ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ
କାଵ୍ୟକଵିତାରେ ଏକ ପ୍ରକାରର ଅଳଙ୍କାରକୁ ଅତିଶୟୋକ୍ତି କୁହାଯାଏ । ଉପମେୟ ଵା ପ୍ରକୃତ ବିଷୟର ଅଧଃକରଣ ହେତୁରୁ ଉପମାନ ଵା ଅପ୍ରକୃତ ବିଷୟରେ ଯେଉଁ ସିଦ୍ଧ ଅଧ୍ଯବସାୟ ହୁଏ ତାହାକୁ ଅତିଶୟୋକ୍ତି ବୋଲାଯାଏ । କୌଣସି ଵସ୍ତୁକୁ ଵର୍ଣ୍ଣନା କଲାବେଳେ ଯେଵେ ତାକୁ ଅସମ୍ଭଵ ଵା ଅଵାସ୍ତଵ ଵସ୍ତୁ ଵା କାଳ୍ପନିକ ଵସ୍ତୁ ସଙ୍ଗେ ତୁଳନା କରାଯାଏ ତେଵେ ଅତିଶୟୋକ୍ତି ହୁଏ ।
ଉଦାହରଣ:
“ଜୀବନକ ନୀଳ ଜଳଜଯୁଗଳ,
ବିଧୁଵିମ୍ବେ ହୋଇ ଵିଳାସ ଵିଲୋଳ ।
ଜାତ କଲା ଗର୍ଭ ଜରଜର
ଶର ନିଜର ବରଷା ଖରତର ।”
(କବିସୂର୍ଯ୍ୟ କିଶୋର ଚମ୍ପୁ)
ଏଠାରେ ଉପମେୟ ଚକ୍ଷୁଦ୍ବୟ ଓ ମୁକ ଅଧଃକରଣ କରି ତାହା ସ୍ଥାନରେ ଯଥାକ୍ରମେ ନୀଳ ଜଳଜଯୁଗଳ ଓ ବିଧୁଵିମ୍ବକୁ ସିଦ୍ଧ କରାଯିଵାରୁ ଏହା ଅତିଶୟୋକ୍ତି ହେଲା ।
“ବୃଥା ହାଣୁଥିଲା ମୃଗୀ ଅଙ୍ଗେ
ବାଣ ସିନା ସୁନ୍ଦରୀ ଚାହାଣୀ
ଭଙ୍ଗୀରୁ ଥିଲେ ସେହୁ
ୟେଣୁ ଅଚାହୁଁ ମରି ।।”
(ଉଷା, କବିବର ରାଧାନାଥ)
ଏଠାରେ ଉଷାର ଚାହାଣୀଭଙ୍ଗୀ ଦ୍ବାରା ହରିଣଙ୍କର ମୃତ୍ୟୁ ଅସମ୍ଭଵ ହେଲେ ସୁଦ୍ଧା କଵି ତାହା ସିଦ୍ଧ ଵା ନିଶ୍ଚିତ ବେଲି ଵର୍ଣ୍ଣନା କରିଥିଵାରୁ ଏଠାରେ ଅସମ୍ବନ୍ଧରେ ସମ୍ବନ୍ଧରୂପ ଅତିଶୟୋକ୍ତି ଅଳଙ୍କାର ହେଲା ।
ସାଧାରଣ କଥା ପ୍ରସଙ୍ଗରେ ମଧ୍ଯ ଆମ୍ଭେମାନେ ଏପରି ଅଳଙ୍କାର ପ୍ରୟୋଗ କରି ଥାଉଁ । ଯେପରି କି,
→ଆଜି ଦିପହରେ ଗୁଡା଼ଏ ନିଆଁ ଵରଷି ଗଲା ।
→ ତାଙ୍କୁ ଜର ହୋଇ ତାଙ୍କ ଦିହରେ ଖଇ ଫୁଟୁଛି।
→ଏ ସଂଵାଦ ଶୁଣି ମୋ ଛାତି ଫାଟିଗଲା ।
© ଶିଶିର ସାହୁ ମନୋଜ
~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…
~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…
ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…
~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…
~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…
~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…