ଲେଖା: ଅରବିନ୍ଦ ମହାନ୍ତି
ଅର୍ଦ୍ଧ ଅଙ୍ଗରେ ନାରୀଙ୍କୁ ଧାରଣ କରିଥିବା ଇଶ୍ୱର ହେଉଛନ୍ତି ଅର୍ଦ୍ଧନାରୀଶ୍ୱର। ସେ ନାରୀ ପୁଣି କିଏ? ସେ କେବଳ ନାରୀ ତ ନୁହଁନ୍ତି ସେ ସକଳ ଶକ୍ତିର ଆଧାର ଆଦ୍ୟାଶକ୍ତି। ସଦାଶିବ ନିଜ ଅର୍ଦ୍ଧେକ ଅଙ୍ଗରେ ଶକ୍ତିଙ୍କୁ ଧାରଣ କରି ଅର୍ଦ୍ଧନାରୀ ହୋଇଛନ୍ତି। ସୃଷ୍ଟିର ମୂଳ ହେଉଛନ୍ତି ସେହି ପ୍ରକୃତି ପୁରୁଷ ଅର୍ଦ୍ଧନାରୀଶ୍ୱର। ଜ୍ୟୋତିର୍ଲିଙ୍ଗ ରୂପରେ ବ୍ରହ୍ମା ବିଷ୍ଣୁଙ୍କୁ ଦର୍ଶନ ଦେଇ ସୃଷ୍ଟି ପ୍ରକ୍ରିୟା ଆରମ୍ଭ କରିଥିବା ଶକ୍ତି ହେଉଛନ୍ତି ଅର୍ଦ୍ଧନାରୀଶ୍ୱର।
ଉତ୍କଳର ଅନେକ ସ୍ଥାନରେ ଅର୍ଦ୍ଧନାରୀଶ୍ୱର ରୂପ ଦେଖିବାକୁ ମିଳିଥାଏ। କେଉଁଠି ଦ୍ୱିଭୁଜ କେଉଁଠି ଚତୁର୍ଭୁଜ ସ୍ଵରୂପ ଧାରଣ କରି ତାଙ୍କୁ ଉପାସନା କରାଯାଏ। ଦ୍ୱିଭୁଜ ସ୍ଵରୁପରେ ଇଶ୍ୱର ଅକ୍ଷମାଳ କିମ୍ବା ତ୍ରିଶୁଳ ଧରିଥିବା ବେଳେ ନାରୀ ଦର୍ପଣ କିମ୍ବା ପଦ୍ମ ଧାରଣ କରିଥାନ୍ତି। ଚତୁର୍ଭୁଜ ସ୍ଵରୂପରେ ଇଶ୍ୱର ଉର୍ଦ୍ଧ ହସ୍ତରେ ଅକ୍ଷମାଳ ଓ ନିମ୍ନ ହସ୍ତରେ ଅଭୟ ମୁଦ୍ରା ଧାରଣ କରିଥାନ୍ତି। ସେହିଭଳି ନାରୀ ଉର୍ଦ୍ଧ ହସ୍ତରେ ଦର୍ପଣ ଓ ନିମ୍ନ ହସ୍ତରେ ପଦ୍ମ ଧାରଣ କରିବା ନଜର ଆସିଥାଏ। ଏଥିରୁ ସୂଚୀତ ହୁଏ ନାରୀ ପୁରୁଷଙ୍କ ସମାନତା। ଉଭୟେ ଉଭୟଙ୍କ ଉପରେ ପରସ୍ପର ନିର୍ଭରଶୀଳ। କେହି ବଡ ନୁହେଁ କେହି କାହାଠାରୁ ସାନ ନୁହେଁ। ଭୁବନେଶ୍ୱରର ବୋଇତାଳ ଦେଉଳ, ଲିଙ୍ଗରାଜ ଦେଉଳ ସହିତ ବହୁ ମନ୍ଦିରରେ ଅର୍ଦ୍ଧନାରୀଶ୍ୱର ରୂପ ଦର୍ଶନ ମିଳିଥାଏ। କେବଳ ଏତିକି ନୁହଁ ବହୁ ପୁରାତନ ମନ୍ଦିର ଯେପରିକି ସାଲେପୁର ଲେଣ୍ଡୁରା ଭଗବାନପୁର ଠାରେ ବିଜେ ଅନନ୍ତେଶ୍ବର ଦେଉଳ ଯାହା ପାଶୁପତ ସମ୍ପ୍ରଦାୟର ଦେଉଳ ଅଟେ ସେଠାରେ ମଧ୍ଯ ଅର୍ଦ୍ଧନାରୀଶ୍ୱର ବିଗ୍ରହ ଦେଖିବାକୁ ମିଳିଥାଏ। ଏହି ଅର୍ଦ୍ଧନାରୀଶ୍ୱର ଉପାସନା ବହୁ ପ୍ରାଚୀନ। କିଛି ବ୍ୟକ୍ତିବିଶେଷ ମୁଖଲିଙ୍ଗକୁ ଅର୍ଦ୍ଧନାରୀଶ୍ୱର ବୋଲି କହିଥାନ୍ତି କିନ୍ତୁ ଅର୍ଦ୍ଧନାରୀ ଓ ମୁଖଲିଙ୍ଗଙ୍କ ତତ୍ତ୍ଵ ଭିନ୍ନ। ଅର୍ଦ୍ଧନାରୀଶ୍ୱର ଶିବ ପାର୍ବତୀଙ୍କ ସମ୍ମିଳିତ ବିଗ୍ରହ ହୋଇଥିବା ବେଳେ ମୁଖଲିଙ୍ଗ ଶିବଙ୍କ ବିଭିନ୍ନ ସ୍ଵରୂପକୁ ଦର୍ଶାଇଥାଏ। ତେଣୁ ଏକମୁଖୀ, ତ୍ରିମୁଖୀ, ଚତୁର୍ମୁଖୀ ପଞ୍ଚମୁଖୀ ସ୍ଵରୂପରେ ଶିବଲିଙ୍ଗ ପୂଜା ପାଇଥାନ୍ତି।
ଏ ତ ଗଲେ ଶୈବ ତତ୍ତ୍ଵରେ ଅର୍ଦ୍ଧନାରୀ। ବୈଷ୍ଣବ ତତ୍ତ୍ଵରେ ଅର୍ଦ୍ଧନାରୀତତ୍ତ୍ଵ ମଧ୍ଯ ରହିଅଛି। ଯେଉଁଠାରେ ନାରାୟଣ ଓ ଦେବୀ ଲକ୍ଷ୍ମୀଙ୍କ ଅଷ୍ଟଭୁଜ ସ୍ଵରୁପରେ ଦର୍ଶନ ମିଳିଥାଏ। ଏହାଙ୍କୁ ମଧ୍ଯ ବୈକୁଣ୍ଠ କମଳଜା ବିଗ୍ରହ ମଧ୍ଯ କୁହାଯାଏ। ନାରାୟଣ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥିବା ବେଳେ ଲକ୍ଷ୍ମୀ ଦର୍ପଣୀ, ପୁସ୍ତକ, ପଦ୍ମ ଓ ପୂର୍ଣ୍ଣକଳସ ଧାରଣ କରିଥାନ୍ତି। ଏହି ପରି ବିଗ୍ରହ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶୟନ ପ୍ରତିମା ଅଟନ୍ତି। ପ୍ରତିଦିନ ବଡ଼ସିଂହାର ପରେ ଶୟନ ବିଗ୍ରହ ଜୟବିଜୟ ଦ୍ଵାରରେ ଡମ୍ବରୁ ଉପରେ ବିଜେ ହୋଇ ଶୟନ ଆଳତି ପରେ ପହୁଡ ହୋଇଥାଏ।
ପୁଣି ଅର୍ଦ୍ଧାଙ୍ଗ ହରିହର ମଧ୍ଯ ରୂପଙ୍କୁ କିଏ ବା ନଜାଣେ।
@Shree Lingaraja Mahaprabhu
admin

Recent Posts

ଘୁଡ଼ୁକି

ଗବେଷଣା ଓ ଉପସ୍ଥାପନା: ଡ. ବାୟାମନୁ ଚର୍ଚି ଘୁଡ଼ୁକି ଏକ ବାଦ୍ୟ । ପତର ସଉରା ଓ କେଳା ସମ୍ପ୍ରଦାୟର…

1 year ago

ବାସୁଦେବ ସୁଢ଼ଳଦେବ

ଲେଖା: ନିରଞ୍ଜନ ସାହୁ ~ବାସୁଦେବ ସୁଢ଼ଳଦେବ ~ ଅନେକ ନୃପତି ଅଛନ୍ତି । କିଏ ଉତ୍ତରାଧିକାର ସୂତ୍ରରେ, କିଏ ବାହୁବଳରେ,…

1 year ago

ମହିମା ମେଳା

ଲେଖା: ନିରଞ୍ଜନ ସାହୁ ~ ମହିମା ମେଳା ~ ଯାହା ମନେପଡ଼େ ଏମିତିରେ ପ୍ରାୟ ଅନେକ କିଛି ବର୍ଷ ତଳର…

2 years ago

କଂସା ବାସନ

ଲେଖା: ଡ. ଜୟଶ୍ରୀ ନନ୍ଦ ~ କଂସା ବାସନ ~ ଆମ ରାଜ୍ୟ ପରା ଶ୍ରୀଜଗନ୍ନାଥଙ୍କର ପୁର ବା ଶ୍ରୀଜଗନ୍ନାଥଙ୍କର…

2 years ago

ତୁଳସୀ ପୂଜା

ଲେଖା: ଡ. ଜୟଶ୍ରୀ ନନ୍ଦ   ~ ତୁଳସୀ ପୂଜା ~ ତୁଳସୀ ପୂଜା ପ୍ରତି ଓଡିଆ ଘରର ପରମ୍ପରା…

2 years ago

ମଣ୍ଡା ପିଠା

ଲେଖା: ଡ. ଜୟଶ୍ରୀ ନନ୍ଦ ~ ମଣ୍ଡାପିଠା ~ ମଣ୍ଡା ପିଠା ଗୋଲ୍ ଗୋଲ୍, ଚାଲ ଯିବା ଚଣ୍ଡିଖୋଲ। ଲୋକଗୀତଟି…

2 years ago