~ କଳିଙ୍ଗ ସ୍ଥାପତ୍ୟରେ ଶ୍ରୀଗଣେଶ ~

ଲେଖା: ଶ୍ରୀକାନ୍ତ ସିଂହ

‘ଯୋଗେଣ ଯୋଗେଶ୍ଵର ସଦାନନ୍ଦର ତନୟେ,
ମନ ଚଇତନ ୟେକତ୍ଵ କଲୁ ଅଜପା ଯୋଗ ଲୟେ ।
ବିସ୍ତାର ଉଦରେ ଯାହାର ଗ୍ୟାନ ସଚ୍ଚା,
ପୃଥୁଳ ଶରୀର ନାଥ ଅଭୟେ କାଳ ବଞ୍ଚା ।
ଶିଖିପୃଚ୍ଛ ମଉଳି ବତିଶ ଗୁଣେ କଳା,
ଭର ହରଷ ନାଥ ନୃତ୍ଯ ରଙ୍ଗେଣ ଭୋଳା ।’
(ଆଦିପର୍ବ, ସାରଳା ମହାଭାରତ)
ଅଗ୍ରପୂଜ୍ୟ ଶ୍ରୀଗଣେଶ ମହାପ୍ରଭୁଙ୍କ ପୂଜାକୁ ନେଇ ସମଗ୍ର ପୁରପଲ୍ଲୀ ଚଳଚଞ୍ଚଳ ଓ ଉତ୍ସବ ମୁଖର ହୋଇଯାଏ l କେବଳ ଆମ ରାଜ୍ୟ ଓଡ଼ିଶା କାହିଁକି ସମଗ୍ର ଭାରତ ବର୍ଷରେ ଅନେକ ଉତ୍ସାହ, ଉଦ୍ଦୀପନା ଓ ଆନନ୍ଦର ସହିତ ଶ୍ରୀଗଣେଶଙ୍କ ଆରାଧନା କରାଯାଇଥାଏ l
ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଥିବା ଶତାବ୍ଦୀ ପୁରାତନ ମନ୍ଦିର ଗାତ୍ର ମାନଙ୍କରେ ଶ୍ରୀଗଣେଶ ମହାପ୍ରଭୁଙ୍କ ବିଭିନ୍ନ ରୂପ ଓ ଭଙ୍ଗୀର ପ୍ରତିମା ମାନ ଦେଖିବାକୁ ମିଳିଥାଏ ଯାହାକି କଳିଙ୍ଗ ବାସ୍ତୁକଳାର ଶ୍ରେଷ୍ଠ ନମୁନା କହିଲେ ଅତ୍ୟୁକ୍ତି ହେବ ନାହିଁ l
କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ ବିଘ୍ନରାଜଙ୍କ କେତୋଟି ଶ୍ରେଷ୍ଠ ପ୍ରତିମାର ଛବି ଏଠାରେ ସ୍ଥାନିତ କରିଛୁ l ଚିତ୍ରମାନଙ୍କରେ ଓଡ଼ିଶାର ଗାଣପତ୍ୟ ଗୌରବର ପ୍ରତିବିମ୍ବ:
(କଟକ ବୁଢ଼ୀ ଠାକୁରାଣୀ କାଳୀ ଗଳିରେ ଥିବା ମରହଟ୍ଟା ସମୟରେ ନିର୍ମିତ ଗଣେଶ ମନ୍ଦିରରେ
ପୂଜା ପାଉଥିବା ଶ୍ରୀସିଦ୍ଧିବିନାୟକ l ଏହି ପ୍ରତିମାଟି କଳିଙ୍ଗ ସ୍ଥାପତ୍ୟ ଶୈଳୀର ନିର୍ମାଣ ନୁହେଁ,
ଏହା ମହାରାଷ୍ଟ୍ର ରାଜ୍ୟରୁ ଅଣା ଯାଇଥିବା ଅନୁମାନ କରାଯାଏ)
(ଶ୍ରୀ ଗଣେଶଙ୍କ କମନୀୟ ପ୍ରତିମା,
ଶ୍ରୀ ବୀରଭଦ୍ରେଶ୍ୱର ମନ୍ଦିର, ମାହାଙ୍ଗା ବ୍ଲକ, ଜିଲ୍ଲା କଟକ)
(ଶ୍ରୀ ସିଦ୍ଧିବିନାୟକ ପ୍ରତିମା, ବରାହୀ ମନ୍ଦିର,
ଗ୍ରାମ ଚଉରାଶି, ବ୍ଲକ ନିମାପଡ଼ା, କାକଟପୁର ରୋଡ଼ ଜିଲ୍ଲା ପୁରୀ)
(ଶାରଳା ଠାକୁରାଣୀଙ୍କ ଜନ୍ମବେଦୀ ନଣ୍ଡା ଦେଉଳରେ ଥିବା
ପ୍ରାଚୀନ ଶ୍ରୀ ବିନାୟକ ପ୍ରତିମା, ଜିଲ୍ଲା ଜଗତସିଂହପୁର)
(ଶ୍ରୀଗଣେଶ ପ୍ରତିମା, ମାଣିକେଶ୍ବର ମନ୍ଦିର,
ଗ୍ରାମ ଶୁକ୍ଳେଶ୍ୱର, ମାହାଙ୍ଗା ବ୍ଲକ, ଜିଲ୍ଲା କଟକ)
(ଅଷ୍ଟଭୁଜ ଶ୍ରୀଗଣେଶ ପ୍ରତିମା, ଗତେଶ୍ୱର ମହାଦେବ ମନ୍ଦିର,
ଗ୍ରାମ ଅଲଗୁମ, ସତ୍ୟବାଦୀ ବ୍ଲକ, ଜିଲ୍ଲା ପୁରୀ)
(ନୃସିଂହନାଥ ମନ୍ଦିର ବରଗଡ଼, ମନ୍ଦିର ପ୍ରବେଶ ପଥର ଦକ୍ଷିଣ ପାର୍ଶ୍ଵରେ
ପାଷାଣରେ ଖୋଦିତ ଅଷ୍ଟଭୁଜ ଗଣେଶ, ଏହି ମନ୍ଦିର ଓ ପ୍ରତିମା
ଅଷ୍ଟମରୁ ନବମ ଶତାବ୍ଦୀର ହୋଇଥିବା ଅନୁମାନ କରାଯାଏ)
(ନୃସିଂହନାଥ ମନ୍ଦିର ଥିବା ଗନ୍ଧମର୍ଦ୍ଦନ ପାହାଡ଼ରେ ଖୋଦିତ ଚତୁର୍ଭୁଜ ଗଣେଶ ପ୍ରତିମା,
ପାଦଦେଶରେ ଝରଣା ଜଳ ଅହରହ ବହିଯାଉଥାଏ, ଏହି ପ୍ରତିମା ଅଷ୍ଟମରୁ ନବମ ଶତାବ୍ଦୀରେ
ନିର୍ମାଣ ହୋଇଥିବା ଅନୁମାନ କରାଯାଏ)
(ଗ୍ରାମେଶ୍ବର ମହାଦେବ ମନ୍ଦିର, ପଞ୍ଚୁପଲ୍ଲୀ ଠାରେ ଥିବା ଶ୍ରୀଗଣେଶ ପ୍ରତିମା,
ବ୍ଲକ ଏରସମା, ଜିଲ୍ଲା ଜଗତସିଂହପୁର)
(ବହୁ ପ୍ରାଚୀନ ଶ୍ରୀଗଣେଶ ପ୍ରତିମା, ନାଗନାଥେଶ୍ୱର ମହାଦେବ ମନ୍ଦିର,
ଗ୍ରାମ ନାଗେନା, ଯୋରନ୍ଦା ନିକଟ, ଢେଙ୍କାନାଳ ଜିଲ୍ଲା, କୁହାଯାଏ, ଏହି ମନ୍ଦିରଟି
ତିନି ହଜାର ବର୍ଷରୁ ଅଧିକ ପୁରୁଣା, ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ)
(ସ୍ଥୁଳକାୟ ଚତୁର୍ଭୁଜ ଗଣେଶ ପ୍ରତିମା, ସିଦ୍ଧେଶ୍ବର ମହାଦେବ ମନ୍ଦିର, ନରାଜ, କଟକ)
(ସଠଳପୁର ସପ୍ତମାତୃକା ମନ୍ଦିର ପରିସରରେ ଥିବା ଶିବମନ୍ଦିର ଗାତ୍ରରେ
ପ୍ରତିଷ୍ଠିତ ବହୁ ପ୍ରାଚୀନ ଶ୍ରୀଗଣେଶ ପ୍ରତିମା ବ୍ଲକ ନାଉଗାଁ, ଜିଲ୍ଲା ଜଗତସିଂହପୁର)
(କଟକ ଗଙ୍ଗାମନ୍ଦିର ସାହି ସ୍ଥିତ ଗଙ୍ଗେଶ୍ୱର ମହାଦେବ ମନ୍ଦିର ଗାତ୍ରରେ ସ୍ଥାପିତ ପ୍ରାଚୀନ ଶ୍ରୀଗଣେଶ ପ୍ରତିମା,
“ଅନ୍ତରଙ୍ଗ କଳିଙ୍ଗ ଐତିହ୍ୟ ଯାତ୍ରା” କାର୍ଯ୍ୟକ୍ରମର ଶୁଭାରମ୍ଭ ୨୦୧୧ ଅଗଷ୍ଟ ୨୯ ତାରିଖରେ ଏହି ମନ୍ଦିର ପ୍ରାଙ୍ଗଣରୁ ହୋଇଥିଲା)
(ଶ୍ରୀଗଣେଶଙ୍କ କମନୀୟ ପ୍ରତିମା, ପୂର୍ଣ୍ଣେଶ୍ୱର ମହାଦେବ ମନ୍ଦିର,
ଗ୍ରାମ ଭିଲିଦେଉଳି, ବ୍ଲକ ନିମାପଡ଼ା, ଜିଲ୍ଲା ପୁରୀ)
(ଶ୍ରୀଗଣେଶ ପ୍ରତିମା, ଗଙ୍ଗେଶ୍ୱରୀ ମନ୍ଦିର,
ଗ୍ରାମ ବୟାଲିଶବାଟି, ବ୍ଲକ ଗୋପ, ଜିଲ୍ଲା ପୁରୀ)
(ଶ୍ରୀ ଗଣେଶ ପ୍ରତିମା, ବାଣେଶ୍ୱରନାଶୀର ଶ୍ରୀ ପଦ୍ମେଶ୍ୱର ମନ୍ଦିର,
ନରସିଂହପୁର ବ୍ଲକ, ଜିଲ୍ଲା କଟକ)
(ବହୁ ପ୍ରାଚୀନ ଶ୍ରୀ ଗଣେଶ ପ୍ରତିମା, ଭଟ୍ଟାରିକା ମନ୍ଦିର, ବଡମ୍ବା, ଜିଲ୍ଲା କଟକ)
(ଶ୍ରୀଗଣେଶ, ଅନ୍ଧ କପିଳେଶ୍ୱର ମନ୍ଦିର, ପ୍ରାଚୀ ଉପତ୍ୟକା, ନିଆଳୀ, ଜିଲ୍ଲା କଟକ)
(ଶ୍ରୀ ଗଣେଶଙ୍କ ଭଗ୍ନ ପ୍ରତିମା, ବୁଦ୍ଧକେଶ୍ୱର ମନ୍ଦିର,
ପ୍ରାଚୀ ଉପତ୍ୟକା, ବାଲିପାଟଣା, ଜିଲ୍ଲା ଖୋର୍ଦ୍ଧା)
(ବଲାଙ୍ଗୀର ଜିଲ୍ଲାର ହରିଶଙ୍କର ଶୈବପୀଠ ଠାରେ ଥିବା
କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ ନୃତ୍ୟ ଗଣେଶଙ୍କ କମନୀୟ ବିଗ୍ରହ)
(କେଶରୀ ବଂଶୀ ଶାସକଙ୍କ ଶାସନ ସମୟର, କଳିଙ୍ଗ ସ୍ଥାପତ୍ୟ ଶୈଳୀରେ
ନିର୍ମିତ ଶ୍ରୀଗଣେଶ ପ୍ରତିମା, ସ୍ଥାନ ତ୍ରିଲୋଚନେଶ୍ୱର ମନ୍ଦିର, ଗ୍ରାମ କୁଣ୍ଡେଶ୍ୱର,
ଅଲଣାହାଟ, ନାଉଗାଁ ବ୍ଲକ, ଜିଲ୍ଲା ଜଗତସିଂହପୁର)
(ଶ୍ରୀଗଣେଶ ପ୍ରତିମା, ଅଷ୍ଟଶମ୍ଭୁ ମନ୍ଦିର, କୁଆଲୋ, ଜିଲ୍ଲା ଢେଙ୍କାନାଳ)
(ଶ୍ରୀଗଣେଶ ପ୍ରତିମା, ସୁବର୍ଣ୍ଣମେରୁ ମହାଦେବ ମନ୍ଦିର, ସୁବର୍ଣ୍ଣପୁର ସହର, ଜିଲ୍ଲା ସୁବର୍ଣ୍ଣପୁର)
(ଶ୍ରୀଗଣେଶ ବିଗ୍ରହ, ଚାରିଶମ୍ଭୁ ମନ୍ଦିର, ଜଗତି, ଗନ୍ଧରାଡ଼ି, ଜିଲ୍ଲା ବୌଦ୍ଧ)
(ଶ୍ରୀଗଣେଶ ପ୍ରତିମା, ତ୍ରିବେଣୀଶ୍ୱର ମନ୍ଦିର, ଗ୍ରାମ ମାଧିପୁର, କୋଣାର୍କ, ଜିଲ୍ଲା ପୁରୀ)
(କେଶରୀ ବଂଶୀ ଶାସକଙ୍କ ଶାସନ କାଳୀନ ଶ୍ରୀଗଣପତି ପ୍ରତିମା, ପଞ୍ଚୁପାଣ୍ଡଵ ମନ୍ଦିର,
ଗ୍ରାମ ଦରବା, ଡେଙ୍ଗାପୋଲ ନିକଟ, ବ୍ଲକ ବାଲିକୁଦା, ଜିଲ୍ଲା ଜଗତସିଂହପୁର)
(ଶ୍ରୀଗଣପତି ପ୍ରତିମା, କୁମାରେଶ୍ୱର ମହାଦେବ ମନ୍ଦିର, ଇନ୍ଦିପୁର, ବ୍ଲକ ଡେଲାଙ୍ଗ, ଜିଲ୍ଲା ପୁରୀ)
(ଗରମା ଗ୍ରାମର ଭଗବତୀ ମନ୍ଦିରରେ ଥିବା ପ୍ରାଚୀନ ଶ୍ରୀବିନାୟକ ପ୍ରତିମା, ଜିଲ୍ଲା ଜଗତସିଂହପୁର)
(ତେନ୍ତୁଳିପଦାର ବିଲ ଶାରଳା ମନ୍ଦିରରେ ଥିବା ପ୍ରାଚୀନ
ଶ୍ରୀବିନାୟକ ପ୍ରତିମା, ଜିଲ୍ଲା ଜଗତସିଂହପୁର)
(ଖୋର୍ଦ୍ଧା ଜିଲ୍ଲାର ରାମେଶ୍ୱର ସ୍ଥିତ ରାମନିଧି ଦେଉଳରେ ପାର୍ଶ୍ଵଦେବତା ଗଣେଶ,
ଚିତ୍ରସୌଜନ୍ୟ: ଅମୃତେଶ ଖଟୁଆ)
(ଗାରେଡିପାଞ୍ଚଣ ସ୍ଥିତ ବୁଦ୍ଧନାଥ ମନ୍ଦିର ପାର୍ଶ୍ଵବର୍ତ୍ତୀ ଅମୃତଲୋଚନୀ ଦେବୀଙ୍କ ମନ୍ଦିର
ପାର୍ଶ୍ଵଦେବତା ଭାବେ ଗଣେଶ, ଚିତ୍ରସୌଜନ୍ୟ: ଅମୃତେଶ ଖଟୁଆ )
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago