ଲେଖା: ଶ୍ରୀକାନ୍ତ ସିଂହ

~ ବ୍ରହ୍ମାବଣ ~
ବ୍ରହ୍ମାଙ୍କ ଉପାସନା ସ୍ଥଳୀ “ବ୍ରହ୍ମାବଣ” l କୁହାଯାଏ ପବିତ୍ର ଚିତ୍ରୋତ୍ପଳା ନଦୀ କୂଳରେ ଏକଦା ବ୍ରହ୍ମା ଏଠାରେ ତପସ୍ୟା କରୁଥିଲେ l ଏଣୁ ସ୍ଥାନଟିର ନାଁ ବ୍ରହ୍ମାବଣ l ପଞ୍ଚସଖାମାନେ ମଧ୍ୟ ଏଠାରେ କିଛି କାଳ ଅବସ୍ଥାନ କରିଥିବା କଥା ସ୍ଥାନୀୟ ଲୋକେ କୁହନ୍ତି l ଏଠାରୁ ମାତ୍ର କିଛି କିଲୋମିଟର ଦୂରରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ ନେମାଳ ବଟ ରହିଛି l ନିଶ୍ଚିନ୍ତକୋଇଲି ବ୍ଲକର କୋଲଣପୁର ପଞ୍ଚାୟତ ଅନ୍ତର୍ଗତ ଚିତ୍ରୋତ୍ପଳା ନଦୀ ତଟରେ ଏହି ପବିତ୍ର ପୀଠଟି ଅବସ୍ଥିତ ଯାହାକି ସାଲେପୁର ବଜାର ଠାରୁ ସାଲେପୁର ମହାବିଦ୍ୟାଳୟ କଡ଼ ଦେଇ ଯାଇଥିବା କେନ୍ଦ୍ରାପଡ଼ା କେନାଲ ପାର୍ଶ୍ୱରେ ମାତ୍ର ତିନି କିଲୋମିଟର ଦୂରରେ ଅବସ୍ଥିତ l
ପୂର୍ବେ ଶଙ୍କରପୁର ଠାରୁ କେନ୍ଦୁପାଟଣା ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ଚିତ୍ରୋତ୍ପଳାର ସୈକତଶୋଭୀ କୂଳଯାକ ବନପ୍ରଦେଶ ଅବସ୍ଥିତ ଥିଲା ଏବଂ ତନ୍ମଧ୍ୟରେ ଯେଉଁ ସ୍ଥାନ ଅତି ପରିଚିତ ତାହା ହେଉଛି ବ୍ରହ୍ମାବଣ l ଏହା ବଟେଶ୍ଵର ଗ୍ରାମର ଅଧିଷ୍ଠାତ୍ରୀ ଭଗବତୀ ଦେବୀଙ୍କର ସମ୍ମୁଖୀନ ବନ ମଧ୍ୟରେ ବିଦ୍ୟମାନ ମାତ୍ର, ଅବଶ୍ୟ ଏବେ ଏହି ସ୍ଥାନ ପଦା ହୋଇ ଆସିଲାଣି l
ଏହି ବ୍ରହ୍ମାବଣରେ କେତୋଟି ଶୈବ, ଶାକ୍ତ ଓ ବୌଦ୍ଧ କୀର୍ତ୍ତି ସମୂହ ଆବିଷ୍କୃତ ହୋଇ ସଯତ୍ନରେ ରଖା ଯାଇଛି l ଆଉ ସେ ଗୁଡ଼ିକ ହେଲା –
1. ଏକ ଦେବୀ ପ୍ରତିମା ଯେ କି ଅମ୍ବିକା ହୋଇ ପାରନ୍ତି, ଯାହାଙ୍କ କୋଳରେ ବାଳକ ଗଣେଶ ବସିଛନ୍ତି l
2. ଧ୍ୟାନ ମୁଦ୍ରାରେ ରୁଦ୍ରଙ୍କ ଏକ ପ୍ରତିମା ରହିଛି, ଯାହାଙ୍କ ଗଳାରେ ରୁଦ୍ରାକ୍ଷ ଓ ସର୍ପମାଳ ଶୋଭା ପାଉଛି l
3. ଭୂମିସ୍ପର୍ଶ ମୁଦ୍ରାରେ ତଥାଗତ ବୁଦ୍ଧଙ୍କ ଏକ ପ୍ରତିମା, ସମ୍ଭବତଃ ଖ୍ରୀ. ୯ମ-୧୦ମ ଶତାବ୍ଦୀରେ ନିର୍ମିତ ଏହି ସୌମ୍ୟଦର୍ଶିତ ମୂର୍ତ୍ତି ପଦ୍ମାସନରେ ବସିଛନ୍ତି l ମୂର୍ତ୍ତିଟି ଦେଖିବାକୁ ଖୁବ୍ ସୁନ୍ଦର l
4. ବୌଦ୍ଧ ପ୍ରତିମା ମଞ୍ଜୁଶ୍ରୀ l ମହାଯାନ ବୌଦ୍ଧ ପନ୍ଥାରେ ବିଦ୍ୟାର ଅଧିଷ୍ଠାତା ମଞ୍ଜୁଶ୍ରୀ l ତାଙ୍କର ଅନ୍ୟ ନାମ ‘ମଞ୍ଜୁଘୋଷ’, ‘ବାଗୀଶ୍ବର’ l ବୌଦ୍ଧ ପନ୍ଥାରେ ପ୍ରବର୍ତ୍ତିତ ବୋଧିସତ୍ତ୍ଵମାନଙ୍କ ମଧ୍ୟରେ ତଥା ମହାଯାନ ସୂତ୍ରମାନଙ୍କ ବରିଷ୍ଠ ପ୍ରଣେତାମାନଙ୍କ ମଧ୍ୟରେ ବରିଷ୍ଠ l
5. ପଦ୍ମପାଣି ଅବଲୋକିତେଶ୍ଵର, ଅନ୍ୟ ଏକ ଭୂମିସ୍ପର୍ଶ ମୁଦ୍ରାରେ ବୌଦ୍ଧ ପ୍ରତିମା l
ବୌଦ୍ଧକୀର୍ତ୍ତି ସମୂହ ଥିବା ଏହି ବ୍ରହ୍ମାବଣର ଉନ୍ନତି ସହିତ ପ୍ରଚାର ପ୍ରସାର ଦିଗରେ ଟିକେ ଯତ୍ନବାନ ହେଲେ ଅଧିକରୁ ଅଧିକ ଲୋକ ଏଠାକୁ ଆସିପାରନ୍ତେ l ହଁ, କାହା ପାଖରେ ଯଦି ଅଧିକ କିଛି ତଥ୍ୟ ଥାଏ କିମ୍ବା ଏହି ସଂକ୍ଷିପ୍ତ ଆଲୋଚନାରେ ଯଦି କିଛି ତ୍ରୁଟି ଥାଏ ନିହାତି ଜଣାଇବାକୁ ଅନୁରୋଧ l
© Srikanta Singh & Amritesh Khatua
ତଥ୍ୟ ସଂଗ୍ରହ: ଅମୃତେଶ ଖଟୁଆ
Spread the love
admin

Recent Posts

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

3 days ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

3 days ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

3 days ago

ପହିଲିଭୋଗ

~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…

3 days ago

ବଳଦେବ ଉପାସନା

~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ…

3 days ago

ତୁମେ ତ ଲୋକରେ ସାର

~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ  କମ୍ପି ଉଠୁଛି କଟକ ନଗର ଶୁଭୁଅଛି…

3 days ago