Our Action

ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ତୃତୀୟ) ~
ଆମ ମାଟିର ଅଗଣିତ ପ୍ରେରଣାପ୍ରଦ ମଣିଷଙ୍କୁ ପୂଜା କରିବାର ଧାରାରେ ଆମେ ଆଗେଇ ଚାଲିଛୁ ! ସେମାନଙ୍କ ଉନ୍ମୁଖ ଚେତନା, ଉତ୍ସର୍ଗୀକୃତ ଆତ୍ମା, ମୌଳିକ ବିଚାର ଓ ପ୍ରେରଣାର ତାଡ଼ନାରେ ଅଭିଭୂତ ଅନ୍ତରଙ୍ଗ କଳିଙ୍ଗ !
ସେଇ ପ୍ରତିଭାଧର ମନୁଷ୍ୟଗଣଙ୍କ ସମ୍ମାନରେ ଅନ୍ତରଙ୍ଗ କଳିଙ୍ଗ ନେଇଛି ସ୍ବତନ୍ତ୍ର #ଅନ୍ତରଙ୍ଗ_କଳିଙ୍ଗ_ପ୍ରତିଭା_ସମ୍ମାନ କାର୍ଯ୍ୟକ୍ରମ ! ଏହାର ତୃତୀୟ ପର୍ବ ଭାବେ ୨୦୧୨ ମସିହା ଜୁନ ୧୨ ତାରିଖରେ କଟକସ୍ଥ ଶ୍ରୀପୁରୁଷୋତ୍ତମ ଜୀଉ ମନ୍ଦିର ପରିସରରେ ସମ୍ବର୍ଦ୍ଧିତ କରାଯାଇଛି #ଛଉନୃତ୍ୟ ପ୍ରତି ନିଷ୍ଠାପର ଭାବେ ସମର୍ପିତ ଶିଳ୍ପୀ, ଗୁରୁ ତଥା ‘ଷୋଡ଼ଶ କଳା’ର ରାଜ୍ୟ #ଷଢେ଼ଇକଳା ମାଟିର ପ୍ରଚଣ୍ଡ ପ୍ରତିଭାସମ୍ପନ୍ନ ଛଉ ନୃତ୍ୟଶିଳ୍ପୀ, ଉତ୍କଳୀୟ କଳାସଂସ୍କୃତି ପ୍ରତି ନିଷ୍ଠାପର ଭାବେ ସମର୍ପିତ କଳାସାଧକ ଶ୍ରୀଯୁକ୍ତ Malay kumar Sahu ମହୋଦୟଙ୍କୁ ! ନିଜ ଉତ୍ସର୍ଗୀକୃତ ସାଧନା ଓ ଅଧ୍ୟବସାୟ ବଳରେ ଶ୍ରୀଯୁକ୍ତ ସାହୁ ଆଜି ନିଜକୁ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଶିଳ୍ପୀ ତଥା ଗୁରୁ ଭାବେ ପ୍ରତିପାଦିତ କରିପାରିଛନ୍ତି ।
ଆଜିର ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି ସରଳ ସାବଲୀଳ ଶବ୍ଦବିନ୍ୟାସର ସୃଜନାତ୍ମକ ସୃଷ୍ଟି ମାଧ୍ୟମରେ ଜନମାନସକୁ ପ୍ରଭାବିତ କରିପାରିଥିବା ସାରସ୍ବତ ଆକାଶର ଉଜ୍ଜ୍ୱଳ ନକ୍ଷତ୍ର, ସାରସ୍ବତ ସାଧନାର ଅମ୍ଳାନ ପ୍ରତିଭା କବି ଶ୍ରୀମାନ Subha Ranjan Prustyଙ୍କୁ । ନିଜ ଉତ୍କର୍ଷତାର ଅଭିପ୍ରେରଣା ସ୍ଵରୂପ ଶ୍ରୀମାନ ପୃଷ୍ଟିଙ୍କ ନିଷ୍ଠା ଓ ସାଧନା ଉଜ୍ଜୀବିତ ହେଉ, ବାଣୀଭଣ୍ଡାରକୁ ସେ ଏମିତି ରୁଦ୍ଧିମନ୍ତ କରୁଥାନ୍ତୁ ।
ଉତ୍କଳୀୟ ଐତିହ୍ୟ ଓ ଗୌରବମୟ ଅତୀତ ପ୍ରତି ଶ୍ରଦ୍ଧା, ସମ୍ମାନ, ଅନୁରାଗ ପ୍ରତିପୋଷଣ କରୁଥିବା ନିଷ୍ଠାପର ସାଧକ ଶ୍ରୀମାନ Trilochan Swain । ଐତିହ୍ୟର ମହାସିନ୍ଧୁରେ ନିଜର ସାଧନାକୁ ପ୍ରୟୋଗ କରି ଅମୂଲ୍ୟ ରତ୍ନ ସଂଗ୍ରହ କରିବାର ପାରଦର୍ଶିତା ଓ ସୂକ୍ଷ୍ମ ଅନୁଶୀଳନ ପାଇଁ ସେ ଏ ଜାତିର ଐତିହ୍ୟପ୍ରେମୀଙ୍କୁ ଋଣୀ ଓ ମୁଗ୍ଧ କରିଛନ୍ତି ! ତାଙ୍କ ସାଧନାର ସଫଳ କାମନା ସହିତ ସମ୍ବର୍ଦ୍ଧିତ କରିବାର ସୁଯୋଗ ଆଜି ପାଇପାରିଛି ଅନ୍ତରଙ୍ଗ କଳିଙ୍ଗ !
ଉତ୍କଳର ମହନୀୟ ଲୋକକଳା ତଥା କଟକୀ #ରାମଲୀଳାର ପ୍ରସାର ପ୍ରତି ସଦାଜାଗ୍ରତ ନିଷ୍ଠାପର କଳାକାର ଶ୍ରୀମାନ Bandhan Dalai । ଏପରି ଜଣେ ସମର୍ପିତ କଳାକାରଙ୍କୁ ସମ୍ବର୍ଦ୍ଧିତ କରି ଅନ୍ତରଙ୍ଗ କଳିଙ୍ଗ ଆଜି ନିଜକୁ ଗୌରବମଣ୍ଡିତ କରିପାରିଛି ନିଶ୍ଚୟ !
ବିଶିଷ୍ଟ ସଂସ୍କୃତି ଗବେଷକ Dr. Santosh Mohapatra, Cuttack Heritage Walks ଏବଂ ମଧୁସ୍ମୃତି ସୁରକ୍ଷା ମଞ୍ଚର ସକ୍ରିୟ ସଭ୍ୟ ସାହିତ୍ୟିକ କବି Dipak Samantarai, ସାହିତ୍ୟିକ Ambika Patnaik ଏବଂ ବିଶିଷ୍ଟ ବ୍ୟଙ୍ଗ ସାହିତ୍ୟିକ Om Abhigyana Sahoo ନିମନ୍ତ୍ରିତ ସାଧକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ !
ଆଜିର ସମ୍ବର୍ଦ୍ଧିତ ପ୍ରତିଭାବାନ ସାଧକଗଣଙ୍କ ସାଧନା ସଫଳ ହେଉ, ଜୟଯାତ୍ରା ଅବ୍ୟାହତ ରହୁ, ଚଲାପଥ କୁସୁମିତ ହେଉ, ନୂତନ ଉପଲବ୍ଧିରେ ସେମାନେ ଗୌରବାନ୍ଵିତ ହୁଅନ୍ତୁ, ଉତ୍କଳ ଜନନୀଙ୍କ ଚରଣ ପଙ୍କଜରେ କୃତଜ୍ଞ ଅନ୍ତରଙ୍ଗ କଳିଙ୍ଗ ପରିବାରର ବିନୀତ ପ୍ରାର୍ଥନା ।
ବନ୍ଦେ ଉତ୍କଳ ଜନନୀ
Spread the love
Antaranga Kalinga

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago