Our Action

ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ଦ୍ଵିତୀୟ) ~

୧୫ ମଇ ୨୦୨୨: ପଦ୍ମ ଫୁଟେ ନୀଳ ଶରତର ନିବିଡ଼ ଲଗ୍ନରେ । ପୌଷର ଶିଶିରସ୍ନାତ ସକାଳରେ କୁହୁଡ଼ିଘେରରେ ଜଳିଯାଏ ପଦ୍ମବନ ! ଆବର୍ଜନାର ପଚାମାଟିରୁ ମୁଣ୍ଡ ଟେକେ ଯେଉଁ ଶାଶ୍ବତ ସୁବାସିତ ପଙ୍କଜ, ସିଏ ଏତେ ଶୁଦ୍ଧ ପବିତ୍ର କରିଥାଏ ନିଜକୁ ଯେ ଆକାଶରୁ ଝରୁଥିବା ଶୁଦ୍ଧ ଶିଶିରକଣାରେ ବି ଜଳିଯାଏ !

ସେଇମିତି ଆମ ସମାଜର ପଙ୍କିଳ ପରିବେଶ, ଚେତନାଗତ ଅବକ୍ଷୟ, ପ୍ରତିଭା ପ୍ରତି ବିତସ୍ପୃହ, #ପୂଜ୍ୟପୂଜାର ଅଭାବବୋଧ ଭିତରେ ମୁଣ୍ଡ ଟେକି ରହିପାରିଛନ୍ତି କିଛି ଉତୁଙ୍ଗ ବ୍ୟକ୍ତିତ୍ୱ; ଈର୍ଷା, ଅସୂୟାର ଶିଶିରପାତରେ ବି ସେମାନେ ଜଳିଯାଇ ନାହାନ୍ତି; ବରଂ ଫୁଟି ଚାଲିଛନ୍ତି ପଦ୍ମପ୍ରାୟ ଏବଂ ଅନ୍ଵେଷା ରଖିଛନ୍ତି ସୂର୍ଯ୍ୟର . . ଆଲୋକର . . ବିତରି ଚାଲିଛନ୍ତି କଳାସଂସ୍କୃତି, କାରିଗରୀ, ସାହିତ୍ୟ ଆଦିର ମଧୁ ଓ ମହକ ! ସେମାନେ ଆମ ପାଇଁ ଅମଳିନ ଆଶାର ଆଲୋକ, ପବିତ୍ର ପ୍ରେରଣାର ପ୍ରତୀକ ! ସେହିପରି କିଛି ପଉଷ ପ୍ରଭାତର ଦୁର୍ଲଭ ପଦ୍ମଙ୍କୁ ଆମେ ତୋଳି ଧରୁଛୁ ଓଡ଼ିଆ ଅସ୍ମିତାର ଵାର୍ତ୍ତାଵହ ଅନ୍ତରଙ୍ଗ କଳିଙ୍ଗ ପୃଷ୍ଠାରେ ।
ପୁନଃ ଆମେ ଖୋଜିଚାଲିଛୁ ଆମ ମାଟିର କେତେ କେତେ ପ୍ରେରଣାପ୍ରଦ ମଣିଷମାନଙ୍କର ଠିକଣା ! ସେମାନଙ୍କ ଭିତରେ ଅଛନ୍ତି #ଆମେ_ଓଡ଼ିଆର ଗବେଷକ ଲେଖକ ବର୍ଷିୟାନ ନୃସିଂହ ଚରଣ ସାହୁ ମହୋଦୟଙ୍କ ଠାରୁ ୧୬ ବର୍ଷୀୟ କିଶୋର ଶ୍ରୀମାନ ଅମୃତେଶ ଖଟୁଆଙ୍କୁ ! ବୟସ, ଶିକ୍ଷା, ଅଞ୍ଚଳ କିମ୍ବା ସାମାଜିକ ସ୍ଥିତି ଏଠାରେ ବିଚାରର ମାନଦଣ୍ଡ ନୁହେଁ; ମହନୀୟ ହେଉଛି ସେମାନଙ୍କର ଉନ୍ମୁଖ ଚେତନା, ଉତ୍ସର୍ଗୀକୃତ ଆତ୍ମା ! ମାଟିମା’ ପ୍ରତି ଅବଦାନରୁ ସେମାନଙ୍କର କୌଣସି ପ୍ରାପ୍ତିର ଅଭିଳାଷ ନାହିଁ ! ଏକ ମୌଳିକ ବିଚାର ଓ ପ୍ରେରଣାର ତାଡନାରେ ସେମାନେ କାମକରି ଚାଲିଛନ୍ତି ।
ପଦ୍ମ ପରି ପବିତ୍ର ସେଇ ପ୍ରତିଭାଧର ମନୁଷ୍ୟଗଣଙ୍କ ସମ୍ମାନରେ ଅନ୍ତରଙ୍ଗ କଳିଙ୍ଗ ନେଇଛି ସ୍ବତନ୍ତ୍ର #ଅନ୍ତରଙ୍ଗ_କଳିଙ୍ଗ_ପ୍ରତିଭା_ସମ୍ମାନ କାର୍ଯ୍ୟକ୍ରମ ! ଏହାର ଦ୍ଵିତୀୟ ପର୍ବ ଭାବେ ୨୦୧୨ ମସିହା ମଇ ୧୫ ତାରିଖରେ କଟକସ୍ଥ #ରାସବିହାରୀ_ମଠ ପରିସରରେ ସମ୍ବର୍ଦ୍ଧିତ କରାଯାଇଛି #ଉତ୍କଳଭାରତୀଙ୍କ ଭାଷାସାହିତ୍ୟ, ଇତିହାସ ଓ ସଂସ୍କୃତି ପ୍ରତି ନିଷ୍ଠାପର ଭାବେ ସମର୍ପିତ ତରୁଣ ତପସ୍ୱୀ, ଶ୍ରୀମାନ #ଅମୃତେଶ_ଖଟୁଆଙ୍କୁ ! ବିଶିଷ୍ଟ ଗବେଷକ ତଥା ସାହିତ୍ୟିକ Dr. Santosh Mohapatra ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମାନ ଖଟୁଆଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଅନ୍ତରଙ୍ଗ କଳିଙ୍ଗରେ ଆମେ ମର୍ମେ ଅନୁଭବ କରୁ, ଆମ ଆଗୋଚରରେ ବିଶାଳ ଓଡ଼ିଶା ମାଟିରେ ଅଛନ୍ତି ଆହୁରି ଅନେକ ମହତ୍ତର ମଣିଷ; ସେମାନଙ୍କ ଅନ୍ଵେଷଣର ଦାୟିତ୍ଵ ଆମେ ନ୍ୟସ୍ତ କରୁଛୁ ଆମର ସହୃଦୟ ପାଠକପାଠିକାଙ୍କ ହାତରେ !
ଆମେ ଆଶା କରୁ, ଆମ ଭିତରୁ କିଛି ମଣିଷ ସଂକଳ୍ପ ନେଇ ଜୀବନସାଧକ ପାଲଟନ୍ତୁ ! ପାଲଟନ୍ତୁ ପୌଷ ପ୍ରଭାତର ଆଲୋକ ଅନ୍ଵେଷୀ ଦୁର୍ଲଭ ପଙ୍କଜ !
Spread the love
Antaranga Kalinga

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 days ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

1 week ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

1 week ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

4 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

4 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

4 weeks ago