Physical Address
Sai Samarpanam, Satya Vihar, Bhubaneswar

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଓଡ଼ିଆ ଭାଷାରେ ଏମିତି ଅନେକ ଶବ୍ଦ ରହିଛି ଯାହା ଅନ୍ଯ ଭାରତୀୟ ଭାଷାରେ ଦୃଷ୍ଟିଗୋଚର ହୁଏନାହିଁ । ଏହି ଶ୍ରେଣୀୟ ଏକ ଶବ୍ଦ ହେଉଛି ‛ପଝାରି’ । ଏ ଶବ୍ଦର ମୂଳକୁ ନେଇ ନାନା ମତ ରହିଛି । ତନ୍ମଧ୍ୟରୁ କେତୋଟିର ଏଠାରେ ଆଲୋଚନା କରାଯାଉ, ■…

ଲେଖା: ଶିଶିର ସାହୁ ମନୋଜ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଶାସ୍ତ୍ରୀୟ ଶବ୍ଦଟି ଏକ ସଂସ୍କୃତ ଵିଶେଷଣ ବୋଲି ଉଲ୍ଲେଖ ଅଛି ଯାହାର ଅର୍ଥ ‘ଶାସ୍ତ୍ର ସମ୍ବନ୍ଧୀ’ କୁହାଯାଇଛି । ‘ଶାସ୍ତ୍ର’ ଶବ୍ଦରେ ‘ଈୟ’ ପ୍ରତ୍ୟୟ ଲଗେଇ ଶବ୍ଦଟି ଗଢ଼ାଯାଇଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଶାସ୍ତ୍ର ଶବ୍ଦର ନିମ୍ନୋକ୍ତ ଅର୍ଥ ଲେଖାଅଛି: ୧. (ଶାସ୍ ଧାତୁ=ଶାସନ କରିବା+କରଣ ତ୍ର)—ବେଦ…

ସୌରଭିତ ସୃଷ୍ଟି: ବ୍ୟାସକବି ସରସ୍ବତୀ ଫକୀରମୋହନ ମୋ ଜୀଵନ ସାର ଧନ ଜନନୀ ଉତ୍କଳ ଭାଷା । ଆସ ଗୋ ମା ! କରେ ପୂଜା ପୂର୍ଣ୍ଣ ହେଉ ପ୍ରାଣ ଆଶା । ଭକ୍ତି,ଶ୍ରଦ୍ଧା,ସ୍ନେହ,ମାୟା,ହୃଦୟ ସ୍ୱର୍ଗୀୟ ଧନ, ଜନନି ଗୋ ! କୃପା କରି କରୁ ତୁହି ଵିତରଣ । ଜ୍ଞାନ, ଵିଦ୍ଯା, ସୁଖ, ଭାଗ୍ଯ,…

ଲେଖା: ଶିଶିର ସାହୁ ମନୋଜ ପୁରାଣରେ ଗୋଟାଏ ଲାଙ୍ଗଳୀ ନଦୀ ଵିଷୟରେ ଉଲ୍ଲେଖ ରହିଛି । କୁହାଯାଏ ଥରେ ଭଗବାନ ଵଳରାମ ସୈନ୍ୟସାମନ୍ତ ଘେନି କଳିଙ୍ଗଦେଶ ମଧ୍ୟ ଦେଇ ଯାଉଥିଲା ବେଳେ ଏଠାକାର ପାର୍ଵତ୍ୟାଞ୍ଚଳରେ ତୁଷାର୍ତ୍ତ ହେଲାରୁ ତାଙ୍କ ଲଙ୍ଗଳ ମୁନରେ ଏକ ଜଳଧାର ସୃଷ୍ଟି କରେଇଥିଲେ । ସେ ଜଳଧାର ପରଵର୍ତ୍ତୀ କାଳରେ ନଦୀରେ…

ଲେଖା: ଶିଶିର ସାହୁ ମନୋଜ ‛ଅହିଅ’ ଶବ୍ଦଟି ଓଡ଼ିଶାରେ ‛ସଧଵା’ ଶବ୍ଦର ଏକ ପ୍ରତିଶବ୍ଦ ଭାଵେ ଵ୍ଯଵହୃତ ହୋଇଥାଏ । ଏ ଓଡ଼ିଆ ଶବ୍ଦଟି ସଂସ୍କୃତର ‛ଅଭିଵାଦ୍ଯ’ ସହିତ ସମଦ୍ଧୃତ ହୋଇଥାଇପାରେ । ‛ଅଭିଵାଦ୍ଯ’ର ଅର୍ଥ ସଧବା ଯୋଗୁଁ ବନ୍ଦନୀୟା । ଏ ଶବ୍ଦର ପ୍ରାକୃତ ସମଦ୍ଧୃତ ରୂପ ହେଉଛି ‛ଅହିବାଦ୍’ ଓ ‛ଅହିବଦ୍’ ।…

ଉପସ୍ଥାପନା: ଶିଶିର ସାହୁ ମନୋଜ ଆଜି ଯେଉଁ ଅଞ୍ଚଳକୁ ଗଞ୍ଜାମ କୁହାଯାଉଛି, ପ୍ରାଚୀନ କାଳରେ ଏହି ଅଞ୍ଚଳ କଳିଙ୍ଗ, କଙ୍ଗୋଦ ନାମରେ ପରିଚିତ ଥିଲା । ୧୮୦୬ ମସିହାରେ ଗଞ୍ଜାମ ଜିଲ୍ଲା ଗଠନ ବେଳେ ଏହାର ସୀମା ଥିଲା ପୂର୍ବରେ ମାଣିକପାଟଣାଠାରୁ ଦକ୍ଷିଣ ପଶ୍ଚିମରେ ମୋପଂଜା ବନ୍ଦର ଅର୍ଥାତ ନାଗାବଳୀ ନଦୀ ମୁହାଣ, ଯାହା ବର୍ତ୍ତମାନର…

ଲେଖା: ଶିଶିର ସାହୁ ମନୋଜ ଓଡ଼ିଆଭାଷା ଵିଷୟରେ ଅଜ୍ଞ ଲୋକେ ଵନେଇଵା ଶବ୍ଦକୁ ଏକ ହିନ୍ଦୀରୁ ଆନିତ ଶବ୍ଦ ମନେ କରନ୍ତି ଯେହେତୁ ତାଙ୍କ ଅଞ୍ଚଳରେ ବନେଇବା, ଵନିଵା ଆଦି ଶବ୍ଦ ବଦଳରେ କରିବା, ତିଆରି କରିଵା ଓ ଗଢ଼ିଵା ଆଦି ଶବ୍ଦ ଚଳେ କିନ୍ତୁ ଚର୍ଯ୍ୟାଗୀତି ଓ ସାରଳା ମହାଭାରତରେ ଏ ଶବ୍ଦର ପ୍ରାଚୀନ…

ଲେଖା: ଶିଶିର ସାହୁ ମନୋଜ ଏକଦା ସମ୍ବଲପୁର ଗଡ଼ଜାତ ରାଜ୍ୟ “ହୀରାଖଣ୍ଡ ସାମ୍ରାଜ୍ୟ” ନାମରେ ପରିଚିତ ଥିଲା । ଏଠାରୁ ପ୍ରାପ୍ତ “ହୀରା”ରୁ “ହୀରାଖଣ୍ଡ ସାମ୍ରାଜ୍ୟ”ର ସୃଷ୍ଟି ବୋଲି ଅନେକ ମତ ଦିଅନ୍ତି । ଏକ କିମ୍ବଦନ୍ତୀ କଥାନୁସାରେ ଵିଶ୍ଵଵିଖ୍ଯାତ କୋହିନୂର ହୀରା ଏହିଠାରୁ ପ୍ରାପ୍ତ ହୋଇଥିଵାରୁ ଯେତେଵେଳେ ତାହା ରାଜା ରଣଜିତ ସିଂହଙ୍କ ପାଖରେ…

ଲେଖା: ଶିଶିର ସାହୁ ମନୋଜ ସାଧାରଣତଃ ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସିଆରେ ଧାନଚାଷ ହୁଏ ଓ ଧାନଚାଷ ହେଉଥିଵା ହେତୁ ଏଠାରେ ଧାନ୍ଯ ସମ୍ଵନ୍ଧୀୟ ଖାଦ୍ୟ ମଧ୍ୟ ମିଳିଥାଏ । ଵିଶ୍ଵରେ ସର୍ଵପ୍ରଥମେ ଆମ କୋରାପୁଟରେ ଧାନଚାଷ ହୋଇଥିଵା ପ୍ରମାଣ ମିଳେ । ଧାନଗଛର ଵିଭିନ୍ନ ଜାତି ରହିଛି ପ୍ରାୟତଃ ୩୦୦ରୁ ଅଧିକ ଜାତିର…

ଲେଖା: ଶିଶିର ସାହୁ ମନୋଜ ଓଡ଼ିଶା ତଥା ଏହାର ଵିଚ୍ଛିନ୍ନାଞ୍ଚଳରେ ପିଜୁଳି ଫଳର ସହସ୍ରାଧିକ ନାମ ଚଳୁଅଛି । ପ୍ରତ୍ୟେକ ଜିଲ୍ଲାରେ ପିଜୁଳି ପାଇଁ ଅନ୍ତତଃ ଦୁଇଗୋଟି ନାଆଁ ନିଶ୍ଚୟ ମିଳିଯାଏ । ଧରନ୍ତୁ ଆପଣ ସାରା ଓଡ଼ିଶା ଭ୍ରମଣରେ ବାହାରିଛନ୍ତି ତେଵେ ପ୍ରତ୍ୟେକ ଅଞ୍ଚଳର ଲୋକେ ଆପଣଙ୍କୁ ପିଜୁଳିକୁ ଭିନ୍ନ ଭିନ୍ନ ନାଆଁରେ ଜାଣିଥିଵାର…