Physical Address
Sai Samarpanam, Satya Vihar, Bhubaneswar

~ କର୍ମବୀର ବୈକୁଣ୍ଠନାଥ ପୂଜାରୀ ~ ଲେଖା: ଅମୃତେଶ ଖଟୁଆ #ସମ୍ବଲପୁର #ଭାଷା #ଆନ୍ଦୋଳନ କାଳରେ ଯେତେବେଳେ ଜନଗଣନା ଦ୍ୱାରା ଓଡ଼ିଆ ଭାଷା ପରିବର୍ତ୍ତେ ହିନ୍ଦୀ ଭାଷାର ପ୍ରଚଳନ ପାଇଁ ଗୋପନ ଷଡ଼ଯନ୍ତ୍ର ଆରମ୍ଭ ହୁଏ, ସେତେବେଳେ ସମ୍ବଲପୁରର ବିଭିନ୍ନ ଭାଷାପ୍ରେମୀ ମାନେ ଏହି ଦୁରୂହ କୁଚକ୍ରିକାରୁ ଓଡ଼ିଆ ଭାଷାକୁ ରକ୍ଷା କରିବା ପାଇଁ ଆଗୁସାର…

ଲେଖା: ଶିବାଶିଷ ମହାପାତ୍ର ସମ୍ବଲପୁରର ଭାଷା ଆନ୍ଦୋଳନର ସାରଥୀ – ବୈକୁଣ୍ଠନାଥ ପୂଜାରୀ । ୧୮୪୯ ମସିହା । ସମ୍ବଲପୁର ଗଡ଼ଜାତ ପାଇଁ ଏକ ଘଡ଼ିସନ୍ଧିର ମୁହୁର୍ତ୍ତ । ରାଜ୍ୟର ଶେଷ ଚୌହାନ ରାଜା ନାରାୟଣ ସିଂଙ୍କ ମୃତ୍ୟୁ ପରେ ସମ୍ବଲପୁର ଗଡ଼ଜାତ ହରାଇଥିଲା ନିଜର ସ୍ବାଧୀନତା ତଥା ଏହା ଚାଲିଯାଇଥିଲା ଇଂରେଜ ସରକାରଙ୍କ ହାତକୁ…

ଲେଖା: ଦେଵ ତ୍ରିପାଠୀ ତୁମ ମାଟି ଦେହ ଗ୍ରାସିଛି ଶ୍ମଶାନ, ମାତ୍ର ଯଶୋଦେହେ ତୁମେ ଆୟୁଷ୍ମାନ ।” କେତେ ବଡ଼ କଥା କହିଛନ୍ତି କବିବର ! ଗଙ୍ଗଶିଉଳି ଫୁଲ । ସଞ୍ଜରେ ଫୁଟେ, ସକାଳକୁ ଝଡ଼ିଯାଏ । କିନ୍ତୁ ରୂପରେ, ରସରେ, ବାସରେ ବିହ୍ଵଳିତ କରେ ସଭିଙ୍କୁ ! ସେ ଫୁଲର କଳ୍ପନାରେ ବି ଅନୁଭୂତ…

ବଙ୍ଗଳା, ବିହାର ଓ ତେଲେଙ୍ଗାମାନଙ୍କର ଓଡ଼ିଆ ଭାଷା ପ୍ରତି ଯେଉଁ ଅସୂୟା ଭାବ ଥିଲା, ତାହାକୁ ସେମାନଙ୍କ ଆଗରେ ବୀରଦର୍ପରେ ବଖାଣିବା ନିମନ୍ତେ ସେ ଓଡ଼ିଆ ଭାଷାର ସ୍ଥାୟିତ୍ୱ ଓ ଅବିନଶ୍ୱର ରୂପକୁ ପ୍ରତିଷ୍ଠିତ କରାଇଥିଲେ । ଏଇ ମାଟିର ଭାଷା ବଦଳରେ ସମ୍ବଲପୁରରେ ହିନ୍ଦୀଭାଷା ଏବଂ ଗଞ୍ଜାମରେ ତେଲୁଗୁଭାଷା ପ୍ରୟୋଗର ଘୋର ବିରୋଧ ତଥା ପତ୍ରିକା ମାଧ୍ୟମରେ ସଂଗ୍ରାମର ବାର୍ତ୍ତାପ୍ରେରଣ କରି ସେ ମଧ୍ୟ ଆକ୍ରୋଶର ଶିକାର ହୋଇଥିଲେ ହୀନମନା ହିନ୍ଦୀଭାଷୀ ଓ ତେଲେଙ୍ଗାମାନଙ୍କର । କେବଳ ଦେଶଗଠନ ପାଇଁ ଯେ ତାଙ୍କର ଭୂମିକା ଥିଲା ଗୁରୁତ୍ଵପୂର୍ଣ୍ଣ ତାହା ନୁହେଁ, ବ୍ରିଟିଶ ସରକାର ବିରୋଧରେ ପତ୍ରିକା ମାଧ୍ୟମରେ ରଣହୁଙ୍କାର ଦେଇ ଓ ଜନଜାଗରଣ ସୃଷ୍ଟି କରି ସେ ବ୍ରିଟିଶ ସରକାରର ବନିଯାଇଥିଲେ ମହାଶତ୍ରୁ . .