Our Action

ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ପଞ୍ଚମ) ~
ଆମ ମାଟିର ଅଗଣିତ ପ୍ରେରଣାପ୍ରଦ ମଣିଷଙ୍କୁ ପୂଜା କରିବାର ଧାରାରେ ଆମେ ଆଗେଇ ଚାଲିଛୁ ! ସେମାନଙ୍କ ଉନ୍ମୁଖ ଚେତନା, ଉତ୍ସର୍ଗୀକୃତ ଆତ୍ମା, ମୌଳିକ ବିଚାର ଓ ପ୍ରେରଣାର ତାଡ଼ନାରେ ଅଭିଭୂତ ଅନ୍ତରଙ୍ଗ କଳିଙ୍ଗ ! ସେଇ ପ୍ରତିଭାଧର ମନୁଷ୍ୟଗଣଙ୍କ ସମ୍ମାନରେ ଅନ୍ତରଙ୍ଗ କଳିଙ୍ଗ ନେଇଛି ସ୍ବତନ୍ତ୍ର ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ! ଏହାର ପଞ୍ଚମ ପର୍ବ ଭାବେ ୨୦୧୩ ମସିହା ମଇ ୨୧ ତାରିଖରେ କଟକସ୍ଥ ରାସବିହାରୀ ମଠ ପରିସରରେ ସମ୍ବର୍ଦ୍ଧିତ କରାଯାଇଛି ଉତ୍କଳର ବରେଣ୍ୟ ପୂଜ୍ୟ ମହାପୁରୁଷଙ୍କ ପ୍ରତି ଅନୁରାଗ, ଶ୍ରଦ୍ଧା, ନିଷ୍ଠା ଓ ତ୍ୟାଗର ପ୍ରୟୋଗରେ ପୂଜ୍ୟପୂଜାର ଅନନ୍ୟ ଉଦାହରଣ ସୃଷ୍ଟି କରିପାରିଥିବା ସାଧକ Nabakishore Mallick ନବକିଶୋର ମଲ୍ଲିକ ମହୋଦୟଙ୍କୁ । ଶ୍ରୀକ୍ଷେତ୍ର ଭୂମିର ଅଗଣିତ ପୂଜ୍ୟ ମହାପୁରୁଷଙ୍କ ପ୍ରତି ନିଜ ଆତ୍ମିକ ସମ୍ମାନ ତଥା #ନିତ୍ୟପୂଜ୍ୟପୂଜା ମାଧ୍ୟମରେ ଶ୍ରୀକ୍ଷେତ୍ରର ଯୁବଗୋଷ୍ଠୀଙ୍କୁ ଅଭିପ୍ରେରିତ କରିପାରିଛନ୍ତି ଶ୍ରୀଯୁକ୍ତ ମଲ୍ଲିକ !
ଆଜିର ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି ପୂଜ୍ୟପୂଜାର ଆଉ ଏକ ବିରଳ ଉଦାହରଣ ସୃଷ୍ଟି କରିପାରିଥିବା କଟକର ଯୁବ ସାମ୍ବାଦିକ ଅନୁଜ Jr Santosh Moharana ମହୋଦୟଙ୍କୁ ମଧୁବାବୁଙ୍କ ସମାଧିପୀଠର ଉନ୍ନତୀକରଣ ପାଇଁ ସନ୍ତୋଷଙ୍କ ନିଷ୍ଠା ତଥା ପ୍ରଶଂସନୀୟ ସାଧନା ପାଇଁ ଓଡ଼ିଶା ମାଟିର #ମଧୁପ୍ରେମୀ ଗଣ ତାଙ୍କ ପ୍ରତି ଋଣୀ ରହିବେ ନିଶ୍ଚୟ ।
ଉତ୍କଳର ମହନୀୟ #ଶିଙ୍ଗଶିଳ୍ପ ର ପ୍ରସାର ପ୍ରତି ସଦାଜାଗ୍ରତ ନିଷ୍ଠାପର କଳାପ୍ରେମୀ #ପୂର୍ଣ୍ଣଚନ୍ଦ୍ର_ବେହେରା ମହୋଦୟ । ଏପରି ଜଣେ ସମର୍ପିତ କଳାକାରଙ୍କୁ ସମ୍ବର୍ଦ୍ଧିତ କରି ଅନ୍ତରଙ୍ଗ କଳିଙ୍ଗ ନିଜକୁ ଗୌରବମଣ୍ଡିତ କରିପାରିଛି ନିଶ୍ଚୟ ! ନିଜ ଉତ୍କର୍ଷତାର ଅଭିପ୍ରେରଣା ସ୍ଵରୂପ ଶ୍ରୀଯୁକ୍ତ ବେହେରାଙ୍କ ନିଷ୍ଠା ଓ ସାଧନା ଉଜ୍ଜୀବିତ ହେଉ, ଉତ୍କଳୀୟ କଳାଭଣ୍ଡାରକୁ ସେ ଏମିତି ରୁଦ୍ଧିମନ୍ତ କରୁଥାନ୍ତୁ, ତାଙ୍କ ସାଧନାର ସଫଳ କାମନା ସହିତ ତାଙ୍କୁ ସମ୍ବର୍ଦ୍ଧିତ କରିବାର ସୁଯୋଗ ଆଜି ପାଇପାରିଛି ଅନ୍ତରଙ୍ଗ କଳିଙ୍ଗ !
ବିଶିଷ୍ଟ ଐତିହ୍ୟ ଗବେଷକ ତଥା Cuttack Heritage Walksର ସକ୍ରିୟ ସଭ୍ୟ ତଥା ସାହିତ୍ୟିକ କବି Dr. Dipak Samantarai ଏବଂ ବିଶିଷ୍ଟ ବ୍ୟଙ୍ଗ ସାହିତ୍ୟିକ Om Abhigyan Sahoo Pinu ନିମନ୍ତ୍ରିତ ସାଧକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଆଜିର ସମ୍ବର୍ଦ୍ଧିତ ପ୍ରତିଭାବାନ ସାଧକଗଣଙ୍କ ସାଧନା ସଫଳ ହେଉ, ଜୟଯାତ୍ରା ଅବ୍ୟାହତ ରହୁ, ଚଲାପଥ କୁସୁମିତ ହେଉ, ନୂତନ ଉପଲବ୍ଧିରେ ସେମାନେ ଗୌରବାନ୍ଵିତ ହୁଅନ୍ତୁ, ଉତ୍କଳ ଜନନୀଙ୍କ ଚରଣ ପଙ୍କଜରେ କୃତଜ୍ଞ ଅନ୍ତରଙ୍ଗ କଳିଙ୍ଗ ପରିବାରର ବିନୀତ ପ୍ରାର୍ଥନା ।
ବନ୍ଦେ ଉତ୍କଳ ଜନନୀ
Spread the love
Antaranga Kalinga

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

22 hours ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

1 month ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago