ଲେଖା: ଅମ୍ବିକା ପଟ୍ଟନାୟକ
~ ଡ. ମନ୍ମଥ ନାଥ ଦାସ ~
“Long long ago there was a king named Kharavela . .” କେତେବେଳେ ସମ୍ମୁଖସ୍ଥ ଛାତ୍ରଛାତ୍ରୀ ବା କେତେବେଳେ ଝରକା ଫାଙ୍କ ଦେଇ ଦୂର ଦିଗବଳୟରେ ଦୃଷ୍ଟି ନିବଦ୍ଧ କରି ଛନ୍ଦମୟ ରୀତିରେ ଅଧ୍ୟାପକ ଜଣକ ଇତିହାସ ପଢ଼େଇ ଯାଉଛନ୍ତି, ଉପସ୍ଥିତ ଛାତ୍ରଛାତ୍ରୀଗଣ ମନ୍ତ୍ରମୁଗ୍ଧ ଭାବେ ଶୁଣି ଯାଉଛନ୍ତି l
ସେ ଥିଲେ ଓଡିଶାର କନିଷ୍ଠତମ ପ୍ରଫେସର l ଯଶ ଖ୍ୟାତି ଓ ଅର୍ଥର ପ୍ରାଚୁର୍ଯ୍ୟ ସତ୍ୱେ, ବ୍ୟକ୍ତିଗତ ଜୀବନରେ ଅତ୍ୟନ୍ତ ସରଳ ଓ ଜୀବନ ଯାପନ ଏଇ ରାଜର୍ଷି ତୁଲ୍ୟ ବ୍ୟକ୍ତି ଇତିହାସ ଅଧ୍ୟାପନା ଶୈଳୀକୁ ଏକ ନୂତନ ଶିଖରକୁ ନେଇ ଯାଇ ଥିଲେ l ଇତିହାସ ପୁସ୍ତକ ବ୍ୟତୀତ ତାଙ୍କ ଲେଖନୀମୁନରୁ ଝରିପଡି ଥିଲା “ଅସ୍ତରାଗ”, ପରି ଉପନ୍ୟାସ, “ସୁନା ସଂସାର” ପରି ଚଳଚିତ୍ର କାହାଣୀ l “ସମୟ ସାଗର ତୀରେ” ଲେଖି ସେ ପ୍ରମାଣ କରି ଦେଇଥିଲେ ଲେଖନୀ ମାଧ୍ୟମରେ ମଧ୍ୟ ଇତିହାସର କୋଣାର୍କ ତିଆରି ହୋଇପାରେ l ଏତେ ଜୀବନ୍ତ ଲେଖା ମୁଗ୍ଧ ପାଠକ ଅନୁଭବ କରିପାରିବ ସେ ଦେଖୁଚି ପିରାମିଡ଼ ନିର୍ମାଣ, ବାବିଲୋନ l ପରିଣତ ବୟସରେ ଆଘାତ ଜନିତ ସମସ୍ୟା ହେତୁ ଲେଖି ନ ପାରିବା ଏଇ ମହା ମାନବଙ୍କ ଚରମ ଅବଶୋଷ ଥିଲା l ସେଥିପାଇଁ ଭାଣିଜୀକୁ କହିଥିଲେ, “ଲେଖି ପାରିବିନି ତ ବଞ୍ଚି ଲାଭ କଣ” ? ନାତି ଉଦ୍ଦେଶ୍ୟରେ କହିଥିଲେ “ମୁଁ କଣ ପଇସା ପାଇଁ ଲେଖେ? ଏହା ମୋର ଜୀବନ, ଜୀବିକା ନୁହେଁ “ l
୪ ୧୯୨୪ ଜାନୁଆରୀ ୧୯୨୪ରେ ଉତ୍ତର ବାଲେଶ୍ୱରର ଶଙ୍ଖାରି ଗ୍ରାମରେ ଶ୍ରୀଯୁକ୍ତ ମଧୁସୂଦନ ଦାସ ଓ ଶ୍ରୀମତୀ କାଦମ୍ବିନୀ ଦାସଙ୍କ ଜ୍ୟେଷ୍ଠ ପୁତ୍ର ତଥା ଦ୍ଵିତୀୟ ସନ୍ତାନ ଭାବେ ଭୂମିଷ୍ଠ ମନ୍ମଥ ନାଥ ଦାସ ଇତିହାସରେ ସ୍ନାତକୋତ୍ତର ଉପାଧି ଲାଭ ପରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ, ପୁରୀ ତଥା ଫକୀରମୋହନ ମହାବିଦ୍ୟାଳୟ ବାଲେଶ୍ୱର ଅଧ୍ୟାପନା ପରେ ପ୍ରଫେସର ଓ ଉପକୁଳପତି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ କାର୍ଯ୍ୟରତ ଥିଲେ l Mountbatten and Partition of India ଭାରତର ସ୍ୱାଧୀନତା ଉପରେ ଏକ ତଥ୍ୟପୂର୍ଣ୍ଣ ଗବେଷଣାତ୍ମକ ପୁସ୍ତକ l ୧୯୮୧ ଆଇରିସ ବିପ୍ଲବୀଙ୍କ ବୋମା ବିସ୍ଫୋରଣରେ ଭାରତର ଶେଷ ବଡ଼ଲାଟ ଲର୍ଡ଼ ମାଉଣ୍ଟବ୍ୟାଟେନ ନିହତ ହେବାର ଅଳ୍ପ କିଛି ଦିନ ଆଗରୁ ତାଙ୍କ ଶେଷ ସାକ୍ଷାତକାର ଡ. ମନ୍ମଥ ନାଥ ଦାସ ନେଇଥିଲେ l
ସରଳତାର ମୂର୍ତ୍ତିମନ୍ତ ପ୍ରତୀକ, ଅସମ୍ଭବ ମେଳାପୀ, ପ୍ରାଜ୍ଞ ବିଦ୍ୱାନ, ସୁସଂକୃତ ସାହିତ୍ୟିକ, ଅନିଛୁକ ରାଜନୀତିଜ୍ଞ ଯିଏ ପରିଣତ ବୟସରେ ରାଜନୀତିରେ ଥିଲେ କିନ୍ତୁ ରାଜନୀତି ତାଙ୍କ ଭିତରେ ପଶି ପାରିନଥିଲା l ନିଜ ପାଇଁ କି ନିଜ ପରିବାର ପାଇଁ ନିଜ କୌଣସି ପଦବୀର କୌଣସି ଅସଦ ବ୍ୟବହାର ନାହିଁ l
ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଆସନରେ ଅଧିଷ୍ଠିତ ହେବା ପରେ ବିଶ୍ୱବିଦ୍ୟାଳୟ କର୍ମକର୍ତ୍ତାଙ୍କ କୁଳପତି ନିବାସ ସାଜ ସଜ୍ଜାର ପ୍ରସ୍ତାବ ଅସ୍ବୀକାର କରି ପକେଟରୁ ପଇସା ଦେଇଥିଲେ ଯେମିତିକି ଝଡା ପୋଛା କରି କିଛି ଧୂପ ବତୀ ଲାଗିବ l
ରାଜ୍ୟସଭା ସଭ୍ୟ ହିସାବରେ ପାଇଥିବା ବାସଭବନ ନିରାଡ଼ମ୍ବର l ସୋଫା, ଟେବୁଲ ଓ ଅନ୍ତରଙ୍ଗ ସାଥି ବହି ଏବଂ ସମ୍ବାଦପତ୍ର l
ସେ ଡ. ମନ୍ମଥ ନାଥ ଦାସ l
ଚିତ୍ର ସୌଜନ୍ୟ: ବିଦିଶା ଦାସ ଓ ଡକ୍ଟର ସଂଘମିତ୍ରା ଦାସ
Dr Manmath Nath Das Ambika Patnaik
Spread the love
admin

Recent Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

48 minutes ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 day ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 day ago

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

1 day ago

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

1 week ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago