ଲେଖା: ନିରଞ୍ଜନ ସାହୁ

ମାଦଳାପାଞ୍ଜି ମୂଖ୍ୟତଃ ତିନିଗୋଟି ରାଜବଂଶର କଥା କହେ ।

~ ଗଙ୍ଗବଂଶ ~
ଏଥିରେ ୩୫ ଜଣ ରାଜାଙ୍କ ବିବରଣୀ ରହିଛି। ଏହି ଗଙ୍ଗବଂଶର ବିବରଣୀରେ ସେମାନଙ୍କ କୀର୍ତ୍ତି, ଜଗନ୍ନାଥ ମନ୍ଦିରର ବିବରଣୀ ଓ ରାଜ୍ୟ ଶାସନ ବୃତ୍ତାନ୍ତ ପ୍ରଭୃତି ରହିଛି। ଗଙ୍ଗବଂଶ ରାଜତ୍ଵର ସୀମା ୧୦୫୪ ଶକାବ୍ଦରୁ ୧୪୮୩ ଶକାବ୍ଦ ପର୍ଯ୍ୟନ୍ତ ଅର୍ଥାତ୍ ୧୧୩୨ ଖ୍ରୀଷ୍ଟାବ୍ଦରୁ ୧୫୬୧ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରହିଛି ।

ଗଙ୍ଗବଂଶର ଉତ୍ପତ୍ତି ସମ୍ପର୍କରେ ମାଦଳାପାଞ୍ଜି କହେ ଯେ କେଶରୀ ବଂଶର ଶେଷରାଜା ଶୂନ୍ୟ କେଶରୀଙ୍କ ସହିତ ତାଙ୍କର ଅମାତ୍ୟ ବାସୁଦେବ ରଥଙ୍କର କଳହ ହେବାରୁ ସେ କେଶରୀ ବଂଶର ଧ୍ଵଂସ କାମନା କରି ଭୁବନେଶ୍ୱର ମହାଦେବଙ୍କୁ ଉପାସନା କରିଥିଲେ। ଭୁବନେଶ୍ଵରଙ୍କ ଆଜ୍ଞାରେ ଚୋଡ଼ଗଙ୍ଗ ଓଡ଼ିଶାର ରାଜା ହେଲେ।ଏ ପ୍ରସଙ୍ଗରେ ପାଞ୍ଜିରେ ଲେଖା ଅଛି, “ଏଥକୁ ଭୁବନେଶ୍ୱର ଆଜ୍ଞା ହୋଇଲା, ତୁ ଦକ୍ଷିଣ ଯାଇ ଗୋକର୍ଣ୍ଣେଶ୍ଵର ବୀର୍ଯରୁ ଯେ ରାଣ୍ଡିପୁଅ ଚୋଡ଼ଗଙ୍ଗ ଅଛି ତାକୁ ଆମ୍ଭ ଆଜ୍ଞାରେ ଆଣି ଓଡ଼ିଶାରେ ରାଜତ୍ୱ କରାଇବୁ।” ଏମନ୍ତକୁ ସେ ବ୍ରାହ୍ମଣ ଯାଇ ଦେଖିଲା ରାଣ୍ଡିପୁଅ ଚୋଡ଼ଗଙ୍ଗ ଟୋକାଙ୍କ ସଙ୍ଗରେ ଖେଳରେ ରାଜା ହୋଇଛି । (ମାଦଳାପାଞ୍ଜି, ସମ୍ପାଦନା ଆର୍ତ୍ତବଲ୍ଲଭ ମହାନ୍ତି, ପୃଷ୍ଠା ୨୫)

ତା’ପରେ ଭୁବନେଶ୍ୱର ଦେବଙ୍କ ଆଜ୍ଞାରେ ବାସୁଦେବ ରଥ ରାଣ୍ଡିପୁଅ ଚୋଡ଼ଗଙ୍ଗ ନିକଟକୁ ଯାଇଥିଲେ। ସେ ତାଙ୍କୁ ଏ ସମସ୍ତ ବୃତ୍ତାନ୍ତ କହିବା ପରେ ଚୋଡ଼ଗଙ୍ଗ ମାତାଙ୍କ ନିର୍ଦ୍ଦେଶରେ ନେତେଇ ଧୋବଣୀ ନିକଟକୁ ସିଦ୍ଧ ମନ୍ତ୍ର ଆଣିବାକୁ ଯାଇଥିଲେ। ନେତେଇ ଧୋବଣୀ ଠାରୁ ସେ ସିଦ୍ଧ ମନ୍ତ୍ର ଆଣି ସିଂହାସନ ପ୍ରାପ୍ତ ହେଇଥିଲେ।


ମାଦଳାପାଞ୍ଜିରେ ଗଙ୍ଗବଂଶ ଓ ସୂର୍ଯ୍ୟବଂଶକୁ ଏକତ୍ର କରି ଦିଆଯାଇଛି। କିନ୍ତୁ ପ୍ରକୃତରେ ଗଙ୍ଗବଂଶର ୨୩ ଜଣ ରାଜାଙ୍କର ବିବରଣୀ ଏଥିରେ ରହିଛି। ପୁଣି ଚୋଡ଼ଗଙ୍ଗ ଦେବଙ୍କ ଠାରୁ ମତ୍ତଭାନୁଦେବଙ୍କ ପର୍ଯ୍ୟନ୍ତ ଏହି ତେଇଶି ଜଣ ରାଜାଙ୍କ କୀର୍ତ୍ତିକଳାପ ଓ ରାଜତ୍ଵକାଳ ଇତିହାସ ଦ୍ଵାରା ସମର୍ଥିତ ନୁହେଁ। ଓଡ଼ିଶାର ଇତିହାସରେ ଯେଉଁ ଗଙ୍ଗରାଜାଙ୍କ ସମ୍ବନ୍ଧରେ ବିବରଣୀ ମିଳେ, ସେମାନଙ୍କ ସମୟ ଡଃ ମହତାବଙ୍କ ଓଡ଼ିଶା ଇତିହାସରୁ ଉଦ୍ଧାର କରାଯାଇଛି। ସେଥିରେ ଚୋଡ଼ଗଙ୍ଗଙ୍କୁ ମିଶାଇ ଏଯାବତ୍ ୧୫ ଜଣ ଗଙ୍ଗବଂଶ ନରପତିଙ୍କର ଓଡ଼ିଶାରେ ରାଜତ୍ୱ କରିଥିବାର ତଥ୍ୟ ମିଳିଛି:

୧. ଅନନ୍ତବର୍ମା ଚୋଡ଼ଗଙ୍ଗ ଦେବ (୧୦୭୭-୧୧୪୭)
୨. କାମାର୍ଣବ (୧୧୪୭-୧୧୫୬)
୩. ରାଘବ (୧୧୫୬-୧୧୭୦)
୪. ରାଜରାଜ (୧୧୭୦-୧୧୯୪)
୫. ଅନଙ୍ଗଭୀମ ଦେବ (୨) (୧୧୯୪-୧୧୯୮)
୬. ରାଜରାଜ (୩) (୧୧୯୮-୧୨୧୧)
୭. ଅନଙ୍ଗଭୀମଦେବ (୩) (୧୨୧୧-୧୨୩୮)
୮. ନରସିଂହ ଦେବ (୧) (୧୨୩୮-୧୨୬୪)
୯. ଭାନୁଦେବ (୧) (୧୨୬୪-୧୨୭୮)
୧୦. ନରସିଂହ ଦେବ (୨) (୧୨୭୮-୧୩୦୬)
୧୧. ଭାନୁଦେବ (୨) (୧୩୦୬-୧୩୨୮)
୧୨. ନରସିଂହ ଦେବ (୩) (୧୩୨୮-୧୩୫୨)
୧୩. ଭାନୁଦେବ (୩) (୧୩୫୨-୧୩୭୮)
୧୪. ନରସିଂହ ଦେବ (୪) (୧୩୭୮-୧୪୧୪)
୧୫. ଭାନୁଦେବ (୪)-(୧୪୧୪-୧୪୩୫)

ତଥ୍ୟ ଓ ଆଧାର: ଓଡ଼ିଶା ଇତିହାସ (୧୯୭୭) ପୃଷ୍ଠା ୨୬୭, ଡଃ ହରେକୃଷ୍ଣ ମହତାବ

Madala Panji Odisha Itihasa © Niranjan Sahu

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 months ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 months ago