Our Action

ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ଦ୍ଵିତୀୟ) ~

୧୫ ମଇ ୨୦୨୨: ପଦ୍ମ ଫୁଟେ ନୀଳ ଶରତର ନିବିଡ଼ ଲଗ୍ନରେ । ପୌଷର ଶିଶିରସ୍ନାତ ସକାଳରେ କୁହୁଡ଼ିଘେରରେ ଜଳିଯାଏ ପଦ୍ମବନ ! ଆବର୍ଜନାର ପଚାମାଟିରୁ ମୁଣ୍ଡ ଟେକେ ଯେଉଁ ଶାଶ୍ବତ ସୁବାସିତ ପଙ୍କଜ, ସିଏ ଏତେ ଶୁଦ୍ଧ ପବିତ୍ର କରିଥାଏ ନିଜକୁ ଯେ ଆକାଶରୁ ଝରୁଥିବା ଶୁଦ୍ଧ ଶିଶିରକଣାରେ ବି ଜଳିଯାଏ !

ସେଇମିତି ଆମ ସମାଜର ପଙ୍କିଳ ପରିବେଶ, ଚେତନାଗତ ଅବକ୍ଷୟ, ପ୍ରତିଭା ପ୍ରତି ବିତସ୍ପୃହ, #ପୂଜ୍ୟପୂଜାର ଅଭାବବୋଧ ଭିତରେ ମୁଣ୍ଡ ଟେକି ରହିପାରିଛନ୍ତି କିଛି ଉତୁଙ୍ଗ ବ୍ୟକ୍ତିତ୍ୱ; ଈର୍ଷା, ଅସୂୟାର ଶିଶିରପାତରେ ବି ସେମାନେ ଜଳିଯାଇ ନାହାନ୍ତି; ବରଂ ଫୁଟି ଚାଲିଛନ୍ତି ପଦ୍ମପ୍ରାୟ ଏବଂ ଅନ୍ଵେଷା ରଖିଛନ୍ତି ସୂର୍ଯ୍ୟର . . ଆଲୋକର . . ବିତରି ଚାଲିଛନ୍ତି କଳାସଂସ୍କୃତି, କାରିଗରୀ, ସାହିତ୍ୟ ଆଦିର ମଧୁ ଓ ମହକ ! ସେମାନେ ଆମ ପାଇଁ ଅମଳିନ ଆଶାର ଆଲୋକ, ପବିତ୍ର ପ୍ରେରଣାର ପ୍ରତୀକ ! ସେହିପରି କିଛି ପଉଷ ପ୍ରଭାତର ଦୁର୍ଲଭ ପଦ୍ମଙ୍କୁ ଆମେ ତୋଳି ଧରୁଛୁ ଓଡ଼ିଆ ଅସ୍ମିତାର ଵାର୍ତ୍ତାଵହ ଅନ୍ତରଙ୍ଗ କଳିଙ୍ଗ ପୃଷ୍ଠାରେ ।
ପୁନଃ ଆମେ ଖୋଜିଚାଲିଛୁ ଆମ ମାଟିର କେତେ କେତେ ପ୍ରେରଣାପ୍ରଦ ମଣିଷମାନଙ୍କର ଠିକଣା ! ସେମାନଙ୍କ ଭିତରେ ଅଛନ୍ତି #ଆମେ_ଓଡ଼ିଆର ଗବେଷକ ଲେଖକ ବର୍ଷିୟାନ ନୃସିଂହ ଚରଣ ସାହୁ ମହୋଦୟଙ୍କ ଠାରୁ ୧୬ ବର୍ଷୀୟ କିଶୋର ଶ୍ରୀମାନ ଅମୃତେଶ ଖଟୁଆଙ୍କୁ ! ବୟସ, ଶିକ୍ଷା, ଅଞ୍ଚଳ କିମ୍ବା ସାମାଜିକ ସ୍ଥିତି ଏଠାରେ ବିଚାରର ମାନଦଣ୍ଡ ନୁହେଁ; ମହନୀୟ ହେଉଛି ସେମାନଙ୍କର ଉନ୍ମୁଖ ଚେତନା, ଉତ୍ସର୍ଗୀକୃତ ଆତ୍ମା ! ମାଟିମା’ ପ୍ରତି ଅବଦାନରୁ ସେମାନଙ୍କର କୌଣସି ପ୍ରାପ୍ତିର ଅଭିଳାଷ ନାହିଁ ! ଏକ ମୌଳିକ ବିଚାର ଓ ପ୍ରେରଣାର ତାଡନାରେ ସେମାନେ କାମକରି ଚାଲିଛନ୍ତି ।
ପଦ୍ମ ପରି ପବିତ୍ର ସେଇ ପ୍ରତିଭାଧର ମନୁଷ୍ୟଗଣଙ୍କ ସମ୍ମାନରେ ଅନ୍ତରଙ୍ଗ କଳିଙ୍ଗ ନେଇଛି ସ୍ବତନ୍ତ୍ର #ଅନ୍ତରଙ୍ଗ_କଳିଙ୍ଗ_ପ୍ରତିଭା_ସମ୍ମାନ କାର୍ଯ୍ୟକ୍ରମ ! ଏହାର ଦ୍ଵିତୀୟ ପର୍ବ ଭାବେ ୨୦୧୨ ମସିହା ମଇ ୧୫ ତାରିଖରେ କଟକସ୍ଥ #ରାସବିହାରୀ_ମଠ ପରିସରରେ ସମ୍ବର୍ଦ୍ଧିତ କରାଯାଇଛି #ଉତ୍କଳଭାରତୀଙ୍କ ଭାଷାସାହିତ୍ୟ, ଇତିହାସ ଓ ସଂସ୍କୃତି ପ୍ରତି ନିଷ୍ଠାପର ଭାବେ ସମର୍ପିତ ତରୁଣ ତପସ୍ୱୀ, ଶ୍ରୀମାନ #ଅମୃତେଶ_ଖଟୁଆଙ୍କୁ ! ବିଶିଷ୍ଟ ଗବେଷକ ତଥା ସାହିତ୍ୟିକ Dr. Santosh Mohapatra ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମାନ ଖଟୁଆଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଅନ୍ତରଙ୍ଗ କଳିଙ୍ଗରେ ଆମେ ମର୍ମେ ଅନୁଭବ କରୁ, ଆମ ଆଗୋଚରରେ ବିଶାଳ ଓଡ଼ିଶା ମାଟିରେ ଅଛନ୍ତି ଆହୁରି ଅନେକ ମହତ୍ତର ମଣିଷ; ସେମାନଙ୍କ ଅନ୍ଵେଷଣର ଦାୟିତ୍ଵ ଆମେ ନ୍ୟସ୍ତ କରୁଛୁ ଆମର ସହୃଦୟ ପାଠକପାଠିକାଙ୍କ ହାତରେ !
ଆମେ ଆଶା କରୁ, ଆମ ଭିତରୁ କିଛି ମଣିଷ ସଂକଳ୍ପ ନେଇ ଜୀବନସାଧକ ପାଲଟନ୍ତୁ ! ପାଲଟନ୍ତୁ ପୌଷ ପ୍ରଭାତର ଆଲୋକ ଅନ୍ଵେଷୀ ଦୁର୍ଲଭ ପଙ୍କଜ !
Spread the love
Antaranga Kalinga

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

5 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 week ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago