ଲେଖା: ନିରଞ୍ଜନ ସାହୁ
ଓଡ଼ିଆ, ଭାରତୀୟ ତଥା ଆନ୍ତର୍ଜାତୀୟ ସାହିତ୍ୟ କ୍ଷେତ୍ରରେ ସୁପରିଚିତ ସମ୍ଭ୍ରାନ୍ତଶିଳ୍ପୀ ଶ୍ରୀ ମନୋଜ ଦାସ ।
ମହୋଦୟେଷୁ, ଆଧୁନିକ ଓଡ଼ିଆ, ଭାରତୀୟ ତଥା ଆନ୍ତର୍ଜାତୀକ ସ୍ତରରେ ଆପଣ ଏକ ସୁପରିଚିତ ତଥା ସମ୍ଭ୍ରାନ୍ତ ଶିଳ୍ପୀ। ଯୋଗଜନ୍ମା କଥାଶିଳ୍ପୀ ଫକୀରମୋହନଙ୍କର ଉତ୍ତରଣ ପର୍ବର ଜଣେ ସାର୍ଥକ ଉତ୍ତର ପୁରୁଷ। ମହାନ ଭାରତୀୟ ପରମ୍ପରା, ପୁରୋଦୃଷ୍ଟି ଓ ମାଟି – ମଣିଷ ପ୍ରତି ଅଗାଧ ମମତ୍ଵବୋଧ ସହିତ ଆଧୁନିକତା ପ୍ରତି ପ୍ରବଳ ଆକର୍ଷଣର ପ୍ରଜ୍ଞା ପୁରୁଷ ଭାବେ ପରିଚିତ ଆପଣ ସମଗ୍ର ଦେଶରେ।
ଆପଣଙ୍କ ସାରସ୍ଵତ ସୃଷ୍ଟି ସମ୍ଭାର କେବଳ ସାହିତ୍ୟ ପାଇଁ ନୁହେଁ, ଜୀବନ, ଜଗତ, ସମାଜ ପାଇଁ ହିଁ ଉଦ୍ଦିଷ୍ଟ। ମାନବ ଜାତିକୁ ପ୍ରାଣଭରି ଭଲ ପାଇ, ସେମାନଙ୍କ କୋଳରେ ଆପଣ ନିଜକୁ ହଜାଇ ଦେଇଛନ୍ତି, ହୃଦୟର ଭାଷାକୁ ମର୍ମେ ମର୍ମେ ଅନୁଭବ କରି। ସେହି ଅନୁଭବର ଅମୃତଫଳକୁ ସାଉଁଟି ସମାଜ ମଧ୍ୟରେ ବିତରଣ ପାଇଁ ଅଶେଷ ସାଧନାପଥର ନିରଳସ ସାଧକ ସାଜିଛନ୍ତି ଆପଣ।
ଉପଲବ୍ଧ ଚିରନ୍ତନୀ ସତ୍ୟକୁ ଜନମାନସରେ ବିତରଣ କରିବାର ଏକ ଶ୍ରେଷ୍ଠ ମାଧ୍ୟମରୂପେ ସାହିତ୍ୟକୁ ଆପଣେଇ ନେଇ ସାମଗ୍ରିକ ରୂପର ପସରା ଖୋଲି ଦେବା ସହିତ ଇସାରା ଦେଇଛନ୍ତି ଅନନ୍ତ, ଅସୀମ ସୃଷ୍ଟି ଆଡ଼କୁ। ଏଥିପାଇଁ ଆପଣଙ୍କ ସୃଷ୍ଟି ସମୂହ ପ୍ରାଜ୍ଞିକ ସତ୍ତାର ଗାମ୍ଭୀର୍ଯ୍ୟ ବହନ କରେ ଓ ଶବ୍ଦସମ୍ଭାର ସୁରମ୍ୟ ଫର୍ଦ୍ଦରେ ଯୋଡ଼ି ହୋଇ ଯାଇଥାଏ ।
ଆପଣଙ୍କ ସୃଜନୀ ଜୀବନଧାରା ବିଶେଷ ଭାବରେ ଆରମ୍ଭ ହୋଇଛି ଶ୍ରୀମା – ଶ୍ରୀ ଅରବିନ୍ଦଙ୍କ ପବିତ୍ର ସ୍ଥଳୀରୁ। ଆଶ୍ରମର କର୍ମମୟ ଜୀବନ ଓ ତତ୍ ସହିତ ନିଜର ସୃଷ୍ଟି ସମ୍ଭାର ମଧ୍ୟରେ ଆପଣ ଆତ୍ମ ବିସ୍ମୃତ ହୋଇ ଏକ ଜିଜ୍ଞାସୁ, ସନ୍ଧାନୀ ଦୃଷ୍ଟିରେ ଦେଖିବା ଆରମ୍ଭ କରିଦିଅନ୍ତି ସମଗ୍ର ସତ୍ତାକୁ, ଯେଉଁଠି ଆପଣ ଅମୃତର ସନ୍ଧାନ ହିଁ ପାଇଥାଆନ୍ତି।
