admin

admin

ପ୍ରଥମ ତ୍ରିରଙ୍ଗା ପତାକା ଉତ୍ତୋଳନ

ଲେଖା: ଦେଵ ତ୍ରିପାଠୀ  ୧୯୪୩ ମସିହା ଡିସେମ୍ବର ୩୦ ତାରିଖରେ ପୋର୍ଟ ବ୍ଲେୟାର୍‍ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତମାଟିରେ ପ୍ରଥମ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ। କିନ୍ତୁ, ବାସ୍ତବରେ ଏ ଘଟଣାର ବହୁପୂର୍ବରୁ ପ୍ରଥମ ଥର ପାଇଁ ତ୍ରିରଙ୍ଗା ପତାକା ଉଡ଼ାଇ ସ୍ବାଧୀନତା ଦିବସ ପାଳନ କରାଯାଇଥିଲା ୧୯୩୦ ମସିହା ଜାନୁଆରୀ ୨୬ ତାରିଖରେ,…

ପ୍ରଥମ ଭାଷାତତ୍ତ୍ୱ

ଲେଖା: ଦେଵ ତ୍ରିପାଠୀ ଆମେ ସାଧାରଣତଃ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷକୁ ଓଡ଼ିଆ ଭାଷାର ସର୍ବପ୍ରଥମ ସମ୍ପୂର୍ଣ୍ଣ ଭାଷାକୋଷ ଭାବରେ ଜାଣୁ । କିନ୍ତୁ, ବାସ୍ତବରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପ୍ରକାଶ ହେବାର ପ୍ରାୟ ୧୫ ବର୍ଷ ପୂର୍ବରୁ ହିଁ ପ୍ରକାଶ ପାଇଥିଲା ଶବ୍ଦ ତତ୍ତ୍ଵବୋଧ ଭାଷାକୋଷ । ଅଧ୍ୟାପକ ପଣ୍ଡିତ ଗୋପୀନାଥ ନନ୍ଦଶର୍ମାଙ୍କ ଦୀର୍ଘ…

ସାର୍ ଜନ୍ ଲରେନ୍ସ

ଲେଖା: ଦେଵ ତ୍ରିପାଠୀ ୧୮୮୭ ସାଲ ମେ ୨୫ ତାରିଖ । କଲିକତା ବନ୍ଦର । ସାର୍ ଜନ୍ ଲରେନ୍ସ (Sir John Lawrence) ନାମକ ଏକ ସୌଖିନ ଜାହାଜ ୧୪୦୦ ଜଣ ଯାତ୍ରୀ ୮୦ ଟନ୍ ପଣ୍ୟଦ୍ରବ୍ୟ ସହିତ ଯାତ୍ରା ଆରମ୍ଭ କଲା ବାଲେଶ୍ବର ଜିଲ୍ଲାର ଚାନ୍ଦବାଲି ବନ୍ଦର ଅଭିମୁଖେ !  ଜାହାଜରେ ଥିଲେ…

ଲବଣ ସତ୍ୟାଗ୍ରହ

ଲେଖା: ଦେଵ ତ୍ରିପାଠୀ ଐତିହାସିକ ଷ୍ଟର୍ଲିଂଙ୍କ ମତରେ ସେତେବେଳେ ଭାରତବର୍ଷରେ ସର୍ବଶ୍ରେଷ୍ଠ ଲୁଣ ଆମ ଓଡ଼ିଶାରେ ହିଁ ମିଳୁଥିଲା, ଏବଂ ସର୍ବସାଧାରଣଙ୍କ ଦ୍ଵାରା ବହୁଳ ପରିମାଣରେ ଉତ୍ପାଦିତ ହେଉଥିବା କାରଣରୁ ଓଡିଆଙ୍କ ଜୀବନ, ଜୀବିକା ଓ ଅର୍ଥନୀତିରେ ଏହାର ପ୍ରଭାବ ଥିଲା ଅତୁଳନୀୟ । କିନ୍ତୁ ଇଷ୍ଟ ଇଣ୍ଡିଆ କମ୍ପାନୀର ଲବଣ ଆଇନ ଫଳରେ ଲୋକେ…

ଉତ୍କଳ ମଧୁପ

ଲେଖା: ଦେଵ ତ୍ରିପାଠୀ “ଜ୍ଞାନର ପେଡା ସଭିଙ୍କି ଲୋଡ଼ା,  ସଭିଏଁ ଖାଇବେ ଥୋଡା ଥୋଡା ।” ପାଠକମାନଙ୍କ ପାଇଁ ଜ୍ଞାନର ପେଡ଼ି ମେଲି ଦେଇଥିବାରୁ ଯାହା ପ୍ରତି କବିବର ରାଧାନାଥ ରଚିଥିଲେ ଏପରି ପ୍ରଶସ୍ତିଗାନ, ସେ ଥିଲା ଓଡ଼ିଆ ଭାଷାର ପ୍ରଥମ ସାହିତ୍ୟପତ୍ରିକା ‘ଉତ୍କଳ ମଧୁପ’।  ୧୮୭୮ ମସିହା ଏପ୍ରିଲ ମାସରେ କଟକର କତିପୟ ଉତ୍ସାହୀ…

ସାତକୋଶିଆ ଗଣ୍ଡ 

ଲେଖା: ଶିଶିର ସାହୁ ମନୋଜ ସୁକାନ୍ତି ମହର୍ଷିଙ୍କର ସଂସାର କଲ୍ୟାଣାର୍ଥେ କରାଯାଇଥିବା ତପସ୍ୟା ହେତୁରୁ ଚିତ୍ରୋତ୍ପଳା ମହାନଦୀର ଜନ୍ମ ହୋଇଥିଲା । ଏ ନଦୀ ଆପଣା ସୃଷ୍ଟି ସ୍ଥାନରୁ ବାହାରି ସାରା ସଂସାର ବୁଲି ଦେଖିବା ଲାଳସାରେ ପଶ୍ଚିମରୁ ପୂର୍ବକୁ ବହିବାକୁ ଲାଗିଲା ।  ଏ ନଦୀ ଉତ୍ସାହ ସହକାରେ ବହି ଯାଉଥିବା ବେଳେ ଗୋଟିଏ…

ଦାରିଙ୍ଗିବାଡିର ନାମକରଣ

ଲେଖା: ଡାକ୍ତର କୁମାର ଅରୋଜ୍ୟୋତି ଆମ “ଦାରିଙ୍ଗିବାଡି”କୁ ଏହାର ସ୍ବର୍ଗୀୟ ପରିବେଶ ତଥା ସୌନ୍ଦର୍ଯ୍ୟ ପାଇଁ “ଓଡ଼ିଶାର କାଶ୍ମୀର” ବୋଲି କୁହାଯାଏ । ଏଠାକାର ତାପମାତ୍ରା ଶୀତ ଦିନରେ ଶୁନ ଡିଗ୍ରୀ ତଳକୁ ମଧ୍ୟ ଖସିଆସେ ଓ ସେତେବେଳେ ଏଠାରେ ତୁଷାରପାତ ମଧ୍ୟ ହୁଏ । ତେବେ ଏପରି ଦାରିଙ୍ଗିବାଡିର ନାମକରଣ କାହିଁକି ହେଲା ତାହା…

ଓଡ଼ିଶାର ପ୍ରଥମ ସିନେମାହଲ୍

ଲେଖା: ଶିବାଶିଷ ମହାପାତ୍ର ଓଡ଼ିଶା ଏକ ପ୍ରାଚୀନ ସଭ୍ୟତା ତଥା ଐତିହ୍ୟ, ପରମ୍ପରାର ଅଞ୍ଚଳ । ଅତ୍ୟନ୍ତ ବିକଶିତ ଏହି ଦେଶ । ଏହି ମାଟି ସୃଷ୍ଟି କରିଛି ଅନେକ ବିରଳ କୀର୍ତ୍ତି ତଥା ଅନେକ ଉଦାହରଣ । ଓଡ଼ିଶାର କୋଣ ଅନୁକୋଣରେ ଭରି ରହିଛି ଅନେକ କିଛି ଜଣା ଅଜଣା ସଂପଦ । ଏହି…

ଗୋହିରାଟିକିରି

ଲେଖା: ଦେଵ ତ୍ରିପାଠୀ ଐତିହାସିକ ନଗର ଯାଜପୁରର ଅନତିଦୂରର ପବିତ୍ର ବୈତରଣୀ ନଦୀ । ନଦୀ ଅପରପାର୍ଶ୍ବରେ ସେଇ ଗୋହିରାଟିକିରି ଗାଁ’ଟି ସିନା ଓଡ଼ିଶା ମାନଚିତ୍ରରେ ଏକ ସାଧାରଣ ରାଜସ୍ୱ ଗ୍ରାମ ଭାବେ ପରିଚିତ, କିନ୍ତୁ ଏ ରାଇଜର ଐତିହାସିକଗଣ ସେ ଗ୍ରାମକୁ ଦେଇଛନ୍ତି ଏକ ଅତୂଲ୍ୟ ସ୍ଥାନ, ଓଡ଼ିଶା ଇତିହାସରେ ! ଯୋଡ଼ହସ୍ତରେ ପ୍ରଣାମ…

ଔଷଧଶାସ୍ତ୍ରରେ କଳିଙ୍ଗ

ଲେଖା: ଡାକ୍ତର କୁମାର ଅରୋଜ୍ୟୋତି ପ୍ରାଚୀନ କାଳରେ କଳିଙ୍ଗ ଏକ ସମୃଦ୍ଧ ଦେଶ ଭାବରେ ନିଜ ପାଇଁ ସମଗ୍ର ଭାରତବର୍ଷରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲା, ତାହା କଳାରେ ଉତ୍କର୍ଷତା ପାଇଁ ହେଉ କି ନୌବାଣିଜ୍ୟ ପାଇଁ ହେଉ, ଧର୍ମର ପ୍ରଚାର ପ୍ରସାର ପାଇଁ ହେଉ କି ଯୁଦ୍ଧ କ୍ଷେତ୍ରରେ ବୀରତ୍ବ ପାଇଁ ହେଉ,…