ଲେଖା: ନିରଞ୍ଜନ ସାହୁ
ଓଡ଼ିଆ, ଭାରତୀୟ ତଥା ଆନ୍ତର୍ଜାତୀୟ ସାହିତ୍ୟ କ୍ଷେତ୍ରରେ ସୁପରିଚିତ ସମ୍ଭ୍ରାନ୍ତଶିଳ୍ପୀ ଶ୍ରୀ ମନୋଜ ଦାସ
ମହୋଦୟେଷୁ, ଆଧୁନିକ ଓଡ଼ିଆ, ଭାରତୀୟ ତଥା ଆନ୍ତର୍ଜାତୀକ ସ୍ତରରେ ଆପଣ ଏକ ସୁପରିଚିତ ତଥା ସମ୍ଭ୍ରାନ୍ତ ଶିଳ୍ପୀ। ଯୋଗଜନ୍ମା କଥାଶିଳ୍ପୀ ଫକୀରମୋହନଙ୍କର ଉତ୍ତରଣ ପର୍ବର ଜଣେ ସାର୍ଥକ ଉତ୍ତର ପୁରୁଷ। ମହାନ ଭାରତୀୟ ପରମ୍ପରା, ପୁରୋଦୃଷ୍ଟି ଓ ମାଟି – ମଣିଷ ପ୍ରତି ଅଗାଧ ମମତ୍ଵବୋଧ ସହିତ ଆଧୁନିକତା ପ୍ରତି ପ୍ରବଳ ଆକର୍ଷଣର ପ୍ରଜ୍ଞା ପୁରୁଷ ଭାବେ ପରିଚିତ ଆପଣ ସମଗ୍ର ଦେଶରେ।
ଆପଣଙ୍କ ସାରସ୍ଵତ ସୃଷ୍ଟି ସମ୍ଭାର କେବଳ ସାହିତ୍ୟ ପାଇଁ ନୁହେଁ, ଜୀବନ, ଜଗତ, ସମାଜ ପାଇଁ ହିଁ ଉଦ୍ଦିଷ୍ଟ। ମାନବ ଜାତିକୁ ପ୍ରାଣଭରି ଭଲ ପାଇ, ସେମାନଙ୍କ କୋଳରେ ଆପଣ ନିଜକୁ ହଜାଇ ଦେଇଛନ୍ତି, ହୃଦୟର ଭାଷାକୁ ମର୍ମେ ମର୍ମେ ଅନୁଭବ କରି। ସେହି ଅନୁଭବର ଅମୃତଫଳକୁ ସାଉଁଟି ସମାଜ ମଧ୍ୟରେ ବିତରଣ ପାଇଁ ଅଶେଷ ସାଧନାପଥର ନିରଳସ ସାଧକ ସାଜିଛନ୍ତି ଆପଣ।
ଉପଲବ୍ଧ ଚିରନ୍ତନୀ ସତ୍ୟକୁ ଜନମାନସରେ ବିତରଣ କରିବାର ଏକ ଶ୍ରେଷ୍ଠ ମାଧ୍ୟମରୂପେ ସାହିତ୍ୟକୁ ଆପଣେଇ ନେଇ ସାମଗ୍ରିକ ରୂପର ପସରା ଖୋଲି ଦେବା ସହିତ ଇସାରା ଦେଇଛନ୍ତି ଅନନ୍ତ, ଅସୀମ ସୃଷ୍ଟି ଆଡ଼କୁ। ଏଥିପାଇଁ ଆପଣଙ୍କ ସୃଷ୍ଟି ସମୂହ ପ୍ରାଜ୍ଞିକ ସତ୍ତାର ଗାମ୍ଭୀର୍ଯ୍ୟ ବହନ କରେ ଓ ଶବ୍ଦସମ୍ଭାର ସୁରମ୍ୟ ଫର୍ଦ୍ଦରେ ଯୋଡ଼ି ହୋଇ ଯାଇଥାଏ ।
ଆପଣଙ୍କ ସୃଜନୀ ଜୀବନଧାରା ବିଶେଷ ଭାବରେ ଆରମ୍ଭ ହୋଇଛି ଶ୍ରୀମା – ଶ୍ରୀ ଅରବିନ୍ଦଙ୍କ ପବିତ୍ର ସ୍ଥଳୀରୁ। ଆଶ୍ରମର କର୍ମମୟ ଜୀବନ ଓ ତତ୍ ସହିତ ନିଜର ସୃଷ୍ଟି ସମ୍ଭାର ମଧ୍ୟରେ ଆପଣ ଆତ୍ମ ବିସ୍ମୃତ ହୋଇ ଏକ ଜିଜ୍ଞାସୁ, ସନ୍ଧାନୀ ଦୃଷ୍ଟିରେ ଦେଖିବା ଆରମ୍ଭ କରିଦିଅନ୍ତି ସମଗ୍ର ସତ୍ତାକୁ, ଯେଉଁଠି ଆପଣ ଅମୃତର ସନ୍ଧାନ ହିଁ ପାଇଥାଆନ୍ତି।
ଆପଣ କୁହନ୍ତି, “ମଣିଷର ସୃଷ୍ଟି, ବିବର୍ତ୍ତନର ଆଭିମୁଖ୍ୟ, ମଣିଷ ଜାତିର ଅନିବାର୍ଯ୍ୟ ଭବିଷ୍ୟତ ସମ୍ପର୍କରେ ଶ୍ରୀ ଅରବିନ୍ଦ ଯେଉଁ ଦିଗଦର୍ଶନ ଦେଇଛନ୍ତି, ତାହା ମୋତେ ବିଜ୍ଞାନସମ୍ମତ ଏବଂ ପୂର୍ଣ୍ଣାଙ୍ଗ ମନେ ହେଲା” ।
ମହୋଦୟେଷୁ, ଫେବୃଆରୀ ମାସ ସତେଇଶ ତାରିଖ। ଆପଣଙ୍କ ଶୁଭ ଜନ୍ମଦିନ। ୧୯୩୪ ମସିହାରେ ଏଇ ଦିନରେ ହୋଇଥିଲା ଆପଣଙ୍କ ଧରାବତରଣ। ଏହି ଦିନ ଉତ୍କଳ ଭାରତୀ ଲାଭ କରିଥିଲେ ଉତ୍କଳ ସାହିତ୍ୟ ପାଇଁ ଜଣେ ସୁଯୋଗ୍ୟ ସନ୍ତାନ, ଆପଣଙ୍କୁ।
ଆମ ସମୟର ଜଣେ ବିଶିଷ୍ଟ ସାହିତ୍ୟିକ ଡ. ରତ୍ନାକର ଚଇନିଙ୍କ ଭାଷାରେ “ରାଜର୍ଷି ଜନକ ଭଳି ମନୋଜ ଦାସ ଆଧ୍ୟାତ୍ମିକତା ଓ ମାନବତାର ମୁଗ୍ଧ ନାନ୍ଦିକାର। ନୂତନ ରୁଚିବୋଧ ଓ ଅଭିନବ ଭାବ ବଳୟରେ ତାଙ୍କର ସୃଜନଗତ ଦୀପ୍ତିମାନ। ସେଥିପାଇଁ ସେ ଓଡ଼ିଆରେ ଲେଖିଥିଲେ ବି ତାହା ଭାରତୀୟ ସାହିତ୍ୟର ମହାର୍ଘ ସମ୍ପଦ ଭାବେ ଆନ୍ତର୍ଜାତିକ ଖ୍ୟାତି ଲାଭ କରିଛି। ତାଙ୍କ ରଚନାର ସୀମା କେବଳ ଓଡ଼ିଆ ଭାଷା ମଧ୍ୟରେ ଆବଦ୍ଧ ନୁହେଁ। ତାଙ୍କର ବହୁମୂଖୀ ସାହିତ୍ୟ ସାଧନା ତଥା ବିଚକ୍ଷଣ ସାହିତ୍ୟ ସମ୍ପାଦନା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ସାମଗ୍ରୀ। ତାଙ୍କର ଋଷିପ୍ରତିମ ବ୍ୟକ୍ତିତ୍ଵ ଓ ଗମ୍ଭୀର ବାକଭଙ୍ଗୀ ଯେ କୌଣସି ବ୍ୟକ୍ତିକୁ ମୁଗ୍ଧ ଓ ଆକର୍ଷିତ କରେ ।”
Manoj Das Niranjan Sahu
Spread the love
admin

Recent Posts

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

19 hours ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

20 hours ago

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

20 hours ago

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

1 week ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

2 weeks ago