Physical Address
Sai Samarpanam, Satya Vihar, Bhubaneswar

~ ଏକାମ୍ରକ୍ଷେତ୍ର ଓ ଉତ୍କଳଗୌରବ ମଧୁସୂଦନ ~ ଲେଖା: ଅମୃତେଶ ଖଟୁଆ ସମୟର ବାଲୁକାରାଶିରେ ଅଙ୍କିତ ଅଗଣିତ ପଦଚିହ୍ନ– କେତେ ଜଣା, କେତେ ଅଜଣା; କେତେ ପୁଣି ହୋଇଯାଆନ୍ତି ବିସ୍ମୃତ ଓ ବିଲୁପ୍ତ । କିନ୍ତୁ କିଛି ରହିଯାଇଥାନ୍ତି ନିଜ ଏକକ ଅସ୍ତିତ୍ବକୁ ଜାହିର କରିବାର ପଣ ନେଇ, ସମୟରୁ ସମୟାନ୍ତର ଯାଏଁ । ସେହିମାନେ…

ଲେଖା: ନିରଞ୍ଜନ ସାହୁ “ମୁଁ ସାତ ଆଠ ବର୍ଷର ହୋଇଥାଏ । ଧୋବଣୀ ଲୁଗା ନେଇ ଆସିଲା । ମୁଁ ତାକୁ ପଚାରିଲି — ତୁ କି ଜାତି ? ମୋର ଏତିକି କଥା ବାପା ଶୁଣିପାରିଲେ । ସଙ୍ଗେ ସଙ୍ଗେ ମୋ ପାଖକୁ ଚାଲି ଆସି କହିଲେ, “ଶାଶୁଖାଇ ! ଜାତିକଥା କାହାକୁ ପଚାରନ୍ତି…

~ ଶୈଳବାଳା ଦାସ ~ ଲେଖା: ଅମୃତେଶ ଖଟୁଆ ଓଡ଼ିଶାରେ ନାରୀ ଶିକ୍ଷା ପ୍ରସାରରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣା ହେବା ସହ ମଧୁବାବୁଙ୍କ ସ୍ଵପ୍ନର ରାଇଜରେ ଏକ ସୁଦୃଢ଼ ସମାଜକୁ ଖୋରାକ ଦେଇଥିଲେ ଶୈଳବାଳା ଦାସ। ୧୮୭୫ ମାର୍ଚ୍ଚ ୨୫ରେ କୋଲକାତାର ଭବାନୀପୁର ସ୍ଥିତ ମଧୁସୂଦନଙ୍କ ଚକ୍ରବାରିଆ ରୋଡ୍ ଭଡ଼ା ଘରେ ଶୈଳବାଳା ଜନ୍ମଗ୍ରହଣ କରିଥିଲେ।…

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ ଦଣ୍ଡବତ ପ୍ରଣାମର ବହୁ ଉର୍ଦ୍ଧ୍ଵରେ ! ସଂଗ୍ରାମୀ ଅଭିବାଦନ ଜଣାଉଛି। ଏ ଅଭିବାଦନ କେବଳ ମୋ’ର ନୁହେଁ, ସମଗ୍ର ଭାରତବର୍ଷର ! ତମେ ଯେ ଏ ଦେଶର ସର୍ବକନିଷ୍ଠ ଶହୀଦ ! ବାଜି, ତମକୁ…
ଉପସ୍ଥାପନା: ନିରଞ୍ଜନ ସାହୁ ~ ଢିଙ୍କି ~ ଆଗେ ଏମିତି ଗୋଟିଏ ଗାଁ ନଥିବ ଯେଉଁଠି ସାତ ଆଠଟା ଢିଙ୍କି ଦେଖିବାକୁ ମିଳିବ ନାହିଁ ! ତିନି ଚାରି କୁଟୁମ୍ବର ମଝିରେ ମଝିରେ ଗୋଟିଏ ଢିଙ୍କି ଥିବା ଥୟ, ନହେଲେ ଚାଉଳ ଠୁଁ ଆରମ୍ଭ କରି ଚୂନା ପର୍ଯ୍ୟନ୍ତ ପାଇବେ କିମିତି ? ସଂସାର ଚଳିବ…

