ହୋଇ ଯା’ନ୍ତି । ବୋଧହୁଏ ସେଥିପାଇଁ ଢେଙ୍କାନାଳର ଏଇ ସ୍ବତନ୍ତ୍ର ଲଡୁ ଆଜି ଦୂରରାଜ୍ୟରେ ପରିବ୍ୟାପ୍ତ ଓ ପରିଚିତ । ଢେଙ୍କାନାଳର ମିଠା ବ୍ୟବସାୟୀ ଆଜି ଏ ଲଡୁରେ ଯାବତୀୟ ଭାଲ୍ୟୁ ଆଡିସନ କରିବାର ଲକ୍ଷ୍ୟରେ ସତତ ଚେଷ୍ଟିତ ।
Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

5 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 week ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago