Search Results for ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ

ଟାଉଟର

ଲେଖା: ଶିଶିର ସାହୁ ମନୋଜ ଆଜିକାଲି ଓଡ଼ିଶାରେ ‘ଟାଉଟର’ ଶବ୍ଦ କେତେକ ଅଞ୍ଚଳର କଥିତ ଓଡ଼ିଆ ଭାଷାରେ ଚଳୁଅଛି । ସାଧାରଣତଃ ଏହା ଗାଳିଦେଵା ସମୟରେ ଵ୍ଯଵହୃତ ହୋଇଥାଏ । ଏ ଟାଉଟର ଶବ୍ଦଟି ପ୍ରକୃତରେ ଵୈଦେଶିକ ଶବ୍ଦ ଅଟେ । ଏହାକୁ ଇଂରାଜୀରୁ ସିଧାସଳଖ ନିଆଯାଇଛି । ଇଂରାଜୀର Touter ଶବ୍ଦ ହିଁ ପୂର୍ଵଭାରତରେ…

ଵନିଵା

ଲେଖା: ଶିଶିର ସାହୁ ମନୋଜ ଓଡ଼ିଆଭାଷା ଵିଷୟରେ ଅଜ୍ଞ ଲୋକେ ଵନେଇଵା ଶବ୍ଦକୁ ଏକ ହିନ୍ଦୀରୁ ଆନିତ ଶବ୍ଦ ମନେ କରନ୍ତି ଯେହେତୁ ତାଙ୍କ ଅଞ୍ଚଳରେ ବନେଇବା, ଵନିଵା ଆଦି ଶବ୍ଦ ବଦଳରେ କରିବା, ତିଆରି କରିଵା ଓ ଗଢ଼ିଵା ଆଦି ଶବ୍ଦ ଚଳେ କିନ୍ତୁ ଚର୍ଯ୍ୟାଗୀତି ଓ ସାରଳା ମହାଭାରତରେ ଏ ଶବ୍ଦର ପ୍ରାଚୀନ…

ଲୁ

ଲେଖା: ଶିଶିର ସାହୁ ମନୋଜ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ପଦ୍ଯରେ ଗୋଟିଏ କାଳ୍ପନିକ କାହାଣୀ ଲେଖିଛନ୍ତି ଲାଵଣ୍ଯଵତୀ, ଯାହାର ନାମ ସାରା ଓଡ଼ିଶାରେ ଲୋକପ୍ରିୟ । ଏକଦା କନ୍ୟାମାନଙ୍କର ଲାଵଣ୍ଯବତୀ ନାମ ରଖାଯାଉଥିଲା । ସାଧାରଣତଃ ଲାଵଣ୍ଯଵତୀ ଶବ୍ଦର ଅର୍ଥ “ଅତିସୁନ୍ଦରୀ ନାରୀ” । ଲାଵଣ୍ୟବତୀ କାଵ୍ଯର ନାୟିକା ବାଞ୍ଛାଵତୀ ମଧ୍ୟ ପରମା ସୁନ୍ଦରୀ ଥିଵା…

ସନ୍ନିପାତ

ଲେଖା: ଶିଶିର ସାହୁ ମନୋଜ ସନ୍ନିପାତ (ସମ୍+ନି+ପତ୍ ଧାତୁ+ଭାବ ଅ) ଶବ୍ଦର ବହୁ ଅର୍ଥ ହୋଇଥିଲେ ହେଁ ଏହା ଓଡ଼ିଆ ଭାଷାରେ ସାଧାରଣତଃ “ବାତ-ପିତ୍ତ-କଫ”ର ପ୍ରକୋପ-ଜନିତ ଜ୍ୱରରୋଗର ମାରାତ୍ମକ ଆବସ୍ଥା ଅର୍ଥରେ ବହୁଳ ଭାବରେ ବ୍ୟବହୃତ ହୋଇଥାଏ । ଏ ଶବ୍ଦର ଆନ ଅର୍ଥ ଗୁଡ଼ିକ ଯଥା: ୧. ସମ୍ୟକ୍ ରୂପେ ପତନ ୨. ବିନାଶ…

ପଖାଳ

ଲେଖା: ଶିଶିର ସାହୁ ମନୋଜ ସାଧାରଣତଃ ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସିଆରେ ଧାନଚାଷ ହୁଏ ଓ ଧାନଚାଷ ହେଉଥିଵା ହେତୁ ଏଠାରେ ଧାନ୍ଯ ସମ୍ଵନ୍ଧୀୟ ଖାଦ୍ୟ ମଧ୍ୟ ମିଳିଥାଏ । ଵିଶ୍ଵରେ ସର୍ଵପ୍ରଥମେ ଆମ କୋରାପୁଟରେ ଧାନଚାଷ ହୋଇଥିଵା ପ୍ରମାଣ ମିଳେ । ଧାନଗଛର ଵିଭିନ୍ନ ଜାତି ରହିଛି ପ୍ରାୟତଃ ୩୦୦ରୁ ଅଧିକ ଜାତିର…

