Skip to content
No results
  • The Vibe Behind
  • Our Action
  • କଳିଙ୍ଗର କାହାଣୀ
    • ଇତିହାସ
    • ଉତ୍କଳୀୟ ନୌବାଣିଜ୍ୟ
  • ଓଡ଼ିଶାର ବରପୁତ୍ର
    • ଐର ଖାରବେଳ
    • ମଧୁ ବାବୁ
    • ମହାମନିଷୀଗଣ
  • ପର୍ଯ୍ୟଟନ ଆକର୍ଷଣ
    • ପର୍ଯ୍ୟଟନ କ୍ଷେତ୍ର
    • ରାଜରାଜୁଡା କ୍ଷେତ୍ର
  • ଆମ କଥା
    • ଆମ ଚଳଣି
    • ଆମ ଖାଦ୍ୟ
    • ଖେଳ ଓ ମନୋରଞ୍ଜନ
    • ଅଙ୍ଗେନିଭା କଥା
    • ହଜିଲା ଦିନର କଥା
    • ଜଣା ଅଜଣା
  • ଭାଷା ଓ ସାହିତ୍ୟ
    • ଆମ ଭାଷା ଓ ସାହିତ୍ୟ
    • ଆଈମା କାହାଣୀ
    • ସୃଷ୍ଟିସମଗ୍ର
    • ସମସାମୟିକ ସାହିତ୍ୟ
  • ସଂସ୍କୃତି ଓ ପରମ୍ପରା
    • ଶ୍ରୀଜଗନ୍ନାଥ
    • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
    • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
    • ନୃତ୍ୟ ସଙ୍ଗୀତ
Contribute

Physical Address

Sai Samarpanam, Satya Vihar, Bhubaneswar

  • Email: antarangakalinga@gmail.com
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA
  • The Vibe Behind
  • Our Action
  • କଳିଙ୍ଗର କାହାଣୀ
    • ଇତିହାସ
    • ଉତ୍କଳୀୟ ନୌବାଣିଜ୍ୟ
  • ଓଡ଼ିଶାର ବରପୁତ୍ର
    • ଐର ଖାରବେଳ
    • ମଧୁ ବାବୁ
    • ମହାମନିଷୀଗଣ
  • ପର୍ଯ୍ୟଟନ ଆକର୍ଷଣ
    • ପର୍ଯ୍ୟଟନ କ୍ଷେତ୍ର
    • ରାଜରାଜୁଡା କ୍ଷେତ୍ର
  • ଆମ କଥା
    • ଆମ ଚଳଣି
    • ଆମ ଖାଦ୍ୟ
    • ଖେଳ ଓ ମନୋରଞ୍ଜନ
    • ଅଙ୍ଗେନିଭା କଥା
    • ହଜିଲା ଦିନର କଥା
    • ଜଣା ଅଜଣା
  • ଭାଷା ଓ ସାହିତ୍ୟ
    • ଆମ ଭାଷା ଓ ସାହିତ୍ୟ
    • ଆଈମା କାହାଣୀ
    • ସୃଷ୍ଟିସମଗ୍ର
    • ସମସାମୟିକ ସାହିତ୍ୟ
  • ସଂସ୍କୃତି ଓ ପରମ୍ପରା
    • ଶ୍ରୀଜଗନ୍ନାଥ
    • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
    • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
    • ନୃତ୍ୟ ସଙ୍ଗୀତ
Contribute
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA

ସନ୍ନିପାତ

  • adminadmin
  • November 17, 2020
  • ଭାଷା ଓ ସାହିତ୍ୟ

ଲେଖା: ଶିଶିର ସାହୁ ମନୋଜ

ସନ୍ନିପାତ (ସମ୍+ନି+ପତ୍ ଧାତୁ+ଭାବ ଅ) ଶବ୍ଦର ବହୁ ଅର୍ଥ ହୋଇଥିଲେ ହେଁ ଏହା ଓଡ଼ିଆ ଭାଷାରେ ସାଧାରଣତଃ “ବାତ-ପିତ୍ତ-କଫ”ର ପ୍ରକୋପ-ଜନିତ ଜ୍ୱରରୋଗର ମାରାତ୍ମକ ଆବସ୍ଥା ଅର୍ଥରେ ବହୁଳ ଭାବରେ ବ୍ୟବହୃତ ହୋଇଥାଏ ।

