admin

admin

ସତ୍ୟବାଦୀ ବନବିଦ୍ୟାଳୟ

ଲେଖା: ଦେଵ ତ୍ରିପାଠୀ ୧୯୧୩ ମସିହା ଖରାଦିନ । ଓଡ଼ିଶା ମାଟିର ଜାତୀୟଗୌରବ ଶତାବ୍ଦୀର ସୂର୍ଯ୍ୟ କୁଳବୃଦ୍ଧ ମଧୁସୂଦନ ଦାସ ଆସି ସବୁକିଛି ବୁଲି ଦେଖୁ ଦେଖୁ ପ୍ରଶଂସା ମୁଖରିତ ହୃଦୟରେ କହିପକାଇଲେ, “ଏ ମାଟିରେ ନାଳନ୍ଦାଟିଏ ଠିଆ କରିଦେଲ ଗୋପବନ୍ଧୁ ! ଏ ବିଦ୍ୟାଳୟକୁ ତ ଇଟାପଥର କି ଟଙ୍କାରେ ଗଢିନ; ରକ୍ତ, ମାଂସ…

କେଶନାର ପଥରମୂର୍ତ୍ତି

ଲେଖା: ଦେଵ ତ୍ରିପାଠୀ ଯଦି କେହି ମୟୂରଭଞ୍ଜ ଜିଲ୍ଲାର ଖିଚିଂର ମା’ କୀଚକେଶ୍ୱରୀ ମନ୍ଦିର ଦର୍ଶନ କରିବାର ସୌଭାଗ୍ୟ ଲଭିଥିବ ସେ କରୁଣାମୟୀ ମା’ଙ୍କର ମହିମାର ପରାକାଷ୍ଠା ଅଙ୍ଗେ ଅଙ୍ଗେ ନିଭାଇଥିବ, ଆହୁରି ମଧ୍ୟ ଦର୍ଶନ ପାଇଥିବ ମୁଗୁନିପଥରରେ ନିର୍ମିତ ଭାରତର ଏକମାତ୍ର ପ୍ରାଚୀନ ମନ୍ଦିର ମଧ୍ୟରେ ମାଙ୍କର ଦିବ୍ୟମୂର୍ତ୍ତିର । ଏକଦା ଏଇ ମୁଗୁନି…

ପିତଳମାଛ

ଲେଖା: ଦେଵ ତ୍ରିପାଠୀ ଭାରତବର୍ଷରେ ଉତ୍କଳ ଏହାର ପ୍ରାଚୀନ ଶିଳ୍ପକଳା ଓ ଶିଳ୍ପଚାତୁର୍ଯ୍ୟ ପାଇଁ ପ୍ରସିଦ୍ଧ । ଉତ୍କଳୀୟ କଳା ସଂସ୍କୃତିକୁ ବେଲଗୁଣ୍ଠାର ପିତଳମାଛ ଓ କାଠମାଛର ଦାନ ଅତୁଳନୀୟ। ଏହାର ସୂକ୍ଷ୍ମକଳା, କାରୁକାର୍ଯ୍ୟ ଉତ୍କଳର ନାମକୁ ସାର୍ଥକ କରିଛି । ସ୍କୁଲ ପାଠ୍ୟପୁସ୍ତକ, ସାମାଜିକ ବିଜ୍ଞାନ, ସାଧାରଣଜ୍ଞାନରେ ଲିଖିତ କଟକର ତାରକସି, ଭୁବନର କଂସାବାସନ,…

କଂସା କାରିଗରୀ

ଲେଖା: ଦେଵ ତ୍ରିପାଠୀ ସବୁଜ ଅରଣ୍ୟାନି ପରିବେଷ୍ଟିତ, ଚିର ପ୍ରବାହମାନ ମହାନଦୀର ତଟଦେଶରେ ଅବସ୍ଥିତ ନୟାଗଡ଼ ଜିଲ୍ଲାର କଣ୍ଟିଲୋ ଏକ ପ୍ରାଚୀନ ପର୍ଯ୍ୟଟନପୀଠ ଭାବେ ଯେପରି ବହୁଜନ ଜ୍ଞାତ, କଂସାବାସନ ତିଆରି ଓ ବ୍ୟବସାୟ କ୍ଷେତ୍ରରେ ଓଡ଼ିଶା ତଥା ଓଡ଼ିଶା ବାହାରେ ଅନୁରୂପ ଭାବେ ପରିଚିତ, ପ୍ରସିଦ୍ଧ । ଦିନ ଥିଲା ଶ୍ରୀମନ୍ଦିରର ନୀଳଚକ୍ର ଠାରୁ…

ଭୀମଭୋଇଙ୍କ ସମାଧୀପୀଠ

ଲେଖା: ଶିବାଶିଷ ମହାପାତ୍ର “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁଦେଖୁ କେବା ସହୁ ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ ।” ଏପରି କାଳଜୟୀ ଗୀତ ରଚନା କରି ଆଜି ଅମର ହୋଇଯାଇଛନ୍ତି ସନ୍ଥକବି ଭୀମଭୋଇ । କଳାସଂସ୍କୃତି ପରମ୍ପରାରେ ପରିପୂର୍ଣ୍ଣ ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲିର ଶୋଭା ମଣ୍ଡନ କରୁଅଛି ସନ୍ଥକବି…

ଗ୍ରାମଦେବତୀ ମାଜଣା

ଲେଖା: ଅରବିନ୍ଦ ମହାନ୍ତି ଶାରଳା ଦାସ ଚଣ୍ଡୀପୁରାଣ କହେ ଗ୍ରାମଦେବତୀଙ୍କ ଉତ୍ପତ୍ତି କଥା। ମହିଷାସୁର ବିନାଶ କାରଣେ ମହାମାୟୀଙ୍କ ଶରୀରରୁ ସୃଷ୍ଟି ହୁଅନ୍ତି ଅସଂଖ୍ୟ ଦେବୀ। ସଭିଏଁ ଏକାବେଳେ ମାଡ଼ି ବସନ୍ତି ମହିଷାସୁରକୁ। କିନ୍ତୁ ମହିଷାସୁର ଛିଞ୍ଚାଡି ଦିଅନ୍ତେ ଦେବୀମାନେ ନାନା ସ୍ଥାନରେ ଭୂପତିତ ହୁଅନ୍ତି ଓ ତାଙ୍କର ହସ୍ତ, ପଦ ଆଦି ଭଗ୍ନ ହୋଇଯାଏ।…

ପର୍ଦ୍ଦାକଳା

ଲେଖା: ଦେଵ ତ୍ରିପାଠୀ ଭୁବନେଶ୍ୱରରୁ କଣ୍ଟିଲୋ ଯିବା ରାସ୍ତାରେ ପଡ଼େ ଧଳାପଥର ବୋଲି ଗାଁଟିଏ । ଶାନ୍ତ ସୁଧାର ଗାଁଟି ଦିନେ ଥିଲା ଏକ ଅପୂର୍ବ ସୂକ୍ଷ୍ମକଳାର ଏନ୍ତୁଡ଼ିଶାଳ । ସେ କଳା ଫୁଟିଉଠୁଥିଲା ଘରର ଦୁଆର ଝରକାରେ ଝୁଲୁଥିବା ସୁଦୃଶ୍ୟ ପର୍ଦ୍ଦା କିମ୍ବା ଓଡିଆଙ୍କ ପ୍ରିୟ ପରିଧାନ ଲୁଙ୍ଗିଗାମୁଛାରେ । ତନ୍ତକୁ ଜୀବିକା ଭାବରେ…

ନୀଳଗିରିର ପଥୁରିବାସନ

ଲେଖା: ଦେଵ ତ୍ରିପାଠୀ ଏ ଓଡ଼ିଆ ଜାତି ଦିନେ ଥିଲା କଳାର ପୂଜାରୀ । ଏ ଜାତିର କଳାସ୍ଥାପତ୍ୟ ଥିଲା ବିଶ୍ୱରେ ଅଦ୍ୱିତୀୟ । କେବଳ ଚିତ୍ରକଳା କିମ୍ବା ଚାରୁକଳା ନୁହେଁ, ଶିଳ୍ପକଳାରେ ମଧ୍ୟ ଏ ଜାତି ଥିଲା ସିଦ୍ଧହସ୍ତ । ବେତ ବାଉଁଶଠାରୁ ମାଟିପଥର ପର୍ଯ୍ୟନ୍ତ ସବୁଥିରେ ଏଇ ଓଡ଼ିଆଶିଳ୍ପୀର କଳାନୈପୁଣ୍ୟ ଥିଲା ସୁସ୍ପଷ୍ଟ…

ଭିଏତନାମରେ ଭାରତମଣି 

ଲେଖା: ଦେଵ ତ୍ରିପାଠୀ ଭିଏତନାମରେ ଭାରତମଣି ! ଶିରୋନାମା ପଢି ଆଚମ୍ବିତ ହେବା ସ୍ୱାଭାବିକ I ମାତ୍ର ଇଏ ଆମ ପାଇଁ ଗୌରବର କଥା ନିଶ୍ଚୟ I ସତୁରୀ ଦଶକ ।  ହୋଚିମିନ୍ ମହାନଗରୀ । ଭିଏତନାମ ।  ବିପ୍ଳବର ସମୟ ! ଭୟ, ଆତଙ୍କ, ହତାଶା, ହାହାକାର, ହିଂସା, ଦ୍ୱେଷ, ବିଭୀଷିକା, ଅତ୍ୟାଚାରର କାଳିମା…

କେନ୍ଦୁଝର ଓ ମୟୂରଭଞ୍ଜ

ଲେଖା: ଦେଵ ତ୍ରିପାଠୀ କାଇଁ କେଉଁ କାଳର କଥା । ନଈର ସାମାନ୍ୟ ଭିତରକୁ ଯାଇ ବଡ଼ ପଥରଟି ଉପରେ ବସନ୍ତି ଦୁଇଟି ବାଳକ, ଦୁଇ ଭାଇ । ନଈପାଣି ଚହଲାନ୍ତି, ଖେଳନ୍ତି, ଗାଧାନ୍ତି !  ଦିନେ କିନ୍ତୁ କୌଣସି କାରଣରୁ ଦୁଇଭାଇଙ୍କ ଭିତରେ କଥା କଟାକଟି ହେଲା, ପରେ ବିବାଦ ଓ ଶେଷକୁ ଘନଯୁଦ୍ଧ…