~ ଉପକଣ୍ଠର କଟକ: ପୁରୁଷୋତ୍ତମପୁର ~ ଲେଖା: ଅମୃତେଶ ଖଟୁଆ ମେଘସୁନ୍ଦର ଶ୍ରାବଣର ଘନଭୂରୁ ତଳେ ଅଳସ ଭାଙ୍ଗିଲାଣି ଭୋଦୁଅର ସକାଳ । ପ୍ରକୃତିସ୍ଥ ପ୍ରଭାତରେ ସଜାଗ ପ୍ରଶାନ୍ତିକୁ ପାଥେୟ କରି ନିରନ୍ତର ଶାନ୍ତିକାମୀ ମଣିଷ ଓ କଲ୍ୟାଣକାମୀ ଜୀବଜଗତର ଚେତନାରେ ଅଫୁରନ୍ତ ଉଚ୍ଛ୍ଵାସର ଆବାହନ । ସକାଳର ପୂର୍ବସ୍ମୃତିରେ ଗତରାତିରୁ ହିଁ ସେହି ଅପେକ୍ଷାରତ…

ସୌରଭିତ ସୃଷ୍ଟି: ଜାତୀୟଗୌରବ କୁଳବୃଦ୍ଧ ମଧୁସୂଦନ ଦାସ କିଏ କହେ ତାଙ୍କୁ ଶତାବ୍ଦୀର ସୂର୍ଯ୍ୟ, କିଏ କହେ ଜାତିଐରାବତ, କିଏ କହେ ଉତ୍କଳଗୌରବ, କିଏ କହେ ଓଡ଼ିଶାର ମୁକୁଟବିହୀନ ସମ୍ରାଟ, କିଏ କହେ ଏ ଜାତି ଗାଲମାଧବ, କିଏ କେତେ କ’ଣ ଉପାଧି/ନାମରେ ନାମିତ କରାନ୍ତି ସେହି ଉତ୍କଳ ଖଣ୍ଡର ଅଗ୍ର ସାରଥୀଙ୍କୁ ! ତେବେ ଏ ଜାତିର ପ୍ରମୁଖ ଭାଷ୍ୟକାର ଆମର…

ସୌରଭିତ ସୃଷ୍ଟି: କୁଳବୃଦ୍ଧ ମଧୁସୂଦନ ଦାସ କୁଳବୃଦ୍ଧ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଅମଳିନ ରଚନା ଗଙ୍ଗା ଗୋଦାବରୀ I ଗଙ୍ଗା ଗୋଦାବରୀ ଯମୁନା କାବେରୀ ପୂଜା ପାଇ ନାନା ଘାଟେ ଛାଡି଼ ନିଜ ମାନ ଲୋଡି଼ ଜାତିପ୍ରାଣ ପ୍ରବେଶିଲେ ସିନ୍ଧୁତଟେ । କୋଟି ଜଳବିନ୍ଦୁ ମିଶି ହୋଇ ସିନ୍ଧୁ ଦେଖାଉଛି ଜାତି ବଳ ତଟ ସୀମା…

ଲେଖା: ଅଂଶୁମାନ ମହାରଣା ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବଙ୍କ ସମୟରେ ଭାରତମଣି ଗୋପବନ୍ଧୁ ଦାସ ଥିଲେ ମୟୂରଭଞ୍ଜ ଗଡ଼ଜାତ ରାଜ୍ଯର ଷ୍ଟେଟ ଓକିଲ। ତତସହିତ ବାରିପଦା ମ୍ଯୁନିସପାଲଟିର ଭାଇସ-ଚେୟାରମ୍ଯାନ ପଦରେ ଅବସ୍ଥାପିତ ଥାନ୍ତି। ୧୯୦୯ରୁ ୧୯୧୨ ପର୍ଯ୍ୟନ୍ତ ମୟୂରଭଞ୍ଜରେ ଅବସ୍ଥାପନ କରୁଥିବା ସମୟରେ ଦାସେଆପଣେଙ୍କ ମୟୂରଭଞ୍ଜ ପ୍ରତି ଥିବା ପ୍ରଶାସନିକ ଓ ସାମାଜିକ ଅବଦାନ ବେଶ…

ଲେଖା: ନିରଞ୍ଜନ ସାହୁ ~ ସଂଗ୍ରାମୀ ସାରସ୍ଵତସାଧକ ପୁସ୍ତକ ପ୍ରକାଶକ ଖାଣ୍ଟି ଓଡିଆ ପଣ୍ଡିତ ଗୋବିନ୍ଦ ରଥ ~ ଉନବିଂଶ ଶତାବ୍ଦୀର ଶେଷ ଦଶନ୍ଧି ସମୟରେ ଓଡ଼ିଶାରେ ବ୍ରିଟିଶ ଶାସନର ଏକ ଘଟଣା। ଅଖଣ୍ଡ କ୍ଷମତାର ଅଧିକାରୀ କମିଶନର ମାନେ। ଥରେ କଟକର କମିଶନର କାର୍ଯ୍ୟକ୍ରମ ରଖିଥିଲେ ବାଙ୍କୀ ବାଟେ ଖୋର୍ଦ୍ଧା ଯିବା ପାଇଁ। କଟକରୁ…