ଆମ ଖାଦ୍ୟ

ଆମ ଓଡ଼ିଆ ମିଠା ଛେନାମୁଡୁକି

ଲେଖା: ଦେଵ ତ୍ରିପାଠୀ
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମତୋ, ଗଦି, ଘଣ୍ଟେଶ୍ୱର, ପୀରହାଟ ଏବଂ ଏଗୁଡ଼ିକର ଆଖପାଖ ଅଞ୍ଚଳକୁ ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ‘ଭେଡା’ କୁହାଯାଏ । ଏହି ଅଞ୍ଚଳଟି ସମୁଦ୍ର ପତନଠାରୁ ନିମ୍ନରେ ଥିବା କାରଣରୁ ଅଧିକାଂଶ ସମୟରେ ସମୁଦ୍ରସଂଲଗ୍ନ ନଦୀ ଓ ସେମାନଙ୍କ ଶାଖାନଦୀଗୁଡ଼ିକରେ ଜୁଆର ମାଡିଆସି ସମସ୍ତ ଅଞ୍ଚଳ ଜଳମଗ୍ନ ହୁଏ । ଲୁଣାଜଳରେ ବୁଡ଼ିରହୁଥିବାରୁ ସମ୍ଭବତଃ ଏହି ଅଞ୍ଚଳକୁ ଭେଡା କୁହାଯାଏ ।
ବୁଡି ଅଞ୍ଚଳରେ ଭଲ ଚାଷ ହୋଇ ନ ପାରିଲେ ମଧ୍ୟ ପ୍ରଚୁର ଘାସ ଉତ୍ପନ୍ନ ହୁଏ, ଗୋରୁଙ୍କ ପାଇଁ ଖାଦ୍ୟାଭାବ ନ ଥାଏ, ଲୋକେ ଆଗ୍ରହରେ ଗୋପାଳନ କରନ୍ତି, କିନ୍ତୁ କ୍ଷୀର ବିକ୍ରୀ କରିପାରନ୍ତି ନାହିଁ । କ୍ଷୀରକୁ ଅଧିକ ସମୟ ସାଇତି ରଖି ନ ପାରି ଲୋକେ ଛେନା ତିଆରି କରୁଥିଲେ, ମାତ୍ର ଛେନା ଦୁଇଦିନ ପରେ ଖଟା ହୋଇଯାଏ, ଆଉ ଚାଷୀକୂଳ ହତାଶ ହୁଅନ୍ତି ।
ଜଣେ କିନ୍ତୁ ହତାଶ ହୁଅନ୍ତିନି, ବରଂ ସବୁ ହତାଶୀ ଚାଷୀଙ୍କ ପାଇଁ ବାଟଟିଏ ବାହାର କରନ୍ତି ।
ରସଗୋଲା ଓ ଛେନାଗଜା ତିଆରି କରି ବିକ୍ରୀ କରିବାରେ ଅଭ୍ୟସ୍ତ ସେଇ ଭଦ୍ରବ୍ୟକ୍ତି ଜଣକ ଆଗ୍ରହୀ ଥିଲେ ମିଠା ତିଆରିକୁ ନେଇ ପରୀକ୍ଷାନିରୀକ୍ଷା କରିବାରେ ।
ଛେନାରେ ସୁଜି କିମ୍ବା ମଇଦା କିଛି ନ ମିଶାଇ ଏକ ସୁଆଦିଆ ମିଠା କରିବାର ସ୍ବପ୍ନ ଦେଖୁଥିଲେ ସେ । ପ୍ରଥମେ ଛେନାର କୁନିକୁନି ଗୁଲି କରି ଚିନି ସିରାରେ ଫୁଟାଇ ନୂଆ ପ୍ରକାରର ମିଠା ପ୍ରସ୍ତୁତ କଲେ । ଗ୍ରାହକଙ୍କ ପ୍ରଶଂସା ପାଇ ପରେ ପରେ ଗୁଆଛେନାରୁ ପାଣି ନିଗାଡି ତାକୁ ଛୁରୀରେ କାଟି ଖୁରୁମା ପରି ସରୁ ଖଣ୍ଡ ମାନ କରି ଚିନି ସିରାରେ ଫୁଟାଇ ନୂଆ ମିଠାର ରୂପଦେଲେ ।
ଆଃ . . କି ମିଠା . . କି ସ୍ବାଦ . .
ଖାଇଲାବେଳେ ଦାନ୍ତକୁ ମୁଡୁମୁଡୁ ଓ କାଉଁକାଉଁ ଲାଗୁଥିବାରୁ ଓ ଖାଣ୍ଟିଛେନାରୁ ତିଆରି ହୋଇଥିବାରୁ ଲୋକମୁଖରେ ସେ ମିଠା ପରିଚିତ ହେଲା “ଆମ ଓଡ଼ିଆ ମିଠା ଛେନାମୁଡୁକି”
ଗ୍ରାହକୀୟ ସମର୍ଥନ ମିଳିଲା ଆକାଶଛୁଆଁ, ଏଇ ମିଠା ପ୍ରସ୍ତୁତ ଓ ବିକ୍ରୟରେ ଯୋଗଦେଲେ କେତେ କେତେ ପରିବାର, ଅସଂଖ୍ୟ ହତାଶୀ ମନରେ ଆଶାର କିରଣ ଜାଳିଥିଲେ ସେ, ଆଉ ଅର୍ଥାଭାବ ଓ ଅନାଟନରୁ ମୁକୁଳିଥିଲେ ଭେଡାର ବାସିନ୍ଦାଏ ।
ସେଇ ‘ଇନୋଭେଟର’ ଜଣକ ଥିଲେ ଗଦି ଅଞ୍ଚଳର ୰ପଦନ ବିଶ୍ୱାଳ । ତାଙ୍କ ଦ୍ଵାରା ଉଦ୍ଭାବିତ ଏଇ ଛେନାମୁଡୁକି ଆଜି ଭଦ୍ରକ ର ସୀମାସରହଦ ଟପି ପରିବ୍ୟାପ୍ତ, ପ୍ରସାରିତ । ଖାଣ୍ଟି ଓଡିଆ ମିଠାର ନଗର କଟକ ସମେତ ବିଭିନ୍ନ ଅଞ୍ଚଳରେ ଏହି ମିଠାର ନିଆରା କାରିଗରୀ ଆଜି ଦୃଷ୍ଟିଗୋଚର । ଅହମଦାବାଦ, ବେଙ୍ଗାଲୁରୁ, କୋଲକତା, ଦିଲ୍ଲୀ ଆଦି ମହାନଗରୀରେ ଆଜି ଏଇ ମିଠାର ସ୍ବତନ୍ତ୍ର ବ୍ୟବସାୟ କେନ୍ଦ୍ର ଉପଲବ୍ଧ । ଆମ ରାଜଧାନୀ ବ୍ୟତୀତ ରାଜ୍ୟର ସମସ୍ତ ଅଞ୍ଚଳରେ ଏଇ ମିଠା ତାର ନିଆରା ଓ ଅଭୁଲା ସୁଆଦରେ ଜନତାଙ୍କୁ ବାନ୍ଧି ରଖିପାରିଛି । ‘ଆମ ଓଡ଼ିଆ ମିଠା ଛେନାମୁଡୁକି’ ସହିତ ଛେନାମୁଡୁକିର ଲିଗାସୀ ଆଜି ଭଦ୍ରକ ଜିଲ୍ଲାକୁ ଓଡ଼ିଆ ମିଠା ଜଗତରେ କଟକ ଓ ପୁରୀ ପରେ ତୃତୀୟ ସ୍ଥାନର ଅଧିକାରୀ କରାଇପାରିଛି ।
Spread the love
admin