ଏ ଶବ୍ଦର ଆନ ଅର୍ଥ ଗୁଡ଼ିକ ଯଥା:
୧. ସମ୍ୟକ୍ ରୂପେ ପତନ
୨. ବିନାଶ
୩. ଅବତରଣ
୪. ଉପସ୍ଥିତି
୫. ସମୂହ; ସମଷ୍ଟି—
୬. ସମୂହର ମିଳନ
୭. (ସମ୍+ନି+ପତ୍ ଧାତୁ+ଅଧିକରଣ ଅ) ଯୁଦ୍ଧ; ସଂଗ୍ରାମ ଇତ୍ୟାଦି

ସନ୍ନିପାତ ଵିଷୟରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଟୀକା: ଏକ ସମୟରେ କଫବାତପିତ୍ତର ପ୍ରକୋପ ଅଧିକ ହୋଇଗଲେ ରୋଗୀର ଆସନ୍ନମୁତ୍ୟୁ ଅବସ୍ଥା ଘଟେ । ଏହାକୁ ସନ୍ନିପାତ ବା ‘କ୍ରି ସନ୍ଧି‘ ବୋଲାଯାଏ। ହଂସରାଜ ପ୍ରଣୀତ ନିଦାନ ଗ୍ରନ୍ଥ ଆଦି କେତେକ ବୈଦିକ ଗ୍ରନ୍ଥ ଅନୁସାରେ ସନ୍ନିପାତ 13 ପ୍ରକାରର । ଯଥା— ସନ୍ଧିକ, ଅନ୍ତକ, ରୁଗ୍ଦାହ, ଚିତ୍ତବିଭ୍ରମ, ଶୀତାଙ୍ଗ, ତନ୍ଦ୍ରିକ, କଣ୍ଠକିର୍କ, କର୍ଣ୍ଣକ, ଭୁଗ୍ନନେତ୍ର, ରକ୍ତଷ୍ଠୀରା, ପ୍ରଳାପକ, ଜିହ୍ବକ ଓ ଅଭିନ୍ଯାସ ।

ସନ୍ଧିକରେ ୭ ଦିନ, ଅନ୍ତକରେ ଦିନେ, ରୁଗ୍ଦାହରେ ୨ ଦିନ, ଚିତ୍ତ ବିଭ୍ରମରେ ୨୪ ଦିନ, ଶୀତାଙ୍ଗରେ ୧୫ ଦିନ, ଚନ୍ଦ୍ରିକାରେ ୨୫ ଦିନ, କଣ୍ଠକୁବ୍ଜର ୧୩ ଦିନ, କର୍ଣ୍ଣକରେ ୩ ମାସ, ଭୁଗ୍ନନେତ୍ରରେ ୮ ଦିନ, ରକ୍ତଷ୍ଠୀବୀରେ ୧ ଦିନ, ପ୍ରଳାପକରେ ୧୪ଦିନ, ଜିହ୍ବକରେ ୧୬ଦିନ, ଅଭିନ୍ଯାସରେ ୧୬ ଦିନ ପରମାୟୁ । ଏଥି ମଧ୍ୟରୁ ସନ୍ଧିକ, ତନ୍ଦ୍ରିକ, କର୍ଣ୍ଣକ, କଣ୍ଠକୁବ୍ଜ, ଜିହ୍ବକ ଓ ଚିତ୍ତିବିଭ୍ରମ ଏହି ୬ଟି ସାଧ୍ଯ ଓ ଅନ୍ଯ ୭ଟି ମାରକ। ‘ଭାବପ୍ରକାଶ’ରେ ଏହି ତ୍ରୟୋଦଶ ସନ୍ନିପାତକୁ ଏକୋଲ୍ବଣ, ଦ୍ଯୁଳ୍ବଣ ଓ ତ୍ର୍ଯଲ୍ବଣ ଏହି ତିନି ଶ୍ରେଣୀରେ ବିଭକ୍ତ କରା ୟାଇଅଛି।

