Physical Address
Sai Samarpanam, Satya Vihar, Bhubaneswar

ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଭୟ, ଆତଙ୍କ, ଅଶିକ୍ଷା, ଅନ୍ଧବିଶ୍ୱାସ ଓଡ଼ିଆ ଜାତିକୁ ଆତ୍ମବିଲୁପ୍ତ କରିଦେଇଥିଲା। ଦ୍ଵିତୀୟାର୍ଦ୍ଧର କିଛି କାଳ ପର୍ଯ୍ୟନ୍ତ ଏ ଜାତିର ନିର୍ବେଦତା ଲାଗି ରହିଲା। ୧୮୬୬ ମସିହାର ନଅଙ୍କ ଦୁର୍ଭିକ୍ଷ ଗୋଟିଏ ଇତିହାସ ପ୍ରସିଦ୍ଧ ଜାତିର ମେରୁଦଣ୍ଡକୁ ଦୋହଲାଇ ଦେଇ ଶ୍ମଶାନିତ କରିଦେଲା। ଛିନ୍ନବିଛିନ୍ନ ହୋଇଗଲା ଧର୍ମ, ଦର୍ଶନ,…

ଲେଖା: ଦେଵ ତ୍ରିପାଠୀ ଥିଲେ ଜଣେ ମଠମହନ୍ତ । ସେ ମଠର ବହଳ ଚାରିକାନ୍ଥ ଭେଦି ତାଙ୍କ ମନପ୍ରାଣକୁ ଭେଦୁଥିଲା ବିକଳ ଡାକ ! ସେଇ ମାଟିର ଡ଼ାକ, ମାଟିମା’ର ଡାକ ! ତାଙ୍କ କାନରେ ବାଜୁଥିଲା ଭାଷାଜନନୀର ବିକଳ କାନ୍ଦଣା । ବିଦେଶୀ ହିନ୍ଦୀଭାଷାର ପ୍ରଚଣ୍ଡ ଆଘାତରେ କ୍ଷତାକ୍ତ ଜନନୀର ଯନ୍ତ୍ରଣାକୁ ଅନୁଭବ କରୁଥିଲେ…

ସମଗ୍ର ଓଡ଼ିଶାରେ ପ୍ରଥମ ଓ ବୋଧହୁଏ ଏକମାତ୍ର କବି ଯେ ସ୍ଵଲିଖିତ କବିତା ପରବର୍ତ୍ତୀ ସମୟରେ ନିଜେ ହିଁ ମହାବିଦ୍ୟାଳୟ ପାଠ୍ୟକ୍ରମରେ ପଢ଼ି ପରୀକ୍ଷା ଦେବାର ସୌଭାଗ୍ୟ ପାଇଥିଲେ । ସେ ଆମ ଉତ୍କଳ ମାଟିର ରତ୍ନ ମହାନ କବି ରାଧାମୋହନ ଗଡ଼ନାୟକ !

ଲେଖା: ନିରଞ୍ଜନ ସାହୁ ୧୯୩୦ ମସିହା। ସତ୍ୟାଗ୍ରହ ଆନ୍ଦୋଳନ ବେଶ୍ ସକ୍ରିୟ ହୋଇ ଉଠୁଥାଏ ଭାରତବର୍ଷରେ। ଓଡ଼ିଶାରେ ତ ଅଭୂତପୂର୍ବ ସଫଳତା ମଧ୍ୟରେ ଆଗେଇ ଚାଲିଥାଏ। ଏହି ସମୟରେ ଜୁଲାଇ ମାସରେ ରେଳଗାଡ଼ିଟିଏ କଟକ ବାଟ ଦେଇ ଯାଉଥାଏ ମାନ୍ଦ୍ରାଜ ସହର ଅଭିମୁଖେ,’ମାନ୍ଦ୍ରାଜ ମେଲ୍’। ହଠାତ୍ କୌଣସି କାରଣ ନଥାଇ କୌଣସି ଷ୍ଟେସନ ନଥାଇ ରେଳଗାଡ଼ି…

~ ଗୋବିନ୍ଦଚନ୍ଦ୍ର ଶୂରଦେଓ ~ ଲେଖା: ଅମୃତେଶ ଖଟୁଆ ଓଡ଼ିଶାରେ ରଙ୍ଗମଞ୍ଚର ବିକାଶ ସହ ରାସରସିକତା-ପ୍ରସୂତ-ଶ୍ରୁତିସୁଖକର ନାଟକୀୟତାର ଯେଉଁ ପ୍ରଲେପନ ମନୋରଞ୍ଜନ ରସାର୍ଣ୍ଣବକୁ ଅମୃତାପ୍ଳୁତ କରି ଜନମାନସକୁ ରସାର୍ଦ୍ର କରେ, ସେହି ଲୀଳାଯାତ୍ରାର ଜଣେ ବଦାନ୍ୟ ଓ ବହୁମୁଖୀ-ପ୍ରତିଭାଧର-ପ୍ରବର୍ତ୍ତକ ଥିଲେ ଗୋବିନ୍ଦଚନ୍ଦ୍ର ଶୂରଦେଓ। ବେଶ-ପାଟବ, ସଙ୍ଗୀତ-ସଂଯୋଜନା ସହ ଉନ୍ନତ ଦୃଶ୍ଯ ବିଭାଜନ ଫଳେ ସେ ଦେଇଥିଲେ…

