Skip to content
No results
  • The Vibe Behind
  • Our Action
  • କଳିଙ୍ଗର କାହାଣୀ
    • ଇତିହାସ
    • ଉତ୍କଳୀୟ ନୌବାଣିଜ୍ୟ
  • ଓଡ଼ିଶାର ବରପୁତ୍ର
    • ଐର ଖାରବେଳ
    • ମଧୁ ବାବୁ
    • ମହାମନିଷୀଗଣ
  • ପର୍ଯ୍ୟଟନ ଆକର୍ଷଣ
    • ପର୍ଯ୍ୟଟନ କ୍ଷେତ୍ର
    • ରାଜରାଜୁଡା କ୍ଷେତ୍ର
  • ଆମ କଥା
    • ଆମ ଚଳଣି
    • ଆମ ଖାଦ୍ୟ
    • ଖେଳ ଓ ମନୋରଞ୍ଜନ
    • ଅଙ୍ଗେନିଭା କଥା
    • ହଜିଲା ଦିନର କଥା
    • ଜଣା ଅଜଣା
  • ଭାଷା ଓ ସାହିତ୍ୟ
    • ଆମ ଭାଷା ଓ ସାହିତ୍ୟ
    • ଆଈମା କାହାଣୀ
    • ସୃଷ୍ଟିସମଗ୍ର
    • ସମସାମୟିକ ସାହିତ୍ୟ
  • ସଂସ୍କୃତି ଓ ପରମ୍ପରା
    • ଶ୍ରୀଜଗନ୍ନାଥ
    • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
    • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
    • ନୃତ୍ୟ ସଙ୍ଗୀତ
Contribute

Physical Address

Sai Samarpanam, Satya Vihar, Bhubaneswar

  • Email: antarangakalinga@gmail.com
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA
  • The Vibe Behind
  • Our Action
  • କଳିଙ୍ଗର କାହାଣୀ
    • ଇତିହାସ
    • ଉତ୍କଳୀୟ ନୌବାଣିଜ୍ୟ
  • ଓଡ଼ିଶାର ବରପୁତ୍ର
    • ଐର ଖାରବେଳ
    • ମଧୁ ବାବୁ
    • ମହାମନିଷୀଗଣ
  • ପର୍ଯ୍ୟଟନ ଆକର୍ଷଣ
    • ପର୍ଯ୍ୟଟନ କ୍ଷେତ୍ର
    • ରାଜରାଜୁଡା କ୍ଷେତ୍ର
  • ଆମ କଥା
    • ଆମ ଚଳଣି
    • ଆମ ଖାଦ୍ୟ
    • ଖେଳ ଓ ମନୋରଞ୍ଜନ
    • ଅଙ୍ଗେନିଭା କଥା
    • ହଜିଲା ଦିନର କଥା
    • ଜଣା ଅଜଣା
  • ଭାଷା ଓ ସାହିତ୍ୟ
    • ଆମ ଭାଷା ଓ ସାହିତ୍ୟ
    • ଆଈମା କାହାଣୀ
    • ସୃଷ୍ଟିସମଗ୍ର
    • ସମସାମୟିକ ସାହିତ୍ୟ
  • ସଂସ୍କୃତି ଓ ପରମ୍ପରା
    • ଶ୍ରୀଜଗନ୍ନାଥ
    • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
    • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
    • ନୃତ୍ୟ ସଙ୍ଗୀତ
Contribute
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA

ଭକ୍ତ ସାଲବେଗ

  • adminadmin
  • September 10, 2020
  • ଶ୍ରୀଜଗନ୍ନାଥ

ଲେଖା: ବନ୍ଧନ ଦଳାଇ

ଜଗନ୍ନାଥ ସଂସ୍କୃତି ଓଡ଼ିଆ ଜନମାନସ, ଓଡ଼ିଆ ସଂସ୍କୃତି, ମାଟି, ପାଣି, ପବନ ଏବଂ ସର୍ବୋପରି ଓଡିଶା ଭୂଖଣ୍ଡ ସହ ଓତଃପ୍ରୋତ ଭାବରେ ଜଡିତ!

ମଣିମା ପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଉତ୍କଳର ରାଷ୍ଟ୍ରଦେବତା, ସର୍ବଧର୍ମର ସମନ୍ୱୟ । ରଥଯାତ୍ରା ଜାତି ଧର୍ମ ବର୍ଣ ନିର୍ବିଶେଷରେ ଭକ୍ତ ଓ ଭଗବାନଙ୍କର ମିଳନ ହୁଏ ବଡଦାଣ୍ଡରେ ବିଦେଶୀ-ସ୍ୱଦେଶୀ,ଧନୀ-ଦରିଦ୍ର, ବ୍ରାହ୍ମଣ-ଚଣ୍ଡାଳ ସମସ୍ତେ ହୋଇଯାଆନ୍ତି ଏକାକାର। ସେ ହେଉଛନ୍ତି ଭାବର ଠାକୁର, ଭକ୍ତିର ଠାକୁର ଓ ଭକ୍ତର ଏକାନ୍ତ ନିଜର। ଭକ୍ତର ଭାବ ଗ୍ରହଣ କରି ସେ ଭାବ ବିନୋଦିଆ। ଭକ୍ତର ଏକାନ୍ତ ଠାକୁର ହେଉଛନ୍ତି ଦାରୁବ୍ରହ୍ମ ଜଗନ୍ନାଥ।

କବି ତଥା ମହାପ୍ରଭୁଙ୍କ ପରମ ଭକ୍ତ ସାଲବେଗ, ଭକ୍ତ ସହିତ ଜଗନ୍ନାଥଙ୍କର ସଂପର୍କକୁ ଅବତାରଣା କରିବାକୁ ଯାଇ ଗାଇଛନ୍ତି-
“ଏକା ତୋ’ ଭକତ ଜୀବନ
ଭକତ ନିମନ୍ତେ ତୋର ଶଙ୍ଖଚକ୍ରଚିହ୍ନ।
ଭକତ ତୋ’ ମାତା ପିତା ଭକତ ତୋ ବନ୍ଧୁ।
ଭକତ ହିତରେ ତୋର ନାମ କୃପାସିନ୍ଧୁ।”

ଭକ୍ତର ଭଗବାନ ସେ। ଜଗନ୍ନାଥ କିପରି ଭକ୍ତର ବନ୍ଧୁ ସେ ବିଷୟରେ ବହୁ ଦିବ୍ୟାନୁଭୂତିର ବର୍ଣ୍ଣନା ଦେଖିବାକୁ ମିଳିଥାଏ।

ସାତଶ ପଞ୍ଚାଶ କୋଶ ଦୂର ପୁରୀରୁ ବୃନ୍ଦାବନ। ଭକ୍ତ ସାଲବେଗ ତୀର୍ଥଯାତ୍ରାରେ ସେତେବେଳେ ବୃନ୍ଦାବନରେ ଥାଆନ୍ତି । ଆଗକୁ ପୁରୀରେ ଜଗାକାଳିଆର ରଥଯାତ୍ରା। ଭକ୍ତ ସାଲବେଗ ନନ୍ଦିଘୋଷରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ ତରତର ହୋଇ ବୃନ୍ଦାବନରୁ ବାହାରି ପଡ଼ିଲେ । ମନ ଯାଇ କାଳିଆ ପାଖରେ, କିନ୍ତୁ ରୋଗାକ୍ରାନ୍ତ ଶରୀର ଅନୁମତି ଦେଉନାହିଁ  ମନରେ ଆଶଙ୍କା ସେ କ’ଣ ପୁରୀରେ ପହଞ୍ଚି ଜଗନ୍ନାଥଙ୍କୁ ନନ୍ଦିଘୋଷ ରଥରେ ଦର୍ଶନ କରିପାରିବେ ନାହିଁ !

ହାତଟେକି ନିଜକୁ ଜଗନ୍ନାଥଙ୍କ ପାଦତଳେ ସମର୍ପଣ କରି ଗାଇଉଠିଲେ –
“ଜଗବନ୍ଧୁ ହେ ଗୋସାଇଁ !
ତୁମ୍ଭ ଶ୍ରୀଚରଣ ବିନୁ ଅନ୍ୟଗତି ନାହିଁ।
ସାତଶ ପଞ୍ଚାଶ କୋଷ ଚାଲିନପାରଇ।
ମୋହ ଯିବା ଯାଏଁ ନନ୍ଦିଘୋଷେ ଥିବ ରହି . . “

ଗୁଣ୍ଡିଚା ରଥଯାତ୍ରା ସରି ବାହୁଡାଯାତ୍ରା ଆରମ୍ଭ ହୋଇଗଲାଣି କିନ୍ତୁ ଭକ୍ତ ସାଲବେଗ ଏ ପର୍ଯ୍ୟନ୍ତ ବଡଦାଣ୍ଡରେ ପହଞ୍ଚି ନାହାନ୍ତି !  ଅଟକିଗଲା ବଡଦାଣ୍ଡରେ ନନ୍ଦିଘୋଷ ! ଗଡିଲା ନାହିଁ ଆଗକୁ ! ସେବକ ମାନଙ୍କର ସମସ୍ତ ପ୍ରୟାସ ବ୍ୟର୍ଥ ହେଲା !

ସାଲବେଗ ବଡଦାଣ୍ଡରେ ପହଞ୍ଚି ନିଜ ଆଖିକୁ ବିଶ୍ୱାସ କରି ପାରିଲେ ନାହିଁ ପ୍ରଭୁ ! ଏ ପର୍ଯ୍ୟନ୍ତ ନନ୍ଦିଘୋଷ ରଥରେ ଅଟକି ରହିଛନ୍ତି, ଗଡିଗଲେ ଶରଧା ବାଲିରେ ହାତଯୋଡି ଭୂମିଷ୍ଠ ପ୍ରଣାମ କଲେ ।

ଭକ୍ତର ମନୋବାଂଚ୍ଛା ପୂରଣ ହେଲା ପରେ ନନ୍ଦିଘୋଷ ରଥ ଘର୍ଘର ନାଦ କରି ଗଡିଲା ବଡଦାଣ୍ଡରେ ! ହରିବୋଲ ହୁଳହୁଳିରେ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହେଲା ।

ଭାବଭକ୍ତି ସହକାରେ ବୋଲିବାକୁ ଲାଗିଲେ ମହାନ ଭକ୍ତ ସାଲବେଗ –
“ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ।
ମୋ ଆରତ ନଳିନୀ ବନକୁ କର ଦଳନ।
କହେ ସାଲବେଗ ହୀନ ଜାତିରେ ମୁଁ ଯବନ ।
ଶ୍ରୀ ରଙ୍ଗା ଚରଣ ତଳେ କରୁଅଛି ଜଣାଣ . . “

 

Spread the love
Previous Post ଗରିବ ପୁଅ
Next Post ପଣ୍ଡିତ ଗୋପୀନାଥ ନନ୍ଦଶର୍ମାଙ୍କ ସୂକ୍ତି

Leave a ReplyCancel Reply

Your email address will not be published. Required fields are marked *

Popular Posts

About Us

  • About Organization
  • Our Pillars​
  • Driven By Purpose​

Copyright © 2025 | Crafted with ❤️ by Djonic Technologies

Disclaimer