ଲେଖା: ନିରଞ୍ଜନ ସାହୁ
ମହାଭାଗ ଆଜ୍ଞା,
ସାଷ୍ଟାଙ୍ଗ ଦଣ୍ଡବତ ପ୍ରଣାମ।
କୋଟିଏ ନୁହେଁ କେତେ କୋଟି। କାହାକୁ କେମିତି ଏମିତି ଭାବ ଲାଗିବ କେଜାଣି। ଆମ ମନକୁ ତ ଧସେଇ ପଶିଛି, ଏକୁ ଏଡେ଼ଇବାକୁ ଆମର ଜୁ ନାହିଁ। କେମିତି ଏମିତି ଏ ଭାବ ନ ଆସିବ ଯେ ? ରାଜବଂଶୀୟ, ଜମିଦାର ଘରର ପିଲା ଆପଣ। ପିତା, ଜମିଦାର ଇନ୍ଦ୍ରଜିତ ସାମନ୍ତସିଂହାରଙ୍କ ଐଶ୍ୱର୍ଯ୍ୟ ଓ ସମ୍ପତ୍ତି ସତ୍ତ୍ଵେ ବଂଶରକ୍ଷା ପାଇଁ କୁଳକୁ କୋଳକୁ ସନ୍ତାନଟିଏ ପ୍ରଭୁ ଦେଲେନି। ଟଙ୍କା ପଇସା କ’ଣ ହେବ ? ଗୋଟି ଗୋଟି କରି ଆଠ ପତ୍ନୀ ପିତା ଗ୍ରହଣ କଲେ। ଶେଷରେ ଜଣେ ସାଧୁଙ୍କ ପରାମର୍ଶରେ ପୁତ୍ର କାମନା କରି ଯଜ୍ଞ କଲେ। ସେଦିନ ରାତିରେ ରାଣୀ ତୁଳସୀଙ୍କୁ ପୁତ୍ର ସନ୍ତାନ ଜନ୍ମର ସ୍ଵପ୍ନାଦେଶ ହେଲା। ସତରେ ରାଣୀ ତୁଳସୀଙ୍କ ଗର୍ଭ ଆପଣ ମଣ୍ଡନ କଲେ, କୁଳରକ୍ଷା କଲେନି ତ ସାତପୁରୁଷ, ବୁନିଆଦିକୁ ଅମର କରିଦେଲେ। ଉଦ୍ଧାର କରିଦେଲେ। ଜମିଦାରୀ ରକ୍ଷଣା ବେକ୍ଷଣ, ପ୍ରତିପତ୍ତି ଜାହିରରେ ବୁନିଆଦିକୁ କୋଉ ବିଶ୍ଵ ଆଗରେ ଭଲ ପାଇ ପାରିଥାଆନ୍ତେ ?
ଆପଣ ବି ପିଲାବେଳୁ ଭିନ୍ନ ମନସ୍କ ଥିଲେ। ଜମିଦାରଙ୍କ ଏକମାତ୍ର ପୁଅ ଭାବେ ଭୋଗବିଳାସର ମହାସମୁଦ୍ରରେ ଆପଣ ବୁଡ଼ ମାରୁଥିଲେ ବି ମନ ସେଥିରେ ଲାଗୁ ନଥିଲା। ଦେଖୁନାହାନ୍ତି, ବୁଦ୍ଧ ବି ତ ରାଜାପୁଅ ଥିଲେ, ସୁନ୍ଦରୀ ସ୍ତ୍ରୀ ବିବାହ କରିଥିଲେ, କୋଳକୁ ପୁତ୍ର ସନ୍ତାନଟିଏ ବି ଆସିଥିଲା। କାହିଁ ତାଙ୍କ ମନ କୋଉ ରାଜଗାଦିକୁ ଧଇଲା । ସବୁ ଛାଡ଼ି ‘ଭିକ୍ଷୁ’ ରୂପ ହୋଇଗଲେ। ସତରେ ବି ଲେଖା ଯାଇଛି,
“ଯେ ଅଟେ ଜଗତଜନର ମନନୟନ ତାରା,
ଅପ୍ରକଟ ହୋଇ ରହିବା ପାଇଁ କାହିଁ ତା ଚାରା ?”
ଆପଣ ବିବାହ କଲେ ଜମିଦାର କନ୍ୟା ସୁନ୍ଦରୀ ବିମଳା ଦେବୀଙ୍କୁ । ଆପଣଙ୍କ ଔରସରୁ ଦୁଇ ପୁତ୍ର ରାମକୃଷ୍ଣ ଓ ରଘୁନାଥ ଜନ୍ମ ନେଲେ। ହେଲେ ସଂସାର କୋଉ ଆପଣଙ୍କୁ ବାନ୍ଧି ରଖିଲା ? ନ ବର୍ଷ ବୟସରୁ ଜଣେ ବୈଷ୍ଣବ ସାଧୁଙ୍କୁ ପୂଜା କରି ତାଙ୍କ ଠାରୁ ରାଧାକୃଷ୍ଣ ମନ୍ତ୍ରପ୍ରାପ୍ତ ହେଇଥିଲେ। ସେହି ମନ୍ତ୍ର ଜପ ବେଳେ ସ୍ଵପ୍ନାଦିତ୍ୟ ହୋଇ ଶ୍ରୀମନ୍ଦିର ବେଢାରେ ଲକ୍ଷେଥର କୃଷ୍ଣ ନାମ ଜପ କରିଥିଲେ ଆପଣ। ମା ଲକ୍ଷ୍ମୀଙ୍କ ବେକରୁ ପିନ୍ଧାମାଳମାନ ଖସିପଡ଼ିଲା, ତାହା ତ ସେବକମାନଙ୍କୁ ତଟସ୍ଥ କରିଦେଲା। ଆପଣ ସିଦ୍ଧି ପ୍ରାପ୍ତ ହୋଇଛନ୍ତି, ଏକଥା ସଭିଙ୍କୁ ଗୋଚର ହୋଇଗଲା। ସେହି ମାଳାକୁ ବେକରେ ପକାଇ ଘରକୁ ଫେରିଲେ। ଜଣେ ସାଧୁଙ୍କ ଠାରୁ ମନ୍ତ୍ର ପାଇ, ତାକୁ ଜପୁ ଜପୁ ସମାଧିସ୍ଥ ହେଲେ ଓ ରାଧାକୃଷ୍ଣ ଦର୍ଶନ ଲାଭ କଲେ। ତାପରେ କବିତାର ଧାରା ପ୍ଲାବିତ କରିଦେଲା ଜନପ୍ରାଣକୁ, ମନକୁ।
ରସକଳା, ରସବତୀ, ସୁଲକ୍ଷଣା, ପ୍ରେମଚିନ୍ତାମଣି, ବିଦଗ୍ଧଚିନ୍ତାମଣି ରଚନା କରି ଆପଣ ଏ ଭାଷାକୁ, ସଂସ୍କୃତି ଓ ଭାବକୁ ବିଶ୍ଵବ୍ୟାପୀ ପ୍ରାଣମୟ କରିଦେଇଛନ୍ତି। ଆପଣ ଗୌଡୀୟ ବୈଷ୍ଣବ ହୋଇଥିବାରୁ ଲେଖାମାନ ମୂଖ୍ୟତଃ ରାଧାକୃଷ୍ଣ ପ୍ରେମ ଉପରେ ଆଧାରିତ। ବୃନ୍ଦାବନରେ ଶେଷଜୀବନ କଟାଇବା ପାଇଁ ଆପଣ ଘରୁ ସିନା ବାହାରିଗଲେ, ବାଟ ଆଗକୁ ସହିଲାନି। ଘରୁ ରାଧାକୃଷ୍ଣ ଯୁଗଳ ମୂର୍ତ୍ତି ମଗାଗଲା। ସେଇଠି ତାଙ୍କୁ ଦର୍ଶନ ପରେ ଆପଣ ବାହୁଡିଲେ ନିତ୍ୟ ସ୍ଥଳୀକୁ, ଆପଣଙ୍କ ପ୍ରଭୁ ରାଧାକୃଷ୍ଣଙ୍କ ପାଖୁ ।
୧୭୫୭ ମାଘ ସପ୍ତମୀ ଦିନ ଜନ୍ମ ହୋଇ ମାତ୍ର ସତାବନବର୍ଷ ବୟସରେ ରଜସଂକ୍ରାନ୍ତି ତିଥିରେ ପରଲୋକ ପ୍ରାପ୍ତି ହେଲେ ଆପଣ। ଝୁରି ହେଉଥିଲେ କୃଷ୍ଣଙ୍କୁ ରାଧାଙ୍କ ଭଳି, ସେଇଥିପାଇଁ ଲେଖିଥିଲେ ରାଧାଙ୍କ ନାଁରେ —
“ଧୀରେ ରାଧା କର ଧରି କହୁଛନ୍ତି ଦୂତୀକୁ,
ଜୀବନ ଯିବାରେ ଲଗାଇଛୁ ପ୍ରାଣ ମତିକୁ
ଦୂତୀ ଗୋ ପ୍ରାଣ ବନ୍ଧୁଙ୍କୁ କହ ଯାଇ ଏତିକି,
ଦୀକ୍ଷା ଧରିଛନ୍ତି ପରା ନାରୀମରା ନୀତିକୁ।”
Image: Amrita Samal & Social Media
Abhimanyu Samanta Singhara Bidagdha Chintamani
© Niranjan Sahu
Spread the love
admin

Recent Posts

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 days ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 days ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

6 days ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

1 week ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

1 week ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 week ago