ଗ୍ରାନ୍ଥାନ୍ତର ମତରେ ବିସ୍ପାରକ, ଆଶୁକାରୀ, କମ୍ପନ, ବଭ୍ର, ଶୀଘ୍ରକାରୀ, ଭଲ୍ଲ, ସପ୍ତମ, କୂଟପାକଳ, ସଂମୋହନ, ପାକଳ, ଯାମ୍ୟ, କ୍ରିକଚ, କର୍କଟକ, ବୈଦାରିକାଭିଦ— ସନ୍ନିପାତ ଏହି ୧୪ ପ୍ରକାରର ଅଟେ । ସନ୍ନିପାତକୁ ଚଳିତ କଥାରେ ‘ଜ୍ବର ବିକାର’ ବା ‘ସିନ୍ଧି’ କହନ୍ତି। ଏହି ଜ୍ବରରେ କ୍ଷଣେ କ୍ଷଣେ ଦାହ, ପୁଣି ପରକ୍ଷଣରେ ଶୀତ ଏବଂ ଅସ୍ଥି ଓ ସନ୍ଧିସମୂହରେ ବେଦନା ଅନୁଭବ ହୁଏ; ନେତ୍ର— ଦ୍ବୟ ଅଶ୍ରୁପୂର୍ଣ୍ଣ, ଆବିଳ, ରକ୍ତାର ଓ ବିସ୍ତାରିତ ବା କୁଟିଳ ହୁଏ; କର୍ଣ୍ଣରନ୍ଧ୍ରରେ ନାନା ପ୍ରକାରର ଶଦ୍ଦ ଅନୁଭୂତ ହୁଏ; କଣ୍ଠନାଳି ମଧ୍ୟରେ ଧାନର ଶୁଆଁରେ ଫୋଡ଼ି ଫୋଡ଼ି ହେଲା ପରି ଜଣାଯାଏ; ଜିହା କୃଷ୍ଣବର୍ଣ୍ଣ, କର୍କଶ ଓ କଣ୍ଟକ-ଯୁକ୍ତ ହୁଏ; ତନ୍ଦ୍ରା, ମୁର୍ଚ୍ଛା, ପ୍ରଳାପ, କାଶ, ଶ୍ବାସ, ଅରୁଚି, ଭ୍ରମ, ତୃଷ୍ଣା ଓ ନିଦ୍ରାନାଶ ହୁଏ; ମଳ, ମୂତ୍ର ଓ ଘର୍ମର ରୋଧ ଏବଂ ଅତିସାର ଘଟେ; ମୁଖ, ନାସିକା, କର୍ଣ୍ଣ ଓ କଣ୍ଠ ମଧ୍ୟରେ କ୍ଷତ ହୁଏ ଏବଂ ଦେହରେ ବିରୁଡ଼ି ମାରିବା ପରି ଶୋଥ ଦେଖାଯାଏ। ଏହା ଛଡ଼ା ସନ୍ନିପାତ ଜ୍ବରର କେତେଗୁଡ଼ିଏ ବିଶେଷ ଲକ୍ଷଣ ଦେଖାଯାଏ। ବକ୍ଷଃସ୍ଥଳରେ ବେଦନା ଓ ନିଃଶ୍ବାସ ପ୍ରଶ୍ବାସରେ କଷ୍ଟ ବୋଧହୁଏ; କଣ୍ଠ ଜିଭ ଶୁଖିଯାଏ; ଛାତି ଦରକ ହୁଏ; କର୍ଣ୍ଣ ମଧ୍ୟରେ ନାନା— ପ୍ରକାର ଶଦ୍ଦ ଅନୁଭୂତ ହୁଏ, କଣ୍ଠ, ଶୂକ (କଠିନ ଲୋମ) ଦ୍ବାରା ଆବୃତ ହେଲା ପରି ଅନୁଭୁତ ହୁଏ; ମୁହଁ ବାଟେ ସମୟ ସମୟରେ ରକ୍ତ ପଡ଼େ। ଏହାକୁ ଡାକ୍ତରମାନେ ‘ନିମୋନିଆ’ (Pneumonia) କହନ୍ତି। ନିମୋନିଆରେ ହୃଦୟ ମଧ୍ୟସ୍ଥ ଫୁସଫୁସ୍ ଦୂଷିତ ହୋଇ ପଚିଯାଏ। ସନ୍ନିପାତ ଜ୍ବର କଷ୍ଟସାଧ୍ୟ । ୭, ୯, ୧, ୧୧, ୧୨, ୧୮, ୨୨ ବା ୨୪ ଦିନ ଏ ରୋଗର କାଳ। ଏହାପରେ ରୋଗୀ ଅରୋଗ୍ଯ ଲାଭ କରେ ବା ମୃତହୁଏ ।