ଝଜ

ଲେଖା: ଶିଶିର ସାହୁ ମନୋଜ ଦୂରଵର୍ତ୍ତୀ ଵାତ୍ଯାର କ୍ଷୀଣ ପ୍ରକୋପକୁ ଗଞ୍ଜାମ ଜିଲ୍ଲାର ଉପକୂଳଵର୍ତ୍ତୀ ଅଞ୍ଚଳରେ ଝଜ କୁହନ୍ତି । ସମ୍ଭଵତଃ ଏ ଶବ୍ଦଟି ଝଞ୍ଜା ଶବ୍ଦ ସହିତ ସମଦ୍ଧୃତ । ଝଜ ଏକ ଵିଶେଷ୍ଯ ଶବ୍ଦ ଭାଵେ ଵ୍ଯଵହୃତ ହୋଇଥାଏ ଠିକ୍ ସେଇଭଳି ଝଞ୍ଜା ଶବ୍ଦ ବି ଏକ ଵିଶେଷ୍ଯ ଶବ୍ଦ ଅଟଇ ।…

ସାମଞ୍ଜସ୍ୟ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଓଡ଼ିଆ ଭାଷାରେ ମାନକ ଵା ସଂସ୍କୃତ ଶବ୍ଦ ଯେତିକି ମହତ୍ତ୍ୱପୂର୍ଣ୍ଣ ସେତିକି ଆଵଶ୍ୟକତା ଦେଶଜ ଶବ୍ଦର ମଧ୍ୟ ରହିଛି । ଗୋଟିଏ ଭାଷାରେ କୌଣସି ମାନକ ଶବ୍ଦର ଅନେକ ଦେଶଜ ପ୍ରତିରୂପ ଥାଇପାରେ । ଏମିତିରେ କେଵଳ ମାନକ ଶବ୍ଦଟିକୁ ଠିକ୍ କହି ଵାକି ଆଞ୍ଚଳିକ ଶବ୍ଦ…

ଅର୍ଚ୍ଚା

ଲେଖା: ଶିଶିର ସାହୁ ମନୋଜ ଶ୍ରୀମନ୍ଦିରର ଵିଭିନ୍ନ ଉତ୍ସଵ, ପର୍ଵପର୍ଵାଣୀ, ଯାତ୍ରାରେ ଶ୍ରୀଜିଉ’ଙ୍କର ମୁଖ୍ୟ ପ୍ରତିନିଧିତ୍ଵ କରନ୍ତି ଶ୍ରୀମଦନମୋହନ । ଏହାଙ୍କ ସହିତ ଶ୍ରୀରାମ, ଶ୍ରୀକୃଷ୍ଣ, ନୃସିଂହନାଥ ଓ ଭକ୍ତ ହନୁମାନ ଶ୍ରୀମନ୍ଦିର ଦକ୍ଷିଣିଘରେ ଵିରାଜମାନ ଅଛନ୍ତି । ଶ୍ରୀଜଗନ୍ନାଥ’ଙ୍କ ପୂଜା, ଅର୍ଚ୍ଚନା, ଉପାସନା ଓ ରୀତିନୀତି ଅନୁଯାୟୀ ଶ୍ରୀମଦନମୋହନ ଚର୍ଚ୍ଚିତ, ଅର୍ଚ୍ଚିତ, ପୂଜିତ ହେଉଥିଵା…

ଖିରିସାଣି

ଲେଖା: ଶିଶିର ସାହୁ ମନୋଜ ଯୁଗ ସହ ତାଳ ଦେଇ ସମାଜ ଓ ସଭ୍ଯତାରେ ପରିଵର୍ତ୍ତନ ଦେଖାଯାଏ । ସମାଜ ସହ ବଦଳେ ଉକ୍ତ ସମାଜରେ ପ୍ରଚଳିତ ଭାଷା ଓ ତହିଁର ଶବ୍ଦ ତଥା ତାହାର ଵ୍ଯଵହାର । ଆଜକୁ ପ୍ରାୟ ୧୦୦ ଵର୍ଷ ତଳେ ଭାରତରେ ଘୋଡ଼ା ମାନଙ୍କର ବହୁତ ଆଵଶ୍ଯକତା ଥିଲା, କିନ୍ତୁ…

ଗିହ୍ମା

ଲେଖା: ଶିଶିର ସାହୁ ମନୋଜ ପିତା ଗିହ୍ମା ଏହା ଏକ ଜାତୀୟ ଶାଗଗଛ । ଏହି ଶାଗଗଛକୁ ବାଲେଶ୍ଵରରେ ପିତାଗିହ୍ମା କୁହାଯାଏ ଏଵଂ ଏହାର ପତ୍ରରେ ତିଆରି  ଏକ ପ୍ରକାରର ଶାଗଭଜା ଵିଧିକୁ ଏଠାକାର ସ୍ଥାନୀୟ ଅଧିଵାସୀ “ଚଡ୍ ଚଡା଼” କହିଥାଆନ୍ତି । ଶାଗରେ ଆଳୁ, ବାଇଗଣ ଆଦି ପକାଇ ଭଜାଗଲେ ତାକୁ ଵାଲେଶ୍ଵରରେ ଚଡ୍…