ଲେଖା: ନୟାଗଡ଼ ଇତିହାସ

~ ନୟାଗଡ଼ ସହର (ନିଜିଗଡ଼) ସ୍ଥାପନ ତଥ୍ୟ ~
ବ୍ରିଟିଶ ଲେଖକ ହଣ୍ଟର ସାହେବଙ୍କ ଲିଖିତ ପୁସ୍ତକ “ଓଡିଶା ଗଡ଼ଜାତ ଇତିହାସ” ଏବଂ ଶ୍ରୀ କୈଳାଶଚନ୍ଦ୍ର ପାଣିଗ୍ରାହୀଙ୍କ “ନୟାଗଡ଼ ଇତିହାସ” ପୁସ୍ତକରେ ଆଜିର ନୟାଗଡ଼ ସହର, ଯାହାର ଅନ୍ୟ ନାମ “ନିଜିଗଡ଼” ଅର୍ଥାତ ରାଜା ନିଜେ ଏଠି ରହୁଥିବାରୁ ଏହାର ଅନ୍ୟନାମ ନିଜିଗଡ଼ ଗଡ଼ର ରାଜଧାନୀର ସ୍ଥାପନ ବିଷୟରେ ସମ୍ପୂର୍ଣ ବର୍ଣ୍ଣନା କରାଯାଇଛି ।
(ପୁରୁଣା ରାଜବାଟୀର ଭଗ୍ନାଭିଶେଷ)
(ମରାଠା ଏବଂ ଗଜପତିଙ୍କ ଦ୍ୱାରା ପ୍ରଦତ୍ତ ଦୁଇଟି ତୋପ,
ପୁରୁଣା ରାଜବାଟ ସ୍ଥିତ ମା’ ବାଉରୀଙ୍କ ମନ୍ଦିର ସିଂହଦ୍ୱାର ଦୁଇପାର୍ଶ୍ୱରେ ଅବସ୍ଥିତ)
     (ପୁରୁଣା ରାଜବାଟୀର ମା’ କନକଦୁର୍ଗା ଠାକୁରାଣୀଙ୍କ ମନ୍ଦିର; ମନ୍ଦିରଟି ନାଲି ବଉଳମାଳା ପ୍ରସ୍ତରରେ ନିର୍ମିତ;
ମନ୍ଦିର ସ୍ତମ୍ଭଗୁଡିକ ବିଶାଳ ଏବଂ କାରୁକାର୍ୟ୍ଯ ସମ୍ପର୍ଣ ଥିବାର ଜଣାପଡେ; ନୟାଗଡ଼ ରେ 1981ରେ ହୋଇଥିବା ବାତ୍ୟାରେ ମନ୍ଦିରର ଉପରିଭାଗ
ନଷ୍ଟ ହୋଇଯାଇଥିଲା; ଏବେର ଟିଣଛପରଟି ଦେବୋତ୍ତର ବିଭାଗ ଦ୍ୱାରା କରାଯାଇଥିଲା)
~ ବାଘେଲ ବଂଶର ନବମ ରାଜା ବାଘା ସିଂହ (୧୪୮୦ – ୧୫୧୦) ~
ରଳବଗଡ଼ରୁ ରାଜଧାନୀ ବଦଳାଇବା ତଥା ଗଡ଼ ବିସ୍ତାର ଉଦ୍ୟେଶ ରେ କିଛି ସନ୍ୟ ସାମନ୍ତ ଧରି ମହୀପୁର, ଭାଟସାହି, ଇଟାମାଟି ଆଦି ଦଖଲ କଲେ ଏଠାରେ ପୂର୍ବରୁ ଡ଼ମ୍ବ ଗଡତିଆ ବା ଦଳପତି ଶାସନ କରୁଥିଲେ । ଭାଟସାହି ଡ଼ମ୍ବ ପରିବାରରେ ୪ ଭାଇ ମଲ୍ଲଯୋଦ୍ଧା ଥିଲେ । ରାଜା ବାଘାସିଂହ (Raja Bagha Singh) ସମସ୍ତଙ୍କୁ ପରାସ୍ତ କରି ଜୀବଦାନ ଦେଲେ । ଶୁଣାଯାଏ ଯେ ନୟାଗଡ଼ ରୁକ୍ଷୀ ପାହାଡ଼କୁ ରାଜା ଶିକାର କରିଗଲା ବେଳେ ଦେଖିଲେ ଏକ କୁକୁର ଗୋଟେ ହେଟାବାଘକୁ ମାଡିବସିଛି (ଆଜିର କୁକୁର ଟାସେରା) । ସେ ଏହାକୁ ବୀରଭୂମି ଚିନ୍ତାକରି ମା’ ବାଉରୀଙ୍କୁ ନିବେଦନ କଲେ ଯେ ଏହିଠାରେ ଏକ ନୂତନ ଗଡ଼ ବସାଇବା ପାଇଁ ଏବଂ ମା’ଙ୍କ ଆଦେଶରେ ରୁକ୍ଷୀ ବଳରାମ ମଧ୍ୟ ଭାଗରେ ଆଜିର ନୟାଗଡ଼ ସ୍ଥାପନ କଲେ, ମାତ୍ର ମା’ ରଳଵଗଡ଼ ଛାଡ଼ିବାକୁ ଅନିଛୁକ ହେଲେ ।
(ରାଜା ବାଘା ସିଂହ ଦେଖିଥିଲେ ଏକ କୁକୁର ଗୋଟେ ବାଘକୁ ମାଡ଼ିବସିଛି, ନାମ ଦେଲେ କୁକୁର ଟାସେରା;
ପୁରୁଣା ରାଜବାଟୀ ପଛପାଖ ରୁକ୍ଷୀ ପାହାଡ଼ )
(ରାଜା ବାଘାସିଂହଙ୍କ ଦ୍ୱାରା ନିର୍ମିତ୍ତ ନୟାଗଡ଼ ପୁରୁଣା ରାଜବାଟୀର ବ୍ୟାଘ୍ରସ୍ତମ୍ଭ)
(ରାଜା ବାଘାସିଂହ ଙ୍କ ଦ୍ୱାରା ପ୍ରତିଷ୍ଠା ପ୍ରଥମ ସହର ନୟାଗଡ଼ର ରୁକ୍ଷୀ ପାହାଡ଼ ଉପରିସ୍ଥ ସହରଦେଖା/ଗୋପାଳଦାସ ପ୍ରସ୍ତର ମଣ୍ଡପରୁ
ଉଠାଯାଇଥିବା ଫୋଟୋ; ଲୋକକଥା ଅନୁସାରେ ରାଜା ସାହେବ ଏହି ମଣ୍ଡପରେ ବସି ନିଜ ସହରକୁ ଦେଖିଥା’ନ୍ତି)
ସେଠାର ଗଡତିଆ ମଲ୍ଲମାନେ ରାଜାଙ୍କ ପାଇଁ ଦୁଇଟି ରାଜବାଟୀ ନିର୍ମାଣ କଲେ ଗୋଟିଏ ରୁକ୍ଷୀପାହାଡ଼ ଶୀର୍ଷରେ ଥିବା ବେଳେ ଅନ୍ୟଟି ପାହାଡ଼ ନିମ୍ନଭାଗରେ ଅବସ୍ଥିତ ଯାହାକୁ ଆମେ ପୁରୁଣା ରାଜବାଟୀ କହୁ । ପାହାଡ଼ ଉପର ଦୁର୍ଗରେ ସାହେବ ଶତ୍ରୁଙ୍କୁ ନଜର ତଥା ପାହାଡ଼ ଉପରୁ ଗଡ଼କୁ ନଜର, ଶିକାର ପାଇଁ ବ୍ୟବହାର କରୁଥିବା ବେଳେ ତଳ ପ୍ରସାଦରେ ପରିବାର ଏବଂ ରାଜ କର୍ମଚାରୀଙ୍କ ସହ ବସଵାସ କରୁଥିଲେ ।
(ରୁକ୍ଷୀ ପାହାଡ଼ ଉପରେ ଥିବା ଦୁର୍ଗକୁ ଯାଉଥିବା ପ୍ରସ୍ତର ନିର୍ମିତ ପାହାଚ)
(ଡମ୍ବ ଗଡତିଆ, ଦଳପତିମାନଙ୍କ ଦ୍ୱାରା ନିର୍ମିତ ରାଜା ବାଘାସିଂହଙ୍କ ନିମନ୍ତେ, ରୁକ୍ଷୀ ପାହାଡ଼ ଉପର ଦୁର୍ଗର ଭଗ୍ନାଭିଶେଷ; ନୟାଗଡ଼ର ପ୍ରଥମ ଦୁର୍ଗ)
(ରୁକ୍ଷୀ ପାହାଡ଼ ଉପରେ ଥିବା ରାଣୀ କୁଣ୍ଡ)
ବାଘାସିଂହଙ୍କ ନାମ ଏବଂ ବାଘେଲ ବଂଶଜ ହୋଇଥିବାରୁ ଗଡ଼ର ନାମ ବାଘୁଆ ନୟାଗଡ଼ ଏବଂ ରାଜ୍ୟର ଚି଼ହ୍ନ ବାଘ ରଖିଥିବାର ହଣ୍ଟର ସାହେବ ନିଜ ପୁସ୍ତକରେ ଲେଖିଛନ୍ତି ।
ରାଜା ଶୈବ ହୋଇଥିବାରୁ ରୁକ୍ଷୀ ପାହାଡ଼ ନିମ୍ନଭାଗରେ ଶ୍ରୀ ବିଶ୍ଵନାଥଜୀଉ ଶିବଲିଙ୍ଗ ସ୍ଥାପନ ତଥା ଏକ ବିଶାଳ ମନ୍ଦିର ନିର୍ମାଣ କରିଥିଲେ । ଗଡ଼ର ଆରମ୍ଭ ଏବଂ ଶେଷ ଭାଗରେ ଯଥା ମା’ ତରକେଇ ଏବଂ ମା’ ସୁଳିଆଦେବୀଙ୍କୁ ଗ୍ରାମଦେବୀ ଭାବରେ ସ୍ଥାପନ କଲେ । ରାଜବାଟୀ ମଧ୍ୟରେ ଗଡ଼ଦେବୀ ଭାବରେ ମା’ କନକଦୁର୍ଗା ମନ୍ଦିର ଏବଂ (ରୋପ୍ୟ ଏବଂ ସ୍ଵର୍ଣ୍ଣ ନିର୍ମିତ) ମା’ଙ୍କ ଏକ ବିଗ୍ରହ ସ୍ଥାପନ କଲେ ।
(ରୁକ୍ଷୀପାହାଡ଼ ଉପର ଦୁର୍ଗର ମା’ ବନଦୁର୍ଗାଙ୍କ ମୂର୍ତ୍ତି)
(ପୁରୁଣା ରାଜବାଟୀ ମଧ୍ୟରେ ଥିବା ରାଣୀ ପୁଷ୍କରିଣୀ/ବନ୍ଧ ପୋଖରୀ)
(ରାଜା ବାଘା ସିଂହଙ୍କ ଦ୍ୱାରା ନିର୍ମିତ ନୟାଗଡ ପୁରୁଣା ରାଜବାଟିର ଭଗ୍ନାଭିଶେଷ; ୧୯୧୮ ମସିହାରେ ବ୍ରିଟିଶଙ୍କ ଦ୍ୱାରା ସଂଗୃହିତ;
ନିକଟରେ ଥିବା ବେଲେଶ୍ୱେର ମନ୍ଦିର ସହ ରାଣୀ ପୁଷ୍କରିଣୀ)
ଗଡ଼ ମଧ୍ୟ ଭାଗରେ ଶ୍ରୀଜଗନ୍ନାଥଙ୍କ ଚତୁର୍ଦ୍ଧାମୁର୍ତ୍ତିକୁ ଛୋଟ ମନ୍ଦିରଟିଏ କରି ନିଜିଗଡ଼ର ଗ୍ରାମଦେବତା ରୂପେ ପ୍ରତିଷ୍ଠା କଲେ । ରାଣୀଙ୍କ ପାଇଁ ରାଜବାଟୀ ମଧ୍ୟରେ ଏକ ପୁଷ୍କରିଣୀ (ବନ୍ଧ ପୋଖରୀ ) ନିର୍ମାଣ କରିଥିଲେ । ରାଜପରିବାରଙ୍କ ପୂଜାପୁଜି ନିମନ୍ତେ ରାଜବାଟୀ ମଧ୍ୟରେ ଅନେକ ଛୋଟବଡ ଦେବାଦେବୀଙ୍କ ମନ୍ଦିର ନିର୍ମାଣ କରିଥିଲେ ।