Recent Posts

ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ

~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…

1 week ago

ବଗା ପୂଜାରୀ

~ ବଗା ପୂଜାରୀ ~ ଲେଖା: ନିରଞ୍ଜନ ସାହୁ ବିଂଶ ଶତାବ୍ଦୀର ସଂଗ୍ରାମ ଥିଲା ସ୍ଵତନ୍ତ୍ର, ମଣିଷର ଅପହୃତ ଜନ୍ମଗତ…

1 week ago

ସାହିତ୍ୟ ଭାସ୍କର ମାୟାଧର ମାନସିଂହ

ସାହିତ୍ୟ ଭାସ୍କର ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ଉପସ୍ଥାପନା: ନିରଞ୍ଜନ ସାହୁ ଓଡ଼ିଆ ସାହିତ୍ୟରେ ଅର୍ଦ୍ଧ ଶତାବ୍ଦୀ ଧରି…

2 weeks ago

ଆମ ଚଳଣି

~ ଆମ ଚଳଣି ~ ଲେଖା: ଡ. ଜୟଶ୍ରୀ ନନ୍ଦ ଓଡ଼ିଆ ଘରର କଥା ନିଆରା। ଆମ ଚଳଣି ଅନନ୍ୟ।…

2 months ago

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

5 months ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

5 months ago