ବାତ, ପିତ୍ତ, କଫ ଅତି ତ୍ରକୁଞ୍ଚିତ ହୋଇ ଜ୍ଞାନେନ୍ଦ୍ରିୟ ଓ ମନକୁ ବିକୃତ କଲେ ଏହି ଜ୍ବରକୁ ‘ଅଭିନ୍ଯାସ ଜ୍ବର’ କହନ୍ତି। ଏଥିରେ ରୋଗୀ ନିଶ୍ଚେଷ୍ଟ ହୁଏ ଏବଂ ରୋଗୀର ଶ୍ରବଣ, ଦର୍ଶନ, ସ୍ୱରଣ, ସ୍ୱର୍ଶନ ଓ ଘ୍ରାଣଶକ୍ତି ରହିତ ହୁଏ ଏବଂ ରୋଗୀ ଲୋକଙ୍କୁ ଚିହ୍ନି ପାରେ ନାହିଁ; ସର୍ବଦା ମସ୍ତକ ସଞ୍ଚାଳନ କରି ଅସ୍ଥିର ହୁଏ । ବେଳେ ବେଳେ ସନ୍ନିପାତ ଜ୍ବରରେ କାନମୁଣ୍ଡା, ବେକ ଓ ଗାଲପାଟି ଫୁଲି ବେଦନା-ଯୁକ୍ତ ହୁଏ। ଏହାକୁ “କୁମୁଟି ସନ୍ନିପାତ” ବୋଲାଯାଏ । ଅଭିନ୍ଯାସ ଜ୍ବର ସର୍ବଥା ଅସାଧ୍ଯ । ସନ୍ନିପାତ ଜ୍ବର ସଙ୍ଗେ ଅତିସାର ଘଟିଲେ ତାହାକୁ ସନ୍ନିପାତିକ ଜ୍ବରାତିସାର ବା Typhoid fever କହନ୍ତି । ସାଧାରଣ ଲୋକେ ଏହାକୁ “ବାଇଶିଦିନିଆ ଜ୍ବର” କହନ୍ତି । (ପୂର୍ଣ୍ଣଚନ୍ଦ୍ର ଭାଷାକୋଷ)

© ଶବ୍ଦଭେଦ

Spread the love
Previous Post ସମ୍ବଲପୁର
Next Post ଲୁ

Leave a ReplyCancel Reply

Your email address will not be published. Required fields are marked *

Trending now

ଫୁଟାଡଙ୍ଗାର ନାଉରୀ
ନୀଳମଣି ବିଦ୍ୟାରତ୍ନ
ରାଣୀ ଶୁକଦେଇ 
ଏ ଜାତି ଗାଲମାଧବ (Part 1)

Popular Posts

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

August 9, 2026

Ananta Purushottam Deba Mandira

August 1, 2026

ଅରଣା ମଇଁଷି ରହିଛି ଅନାଇ

August 1, 2026

About Us

  • About Organization
  • Our Pillars​
  • Driven By Purpose​

Contact Info

  • Address: Sai Samarpanam, Satya Vihar, Bhubaneswar
  • Phone: +91 9437131981
  • Email: antarangakalinga@gmail.com
  • Website: www.antarangakalinga.org

Copyright © 2026 | Crafted with ❤️ by Djonic Technologies

Disclaimer