(ନୟାଗଡ଼ ରାଜ୍ୟର ନବମ ରାଜା ବାଘା ସିଂହଙ୍କ ଦ୍ୱାରା ନିଜିଗଡ଼/ନୟାଗଡ଼ ସହର) ମଧ୍ୟରେ ଗ୍ରାମଦେବତା ରୂପେ ପ୍ରତିଷ୍ଠିତ ମହାପ୍ରଭୁ ଚତୁର୍ଦ୍ଧାମୁର୍ତ୍ତିଙ୍କ ମୁର୍ତ୍ତି; ରାଜ୍ୟର ପ୍ରଥମ ଶ୍ରୀଜଗନ୍ନାଥଙ୍କ ଦାରୁ ବିଗ୍ରହ; ଯାହା ପରବର୍ତ୍ତୀ କାଳରେ ରାଜା ବିନାୟକ ସିଂହ (ଖ୍ରୀ ୧୭୮୮ – ୧୮୦୮)ଙ୍କ ଦ୍ୱାରା ନୟାଗଡ଼ ସହର ନିକଟ ସିନ୍ଦୁରିଆ ଗ୍ରାମରେ ଏକ ଖୁଦ୍ର ମନ୍ଦିର ତୋଳାଇ ପ୍ରଭୁଙ୍କୁ ସ୍ଥାନାନ୍ତରିତ କରିଥିଲେ ଏବଂ ନିଜିଗଡ଼ରେ ଆଜିର ବିଶାଳ ମନ୍ଦିରଟି ନିର୍ମାଣ କରାଇ ତହିଁରେ ନୂତନ ବିଗ୍ରହ ପ୍ରତିଷ୍ଠା କରିଥିଲେ)
(ପୁରୁଣା ରାଜବାଟୀ ମଧ୍ୟରେ ପୂଜା ପାଉଥିବ ମା’ କନକଦୁର୍ଗା (ଠାକୁରାଣୀ) ଙ୍କ ବିଜେ ପ୍ରତିମା; ରାଜପ୍ରତିଷ୍ଠା ସ୍ଵର୍ଣ୍ଣ ଏବଂ ରୁପା ନିର୍ମିତ ମା’ଙ୍କ ମୂର୍ତ୍ତିଟି
ଚୋରି ହୋଇଯିବା ପରେ ଦେବୋତ୍ୱର ବିଭାଗ ଦ୍ୱାରା ୟେ ନୂଆ ପ୍ରତିମାଟି ସ୍ଥାପନ କରାଯାଇଛି; ପ୍ରତେକ ଗଡ଼ର ରାଜବାଟୀରେ ରାଜାମାନେ ସାଧାରଣତ
ରୁପାଏବଂ ସ୍ଵର୍ଣ୍ଣନିର୍ମିତ ଦୁର୍ଗା ମା’ଙ୍କ ମୂର୍ତ୍ତି ପୂଜାକରିଥାନ୍ତି;  ଯେମିତି କି ପୁରୀ ଗଜପତି ପ୍ରତେକ ଶୁଭକାର୍ଯ୍ୟ କରିବା ପୂର୍ବରୁ ଶ୍ରୀନଅର ଭିତରେ ଥିବା
ରୋପ୍ୟ ନିର୍ମିତ ମା’ କନକଦୁର୍ଗାଙ୍କୁ ପୂଜା କରି କାର୍ଯ୍ୟ ଅନୁକୂଳ କରିଥାନ୍ତି)
