Category ପର୍ଯ୍ୟଟନ ଆକର୍ଷଣ

ଦର୍ପଣୀ କୋଠି

~ ଦର୍ପଣୀ କୋଠି ~ ଲେଖା: ଶ୍ରୀକାନ୍ତ ସିଂହ ଅଶିଣର ବର୍ଷଣକ୍ଳାନ୍ତ ଶରଦ ପ୍ରାତଃ। ପଶ୍ଚିମାକାଶରେ ଅସ୍ତଗାମୀ ନିଷ୍ପ୍ରଭ ଶଶାଙ୍କ, ଆଉ ଉଦିତ ରବିଙ୍କ ରକ୍ତିମ ଆଭାରେ ଉଦ୍ଭାସିତ ପୂର୍ବାଚଳର ନିର୍ମଳ ଆକାଶ। ବୃନ୍ତଚ୍ୟୁତ ସଜଫୁଟା ଶୁଭ୍ର-ନାରଙ୍ଗୀ ଶେଫାଳୀ ସାଥେ ମଧୁମାଳତୀ, ତରାଟ, କନିଅର, ଟଗର, କାଠଚମ୍ପା, ମଲ୍ଲୀ, ଜୁହି-ଜାଇ, ହେନା, ସ୍ବର୍ଣ୍ଣଚମ୍ପା, ରଙ୍ଗଣୀ ଆଦି…

ପତିତପାବନ ଜଗନ୍ନାଥ ମନ୍ଦିର

~ ପତିତପାବନ ଜଗନ୍ନାଥ ମନ୍ଦିର ~ ଲେଖା: ଶ୍ରୀକାନ୍ତ ସିଂହ “ପତିତ ଜନକୁ ଉଦ୍ଧରିବା ପାଇଁ ଉଡ଼ାଉ ଅଛ ପତାକା, ବାହୁ ଟେକି ତୁମ୍ଭେ ବସି ଚାହୁଁ ଚାହୁଁ ଵିପତ୍ତି କରୁଛି ଡକା ।। ନାଶ ଗଲେ ପଛେ ଥାଉ କି କରିବା କରୁଣା ଭଣ୍ଡାର ଫେଇ, ଦୁଖୀ ଗଲେ ନାଶ ଅର୍ଜିବା କି ଯଶ…

ମୁଦ୍ଗଳ ମାଧବ

~ ସୋମେଶ୍ୱର ତୀର୍ଥ ଓ ମୁଦ୍ଗଳ ମାଧବ ~ ଲେଖା: ଅମୃତେଶ ଖଟୁଆ କାକଟପୁର-କୋଣାର୍କ ରାସ୍ତାରେ ଗଲା ବେଳକୁ ଦକ୍ଷିଣପୂର୍ବ ଦିଗକୁ ପ୍ରାୟ ଛଅ କିଲୋମିଟର ପରେ ପଡ଼ିବ ବାଜପୁର ଛକ । ମା’ ମଙ୍ଗଳାଙ୍କ ପୀଠରୁ ସଳଖ ପୂର୍ବ ଦିଗ ଅଭିମୁଖେ ଗସ୍ତ କରିଲେ ଆଗକୁ ସବ୍-ରେଜିଷ୍ଟ୍ରି କାର୍ଯ୍ୟାଳୟ ଓ ରାସ୍ତାର ବିପରୀତ ପଟେ…

ଗୋପୀନାଥପୁର

~ ଗୋପୀନାଥପୁର ~ ଲେଖା: ଅମୃତେଶ ଖଟୁଆ ନାତିଦୂର ବିଜନତାରେ ସବୁଜ ପଲ୍ଲୀଭୂମି ଦେଇ ସେଦିନ ପହିଲି ଶ୍ରାବଣର ଆଗମନ । କଜଳ ମେଘ ଉହାଡ଼ରେ ଗୋଟାପଣେ ଆଚ୍ଛନ୍ନ ମେଦୂର ଗଗନର ନୀଳ ବର୍ଣ୍ଣରାଜି । ଗ୍ରାମର ପଥେ ପଥେ ପଡ଼ିଥିଲା ତିଳ-ତଣ୍ଡୁଳିତ ଖରା । ଏହାର ପଥରୋଧ କରୁଥିବା ଊର୍ଦ୍ଧ୍ବମୁଖ ତରୁ ତଳ ଛାୟାଘନ…

ଲଙ୍ଗୁଳୀ ମଠ

~ ଲଙ୍ଗୁଳୀ ମଠ ~ ଲେଖା: ଶ୍ରୀକାନ୍ତ ସିଂହ ଭାରତର ସର୍ବକାଳୀନ ପ୍ରାଚୀନ ସହରମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛି ଆମର ଏଇ କଟକ ନଗର । ମହାନଦୀ କୂଳ କଟକର ଏହି ଅଞ୍ଚଳରେ ମାନବ ସଭ୍ୟତାର ଅଭ୍ୟୁଦୟ କେବେ ହୋଇଥିଲା, ଏହି ପ୍ରଶ୍ନର ଯୁକ୍ତିଯୁକ୍ତ ଓ ଯଥାର୍ଥ ଉତ୍ତର କାହାରି ପାଖରେ ନାହିଁ; ଏ ସମ୍ପର୍କରେ…

ଉତ୍ତରେଶ୍ଵର ମହାଦେବ ମନ୍ଦିର

ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ ସେ ଭୂଖଣ୍ଡରେ ଦିନେ ଏକ ସମୃଦ୍ଧ ସଭ୍ୟତା ବିକଶିତ ହୋଇ, ଉତ୍କଳର ଶିଳ୍ପ, କଳା, ସ୍ଥାପତ୍ୟ, ସାହିତ୍ୟ, ଧର୍ମକୁ ଯେ ଋଦ୍ଧିମନ୍ତ କରିଥିଲା; ତାହାର ଅସଂଖ୍ୟ ପ୍ରମାଣ ଏବେ ଦୃଶ୍ୟମାନ ସତ ! କିନ୍ତୁ…

କୁମ୍ଭେଶ୍ୱର ମହାଦେବ ମନ୍ଦିର

କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ  ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ ଯେତିକି ଅନନ୍ୟ ତା’ର ସବୁଜିମା ତଥା ମନୋରମ ମନ୍ଦିର ବି ସେତିକି ଅନନ୍ୟ l ସତରେ ମହାଐତିହ୍ୟ କ୍ଷେତ୍ର କଟକ ଉପକଣ୍ଠର ଏ ଯେ ଗୁପ୍ତ ଐତିହ୍ୟ କହିଲେ କମ ହେବ ନାହିଁ ।…

ବ୍ରହ୍ମାବଣ

ଲେଖା: ଶ୍ରୀକାନ୍ତ ସିଂହ ~ ବ୍ରହ୍ମାବଣ ~ ବ୍ରହ୍ମାଙ୍କ ଉପାସନା ସ୍ଥଳୀ “ବ୍ରହ୍ମାବଣ” l କୁହାଯାଏ ପବିତ୍ର ଚିତ୍ରୋତ୍ପଳା ନଦୀ କୂଳରେ ଏକଦା ବ୍ରହ୍ମା ଏଠାରେ ତପସ୍ୟା କରୁଥିଲେ l ଏଣୁ ସ୍ଥାନଟିର ନାଁ ବ୍ରହ୍ମାବଣ l ପଞ୍ଚସଖାମାନେ ମଧ୍ୟ ଏଠାରେ କିଛି କାଳ ଅବସ୍ଥାନ କରିଥିବା କଥା ସ୍ଥାନୀୟ ଲୋକେ କୁହନ୍ତି l ଏଠାରୁ…

ଭଟ୍ଟସାହି ମଠ

ଲେଖା: ଦେଵ ତ୍ରିପାଠୀ ~ ଭଟ୍ଟସାହି ମଠ ~ ବିପୁଳ ଓ ବ୍ୟାପକ ସନାତନ ଧର୍ମ କେଉଁ ଆବାହମାନ କାଳରୁ ଆର୍ଯ୍ୟଭୂମି ଭାରତରେ ଅନୁସୃତ ହୋଇଆସୁଛି ଏହି ଧର୍ମଧାରାକୁ ଅକ୍ଷୁର୍ଣ୍ଣ ଓ ଅବ୍ୟାହତ ରଖିବାପାଇଁ ମଠଗୁଡ଼ିକ ସର୍ବଦା ତତ୍ପର ରହିଆସିଛନ୍ତି । ଆଦି ଶଙ୍କରାଚାର୍ଯ୍ୟ ପ୍ରଥମେ ମଠ ସଂସ୍କୃତିର ପରିକଳ୍ପନା ଓ ପ୍ରତିଷ୍ଠା କରିଥିଲେ ବୋଲି…

ଦୁର୍ଗାମାଧବ ମନ୍ଦିର

ଲେଖା: ତ୍ରିଲୋଚନ ସ୍ୱାଇଁ ~ ଶ୍ରୀ ଦୁର୍ଗାମାଧବ ମନ୍ଦିର ~ देवि प्रपन्नार्तिहरे प्रसीद प्रसीद मातर्जगतोखिलस्य। प्रसीद विश्वेश्वरि पाहि विश्वं त्वमीश्वरी देवि चराचरस्य॥ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l କୋଣାନୁକୋଣରେ ତା’ର କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l…