କୁମାରେଶ୍ୱର ମନ୍ଦିର

ଲେଖା: ରବୀନ୍ଦ୍ର କୁମାର ରଣା

କୁମାରେଶ୍ୱର ମନ୍ଦିର, ଇନ୍ଦିପୁର, ଡେଲାଙ୍ଗ, ଓଡିଶା ପର୍ଯ୍ୟଟନ ବିଭାଗ ଦ୍ଵାରା ସଂରକ୍ଷିତ ଅତି ପ୍ରାଚୀନ ମନ୍ଦିର । ଦଶମ ଶତାବ୍ଦୀରେ ନିର୍ମିତ ଏହି ପ୍ରାଚୀନ କୁମାରେଶ୍ୱର ମନ୍ଦିର ମୁଖ୍ୟତଃ କଳା ମାଙ୍କଡ଼ା ପଥରରେ ତିଆରି ଓ କିଛି ଅଂଶ କଳାମୁଗୁନି ପଥରରେ ତିଆରି ।

ଡ଼େଲାଙ୍ଗ ରେଳ ଷ୍ଟେସନ ଛକରୁ ବ୍ରହ୍ମଗିରିକୁ ଯାଇଥିବା ରାସ୍ତାରେ ପ୍ରାୟ 7 Km ଗଲେ ଇନ୍ଦିପୁର ଗ୍ରାମରେ ଏହି ମନ୍ଦିରଟି ଅବସ୍ଥିତ ।



କିମ୍ବଦନ୍ତୀ କହେ, ପୁରୀ ରାଜା ଏହି ଗ୍ରାମ ଦେଇ ଯିବା ବାଟରେ ଏଠାକାର ଗ୍ରାମବାସୀଙ୍କ ଦ୍ଵାରା ଶିବଲିଙ୍ଗ ପୂଜା ପାଉଥିବାର ଦେଖି ଅଟକି ଯାଇଥିଲେ । ରାଜାଙ୍କର ପୁତ୍ର ନ ଥିବାରୁ ରାଜା ଏଠାରେ ମାନସିକ କରି ଯାଇଥିଲେ । ସେ ଘରେ ପହଞ୍ଚି ଦେଖନ୍ତି ତ ତାଙ୍କର ୧୨ ବର୍ଷର କୁମାରୀ(ଝିଅ) କୁମାର(ପୁଅ) ରୂପେ ବଦଳି ଯାଇଛି । ତେଣୁ ସେହି କିମ୍ବଦନ୍ତୀ ଅନୁସାରେ ଏଠାରେ ପ୍ରଭୁ ଶିବ କୁମାରେଶ୍ୱର ରୂପେ ପୂଜା ପାଉଛନ୍ତି । 

Leave a Comment

Your email address will not be published. Required fields are marked *

Scroll to Top