Category ପର୍ଯ୍ୟଟନ ଆକର୍ଷଣ

ସିଦ୍ଧେଶ୍ବର ଦେଉଳ

ଲେଖା: ଅରବିନ୍ଦ ମହାନ୍ତି ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଦେଉଳରୁ ପ୍ରାୟ ଏକ କିଲୋମିଟର ଦୂରରେ ଓ ମୁକ୍ତେଶ୍ଵର ଦେଉଳର ଠିକ୍ ପାର୍ଶ୍ୱରେ ସିଦ୍ଧେଶ୍ୱର ଦେଉଳ ଅବସ୍ଥିତ। ଜଗନ୍ନାଥ ସଡକର ଦକ୍ଷିଣ ପଟକୁ ଲାଗି ଏହି ସ୍ଥାନ। କେଦାରେଶ୍ବର, ଗୌରୀ ମନ୍ଦିର ଓ ମୁକ୍ତେଶ୍ଵର ଦେଉଳକୁ ଲୋକ ଯେମିତି ଜାଣନ୍ତି ପ୍ରାୟ ସମସ୍ତେ ଏହାଙ୍କୁ ସେମିତି ଜାଣନ୍ତି…

ଜଳୌକା

ଲେଖା: ପ୍ରଭାସ ରଞ୍ଜନ ଖଟୁଆ ପୁରାଣପ୍ରସିଦ୍ଧ ପଵିତ୍ର ଜଳୌକା ପାହାଡ଼ କଟକରୁ ପ୍ରାୟ ୩୦ କି.ମି. ଦୂର ଛତିଆର ଦକ୍ଷିଣ-ପୂର୍ବ ଓ ଟାଙ୍ଗିର ଉତ୍ତର-ପୂର୍ଵ କୋଣରେ ବିରୂପା ନଦୀକୂଳରେ ଦଣ୍ଡାୟମାନ । ମାଣ୍ଡୁକା ପାହାଡ଼ ଓ ଜଳୌକା ପାହାଡ଼ ସମାନ୍ତରାଳ ଭାବେ ରହିଛି । ଏହି ଦୁଇ ପାହାଡ଼ର ମଧ୍ୟବର୍ତ୍ତୀ ପ୍ରଶସ୍ଥ ସ୍ଥାନ ଅତ୍ୟନ୍ତ ମନୋରମ…

ଲଡୁବାବା

ଉପସ୍ଥାପନା: ଆଫ଼ତାବ ହୋସେନ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠମାନଙ୍କ ମଧ୍ୟରେ ଲଡୁବାବା ଅନ୍ୟତମ। ଏହିଠାରେ ଭଗବାନ ଶିବ ଲଡୁକେଶ୍ବର ନାମରେ ପୂଜା ପାଆନ୍ତି। ଏହି ମନ୍ଦିର ନୟାଗଡ଼ ଜିଲ୍ଲା ଶରଣକୁଳଠାରେ ଅବସ୍ଥିତ। ଏହି ମନ୍ଦିରର ଭାସ୍କର୍ଯ୍ଯକଳା ଉଭୟ କଳିଙ୍ଗ ଓ ଦ୍ରାବିଡ଼ ଶୈଳୀର ସମିଶ୍ରଣ । ଶିବରାତ୍ରିରେ  ଦୂରଦୂରାନ୍ତରୁ ଭକ୍ତ ଏଠାକୁ ଦର୍ଶନ ପାଇଁ ଆସିଥାନ୍ତି। ଲଡ଼ୁକେଶ୍ବର…

ଦେବୀ ଗୋପାଳୁଣୀ

ଲେଖା: ଅରବିନ୍ଦ ମହାନ୍ତି ଏକାମ୍ର କ୍ଷେତ୍ର ଭୁବନେଶ୍ୱରର ଅଧିଷ୍ଟାତ୍ରୀ ଦେବୀ ଭାବେ ସୁପରିଚିତା ଦେବୀ ଭୁବନେଶ୍ଵରୀ। ଏକାମ୍ର କ୍ଷେତ୍ର ଯେପରି ଗୁପ୍ତ ସେଇଭଳି ଗୁପ୍ତ ରହସ୍ୟଯୁକ୍ତ ଦେବୀଙ୍କ ତତ୍ଵ ମଧ୍ୟ। ସେ ମହାପ୍ରଭୁ ତ୍ରିଭୁବନେଶ୍ଵରଙ୍କ ଶକ୍ତି ସ୍ୱରୁପା। ସେଥିଲାଗି ତାଙ୍କ ନାମ ମଧ୍ୟ ତ୍ରିଭୁବନେଶ୍ଵରୀ। ତ୍ରିଭୁବନେଶ୍ଵରୀ ଶବ୍ଦରୁ ପରବର୍ତ୍ତୀ କାଳରେ ଭୁବନେଶ୍ଵରୀ ନାମ ଉଦ୍ଧୃତ ହୋଇଅଛି।…

କେଦାରେଶ୍ବର

ଲେଖା: ଅରବିନ୍ଦ ମହାନ୍ତି ଶ୍ରୀ କେଦାରେଶ୍ବର ମନ୍ଦିର ଭୁବନେଶ୍ୱରର ପ୍ରସିଦ୍ଧ ମନ୍ଦିରମାନଙ୍କ ମଧ୍ୟରୁ ଅନ୍ୟତମ ଅଟେ। ହିମରାଜ ହିମାଳୟଙ୍କ ଇଷ୍ଟ ହେତୁ ଏହି ଲିଙ୍ଗଙ୍କ ନାମ କେଦାରେଶ୍ବର ହୋଇଅଛି। ଏହି ଲିଙ୍ଗ ଦଶଲକ୍ଷ ଶିବ ଲିଙ୍ଗଙ୍କ ସମାହାର ଅଟେ। ଯେତେବେଳେ ହିମାବନ ନିଜ ପୁତ୍ରୀ ପାର୍ବତୀ ଓ ଜ୍ୱାଇଁ ମହେଶ୍ୱରଙ୍କୁ ଦେଖା କରିବାକୁ ଏକାମ୍ରକୁ ଆସିଲେ…

Kaptipada Estate

By: Rusiraj Pattanayak Kaptipada Estate in the district of Mayurbhanj was a separate Estate till its merger with Mayurbhanj in1890. From 1890, Kaptipada was continuing as a Sarbarakar under the  rulers of Mayurbhanj. The ancient history  of Kaptipada Estate is…

ଆଳି ଗଡ଼ଜାତ

ଲେଖା: ଋଷିରାଜ ପଟ୍ଟନାୟକ ପ୍ରାଚୀନ କେନ୍ଦ୍ରପଡ଼ାରେ ଥିଲା ତିନିଗୋଟି ରାଜ୍ୟ ଯଥା, କୁଜଙ୍ଗ, ଆଳି ଓ କନିକା । କୁଜଙ୍ଗ ରାଜବଂଶରେ ଷଣ୍ଢବଂଶୀ, ଆଳି ରାଜବଂଶରେ ଦେବବଂଶୀ ଓ କନିକା ରାଜବଂଶରେ ଭଞ୍ଜବଂଶୀ ନରପତିମାନେ ଶାସନ କରୁଥିଲେ । କନିକା ରାଜବଂଶର ଅପରାଜେୟ ସ୍ୱାଧୀନଚେତା ରାଜା ବଳଭଦ୍ର ଭଞ୍ଜ ଓ କୁଜଙ୍ଗର ଦୁର୍ଦାନ୍ତ ଷଣ୍ଢ ରାଜା…

ଖଣ୍ଡପଡ଼ା ଗଡ଼ର ଜଗନ୍ନାଥ ମନ୍ଦିର

ଲେଖା: ରବୀନ୍ଦ୍ର କୁମାର ରଣା ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ବଜାରରେ ଅଷ୍ଟାଦଶ ଶତାବ୍ଦୀର ମଧ୍ୟ ଭାଗରେ ନିର୍ମିତ ଜଗନ୍ନାଥ ମନ୍ଦିର ଓଡ଼ିଶା କଳା ସ୍ଥାପତ୍ୟର ଏକ ସୁନ୍ଦର ନିଦର୍ଶନ ଅଟେ। ଜଗନ୍ନାଥ ସଂସ୍କୃତିର ଇତିହାସ ଅତି ପ୍ରାଚୀନ। ଇତିହାସର ତଥ୍ୟ ଅନୁସାରେ କୁଷାଣ ରାଜତ୍ଵ କାଳରେ ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀ ସମୟରେ ଶ୍ରୀକୃଷ୍ଣ, ବଳରାମ ଓ…

ଥୁଆମୂଳ ରାମପୁର

  ଲେଖା: ଦେଵ ତ୍ରିପାଠୀ ଆମ ଓଡ଼ିଶାର ଯେଉଁ ଅଞ୍ଚଳଟି ବିଗତ କେଇ ଦଶନ୍ଧି ଧରି, କ୍ଷୁଧା ଓ ଦାରିଦ୍ର୍ୟର ତାଡ଼ନାରେ ମା’ଟିଏ କୋଳର ଶିଶୁକୁ ବିକିବା ଓ ନାରୀଟିଏ ଦେହ ବିକିବାକୁ ନେଇ ସମଗ୍ରବିଶ୍ଵରେ ବଦନାମୀ ବ୍ରାଣ୍ଡ ‘କେବିକେ’ର ଅଂଶଭାବେ ପରିଚିତ, ସେ ଅଞ୍ଚଳର ନାମ କଳାହାଣ୍ଡି । ଅପରପକ୍ଷରେ, କଳାର ଦେଶ ଉତ୍କଳର…