ଲେଖା: ଅରବିନ୍ଦ ମହାନ୍ତି

ଶ୍ରୀ ଶେଷନାଗ ଅନନ୍ତଙ୍କୁ ସମର୍ପିତ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥି। ଏହା ଅନନ୍ତ ଚତୁର୍ଦ୍ଦଶୀ ନାମରେ ଖ୍ୟାତ। ସବୁ ଅବତାରରେ ଭଗବାନ ବିଷ୍ଣୁଙ୍କ ସହଚର ଭାବେ ଅନନ୍ତ ଦେବ ଜନ୍ମ ଗ୍ରହଣ କରିଥାନ୍ତି। ତେଣୁ ତାଙ୍କର ମହତ୍ତ୍ୱ ତ୍ରିଦେବଙ୍କ ପରି ଗୁରୁତ୍ୱପୂର୍ଣ୍ଣ ମନେ ହୁଏ।


ମହାମୁନି କଶ୍ୟପଙ୍କ ଔରସରୁ ଏବଂ ତାଙ୍କର ଅନ୍ୟତମ ପତ୍ନୀ କଦ୍ରୁଙ୍କ ଗର୍ଭରୁ ଅଷ୍ଟ କୂଳ ନାଗ ସହିତେ ଶେଷଦେବ ଅନନ୍ତ ଜନ୍ମ ଗ୍ରହଣ କରିଥିଲେ। ବ୍ରହ୍ମାଙ୍କୁ ତପସ୍ୟା କରି ସେ ଅଭୟ ଆଶିର୍ବାଦ ପ୍ରାପ୍ତ କରିଥିଲେ ଓ ତାହ ସହ ସେ ବିଚଳିତ ଧରଣୀକୁ ଧାରଣ କରି ଭୂମଣ୍ଡଳକୁ ସ୍ଥିର କରିବା ପାଇଁ ଆଦେଶ ପାଇଥିଲେ। ସହସ୍ର ଫଣାରେ ଦେବୀ ପୃଥିବୀଙ୍କୁ ସେ ଧାରଣ କରି ମହାବିପତ୍ତିରୁ ଉଦ୍ଧାର କରିଥିଲେ। ଅନନ୍ତ ହେଉଛନ୍ତି ସ୍ୱୟଂ ନାରାୟଣଙ୍କ ସ୍ୱରୂପ ଏବଂ ପରମବ୍ରହ୍ମ ଓ ପରମ ତତ୍ତ୍ୱର ପରିଚୟ ଅଟନ୍ତି।

ଅନନ୍ତ ବ୍ରତ କଥା ମାତା କୁନ୍ତୀ ନବବିବାହିତା ଦ୍ରୌପଦୀଙ୍କୁ ବୁଝାଇଛନ୍ତି। ଏହି ବ୍ରତ କରି ପୁତ୍ର ପୋୖତ୍ରଙ୍କ ମଙ୍ଗଳ ସହିତେ ପରିବାରର ଉନ୍ନତି ବିଷୟରେ ବର୍ଣ୍ଣନା କରୁଅଛନ୍ତି। କିଛି ଗ୍ରନ୍ଥ ଅନୁସାରେ ଭଗବାନ କୃଷ୍ଣ ଯୁଧିଷ୍ଠିରଙ୍କୁ ଏହି ବ୍ରତ କଥା ବୁଝାଇଛନ୍ତି।ଅନନ୍ତ ବ୍ରତ ପିଢ଼ି ପରେ ପିଢ଼ି ଏହା ବଂଶାନୁକ୍ରମେ ପାଳିତ ହୋଇଥାଏ। ଶାଶୁ କରିଥିଲେ ତା’ ବୋହୂ କରେ, ତା ପରେ ତା’ ବୋହୂ କରିଥାନ୍ତି। କିଛି ସ୍ଥାନରେ ପୁରୁଷ ନାରୀ ଉଭୟେ ଏ ବ୍ରତ କରିଥାନ୍ତି। ଏହିଦିନ ପ୍ରତ୍ୟୁଷରୁ ନଦୀ କିମ୍ବା ତୀର୍ଥ ଜଳେ ସ୍ନାନ କରି ନୂତନବସ୍ତ୍ର ପରିଧାନ କରି ଶାଳଗ୍ରାମ ଶିଳା ବା ଧାତୁ ନିର୍ମିତ ଅନନ୍ତଙ୍କ ପ୍ରତିମାକୁ ପୂଜା କରାଯାଏ। ଏହି ସମୟରେ ଅଷ୍ଟକୁଳା ନାଗଙ୍କୁ ମଧ୍ୟ ପୂଜା କରାଯାଇଥାଏ । ପୁରୁଣାବ୍ରତକୁ ଫିଟାଇ କଞ୍ଚା କ୍ଷୀରରେ ପକାଇ ବିସର୍ଜନ କରିବା ପରେ ନୂଆ ବ୍ରତକୁ ଧାରଣ କରାଯାଏ । ପୁରୁଷମାନେ ଦକ୍ଷିଣ ହସ୍ତ ବାହୁମୂଳ ଓ ସ୍ତ୍ରୀ ଲୋକମାନେ ବାମହସ୍ତ ବାହୁମୂଳରେ ଏହି ବ୍ରତକୁ ଧାରଣ କରନ୍ତି। ବ୍ରତଧାରୀମାନେ କୁଶାଗ୍ରରେ ଚନ୍ଦନଦ୍ୱାରା ସର୍ପାକୃତି ଅନନ୍ତଙ୍କ ପ୍ରତିମା ନିର୍ମାଣ କରି ଏହା ଧୋଇ ସେହି ଉଦକ ପାନକରନ୍ତି । ଏହି ଅନନ୍ତ ବ୍ରତ ଅତୀବ ପୁଣ୍ୟପ୍ରଦ ଅଟେ । ପାପାଚରଣ ନକରି ଧାର୍ମିକ ଜୀବନଚର୍ଯ୍ୟା ପାଇଁ ମଧ୍ୟ ଏହି ଅନନ୍ତବ୍ରତରୁ ଉପଦେଶ ମିଳେ।

ଯେହେତୁ ଅନନ୍ତ ବ୍ରତର ଇଷ୍ଟ ହେଲେ ଶ୍ରୀ ଅନନ୍ତ ଦେବ ତେଣୁ ଭୁବନେଶ୍ୱରର ଶ୍ରୀ ଅନନ୍ତ ବାସୁଦେବଙ୍କ ଦେଉଳରେ ବ୍ରତ ପାଇଁ ମା’ ମାନଙ୍କ ବହୁ ଭିଡ଼ ଲାଗିଥାଏ। ଶ୍ରୀ ଅନନ୍ତ ବାସୁଦେବଙ୍କ ଦର୍ଶନ, ପୂଜନ ଓ ତାଙ୍କ ବ୍ରତ ଆଚରଣ କରିବା ଦ୍ୱାରା ଅଶେଷ କୃପା ଲାଭ ମିଳିଥାଏ। ଶ୍ରୀକ୍ଷେତ୍ରରେ ବଡ଼ଦେଉଳରେ ଥିବା ଅନନ୍ତ ନାରାୟଣ ଦେଉଳରେ ଏହା ମଧ୍ୟ ପାଳିତ ହୋଇ ଥାଏ।ସେହିଭଳି କଟକ ଜିଲ୍ଲା ପ୍ରସିଦ୍ଧ ନେମାଳ ଗ୍ରାମ ନିକଟବର୍ତ୍ତୀ ଲେଣ୍ଡୁରା ଭଗବାନପୁର ଠାରେ ବିଜେ ଶ୍ରୀ ଅନନ୍ତେଶ୍ବର ମହାଦେବଙ୍କ ପାଖେ ମଧ୍ୟ ଅନନ୍ତ ବ୍ରତ ପାଈଁ ବହୁ ଗହଳି ଲାଗିଥାଏ। ଦିନେ ଏହି ଦେଉଳ ସପ୍ତମ ଶତାବ୍ଦୀର ପାଶୁପତ ସମ୍ପ୍ରଦାୟର ଶୈବ ଉପାସନା କେନ୍ଦ୍ରଥିଲା। ଏହି ସ୍ଥାନେ ଯେ କେହିବି ଗଲେ ଅନନ୍ତେଶ୍ବରଙ୍କ ମହିମା ବିଷୟରେ ନିଶ୍ଚୟ ଅନୁଭବ କରିପାରେ। ସୁଦୃଶ୍ୟ ଶିବଲିଙ୍ଗ ସାଙ୍ଗକୁ ଅନନ୍ତେଶ୍ବରଙ୍କ ଇଚ୍ଛାରେ ଅର୍ଦ୍ଧଭଗ୍ନ ଦେଉଳ ଓ ଏହା ପଛେ ଥିବା ଗାଥା ଶୁଣି ମନେ ଅସୀମ ଭକ୍ତି ଉଦ୍ରେକ ହୋଇଥାଏ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago