ସିଂହସିନୀ ପୀଠ

ଲେଖା: ରବୀନ୍ଦ୍ର କୁମାର ରଣା

ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଖଲ୍ଲିକୋଟ ପର୍ବତମାଳାର ଅଗ୍ରଭାଗରେ ମା’ ସିଂହସିନୀ ପୀଠ । ଓଡ଼ିଶାର ଅନେକ ଶକ୍ତିପୀଠ ମଧ୍ୟରୁ ଏହି ପୀଠ ଅନ୍ୟତମ ।  ମନ୍ଦିରର ପରିବେଶ ଅତ୍ୟନ୍ତ ଶାନ୍ତିଦାୟକ ।

ମନ୍ଦିରଟି ନୂତନ ହେଲେ ମଧ୍ୟ ଗଠନଶୈଳୀ ମନୋମୁଗ୍ଧକର । ମନ୍ଦିରର ଚତୁଃପାର୍ଶ୍ୱରେ ବଣଭୋଜି ପାଇଁ ଉପଯୁକ୍ତ ସ୍ଥାନ ଅଛି । ଏହା ସମେତ ଦୂରରୁ ଆସୁଥିବା ପର୍ଯ୍ୟଟକଙ୍କ ରାତ୍ରିଯାପନ ପାଇଁ ସରକାରଙ୍କ ପକ୍ଷରୁ ପାନ୍ଥନିବାସ ନିର୍ମାଣ କରାଯାଇଛି ।

ସିଂହସିନୀ ପୀଠ ପୋଲସରା ବଜାର ଠାରୁ ପ୍ରାୟତଃ ୨୫କି.ମି. ଦୂରରେ ଅବସ୍ଥିତ ଏବଂ ଯଦି କୌଣସି ବ୍ୟକ୍ତି କୋଦଳା ଠାରୁ ଯାଆନ୍ତି ତେବେ କୋଦଳା ଠାରୁ ମଧ୍ୟ ୨୩କି.ମି. ଦୂର । ତେବେ ଯେଉଁପଟେ ଗଲେ ମଧ୍ୟ ୨୦/୨୨କି.ମି. ଜଙ୍ଗଲ ଅତିକ୍ରମ କରିବାକୁ ପଡିବ । କିନ୍ତୁ ଓଡିଶା ସରକାରଙ୍କ ଦ୍ୱାରା ଯାତ୍ରୀ ମାନେ ଯିବା ପାଇଁ ଉଚ୍ଚ ମାନର ସଡ଼କ ନିର୍ମାଣ କରାଯାଇଛି । 

Leave a Comment

Your email address will not be published. Required fields are marked *

Scroll to Top