ଆପଣ କୁହନ୍ତି, “ମଣିଷର ସୃଷ୍ଟି, ବିବର୍ତ୍ତନର ଆଭିମୁଖ୍ୟ, ମଣିଷ ଜାତିର ଅନିବାର୍ଯ୍ୟ ଭବିଷ୍ୟତ ସମ୍ପର୍କରେ ଶ୍ରୀ ଅରବିନ୍ଦ ଯେଉଁ ଦିଗଦର୍ଶନ ଦେଇଛନ୍ତି, ତାହା ମୋତେ ବିଜ୍ଞାନସମ୍ମତ ଏବଂ ପୂର୍ଣ୍ଣାଙ୍ଗ ମନେ ହେଲା” ।
ମହୋଦୟେଷୁ, ଫେବୃଆରୀ ମାସ ସତେଇଶ ତାରିଖ। ଆପଣଙ୍କ ଶୁଭ ଜନ୍ମଦିନ। ୧୯୩୪ ମସିହାରେ ଏଇ ଦିନରେ ହୋଇଥିଲା ଆପଣଙ୍କ ଧରାବତରଣ। ଏହି ଦିନ ଉତ୍କଳ ଭାରତୀ ଲାଭ କରିଥିଲେ ଉତ୍କଳ ସାହିତ୍ୟ ପାଇଁ ଜଣେ ସୁଯୋଗ୍ୟ ସନ୍ତାନ, ଆପଣଙ୍କୁ।
ଆମ ସମୟର ଜଣେ ବିଶିଷ୍ଟ ସାହିତ୍ୟିକ ଡ. ରତ୍ନାକର ଚଇନିଙ୍କ ଭାଷାରେ “ରାଜର୍ଷି ଜନକ ଭଳି ମନୋଜ ଦାସ ଆଧ୍ୟାତ୍ମିକତା ଓ ମାନବତାର ମୁଗ୍ଧ ନାନ୍ଦିକାର। ନୂତନ ରୁଚିବୋଧ ଓ ଅଭିନବ ଭାବ ବଳୟରେ ତାଙ୍କର ସୃଜନଗତ ଦୀପ୍ତିମାନ। ସେଥିପାଇଁ ସେ ଓଡ଼ିଆରେ ଲେଖିଥିଲେ ବି ତାହା ଭାରତୀୟ ସାହିତ୍ୟର ମହାର୍ଘ ସମ୍ପଦ ଭାବେ ଆନ୍ତର୍ଜାତିକ ଖ୍ୟାତି ଲାଭ କରିଛି। ତାଙ୍କ ରଚନାର ସୀମା କେବଳ ଓଡ଼ିଆ ଭାଷା ମଧ୍ୟରେ ଆବଦ୍ଧ ନୁହେଁ। ତାଙ୍କର ବହୁମୂଖୀ ସାହିତ୍ୟ ସାଧନା ତଥା ବିଚକ୍ଷଣ ସାହିତ୍ୟ ସମ୍ପାଦନା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ସାମଗ୍ରୀ। ତାଙ୍କର ଋଷିପ୍ରତିମ ବ୍ୟକ୍ତିତ୍ଵ ଓ ଗମ୍ଭୀର ବାକଭଙ୍ଗୀ ଯେ କୌଣସି ବ୍ୟକ୍ତିକୁ ମୁଗ୍ଧ ଓ ଆକର୍ଷିତ କରେ ।”
Manoj Das Niranjan Sahu
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago