Our Action

ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ପ୍ରଥମ) ~

ଅନ୍ତରଙ୍ଗ କଳିଙ୍ଗର ପ୍ରଥମ ଅବଦାନ ! ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ !
ଅତି ସାଧାରଣ ଲୋକଙ୍କ ସମାଜ ଭିତରେ ମଝିରେ ମଝିରେ ଅସାଧାରଣ ଲୋକ ଜନ୍ମଗ୍ରହଣ କରନ୍ତି ! ଆଉ ସେମାନେ ସାଜନ୍ତି ମାନବଜାତିର ପଥପ୍ରଦର୍ଶକ ! ଦିଅନ୍ତି ବିପୁଳଶକ୍ତି, ନୂତନ ଜୀବନ ଏବଂ ଦିବ୍ୟ ଆଲୋକ । ସେମାନଙ୍କ ବିନା କ୍ଷୁଦ୍ର ମାନବର ଏ ଜଡ଼ସମାଜ ନିସ୍ପନ୍ଦ, ପ୍ରାଣହୀନ !
ମାତ୍ର ସେ ମହାପୁରୁଷ ମାନେ ଏ ସକଳ ମହତଦାନ ନିମନ୍ତେ କି ପ୍ରତିଦାନ ପାଆନ୍ତି ? ପାଆନ୍ତି ଦୁଃଖ, କ୍ଳେଶ, ଯାତନା, ଲାଞ୍ଛନା, ଅପମାନ, ନିର୍ଯ୍ୟାତନା ଏବଂ ସ୍ଥଳବିଶେଷରେ ମୃତ୍ୟୁଦଣ୍ଡ । ସତେ ଯେପରି ମହତ୍ତ୍ଵର ଏହା ହିଁ ବିଧିବଦ୍ଧ ପୁରସ୍କାର । ତଥାପି ସେମାନଙ୍କ ମନରେ ଥାଏ ଜାତିପ୍ରୀତିର ଉଛୁଳା ଢେଉ, ଅସୀମ ପ୍ରାଣଶକ୍ତି ଓ ବୟସ୍କ ଶରୀରରେ ତରୁଣର ମନ । ଲକ୍ଷ୍ୟ ହାସଲ ପାଇଁ ପ୍ରାଣ ପଛେ ଯାଉ ସେମାନେ ଆଗେଇ ଯାଇ ସମାଜର କଲ୍ୟାଣ କରିଥାନ୍ତି ।
ସେପରି ଜଣେ ମହାମାନବ #ନୃସିଂହ #ଚରଣ #ସାହୁ  ଯିଏ ହାତରେ ଛାଟ ଧରି ଗୁରୁ ହୋଇନାହାନ୍ତି ସତ, କିନ୍ତୁ ଓଡ଼ିଆ ଜାତି ପାଇଁ ସେ ଜାଳିଛନ୍ତି ଅମଳିନ ଆଲୋକର ଶିଖା ! ଡ଼ିଶାର ପାଞ୍ଚ ହଜାର କୃତୀ ମଣିଷମାନଙ୍କ କ୍ଷୁଦ୍ର ଜୀବନୀ ଓ ତାଙ୍କ ଉପରେ ଆଲୋକପାତ କରି ସେ ପ୍ରସ୍ତୁତ କରିଛନ୍ତି #ଆମେ_ଓଡ଼ିଆ (ଉତ୍କଳ ଜନନୀଙ୍କ କୃତୀ ସନ୍ତାନମାନଙ୍କ ତ୍ୟାଗପୂତ କାହାଣୀ ଏବଂ ଓଡ଼ିଶାର ସଂସ୍କୃତି, ଐତିହ୍ୟ, ପ୍ରତ୍ନତତ୍ତ୍ଵ, ପର୍ଯ୍ୟଟନ, ସାହିତ୍ୟ, ସ୍ବଦେଶପ୍ରେମ ଓ ସ୍ଵାଭିମାନର ଜୀବନ୍ତ ଆଲେଖ୍ୟ)।
ଦଶ ଖଣ୍ଡ ପୁସ୍ତକ ମଧ୍ୟରେ ଏହି ପାଞ୍ଚ ହଜାର କୃତୀ ସନ୍ତାନ ସ୍ଥାନ ଦେବାର ଆଶା ରଖି ସେ ପ୍ରକାଶ କରିସାରିଛନ୍ତି ଆଠ ଖଣ୍ଡ ବହି ! ଏହି ପୃଷ୍ଠାମାନଙ୍କରେ ରହିଛି ଯେଉଁ ରାଜାମହାରାଜାମାନେ ଜୟ କରିଥିଲେ #ଆଗଙ୍ଗାଗୋଦାବରୀ, ଗଢ଼ି ଯାଇଛନ୍ତି କୋଣାର୍କ, ଶ୍ରୀମନ୍ଦିର, ରାଜାରାଣୀ ମନ୍ଦିର ଭଳି ଅମ୍ଳାନ କୀର୍ତ୍ତି । ଏଥିରେ ସଂକଳିତ ହୋଇଛି #ଐର_ଖାରବେଳ ଙ୍କ ଗାଥା ! ପୁଣି ପଡ଼ୋଶୀ ମାନଙ୍କ ଚକ୍ରାନ୍ତରୁ ମୁମୁର୍ଷୁ ଓଡ଼ିଆ ଭାଷାକୁ ରକ୍ଷା କରିଥିବା ମନିଷୀମାନଙ୍କ କଥା ଓ କାହାଣୀ, ବିଭିନ୍ନ ପଡ଼ୋଶୀ ରାଜ୍ୟରେ ଲାଞ୍ଜ ହୋଇ ରହିଥିବା ଖଣ୍ଡବିଖଣ୍ଡିତ ଅଞ୍ଚଳକୁ ନେଇ ଗଢ଼ିଛନ୍ତି ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଏବଂ ତାକୁ ପୂର୍ଣ୍ଣାଙ୍ଗ ମଧ୍ୟ କରିଛନ୍ତି, ସେହି ଉତ୍କଳପ୍ରାଣମାନଙ୍କ କଥା, ବ୍ରିଟିଶ ଆଧିପତ୍ୟକୁ ବିରୋଧ କରି ପ୍ରାଣବଳି ଦେଇଥିବା #ସୁରେନ୍ଦ୍ର_ସାଏ, #ଜୟୀ_ରାଜଗୁରୁ, #ବାଜି_ରାଉତ ଙ୍କ ଗାଥା।
ପୃଷ୍ଠା ମଣ୍ଡନ କରିଛନ୍ତି ମହାକବି #ଜୟଦେବ, #ଆଦିକବି ସାରଳା ଦାସ, ଭାଗବତକାର #ଜଗନ୍ନାଥ ଦାସ, #ସରସ୍ଵତୀ_ଫକୀରମୋହନ, #କବିବର_ରାଧାନାଥ, #ସ୍ଵଭାବକବି ଗଙ୍ଗାଧର ମେହେର ଆଦି ! ଆଧୁନିକ ଯୁଗର ବରେଣ୍ୟ ସ୍ରଷ୍ଟା #ସଚି ରାଉତରାୟ ଏବଂ ସାହିତ୍ୟିକ ରମାକାନ୍ତ ରଥ !
ଯିଏ ସ୍ଵାଧୀନତା ସମୟରେ ବ୍ରିଟିଶ ବିରୋଧରେ ଢେଲାଟିଏ ଫିଙ୍ଗିଛି, ବ୍ରିଟିଶ ଶାସନ ବିରୋଧୀ ସଂଗ୍ରାମୀର ସେବା କରିଛି, ସ୍ଵତନ୍ତ୍ରତା ପାଇଁ ଯୁବକ ଯୁବତୀଙ୍କୁ ଠୁଳ କରିଛି, ଅଥଚ କୌଣସି କାରଣରୁ ଓଡ଼ିଶାର ଏକ ଅଖ୍ୟାତ କୋଣରେ ଗୋପନରେ ରହି ଯାଇଛି, ସେହିମାନଙ୍କ ସମ୍ପର୍କରେ ଓଡ଼ିଶାର କୋଣ ଅନୁକୋଣରୁ ତଥ୍ୟ, ଫଟୋ ଇତ୍ୟାଦି ସଂଗ୍ରହ କରି “ଆମେ ଓଡ଼ିଆ” ପୁସ୍ତକରେ ମଣ୍ଡିତ କରିଛନ୍ତି ଶ୍ରୀଯୁକ୍ତ ସାହୁ ।
କହିବା ବାହୁଲ୍ୟ, କର୍ପୋରେଟ ଚାକିରୀରୁ ଅବସର ନେଇ ଯେଉଁ ଲକ୍ଷ୍ୟ ଓ ସାଧନାର ପଥରେ ପାଦ ଦେଇଥିଲେ ଶ୍ରୀଯୁକ୍ତ ସାହୁ ସେଇ ପଥରେ ସାରିଛନ୍ତି ଜୀବନର ସମସ୍ତ ପୁଞ୍ଜି ! ମାଟିର ମଣିଷ ମାନଙ୍କୁ ଜନମାନସରେ ଅମର ରଖିବା ପାଇଁ କେତେ ତ୍ୟାଗ, କେତେ ବଳିଦାନ !
ଶ୍ରୀଯୁକ୍ତ ସାହୁଙ୍କ ପ୍ରଣିତ ସମସ୍ତ ଆମେ ଓଡ଼ିଆ ଭାଗ ଗୁଡିକ ଆମ ଓଡ଼ିଶାର ମହାର୍ଘ ଗ୍ରନ୍ଥ । ପ୍ରତି ଓଡ଼ିଆ ପାଇଁ, ଓଡ଼ିଶାକୁ ଜାଣିବା ପାଇଁ, ପୂଜ୍ୟପୂଜା ନିମିତ୍ତ ମହାପୁରୁଷଙ୍କ ପଥରେ ଚାଲିବାକୁ ପ୍ରତି ଛାତ୍ର ଯୁବକ ଯୁବତୀ, ପାଠାଗାର, ବିଦ୍ୟାଳୟ ଏହାକୁ ସାଇତି ରଖିବାର ପ୍ରୟୋଜନୀୟତା କେତେ, କେବଳ ଏହାକୁ ପାଠ କଲେ ଜାଣିହେବ ।
ଜୀବନର ସାୟାହ୍ନରେ (୭୮ ବର୍ଷ) ପହଞ୍ଚିଥିବା ଶ୍ରୀଯୁକ୍ତ ନୃସିଂହ ଚରଣ ସାହୁ ତାଙ୍କ ଶୟନକକ୍ଷରେ ସାଇତି ଥିବା ବାଣୀ ତାଙ୍କ ଜୀବନର ଆପ୍ତବାକ୍ୟ ହୋଇ ସର୍ବଦା ରହିଥାଉ . .
The woods are lovely,
dark and deep.
But I have promises to keep
and miles to go,
before I sleep.
୨୦୧୨ ମସିହା ଅପ୍ରେଲ ୨୮ ତାରିଖ ପବିତ୍ର #ମଧୁଜୟନ୍ତୀ (#ସ୍ବାଭିମାନ_ଦିବସ) ଅବସରରେ #ଜାତୀୟଗୌରବ କୁଳବୃଦ୍ଧଙ୍କ ପୁଣ୍ୟପୀଠରେ ଶ୍ରୀଯୁକ୍ତ ନୃସିଂହ ଚରଣ ସାହୁ ମହୋଦୟଙ୍କୁ ତାଙ୍କର ଓଡ଼ିଆ ଜାତି ପ୍ରତି ଅତୁଳନୀୟ ଅବଦାନ ପାଇଁ ପୁରୀ ଚନ୍ଦନପୁରସ୍ଥ #ଉତ୍କଳ_ସ୍ବାଭିମାନ_ମଞ୍ଚ ର ମିଳିତ ସହଯୋଗରେ ସମ୍ବର୍ଦ୍ଧିତ କରି ନିଜକୁ ଗୌରବମଣ୍ଡିତ କରିପାରିଛି ଅନ୍ତରଙ୍ଗ କଳିଙ୍ଗ !
Spread the love
Antaranga Kalinga

Recent Posts

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

3 days ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

3 days ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

4 days ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

2 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

2 weeks ago

ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ

~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…

4 weeks ago