(ରାଜାଙ୍କ ପ୍ରତିଷ୍ଠିତ ନୟାଗଡ଼ ସହରର ଗ୍ରାମଦେବୀ ମା’ ସୁଳିଆ; ପୁରୁଣା ମନ୍ଦିରଟି ୧୯୮୧ ବାତ୍ୟାରେ ନଷ୍ଟ ହେଇଜିବା ପରେ ୟେ ନୂଆ ମନ୍ଦିରଟି
ନୟାଗଡ଼ ବଡ଼ଦାଣ୍ଡ (ବାଲିସାହି) ସାହି ବାସିନ୍ଦା ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ନିର୍ମିତ ହୋଇଛି)
ଭାରତ ସ୍ୱାଧୀନ ପରେ ତଥା ଗଡଜାତ ମିଶ୍ରଣ ପରେ ରାଜାଙ୍କ ସର୍ତ୍ତ ଅନୁସାରେ ନୟାଗଡ଼ର ଚି଼ହ୍ନ ବାଘ ରହିଥିଲା । ନୟାଗଡ଼ NACର ଚି଼ହ୍ନ ମଧ୍ୟ ବାଘ ଥିଲା, କିନ୍ତୁ ନୟାଗଡ଼ ନୂତନ ମୁନିସିପାଲିଟି ଘୋଷଣା ପରେ ଆମ ଗର୍ବଗୌରବର ପ୍ରତୀକ ବାଘ ଚି଼ହ୍ନଟିକୁ ଉଠାଇ ଦିଆଯାଇଛି ।
(ପୁରୁଣା ରାଜବାଟି ସହ ଶ୍ରୀ ରାଧାମୋହନ ଜୀଉଙ୍କ ମନ୍ଦିର ମୁଖଶାଳା, ନୟାଗଡ଼)
(ରାଜା ବାଘାସିଂହଙ୍କ ଦ୍ୱାରା ନିର୍ମିତ ବିଶ୍ଵନାଥ ମନ୍ଦିର, ନୟାଗଡ଼ ସହର)
ଦୁଃଖର ବିଷୟ ରାଜାଙ୍କ ଦ୍ୱାରା ଗଡ଼ ଗ୍ରାମଦେବୀ ଥିବା ସତ୍ୱେ ଆଜିର ବଢୁଥିବା ନୟାଗଡ଼ (Nayagarh) ସହରର ବାସିନ୍ଦାମାନେ ନିଜ ନିଜ ସାହିରେ ଅନେକ ଦେବୀ ମନ୍ଦିର ନିର୍ମାଣ କରି ଗ୍ରାମଦେବୀ ଭାବରେ ସେଇଠି ନିଜ ନିଜ ମାଙ୍ଗଳିକ ଶୁଭକାର୍ଯ୍ୟ ଅନୁକୂଳ ପୂଜା କରୁଛନ୍ତି ଯାହା ପ୍ରକୃତରେ ଗଡ଼ ଗ୍ରାମଦେବୀଙ୍କ ପ୍ରତି ଅସନମାନ ଏବଂ ଏହା ପ୍ରକୃତ ଭକ୍ତିର ପ୍ରମାଣ ନୁହେଁ ।
(ସ୍ଥାନୀୟ ଯୁବକମାନଙ୍କ ଦ୍ୱାରା ନିର୍ମିତ ବିଶ୍ଵନାଥଙ୍କ ମନ୍ଦିର ପ୍ରବେଶ ଦ୍ୱାର )
ଚିତ୍ର: ରାଜା ବାଘାସିଂହଙ୍କ ଦ୍ୱାରା ନିର୍ମିତ କେତେକ କିର୍ତ୍ତୀରାଜି
© Baghua Nayagarh Itihasa History of Nayagarh Nayagada Nijigada
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago