~ ହଳଦୀ ~
ଲେଖା: ଡ. ଜୟଶ୍ରୀ ନନ୍ଦ
କାମଚୋର ହୋଇ ଆମେ ଭୁଲିଗଲେଣି ଏହାର ସୁଗନ୍ଧ। ହଳଦୀ ଗୁରୁଗୁରୁ କଞ୍ଚା ହଳଦୀ । ପୂଜାରୁ ରୋଷେଇ ଯାଏ ଲାଗି ହେଉଥିବା ଶୁଦ୍ଧ ହଳଦୀ। ଟିକେ ସୁବିଧା ପାଇଁ ଅଧିକ ଅର୍ଥ ଦେଇ ସମସ୍ତେ କିଣୁଛେ ହଳଦୀଗୁଣ୍ଡ। ଶୁଣାଯାଏ କେତେ ପ୍ରକାରର ଭେଜାଲ ମିଶା ଯାଉଛି ହଳଦୀଗୁଣ୍ଡରେ। ପୂଜାପାର୍ବଣରେ ହଳଦୀ ପ୍ରଥମ ଦରକାର ହୁଏ। ବାହାଘର ବ୍ରତଘର ଗୁଆ ମଙ୍ଗୁଳା ସବୁଥିରେ ଦରକାର ।
ଏବେ ବଟାହଳଦୀ ଖୁବ୍ କମ୍ ଦେଖିବା ପାଇଁ ମିଳୁଛି। ରୋଗ ବ୍ୟାଧି ଯନ୍ତ୍ରଣା, ଦେହଦରଜ, ପୋକଯୋକ କାମୁଡିଦେଲେ ଆଗେ ଖୋଜାପଡେ। କେହି କଞ୍ଚାହଳଦୀ ଶିଳରେ ବାଟିଲେ ସେ ସୁବାସ ଚାରିଆଡେ ଖେଳିଯାଏ। ଏବେ ସେ ସୁଗନ୍ଧ କାହିଁ ଆମେ ସୁବିଧା ପାଇଁ ରୋଗ ବି କିଣୁଛୁ ଆଉ ଅଧିକ ପଇସା ବ୍ୟୟ କରି ରୋଗ ବି କିଣୁଛୁ ବଜାରରୁ ପ୍ୟାକେଟ ବାଲା ହଳଦୀଗୁଣ୍ଡ କିଣି ।
ବିଚାର କରନ୍ତୁ, ହଳଦୀପତ୍ର ଖୋଜାପଡେ ପ୍ରଥମାଷ୍ଟମୀରେ। ସେତେବେଳେ ହଳଦୀଚାଷ କଥା ମନେପଡେ। ଆମେ ନିଜ ବାଡିରେ ହଳଦୀ ଲଗାଇ ପତ୍ର ବି ବ୍ୟବହାର କରି ପାରିବା ଆଉ ଶୁଦ୍ଧ ବି। ହାଟ ବଜାରରୁ କାହିଁକି କିଣିବା ପ୍ୟାକେଟ ହଳଦୀଗୁଣ୍ଡ।
ଲୋକମାନେ ତିଅଣ ବା ତୁଣ ରାନ୍ଧିବା ପାଇଁ ଶିଳ ଶିଳପୁଆରେ ଜିରା ସୋରିଷ ଗୋଟା ଧଣିଆ, ହଳଦୀ, ଲଙ୍କା, ପୋସ୍ତ ଆଦି ବାଟୁ ଥିଲେ । ତେଣୁ ତାକୁ ବାଟଣ କହୁଥିଲେ। ଆମେ ତ ଆଜିକାଲି ବାଟଣ କହିଲେ ମଳିମୁଣ୍ଡିଆ ହୋଇଯିବା କାଳେ ସେ ପାଇଁ ମସଲା କହୁଛେ। ଆଜ୍ଞା ଠିକ କହିଲି କି ନାହିଁ। କେବଳ ମା’ ଜେଜେମା ଅମଳର ଲୋକ ହିଁ ବାଟଣ କହୁଥିବେ ଆମେ ତ ଅତ୍ୟାଧୁନିକ ଯୁଗର ମସଲା କହୁଛେ।
Haladi
Spread the love
admin

Share
Published by
admin
Tags: ହଳଦୀ

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

1 month ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

1 month ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

2 months ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 months ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 months ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 months ago