ଲେଖା: ପ୍ରଳୟ ନାୟକ

“ମନୋଜ ଦାସ” ବୋଇଲେ କଣ . . ? ?
  • ଭାରତୀୟ ଉପମହାଦେଶ’ର ଶେଷ ଏକ ସୀମାନ୍ତ’ର ଶଙ୍ଖାରୀ ବୋଲି ଅଖ୍ୟାତ ପଲ୍ଲୀ ରେ ଜନ୍ମହୋଇ ସ୍ଵୀୟ ଧୀ ଓ ଆଧ୍ୟାତ୍ମିକ ଉପଲବ୍ଧି ସହଯୋଗେ ଅନନ୍ୟ ବାଣୀବିଳାସ’ର ସୁମହାନ ରୂପକାର . . ! ! !
  • ନିଜ ଶବ୍ଦର ଯାଦୁରେ ପାଠକକୁ ସଚ୍ଚା ବ୍ୟଙ୍ଗରେ ଉବୁଟୁବୁ ହେବାକୁ ଛାଡ଼ିଦେଇ ହଠାତ୍ ଏକ ଚରମ ସତ୍ୟ’ର ଉପଲବ୍ଧି କରାଇ କଂଦେଇ ପାରୁଥିବା ନିଆରା ସ୍ରଷ୍ଟା . . ! ! !
  • ଆପଣାର ଅଦ୍ଭୁତ ,ନିରୁତା ବିନୟ ଓ ନିରଭିମାନ ବ୍ୟବହାର ଦ୍ୱାରା “ତୃଣାଦପି ସୁନୀଚେନ . .” ମହାନ ବାକ୍ୟକୁ ସିଦ୍ଧ କରୁଥିବା ଭକ୍ତ . . ! ! !
  • ସଚରାଚର କେହି ଦେଖିପାରୁ ନଥିବା ମଣିଷ ମନ’ର ସଂଗୁପ୍ତ ଅନ୍ଧାର ଭିତରେ ସ୍ୱଚ୍ଛନ୍ଦ ବିଚରଣ କରୁଥିବା ଜଣେ ଅପ୍ରତିହତ ଚକ୍ଷୁଷ୍ମାନ୍ . . ! ! !
  • ଜାଗତିକ ମାନବ-ମାନସ-ଅଗୋଚର ଅତିମାନସୀୟ ଉତ୍ତରଣ’ର କନକ ଉପତ୍ୟକା ଉଦ୍ଦେଶ୍ୟରେ ଅଥକ ପାଦରେ ଚାଲିଥିବା ଚିରନ୍ତନ ଜଣେ ଅଭିଯାତ୍ରୀ . . ! ! !
  • ବିଶ୍ୱମୟ ପ୍ରେମ ଓ ଅମୃତ ସମ୍ଭାବନା’ର ଉଦାତ୍ତବାଣୀ ଆପଣା ଉଚ୍ଚାରଣୀ ଯୋଗେ ମନ୍ଦ୍ରଘୋଷ କରୁଥିବା ଏକ କାଳଜୟୀ ଶାଶ୍ୱତ ଅନୁଷ୍ଠାନ . . ! ! !
  • ନା ସଚେତନ ଭାବେ ଆଲୋକ ଅନ୍ୱେଷଣରେ ଜୀବନ ବ୍ୟତୀତ କରି ତତୋଧିକ ସଚେତନତା ସହ ମୃତ୍ୟୁକୁ ସାନନ୍ଦ ବରଣ କରିବାର ସ୍ପର୍ଦ୍ଧା ରଖିଥିବା ଜଣେ ଅକୁତୋଭୟ, ଅଜାତଶତ୍ରୁ ଦିଗବିଜୟୀ . . ! ! !
ଏ ସବୁକୁ ଏକାଠି କରି ସାରିଲା ପରେ ବି ମୁଁ ସନ୍ତୁଷ୍ଟ ହୋଇପାରିନି କେବେ ! ଯେମିତି ଅକୁହା ରହିଯାଉଛି ମନୋଜଙ୍କ ହୈମାଳାୟିକ ବ୍ୟକ୍ତିତ୍ୱ’ର ସିଂହ ଭାଗ । ମନୋଜ ଦାସ କଣ . . ? ଯିଏ ସମାନ ନ୍ୟାୟରେ ଚିତ୍ରିତ କରିପାରନ୍ତି ଦୁଃଖିନୀ “ଧୀରା” ର ଅଶେଷ ଯାତନା ଓ “ହୈମବତୀ”ର ବିଶ୍ୱଦୀପ୍ତ ବିଭବ . . !
ନୂଆକରି ଶବ୍ଦ ଚିହ୍ନିଥିବା ଗୋଟେ ଅଜାତଶ୍ମଶ୍ରୁ ବାଳକଠୁଁ ଆରମ୍ଭ କରି ଅଶୀତିପର ଜ୍ଞାନବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ କେମିତି ନିର୍ବାକ୍ କରିପାରନ୍ତି ମନୋଜ ଦାସ କିଛି ଶବ୍ଦଯୋଗେ……?
ମୋ କ୍ଷୁଦ୍ର ଚେତସ କେବଳ ଏତିକି ଉତ୍ତର ଦେଉଛି ଯେ ସେ ସତ୍ୟ ଲେଖନ୍ତି । ଯେଉଁ ସତ୍ୟ ବଳରେ ଆତଯାତ ହୁଏ ସୃଷ୍ଟି । ତାଙ୍କ ନିରୁତା ସ୍ମିତ ଶୋଭିତ ମୁହଁଟି ମନେପଡ଼ିଲେ ଏକମାତ୍ର ବିଶେଷଣ ମନକୁ ଆସେ “ମନୋଜ-ମହର୍ଷି” ।। ମନୋଜ ଦାସ ମହୋଦୟଙ୍କ ପାଇଁ ଲେଖା କବିତାଟିଏ:
~ ହିମାଦ୍ରୀ-କଳନ-ସ୍ପର୍ଦ୍ଧା ~
ଅନନ୍ତ, ଅପରିମେୟ ମହାକାଳ ପଟେ
ଗ୍ରହ, ତାରା, ନକ୍ଷତ୍ର, ଗ୍ରହାଣୁ
ଘୁରୁଥାନ୍ତି ଅବିରଳ ଅବାରିତ ଗତି,
ବୁଦବୁଦ ପରାଏ ଅଳିକ ଜୀବନ
ଉଠେ-ଭାସେ-ଡୁବେ ପୁଣି
ଅହଂ ର ତରଙ୍ଗେ,
ପଲକେ ଜରାୟୁ ବାସ
ପଲକେ ବିକାଶ ପୁଣି ପଲକେ ବିଲୟ !
କେବେକେବେ ଏମନ୍ତ ଘଟଣା
ଘଟେ କିନ୍ତୁ କାଳର ପ୍ରାଙ୍ଗଣେ,
ସ୍ତବ୍ଧ ହୁଏ ଗତିମାନ ଚକ୍ର କିୟତ୍ କ୍ଷଣ
ଆପଣାକୁ ଜିତିବାର ମଦିର ନିଶାରେ
ମତ୍ତ ମହାକାଳ,
ମାଠିମୁଠି ଗଢ଼େ ଏକ ଶିଶୁ ଭାରି ଦୁଷ୍ଟ,
ଇନ୍ଦ୍ରଧନୁ ଧରିବାକୁ ଦିଗଚକ୍ର ଭେଦି
ତା ଭିତରେ ଜାଗିଉଠେ ଅଭିପ୍ସା ଅମାପ,
ଗନ୍ଧମୃଗ ସମୟର ନାଭିକେନ୍ଦ୍ର ବାସ
କଦାଚିତ୍ କଳ୍ପ-ଦାଣ୍ଡେ ଜୈତ୍ରଧ୍ୱଜ ଉଡ଼େ ତା’ର
ସେ ମନୋଜ ଦାସ !
#ମନୋଜ ଦାସ
Images Courtesy: SambadEmglish, Dr. Sanat Kumar Das
Spread the love
admin

View Comments

  • ଭାରତୀୟ ବିଶିଷ୍ଟ ସାହିତ୍ୟିକ ଓ ଶିକ୍ଷାବିତ ଥିଲେ ମନୋଜ ଦାସ 🙏 ଉପସ୍ଥାପନା ପାଇଁ ଧନ୍ୟବାଦ 🌹

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

4 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago