ଆମ ଖାଦ୍ୟ

ଆମ ଓଡ଼ିଆ ମିଠା ଛେନାଝିଲି

ଲେଖା: ଦେଵ ତ୍ରିପାଠୀ
ପ୍ରାୟ ୬୦ ବର୍ଷ ପୂର୍ବର କଥା । ଭାରତ-ଚୀନ ଯୁଦ୍ଧ ସରିଛି, ଭାରତ ପାକିସ୍ଥାନ ଯୁଦ୍ଧ ବି ହୋଇଛି । ନିମାପଡା ବଜାରରେ ଚିନିର ଅଭାବ, ନିକଟ ବନମାଳୀପୁର କିମ୍ବା ପିପିଲିରେ ଚିନିର କଳାବଜାରୀ । ସେଥିପାଇଁ ସୁଦୂର କଟକ ମାଲଗୋଦାମରୁ ଯାଇ ଚିନି ଆଣିବାକୁ ପଡୁଥିଲା ।
ଚୈତ୍ରର ଜହ୍ନ ରାତିରେ ଚିନି ଧରି ସାଇକେଲ ରେ ଚାଲିଛି ୩୦/୩୨ ବର୍ଷର ଯୁବକଟିଏ । ଅଧରାତିରେ ଚୋରତସ୍କର ଭାବି ଲୋକେ ଅଟକାଇଛନ୍ତି ବାଟରେ, ଏପରିକି ଜଣେ ତାଙ୍କୁ ଜବରଦସ୍ତ ନେଇ ରାତିସାରା ଘରେ ଅଟକାଇ ରଖିଛନ୍ତି । ଚିନିତକ ଯେ ଚୋରା ନୁହେଁ ସେତକ ତୁଷ୍ଟିକରଣ ପରେ ହିଁ ଘରକୁ ଫେରେ ଯୁବକ । ଏଭଳି କେତେ କେତେ ବିମର୍ଷକର ପରିସ୍ଥିତିର ସାମ୍ନା କରି କରି ଚାଲିଥିବା ଯୁବକ ଜଣକ ଥିଲା ଜଣେ ଆବିଷ୍କାରକ । ସେ କୌଣସି ଦ୍ଵୀପଦେଶ ବା ଭୂଖନନ କରି ନୁହେଁ, ବରଂ ଏକ ଖାଦ୍ୟକୁ ନେଇ ସେ କରୁଥିଲା ପରୀକ୍ଷା ନିରୀକ୍ଷା, ଦିନେ ସଫଳ ହେଲା ପରିପ୍ରୟୋଗରେ । ତା’ରି ହାତର ଯାଦୁରେ ଦୁନିଆ ଦେଖିଲା ଏକ ଅପୂର୍ବ ମିଠା, ସେ ମିଠା ଯେପରି ରସମୟ ମଧୁର ଥିଲା, ନାଁ ମଧ୍ୟ ଥିଲା ସେମିତି ସଙ୍ଗୀତମୟ: ଛେନାଝିଲି । ଆମ ଓଡ଼ିଆ ମିଠା ଛେନାଝିଲି ।
ସେହି ମିଠା ସେ ଯୁବକର ଜୀବିତାବସ୍ଥାରେ ସମଗ୍ର ଓଡ଼ିଶା ଓ ଏହାର ପରିସୀମା ବାହାରେ ପରିଣତ ହେଲା ଏକ ସ୍ବାଦିଷ୍ଟ ଓ ସ୍ବାଭାବିକ ସାମଗ୍ରୀ ରେ । ଅଣବ୍ୟବସାୟିକ ଓ ଅଖ୍ୟାତ ନିମାପଡ଼ା ପରି ସ୍ଥାନରୁ ଯାଇ ସେ ମିଠା ପରିବ୍ୟାପ୍ତ ହେଲା ଦୂର ଦେଶରେ । ଅଖ୍ୟାତ ନିମାପଡ଼ା ହେଲା ଖ୍ୟାତ ସେଇ ମିଠାର ରସରେ । ମାତ୍ର ସେ ପ୍ରସିଦ୍ଧି ପଛରେ ଥିବା ସେ ଯୁବକର ବର୍ଷ ବର୍ଷର ପରୀକ୍ଷା ନିରୀକ୍ଷା, ନିଷ୍ଠା, ତ୍ୟାଗ, ତିତିକ୍ଷାର କାହାଣୀ ରହିଗଲା ଅନାଲୋଚିତ । ସେ ଯୁବକ ଆର୍ତ୍ତ ସାହୁର ନାଁ ରହିଗଲା ଏଇ ଅନନ୍ୟ ମିଠା ଇତିହାସରେ ଅଲିଖିତ ।
ଦିନ ଥିଲା, ତରୁଣ ଆର୍ତ୍ତସାହୁ ଗୋପ ଦୋଳମେଳଣରେ ମିଠା ଦୋକାନ କରି ଜିଲାପି ବିକ୍ରୟ କରୁଥିଲେ । ଅନ୍ୟ ଜିଲ୍ଲାର କେହି ଜଣେ ଦର୍ଶନାର୍ଥୀ ତାଙ୍କ ଦୋକାନର ଜିଲାପିର ପ୍ରଶସ୍ତି ଗାନ କରୁ କରୁ ଛେନାରେ ଜିଲାପି ପ୍ରସ୍ତୁତ କରିବାର ପ୍ରସ୍ତାବ ଦେଇଥିଲେ । ତେବେ ମଇଦା ପରି ଛେନାକୁ ପତଳା କରି ସଢେଇ କଣାରେତେଲ କଡ଼େଇରେ ଛାଣି ଜିଲାପି ପ୍ରସ୍ତୁତ କରିବା ସମ୍ଭବ ନଥିଲା । ଯୁବକ ଆର୍ତ୍ତ ସାହୁ କପଡ଼ାରେ ଛେନା ରଖି କଣା କରି ପରୀକ୍ଷା ଆରମ୍ଭ କଲେ ଏବଂ ଉତ୍ତୀର୍ଣ୍ଣ ହେଲେ । ଛେନାରୁ ତିଆରି ଜିଲାପିର ନାଁ ଦେଲେ ଛେନାଝିଲି
ସବୁ ସଫଳତା ଓ ବିଫଳତା ମୂଳରେ ଆନ୍ତରିକତାର ଭାଗମାପ ରହିଥାଏ ବୋଲି ବିଶ୍ୱାସ ରଖିଥିବା ଆର୍ତ୍ତଙ୍କର ମଣିଷକୁ ପରିତୃପ୍ତ କରିବାର ଏକାଗ୍ରପଣ ଓ ଶ୍ରଦ୍ଧା ହିଁ ଆମ ଓଡ଼ିଆ ମିଠା ଛେନାଝିଲି ପରି ଅନନ୍ୟ ରସର ଅନ୍ୟତମ ରହସ୍ୟ ।
Image Courtesy: Bhubaneswar Buzz
Spread the love
admin

Recent Posts

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 days ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

4 days ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

7 days ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

1 week ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

1 week ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 week ago