ଉପସ୍ଥାପନା: ଦେଵ ତ୍ରିପାଠୀ ଗଞ୍ଜାମ କହିଲେ ସାଧାରଣ ଭାବରେ ଆଖି ଆଗରେ ନାଚି ଉଠେ ପୂତିଗନ୍ଧମୟ ଗାଁଗଣ୍ଡା, ଅପରିଛନିଆ ସହରୀ ବସ୍ତି, ଦେଶୀମଦର କାରବାର, ପୁଣି ମନକୁ ଆସିଯାଏ ଅପରାଧର ତାଲିକା କିମ୍ବା ନଷ୍ଟ ପରିମଳର ଦୁଃଖଦ କଳାତାଲିକା । ଗଞ୍ଜାମ କହିଲେ ଅନ୍ୟ ଅଞ୍ଚଳର ଓଡ଼ିଆଙ୍କ କୁଞ୍ଚିତନାସିକା ଓ ମୁଖମଣ୍ଡଳରୁ ସ୍ପଷ୍ଟ ପଢିହୁଏ ‘ଭିନ୍ନ…

~ ରେବା ରାୟ ~ ଲେଖା: ଅମୃତେଶ ଖଟୁଆ ୧୮୬୬ ମସିହାର କରାଳ ଦୁର୍ଭିକ୍ଷ ପରେ ଓଡିଶାରେ ଆରମ୍ଭ ହୁଏ ଆଧୁନିକ ଶିକ୍ଷାର ଦ୍ରୁତ ପ୍ରସାର ଏବଂ ସକ୍ରିୟ ଶିକ୍ଷିତ ମୁଷ୍ଟିମେୟମାନେ ଏକ ପ୍ରକାରର ସାମାଜିକ ଓ ସାଂସ୍କୃତିକ ନବୋନ୍ମଷର ଅଭ୍ୟୁଦୟ କରାଇଲେ। ବ୍ରାହ୍ମଧର୍ମର ପ୍ରସାର, ୧୮୯୦ ମସିହା ବେଳକୁ ‘ଉତ୍କଳ ଦୀପିକା‘, ‘ସମ୍ବାଦବାହିକା’, ‘ସମ୍ବଲପୁର…

ଲେଖା: ନିରଞ୍ଜନ ସାହୁ ଅଷ୍ଟାଦଶ ଶତାବ୍ଦୀ ଥିଲା ଓଡ଼ିଆ କାବ୍ୟସାହିତ୍ୟର ଅପୂର୍ବ ଯୁଗ । ରୀତି ଓ ଗୀତିଯୁଗ ନାମରେ ନାମିତ ଏହି ଯୁଗରେ ଉତ୍କଳ ସାହିତ୍ୟାକାଶରେ ଆବିର୍ଭାବ ଘଟିଥିଲା ବହୁ ବିଶିଷ୍ଟ କବିମାନଙ୍କର। ଆମେ ଯେତେବେଳେ ସର୍ବାଗ୍ରେ ସ୍ମରଣ କରୁ କବିସମ୍ରାଟଙ୍କୁ, ସେତିକିବେଳେ ଅନ୍ୟାନ୍ୟ ପ୍ରତିଭାପୁଞ୍ଜ ଆମ ଦୃଷ୍ଟି ସମ୍ମୁଖରେ ଉଦଭାସିତ ହୋଇଉଠନ୍ତି, ଅଭିମନ୍ୟୁ,…

ଲେଖା: ନିରଞ୍ଜନ ସାହୁ ଅନନ୍ୟ ପ୍ରତିଭାର ଅଧିକାରୀ ସେ ମଣିଷ। ଦୂର ପାହାଡ଼, ଜହ୍ନରାତିର ରୂପେଲି କିରଣ, ପୋଖରୀ ଭିତରେ ଚନ୍ଦ୍ରର ପ୍ରତିଛବି,ସବୁଜ ବନାନୀ, ଅଗଣିତ ତାରାଫୁଲ, ମଣିଷର ଅନ୍ତର୍ବେଦନା, ଦାର୍ଶନିକ ତତ୍ତ୍ଵ, ଅବିକଳ ପ୍ରତିଛବି, ପ୍ରାକୃତିକ ଶୋଭା, କଳ୍ପନାପଟରେ କେତେ କଥାର ଜୀବନ୍ତ ଚିତ୍ରର ଚିତ୍ରକର ଶିଳ୍ପୀ ବିମ୍ବାଧର ବର୍ମା, ଯାହାଙ୍କ ଚିତ୍ର ମଉନ ନୁହେଁ ବରଂ…

ଲେଖା: ନିରଞ୍ଜନ ସାହୁ ବିଦ୍ୟା ଓ ସଂସ୍କୃତି ସଚେତନ ବାମଣ୍ଡା ରାଜ୍ୟରେ ଊନବିଂଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧରେ ଜନ୍ମ ନେଇଥିଲେ ଓଡ଼ିଆ ସାହିତ୍ୟର ଏକ ବିସ୍ମୟ ପ୍ରତିଭା।ସାର୍ ବାସୁଦେବ ସୁଢଳଦେବ କର୍ତ୍ତୃକ ବାମଣ୍ଡାରେ ସମ୍ଭୂତ ନବ-ଜାଗରଣର ନୂତନ ଚିନ୍ତା ଓ ଚେତନାର ପୁଷ୍ପିତ ଉଦ୍ୟାନର ମହୀୟାନ ଫଳ ‘ଜଳନ୍ଧର ଦେବ’ । ଜଳନ୍ଧର ସ୍ରଷ୍ଟା ମାନସ ବାମଣ୍ଡାରେ…