| ଲେଖା: ଶିଶିର ସାହୁ ମନୋଜ ଜୟନ୍ତୀ ଶବ୍ଦର ଅନେକ ଅର୍ଥ ରହିଛି । ଆଜି ଏକ ନାମଵାଚକ ଶବ୍ଦ ଭାଵେ ଏହା ଓଡ଼ିଶାରେ ଲୋକପ୍ରିୟ ଅଟେ । ତେଵେ ପୁରାଣରେ ଇନ୍ଦ୍ରଙ୍କ କନ୍ଯା, ପାର୍ଵତୀ ଓ ଦୁର୍ଗାଙ୍କୁ ଜୟନ୍ତୀ କୁହାଯାଇଛି । ପୁରାଣୋକ୍ତ ଆଠଜଣ ଦେଵୀଙ୍କ ମଧ୍ୟରେ ଜୟନ୍ତୀ ଅନ୍ୟତମ । ସେହି ଆଠଜଣ ଦେଵୀ ହେଲେ, ଯେଉଁ ସ୍ତ୍ରୀ ସର୍ଵଦା ଵିଜୟ ଲାଭ କରେ ତାକୁ ମଧ୍ୟ ଜୟନ୍ତୀ କୁହାଯାଏ । କେତେକ ଜାତୀୟ ପାଦପଙ୍କୁ ମଧ୍ୟ ଜୟନ୍ତୀ କୁହାଯାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଶ୍ରାବଣ କୃଷ୍ଣ ଅଷ୍ଟମୀ ଅର୍ଦ୍ଧରାତ୍ରର କଳାମାତ୍ର ଅଧଃ ବା ଉର୍ଦ୍ଧ୍ଵରେ ରୋହିଣୀ ନକ୍ଷତ୍ରଯୁକ୍ତ ହେଲେ ଯେଉଁ ଶୁଭଯୋଗ ହୁଏ ତାକୁ ମଧ୍ୟ ଜୟନ୍ତୀ କୁହାଯାଇଥାଏ । ଵିଷ୍ଣୁ ପୁରାଣରେ ଏହିଦିନକୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ କୁହାଯାଇଛି କିନ୍ତୁ ଭାରତରେ ଅଧିକାଂଶତଃ ଭାଦ୍ର କୃଷ୍ଣ ଅଷ୍ଟମୀକୁ ହିଁ ଜନ୍ମାଷ୍ଟମୀ ଭାଵେ ପାଳନ କରାଯାଇଥାଏ । ପତାକା ଵା Flag ଶବ୍ଦର ଏକ ଶାସ୍ତ୍ରୀୟ ପ୍ରତିଶବ୍ଦ ହେଉଛି ଜୟନ୍ତୀ । ସନାତନୀମାନେ ଵର୍ଷକ ମଧ୍ଯରେ ଯେଉଁ ୬ଗୋଟି ପ୍ରଧାନ ଵ୍ରତ ପାଳନ କରିଥାନ୍ତି ସେଗୁଡି଼କୁ ମଧ୍ଯ ଜୟନ୍ତୀ କୁହାଯାଏ । ସେହି ଛଅଟି ମୁଖ୍ଯ ଉପଵାସ ଵ୍ରତ ହେଲା ସେହିପରି ଆଧୁନିକ ମୁଖଲିଙ୍ଗମ୍’ର ପ୍ରାଚୀନ ନାମ ଥିଲା ଜୟନ୍ତୀ କ୍ଷେତ୍ର । ଆଗେ କେଵଳ ଈଶ୍ଵରଙ୍କ ସ୍ଵନକ୍ଷତ୍ର ଦିଵସକୁ ଜୟନ୍ତୀ କୁହାଯାଉ ଥିଲା ଏଵଂ ଷଡ଼ଜୟନ୍ତୀର କଳ୍ପନା କରାଯାଇଥିଲା । ଆଜି ଆଧୁନିକ ଯୁଗରେ ବଡ଼ ଲୋକଙ୍କ ଜନ୍ମତିଥିକୁ ମଧ୍ୟ ଜୟନ୍ତୀ ନାମ ଦେଇ ପାଳନ କରିଵାର ପରମ୍ପରା ଆରମ୍ଭ ହୋଇଛି !!! ତେଵେ ସେହିଭଳି ଜୟନ୍ତୀ ଶବ୍ଦର ମଧ୍ଯ ନିମ୍ନ ଅର୍ଥ ରହିଛି, ୧. ଵିଜୟୀ | |
~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…
ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…
~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…
~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…
~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…
~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…