ଲେଖା: ଅରବିନ୍ଦ ମହାନ୍ତି
ଅର୍ଦ୍ଧ ଅଙ୍ଗରେ ନାରୀଙ୍କୁ ଧାରଣ କରିଥିବା ଇଶ୍ୱର ହେଉଛନ୍ତି ଅର୍ଦ୍ଧନାରୀଶ୍ୱର। ସେ ନାରୀ ପୁଣି କିଏ? ସେ କେବଳ ନାରୀ ତ ନୁହଁନ୍ତି ସେ ସକଳ ଶକ୍ତିର ଆଧାର ଆଦ୍ୟାଶକ୍ତି। ସଦାଶିବ ନିଜ ଅର୍ଦ୍ଧେକ ଅଙ୍ଗରେ ଶକ୍ତିଙ୍କୁ ଧାରଣ କରି ଅର୍ଦ୍ଧନାରୀ ହୋଇଛନ୍ତି। ସୃଷ୍ଟିର ମୂଳ ହେଉଛନ୍ତି ସେହି ପ୍ରକୃତି ପୁରୁଷ ଅର୍ଦ୍ଧନାରୀଶ୍ୱର। ଜ୍ୟୋତିର୍ଲିଙ୍ଗ ରୂପରେ ବ୍ରହ୍ମା ବିଷ୍ଣୁଙ୍କୁ ଦର୍ଶନ ଦେଇ ସୃଷ୍ଟି ପ୍ରକ୍ରିୟା ଆରମ୍ଭ କରିଥିବା ଶକ୍ତି ହେଉଛନ୍ତି ଅର୍ଦ୍ଧନାରୀଶ୍ୱର।
ଉତ୍କଳର ଅନେକ ସ୍ଥାନରେ ଅର୍ଦ୍ଧନାରୀଶ୍ୱର ରୂପ ଦେଖିବାକୁ ମିଳିଥାଏ। କେଉଁଠି ଦ୍ୱିଭୁଜ କେଉଁଠି ଚତୁର୍ଭୁଜ ସ୍ଵରୂପ ଧାରଣ କରି ତାଙ୍କୁ ଉପାସନା କରାଯାଏ। ଦ୍ୱିଭୁଜ ସ୍ଵରୁପରେ ଇଶ୍ୱର ଅକ୍ଷମାଳ କିମ୍ବା ତ୍ରିଶୁଳ ଧରିଥିବା ବେଳେ ନାରୀ ଦର୍ପଣ କିମ୍ବା ପଦ୍ମ ଧାରଣ କରିଥାନ୍ତି। ଚତୁର୍ଭୁଜ ସ୍ଵରୂପରେ ଇଶ୍ୱର ଉର୍ଦ୍ଧ ହସ୍ତରେ ଅକ୍ଷମାଳ ଓ ନିମ୍ନ ହସ୍ତରେ ଅଭୟ ମୁଦ୍ରା ଧାରଣ କରିଥାନ୍ତି। ସେହିଭଳି ନାରୀ ଉର୍ଦ୍ଧ ହସ୍ତରେ ଦର୍ପଣ ଓ ନିମ୍ନ ହସ୍ତରେ ପଦ୍ମ ଧାରଣ କରିବା ନଜର ଆସିଥାଏ। ଏଥିରୁ ସୂଚୀତ ହୁଏ ନାରୀ ପୁରୁଷଙ୍କ ସମାନତା। ଉଭୟେ ଉଭୟଙ୍କ ଉପରେ ପରସ୍ପର ନିର୍ଭରଶୀଳ। କେହି ବଡ ନୁହେଁ କେହି କାହାଠାରୁ ସାନ ନୁହେଁ। ଭୁବନେଶ୍ୱରର ବୋଇତାଳ ଦେଉଳ, ଲିଙ୍ଗରାଜ ଦେଉଳ ସହିତ ବହୁ ମନ୍ଦିରରେ ଅର୍ଦ୍ଧନାରୀଶ୍ୱର ରୂପ ଦର୍ଶନ ମିଳିଥାଏ। କେବଳ ଏତିକି ନୁହଁ ବହୁ ପୁରାତନ ମନ୍ଦିର ଯେପରିକି ସାଲେପୁର ଲେଣ୍ଡୁରା ଭଗବାନପୁର ଠାରେ ବିଜେ ଅନନ୍ତେଶ୍ବର ଦେଉଳ ଯାହା ପାଶୁପତ ସମ୍ପ୍ରଦାୟର ଦେଉଳ ଅଟେ ସେଠାରେ ମଧ୍ଯ ଅର୍ଦ୍ଧନାରୀଶ୍ୱର ବିଗ୍ରହ ଦେଖିବାକୁ ମିଳିଥାଏ। ଏହି ଅର୍ଦ୍ଧନାରୀଶ୍ୱର ଉପାସନା ବହୁ ପ୍ରାଚୀନ। କିଛି ବ୍ୟକ୍ତିବିଶେଷ ମୁଖଲିଙ୍ଗକୁ ଅର୍ଦ୍ଧନାରୀଶ୍ୱର ବୋଲି କହିଥାନ୍ତି କିନ୍ତୁ ଅର୍ଦ୍ଧନାରୀ ଓ ମୁଖଲିଙ୍ଗଙ୍କ ତତ୍ତ୍ଵ ଭିନ୍ନ। ଅର୍ଦ୍ଧନାରୀଶ୍ୱର ଶିବ ପାର୍ବତୀଙ୍କ ସମ୍ମିଳିତ ବିଗ୍ରହ ହୋଇଥିବା ବେଳେ ମୁଖଲିଙ୍ଗ ଶିବଙ୍କ ବିଭିନ୍ନ ସ୍ଵରୂପକୁ ଦର୍ଶାଇଥାଏ। ତେଣୁ ଏକମୁଖୀ, ତ୍ରିମୁଖୀ, ଚତୁର୍ମୁଖୀ ପଞ୍ଚମୁଖୀ ସ୍ଵରୂପରେ ଶିବଲିଙ୍ଗ ପୂଜା ପାଇଥାନ୍ତି।
ଏ ତ ଗଲେ ଶୈବ ତତ୍ତ୍ଵରେ ଅର୍ଦ୍ଧନାରୀ। ବୈଷ୍ଣବ ତତ୍ତ୍ଵରେ ଅର୍ଦ୍ଧନାରୀତତ୍ତ୍ଵ ମଧ୍ଯ ରହିଅଛି। ଯେଉଁଠାରେ ନାରାୟଣ ଓ ଦେବୀ ଲକ୍ଷ୍ମୀଙ୍କ ଅଷ୍ଟଭୁଜ ସ୍ଵରୁପରେ ଦର୍ଶନ ମିଳିଥାଏ। ଏହାଙ୍କୁ ମଧ୍ଯ ବୈକୁଣ୍ଠ କମଳଜା ବିଗ୍ରହ ମଧ୍ଯ କୁହାଯାଏ। ନାରାୟଣ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥିବା ବେଳେ ଲକ୍ଷ୍ମୀ ଦର୍ପଣୀ, ପୁସ୍ତକ, ପଦ୍ମ ଓ ପୂର୍ଣ୍ଣକଳସ ଧାରଣ କରିଥାନ୍ତି। ଏହି ପରି ବିଗ୍ରହ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶୟନ ପ୍ରତିମା ଅଟନ୍ତି। ପ୍ରତିଦିନ ବଡ଼ସିଂହାର ପରେ ଶୟନ ବିଗ୍ରହ ଜୟବିଜୟ ଦ୍ଵାରରେ ଡମ୍ବରୁ ଉପରେ ବିଜେ ହୋଇ ଶୟନ ଆଳତି ପରେ ପହୁଡ ହୋଇଥାଏ।
ପୁଣି ଅର୍ଦ୍ଧାଙ୍ଗ ହରିହର ମଧ୍ଯ ରୂପଙ୍କୁ କିଏ ବା ନଜାଣେ।
@Shree Lingaraja Mahaprabhu
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

3 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago